ଦିଲ୍ଲୀରେ କୋଚିଂ ସେଣ୍ଟରର ଛାତ ଭୁଶୁଡି ପାଞ୍ଚ ମୃତ, ତିନିଜଣଙ୍କ ମିଳୁନି ପତ୍ତା

Published: Jan 25, 2020, 7:19 pm IST

ନୂଆଦିଲ୍ଲୀ : ଶନିବାର ଦିନ ଦିଲ୍ଲୀର ଭଜନାପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 5ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । କୋଚିଂ ସେଣ୍ଟର ଚାଲୁଥିବା ସମୟରେ ଅଚାନକ ଛାତ ଭୁଶୁଡି ପଡ଼ି ଏକ ଅଘଟଣ ଘଟିଯାଇଛି। ଏଥିରେ ବହୁ ଛାତ୍ର ଛାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ନିକଟସ୍ଥ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଘଟଣାସ୍ଥଳ ଗସ୍ତ କରୁଥିବାର ସୂଚନା ମିଳିଛି । ଘଟଣା ଘଟିବା ସମୟରେ ବହୁ ସଂଖ୍ୟକ ଛାତ୍ର ଉପସ୍ଥିତ ରହିଥିଲେ। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବାବେଳେ ତିନି ଛାତ୍ରଙ୍କ ପତ୍ତା ମିଳୁନଥିବାର ସୂଚନା ମିଳିଛି ।

Related posts