ବିଗ୍‌ ବିଙ୍କ ସହିତ ଫଟୋ ସେୟାର କଲେ ମଞ୍ଜୁ ଓ୍ବାରିୟର

Published: Jan 25, 2020, 3:32 pm IST

ମୁମ୍ବାଇ : ବଲିଉଡ୍‌ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହିତ ଫଟୋ ସେୟାର କରିଛନ୍ତି ଦକ୍ଷିଣୀ ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର । ନିଜର ଅପ୍‌କମିଙ୍ଗ ମାଲାୟଲମ୍‌ ଫିଲ୍ମ ‘ପ୍ରତି ପୁଭାଙ୍କୋଝି’ର ପ୍ରମୋଶନ ପାଇଁ ମୁମ୍ବାଇରେ ରହିଥିବା ମଞ୍ଜୁ ବିଗ୍‌ ବି ଏବଂ ଜୟା ବଚ୍ଚନଙ୍କୁ ଭେଟିଥିଲେ । ମେଗାଷ୍ଟାର ଅମିତାଭଙ୍କୁ ଭେଟିବା ପରେ ଏକ ଫଟୋ ଟ୍ବିଟ୍ କରିଛନ୍ତି ମଞ୍ଜୁ । ଏହି ଫଟୋରେ ଉଭୟ ଅମିତାଭ୍, ଜୟା ଏବଂ ମଞ୍ଜୁ ଭାରତୀୟ ପରିପାଟୀରେ ନଜର ଆସିଛନ୍ତି । ‘ପ୍ରତି ପୁଭାଙ୍କୋଝି’ ଏକ ମହିଳା କୈନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ମଞ୍ଜୁ ମୁଖ୍ୟ ଚରିତ୍ର ମାଧୁରୀ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ରୋଶନ ଆଣ୍ଡ୍ର୍ୟୁଜ୍‌ ଏହି ଫିଲ୍ମ ଜରିଆରେ ନିଜର ଅଭିନୟ ପଦାର୍ପଣ କରିବାକୁ ଯାଉଛନ୍ତି । 14 ବର୍ଷ ପରେ ରୋଶନଙ୍କ ଚଳଚିତ୍ରରେ ନଜର ଆସିବାକୁ ଯାଉଛନ୍ତି ମଞ୍ଜୁ ଓ୍ବାରିୟର । (ଏଜେନ୍ସୀ)

Related posts