ଫୁଟବଲ୍‌ କୋଚ୍‌ ଭୂମିକାରେ ନଜର ଆସିବେ ଅଜୟ

Published: Mar 2, 2019, 2:04 pm IST
ajay will be football coach in next movie

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ‘ବଧାଇ ହୋ’ ଫିଲ୍ମର ନିର୍ଦ୍ଦେଶକ ଅମିତ୍‌ ଶର୍ମାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟି ଫୁଟବଲ୍‌ ଖେଳ ଉପରେ ଆଧାରିତ । ଫିଲ୍ମରେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଫୁଟବଲ୍‌ ଟିମ୍‌ରେ କୋଚ୍‌ ସୟିଦ୍‌ ଅବଦୁଲ୍‌ ରହିମ୍‌ଙ୍କ ଚରିତ୍ରରେ ନଜର ଆସିବେ ଅଜୟ । ଏହି ଫିଲ୍ମରେ ଭାରତୀୟ ଫୁଟବଲ୍‌ ଖେଳର ସୁବର୍ଣ୍ଣ ବର୍ଷକୁ ଦେଖାଯିବ । ଏହା ଏକ ପରିୟଡ୍‌ ଫିଲ୍ମ । ଆଗାମୀ ଦୁଇ ମାସ ଭିତରେ ଏହିଫିଲ୍ମର ଶୁଟିଂ କାର୍ଯ୍ୟ ଆରମ୍ଭ କରାଯିବ ।  ଅମିତ୍‌ ଶର୍ମା ‘ତେବର୍‌’ ଫିଲ୍ମରୁ ତାଙ୍କ ନିର୍ଦ୍ଦେଶନା କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମଟି ଦର୍ଶକଙ୍କ ଦ୍ବାରା ସେତେ ଆର୍କଷଣୀୟ ହୋଇପାରିଲା ନାହିଁ । କିନ୍ତୁ ତାଙ୍କର ‘ବଧାଇ ହୋ’ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଥିଲା । ନିକଟରେ ରିଲିଜି ହୋଇଥିବା ଅଜୟ ଦେବଗନ୍‌ଙ୍କ ଅଭିନୀତ ତଥା ମଲ୍ଟିଷ୍ଟାରର୍‌ ଫିଲ୍ମ ‘ଟୋଟାଲ୍‌ ଧମାଲ୍‌’ ବେଶ୍‌ ଭଲ ବ୍ୟାବସାୟିକ ସଫଳତା ହାସଲ କରୁଛି ।

 

Related posts