୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଏବଂ ୧୧୮ଟି ପଦ୍ମଶ୍ରୀଙ୍କ ନାମ ଜାଣିବା ପାଇଁ ପଢନ୍ତୁ ପୁରା ତାଲିକା

Published: Jan 25, 2020, 11:44 pm IST

ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍‌, ଅରୁଣ ଜେଟ୍‌ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି ପଦ୍ମ ଭୂଷଣରେ ଏସ୍‌.ସି. ଜମୀର୍‌, ଆନନ୍ଦ ମହିଦ୍ରା, ପିଭି ସିନ୍ଧୁ, ବେଣୁ ଶ୍ରୀନିବାସନ୍‌, ମନୋହର ପାରିକରଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଲଙ୍ଗର ବାବା ଜଗଦୀଶ୍‌ ଲାଲ ଆହୁଜା, ସାମାଜିକ କାର୍ଯ୍ୟକର୍ତ୍ତା ଜାଭେଦ ଅହମ୍ମଦ ଟାକ୍‌, ଅବଦୁଲ୍‌ ଜଜବାର୍‌ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବ। ନିମ୍ନରେ ସମସ୍ତ ପଦ୍ମ ପୁରସ୍କାରର ତାଲିକା ପ୍ରଦାନ କରାଗଲା

Related posts