ଭାରତୀୟ ବଜାରରେ ଲଞ୍ଚ ହେଲା ଏମ୍‌ଜିର ଇଲେକ୍ଟ୍ରିକ୍‌ ଏସ୍‌ୟୁଭି କାର୍‌

Published: Jan 23, 2020, 4:08 pm IST

ମୁମ୍ବାଇ : ମୋରିସ୍‌ ଗ୍ୟାରେଜ୍‌ର ନୂତନ ଇଲେକ୍ଟ୍ରିକ୍‌ ଏସ୍‌ୟୁଭି କାର୍‌ ଲଞ୍ଚ କରାଯାଇଛି । ଏହି କାର୍‌ଟିର ନାମ ଜେଡ୍‌ ଏସ୍‌ ଇଭି ରଖାଯାଇଛି । ଗୁରୁବାର ଦିନ ଏମ୍‌ଜି ପକ୍ଷରୁ ଏହି ନୂତନ କାର ଲଞ୍ଚ କରାଯାଇଛି । କାରଟିର ମୂଲ୍ୟ 19.88 ଲକ୍ଷ ଟଙ୍କା ରହିଥିବା ବେଳେ ଏକ୍ସକ୍ଲ୍ୟୁସିଭ୍‌ ମଡେଲର ମୂଲ୍ୟ 23.58 ଲକ୍ଷ ଟଙ୍କା ରହିଛି । ପ୍ରଥମ ଥର ପାଇଁ ଏହି କାର୍‌ର ବ୍ୟାଟେରୀରେ ନୂତନ ବୈଷୟିକ କୌଶଳର ବ୍ୟବହାର କରାଯାଇଛି । ବ୍ୟାଟେରୀ ଉପରେ 8 ବର୍ଷର ଓ୍ବାରେଣ୍ଟୀ ସହିତ ଦେଢ ଲକ୍ଷ କିମିର ଯାତ୍ରା ଉପରେ ମଧ୍ୟ ଓ୍ବାରେଣ୍ଟୀ ପ୍ରଦାନ କରାଯାଇଛି । (ଏଜେନ୍ସୀ)

Related posts