ତୁର୍କୀରେ 6.8 ତୀବ୍ରତାର ଭୂମିକମ୍ପ : 18 ମୃତ

Published: Jan 25, 2020, 9:13 am IST

ଅଙ୍କାରା : ତୁର୍କୀରେ ଏକ ଭୟାବହ ଭୂକମ୍ପ ପ୍ରଭାବରେ 18 ଜଣଙ୍କର ପ୍ରାଣହାନି ଘଟିଛି । ଶୁକ୍ରବାର ରାତିରେ ତୁର୍କୀରେ ହୋଇଥିବା ଏହି ଭୂମିକମ୍ପରେ 18 ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ 30ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତୁର୍କୀର ପୂର୍ବ ଭାବରେ ରହିଥିବା ସହର ଏଲାଜିଗ୍‌ର ସିଭ୍ରାଇସ୍‌ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଏଲାଜିଗ୍‌ର ସିଭ୍ରାଇସ୍‌ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ପ୍ରାୟ 70 କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଶୁକ୍ରବାର ସ୍ଥାନୀୟ ସମୟ ରାତି ପ୍ରାୟ 8.55 ମିନିଟରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ତୁର୍କୀର ଜରୁକାଳୀନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 30ରୁ ଅଧିକ ଲୋକ ବିଭିନ୍ନ ଭଗ୍ନ କୋଠା ତଳେ ଚାପି ହୋଇ ରହିଛନ୍ତି । ତୁର୍କୀ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ନେଇ ରାଷ୍ଟ୍ରପତି ତାୟିପ୍‌ ଏର୍ଡୋଗାନ୍‌ ପ୍ରକାଶ କରିଛନ୍ତି ।

Related posts