ଧନ୍ଦାମୂଳକ ଶିକ୍ଷାର ବିକାଶ ନିମନ୍ତେ ପିଏସ୍‌ଏସ୍‌ସିଆଇଭିଇ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

Published: Jan 19, 2020, 8:36 pm IST

ସମୀକ୍ଷା ବ୍ୟୁରୋ
କୋଣାର୍କ: ଭୁବନେଶ୍ବରରେ ଧନ୍ଦାମୂଳକ ଶିକ୍ଷାର ରାଷ୍ଟ୍ରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୧୬ ତାରିଖରେ ଅନୁଷ୍ଠିତ ଏହି କର୍ମଶାଳାରେ ୧୭ ରାଜ୍ୟର ପ୍ରତିନିଧି ଦଳ ଯୋଗ ଦେଇଛନ୍ତି। ଏହି ପ୍ରତିନିଧି ଦଳ କୋଣାର୍କରେ ରହିଥିବା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ଭ୍ରମଣ କରିଥିଲେ। ପିଏସ୍‌ଏସ୍‌ସିଆଇଭିଇ ଭୋପାଳର ପରାମର୍ଶଦାତା ସୁନୀଲ କୁମାର ସାହୁ ଏବଂ କମ୍ପ୍ୟୁଟର ପ୍ରଶିକ୍ଷକ ସୁନୀତା କୋଲି ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ସମୟରେ ଧନ୍ଦାମୂଳକ ଶିକ୍ଷାର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ସହିତ ଏହି ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ ଏବଂ ଖୁଚୁରା ବ୍ୟବସାୟ ବିଭାଗ ଶିକ୍ଷକ ଭାଗିରଥୀ ପାଇକରାୟଙ୍କ ସହିତ ଆଲୋଚନା କରିଥିଲେ। ଧନ୍ଦାମୂଳକ ଶିକ୍ଷା ଭବିଷ୍ୟତରେ କର୍ମନିଯୁକ୍ତି ପ୍ରଦାନ କରିବା ସହିତ ସ୍ବରୋଜଗାରକ୍ଷମ ହେବାରେ ସହାୟତା କରିଥାଏ ବୋଲି ପରିଦର୍ଶନ କାରୀ ମତ ରଖିଥିଲେ।

 

Related posts