ଚର୍ଚ୍ଚାରେ ସଲମନ୍‌ ଓ କ୍ୟାଟ୍ରିନାଙ୍କ ଫଟୋ

Published: Mar 7, 2019, 12:09 pm IST
Salman wraps up shoot of ‘Bharat’

ଫିଲ୍ମ ‘ଭାରତ’ର ଶୁଟିଂ ସମାପ୍ତ ପରେ ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ କ୍ୟାଟ୍ରିନାଙ୍କ ସହ ତାଙ୍କର ଏକ ଫଟୋକୁ ସେୟାର କରି ‘ଭାରତ ଫିଲ୍ମର ଶୁଟିଂ ସରିଲା’ ବୋଲି ଘୋଷଣା କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହିତ ଭାଇଜାନ୍‌ଙ୍କୁ କ୍ୟାଟ୍ରିନାଙ୍କୁ ବିବାହ କରିବା ପାଇଁ  କହିଛନ୍ତି । ଏହି ଫଟୋରେ ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଭାଇ ଭାରତ ହୀ ନହୀଁ ଜିନ୍ଦଗୀ କେ ଲିୟେ ପରଫେକ୍ଟ ଯୋଡ଼ି ହେ । ଆଉ ଜଣେ ଫ୍ୟାନ୍‌ ସଲ୍‌ମନ୍‌ ଭାଇ ୟେ ଦୁନିଆ କି ସବ୍‌ସେ ବେଷ୍ଟ କପ୍‌ଲ ହୈ ବୋଲି ଲେଖିବା ସହିତ ଆଉ ଜଣେ ପ୍ରଶଂସକ ଭାଇ ଜଲ୍‌ଦି ବାହା ହୋଇଯାଅ କ୍ୟାଟ୍ରିନାକୁ ଆଉ କେହି ନେଇଯିବ ନହେଲେ ।  ସଲମନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଶୁଟିଂ ପୂରା ୧୦୦ ଦିନ ଭିତରେ ସମ୍ପୂର୍ଣ୍ଣ ହୋଇଛି । ଏହି ଫିଲ୍ମରେ ସଲମନ୍‌ ଖାନ୍‌ ବିଭିନ୍ନ ରୂପରେ ନଜର ଆସିବେ । ଫିଲ୍ମର ଟିଜର୍‌ ୨୫ ଜାନୁଆରୀରେ ରିଲିଜ୍‌ ହୋଇଥିଲା । ଫିଲ୍ମଟି ଇଦ୍‌ ଅବସରରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ସଲମନ୍‌ – କ୍ୟାଟ୍ରିନାଙ୍କ ବ୍ୟତୀତ ଦିଶା ପଟ୍ଟାନୀ, ତବୁ, ସୁନୀଲ୍‌ ଗ୍ରୋଭର୍‌ ପ୍ରମୁଖ ଅଭିନୟ କରୁଛନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଆବବାସ ଜାଫର୍‌ । ପୂର୍ବରୁ ସଲମାନ୍‌ ଓ ଅଲ୍ଲୀ ଦୁହେଁ ‘ସୁଲତାନ୍‌’ ଓ ‘ଟାଇଗର୍‌ ଜିନ୍ଦା ହୈ’ ପରି ଦୁଇଟି ସୁପର୍‌ହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମର ଶୁଟିଂ ଦିଲ୍ଲୀ, ପଞ୍ଜାବ, ଆବୁଧାବି ଓ ସ୍ପେନଠାରେ ହୋଇଥିବାବେଳେ ଏହି ଫିଲ୍ମକୁ ସଲମାନ୍‌ ଖାନ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀ ପ୍ରଯୋଜନା କରୁଛନ୍ତି ।

Related posts