ଏଥର ଶସ୍ତାରେ ମିଳିବ ପ୍ରିମିୟମ୍‌ ହ୍ୟାଚ୍‌ବ୍ୟାକ୍‌ କାର୍‌!

Published: Jan 22, 2020, 3:22 pm IST

ମୁମ୍ବାଇ : ଅଟୋ ଏକ୍ସପୋ 2020ର ଏକ ସପ୍ତାହ ପୂର୍ବରୁ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ଶସ୍ତା ପ୍ରିମିୟମ୍‌ ହ୍ୟାଚ୍‌ ବ୍ୟାକ୍‌ କାର। ମାତ୍ର 5 ଲକ୍ଷ ଟଙ୍କାରେ ଟାଟା ପକ୍ଷରୁ ଏହି କାରଟିକୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି। ଟାଟା ଅଲଟ୍ରୋଜ୍‌ ନାମକ ଏହି କାର୍‌ଟି ପ୍ରିମିୟମ୍‌ ହ୍ୟାଚ୍‌ବ୍ୟାକ୍‌ ବର୍ଗର ବୋଲି ଟାଟା ପକ୍ଷରୁ ଘୋଷଣା କରାଯାଇଛି। କାର୍‌ଟିରେ ପ୍ରଥମ ଥର ପାଇଁ ଆଲ୍ଫା ମଡ୍ୟୁଲାର ପ୍ଲାଟଫର୍ମ (ଏଏମ୍‌ପି) ରହିଥିବା ଜଣାପଡିଛି। କାର୍‌ଟିର ସର୍ବନିମ୍ନ ମୂଲ୍ୟ 5.29 ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ମୂଲ୍ୟ 9.29 ଲକ୍ଷ ଟଙ୍କା ରହିଛି। ଭାରତୀୟ ବଜାରରେ କାର୍‌ଟି ମାରୁତି ସୁଜୁକି ବାଲେନୋ, ହ୍ୟୁଣ୍ଡାଇ ଆଇ 20 ଏବଂ ହୋଣ୍ଡା ଜାଜ୍‌ ସହିତ ପ୍ରତିଦ୍ବନ୍ଦିତା କରିବ। (ଏଜେନ୍ସୀ)

Related posts