ସାଇକେଲ୍‌ ମେକାନିକ୍‌ ପାଖରେ ଉଧାରରେ ଅଛନ୍ତି ସଲମନ୍‌

Published: Jan 25, 2020, 3:54 pm IST

ମୁମ୍ବାଇ : ଏହି ସୁପରଷ୍ଟାରଜଣକ ଫିଲ୍ମ ଦୁନିଆରେ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ନିଜ ଜୀବନଶୈଳୀକୁ ନେଇ। ସେହିପରି ତାଙ୍କର ବଦାନ୍ୟତା କାହାଣୀ ମଧ୍ୟ କମ୍‌ ନୁହେଁ, ବଲିଉଡ୍‌ର ହାଇଏଷ୍ଟ ପେଡ୍‌ ଅଭିନେତା ଜଣକ କିନ୍ତୁ ଉଧାରରେ ରହିଛନ୍ତି। ଆଜ୍ଞା ହଁ, ସଲମାନ୍‌ ଖାନ୍‌ ଜଣେ ସାଇକେଲ୍‌ ମେକାନିକ୍‌ଙ୍କ ପାଖରୁ 1.25 ପଇସା ଉଧାରରେ ରହିଛନ୍ତି। ଏକଥା ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ନିଜେ କହିଛନ୍ତି। ଉମଙ୍ଗ୍‌ ଇଭେଣ୍ଟରେ ଯୋଗ ଦେଇ ଅଭିନେତା ଜଣକ ନିଜ ପିଲାବେଳର କାହାଣୀ ସେୟାର କରି ଏକଥା କହିଛନ୍ତି। ବଲିଉଡ୍‌ ସୁପରଷ୍ଟାର୍‌ ନିକଟରେ ପିଲାବେଳର ଏକ ସୁନ୍ଦର ମଜାଦାର କଥାକୁ ମନେ ପକାଇ କହିଛନ୍ତି ଯେ, ସେ ଜଣେ ସାଇକେଲ୍‌ ମେକାନିକ୍‌କୁ 1.25 ପଇସା ଦେବାକୁ ଭୁଲିଯାଇଥିଲେ। ସୁପରଷ୍ଟାର୍‌ ଜଣକ ଉମଙ୍ଗ୍‌ର ଏକ ଇଭେଣ୍ଟରେ ଯୋଗଦେଇ ହାସ୍ୟକଳାକାର କପିଲ୍‌ ଶର୍ମାଙ୍କୁ ଏହି ସମ୍ପର୍କରେ କହିଥିଲେ।

ତେବେ ମେକାନିକ୍‌ଙ୍କର 1.25 ପଇସା ଉଧାର ରହିଛି ବୋଲି ସେ ନିକଟରେ ଜାଣିବାକୁ ପାଇଛନ୍ତି। ନିକଟରେ ସେ ତାଙ୍କର ସାଇକେଲ୍‌କୁ ନେଇ ସଜାଡିବାକୁ ଯାଇଥିଲେ। ସେ  ସର୍ଟସ୍‌ ଓ ସାର୍ଟ ପିନ୍ଧି ସାଇକେଲ୍‌ ଚଲାଉଥିବାବେଳେ ପାଖରେ କିଛି ପଇସା ନଥିଲା। ତେଣୁ ସେ ସାଇକେଲ୍‌ ମେକାନିକ୍‌ଙ୍କୁ କହିଥିଲି ଯେ, ଆପଣ ଏହି ସାଇକେଲ୍‌ଟିକୁ ଠିକ୍‌ କରି ଦିଅନ୍ତୁ ମୁଁ ଆସିକି ପଇସା ଦେଉଛି। ସେତେବେଳେ ସେହି ମେକାନିକ୍‌ ଜଣକ କହିଲେ ଯେ, ‘ତୁମେ ପିଲାବେଳେ ବି ଏମିତି କରୁଥିଲା। ତୁମେ ଆଗରୁ ଥରେ ସାଇକେଲ୍‌ ଠିକ୍‌ କରି ପଇସା ଦେଇନଥିଲେ । ତୁମର ଆଜି ବି 1.25ଟଙ୍କା ଉଧାର ରହିଛି।’ ଏହା ଶୁଣି ମୋତେ ବହୁତ ଖରାପ ଲାଗିଥିଲା ବୋଲି କହିଛନ୍ତି ସଲ୍ଲୁ।

ଦବଙ୍ଗ୍‌ ଷ୍ଟାର୍‌ ସଲମନ୍‌ କହିଛନ୍ତି ଯେ, ସେ ଏବେ ମେକାନିକ୍‌ଙ୍କୁ ପଇସା ଫେରାଇବାକୁ ଚାହିଁଥିଲେ, କିନ୍ତୁ ସେ ପଇସା ନେବାକୁ ମନା କରିଥିଲେ। ଏହି ଅବସରର ସଲମନ୍‌ ପିଲାବେଳେ କେମିତି ପଇସା ବଞ୍ଚାଇବା ପାଇଁ ସ୍କୁଟରରେ ଅଧା କିରୋସିନି ଓ ଅଧା ପଟ୍ରୋଲ୍‌ ବ୍ୟବହାର କରୁଥିଲେ ବୋଲି ସେ କହିଥିଲେ। (ଏଜେନ୍ସି)

Related posts