Author: SM Network

ଭୁବନେଶ୍ୱର: ଓଡ଼ିଆ ଯୁବ କବି ଓ ଲେଖକ ସୂର୍ଯ୍ୟସ୍ନାତ ତ୍ରିପାଠୀ ପାଇବେ ସୋଆ ଯୁବ ସାହିତ୍ୟ ପୁରସ୍କାର ୨୦୨୫। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉତ୍ସବ ନଭେମ୍ବର ୩୦ ତାରିଖରେ ଶ୍ରୀ ତ୍ରିପାଠୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ବର୍ଷା ପ୍ରକାଶନୀ ଦ୍ୱାରା ୨୦୨୪ରେ ପ୍ରକାଶିତ ଶ୍ରୀ ତ୍ରିପାଠୀଙ୍କର କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆପୁଚି ନାରଙ୍ଗ’ ନିମନ୍ତେ ବିଚାରକ ମଣ୍ଡଳୀ ସର୍ବସମ୍ମତି କ୍ରମେ ତାଙ୍କ ନାମକୁ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି। ଏହି ସଂକଳନରେ ୧୨ଟି ଗଳ୍ପ ରହିଛି ଯେଉଁଥିରେ ଲେଖକ ମଣିଷର ମନସ୍ତତ୍ୱ ଏବଂ ସମସାମୟିକ ଅନୁଭୂତିର ନିଚ୍ଛକ ପରିପ୍ରକାଶ କରିଛନ୍ତି। ତାଙ୍କର କବିତା ପରି ସ୍ୱପ୍ନ ଏବଂ ପ୍ରେମ ତାଙ୍କ ଗଳ୍ପର ମୁଖ୍ୟ ସ୍ୱର। ସେ ବର୍ତମାନ ଆଇଆଇଟି ରୁପାର ର ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୧…

Read More

ଭୁବନେଶ୍ଵର: ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇ.ଏଫ.ଏଫ.ଆଇ- IFFI) ର ଭାରତୀୟ ପାନୋରାମା ବିଭାଗ ପାଇଁ ଫିଚର ଫିଲ୍ମ ‘ମାଳି ପୁଟ ମେଲୋଡିଜ୍’ ମନୋନୀତ ହେବା ସହିତ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଆଣିଛି। ଏହି ସମ୍ମାନ ଦକ୍ଷିଣ ଓଡ଼ିଶାର କାହାଣୀ ଏବଂ ସଂସ୍କୃତିକୁ ଏକ ଜାତୀୟ ମଞ୍ଚକୁ ନେଇଯାଇଛି। “ମାଳି ପୁଟ ମେଲୋଡିଜ୍” ହେଉଛି ଚାରିଟି ସଂଯୁକ୍ତ କ୍ଷୁଦ୍ର ଚଳଚ୍ଚିତ୍ରର ଏକ ସଂଗ୍ରହ ଯାହା ଏହି ଅଞ୍ଚଳର ଅଧିବାସୀ, ଗ୍ରାମାଞ୍ଚଳର ସୌନ୍ଦର୍ଯ୍ୟ, ଭାବନା ଏବଂ ପରମ୍ପରାକୁ ଜୀବନ୍ତ କରିଛି। ଚଳଚ୍ଚିତ୍ରଟି ନିଜର ସରଳ ଓ ଶକ୍ତିଶାଳୀ କାହାଣୀ, ପ୍ରାକୃତିକ ପ୍ରଦର୍ଶନ ଏବଂ ସୁନ୍ଦର ସଙ୍ଗୀତ ପାଇଁ ପ୍ରଶଂସିତ ହୋଇଛି। ବିଶାଲ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ, ସୁଧାକର ପଟ୍ଟନାୟକଙ୍କ ଲିଖିତ ଏବଂ ଆଉ ନେକ୍ସ୍ଟ ର ସିଇଓ କୌଶିକ ଦାସଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରର ସଙ୍ଗୀତ ଏବଂ ଗୀତଗୁଡ଼ିକ ତୋଷ ନନ୍ଦଙ୍କ ଦ୍ୱାରା ରଚିତ, ଯାହା ଚଳଚିତ୍ରରେ ଆଣିଛି…

Read More

କଟକ: କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଷଷ୍ଠ ଦିନ। କିଣାବିକା ସହ ଚଟପଟି ଖାଦ୍ୟର ମଜା ଲୁଟିବାକୁ ପରିବାର ସହ ଛୁଟି ଆସୁଛନ୍ତି ଲୋକେ। ପ୍ରତ୍ୟେକ ଦିନ ବଲିଉଡ ଓ ଓଲିଉଡ କଳାକାର ଧୁମ ମଚାଉଥିଲା ବେଳେ ଆଜି ସଂଧ୍ୟା ନଇଁଲେ ବେଳେ ବଢିଥିଲା ପୁଣି ଭିଡ଼। ସୋମବାର ସ୍ୱତନ୍ତ୍ର ଆକର୍ଷଣ ଭାବରେ ଏକ ଚମତ୍କାର ଲେଜର ଶୋ’ ଆୟୋଜନ କରାଯାଇଥିଲା, ଯାହା ଭୁବନେଶ୍ୱରର ଶରଦ ଆଡଭର୍ଟାଇଜିଂ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମର ମନମୁଗ୍ଧକର ପ୍ରଦର୍ଶନ ଏବଂ ପ୍ରଶାସନର ସୁଗମ ପରିଚାଳନା ମାଧ୍ୟମରେ ଏଥର ବାଲିଯାତ୍ରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା। ଫଳରେ ଲୋକଙ୍କ ସବୁଦିନ ଭିଡ଼ ଜମିବା ସାଙ୍ଗକୁ ଏହି ଯାତ୍ରାକୁ ଦର୍ଶକ ବେଶ ମନୋଭରି ଉପୋଭାଗ କରିଛନ୍ତି। ଏହି ଅବସରରେ ଐତିହାସିକ ବାଲିଯାତ୍ରା ପଡ଼ିଆ ନିକଟରେ ଥିବା ବିସ୍ତିର୍ନ ଜଳ ରାଶି ମଧ୍ୟରେ ଏକ ଅଦ୍ଭୁତ ଲେଜର ଶୋ’ର ଆୟୋଜନ କରାଯାଇଥିବାର…

Read More

ପୁରୀପୁରୀ ଜିଲ୍ଲା ସ୍କୁଲରେ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାରୁ ଆରମ୍ଭ ହୋଇଥିବା ଏହି ଖେଳ ମହୋତ୍ସବ ଯୁବ ସମାଜ ପାଇଁ କେବଳ ଏକ ଖେଳ ପ୍ରତିଯୋଗିତା ନୁହେଁ, ଏହା ଉର୍ଜା ଓ ଉତ୍ସାହର ଏକ ଉତ୍ସବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ନିଜେ ଦୌଡ଼ି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି। ଏହା ମାଧ୍ୟମରେ ପୁରୀ ଲୋକସଭା କ୍ଷେତ୍ରର ହଜାର ହଜାର ପ୍ରତିଭାଶାଳୀ ଖେଳାଳିମାନେ ନିଜ ଦକ୍ଷତା ଓ ଖେଳଭାବନା ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି ବୋଲି ସାଂସଦ ସମ୍ବିତ ପାତ୍ର କହିଛନ୍ତି।

Read More

କଟକ: ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଡିଜିପି ଶ୍ରୀ ଖୁରାନିଆ ଆଜି ରାତିରେ କଟକ ବାଲିଯାତ୍ରା ଆୟୋଜନ ସ୍ଥଳକୁ ଗସ୍ତ କରି ସେଠାରେ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ଅନୁଧ୍ୟାନ କରିଥିଲେ। ସେଠାରେ ଲକ୍ଷାଧିକ ଲୋକଙ୍କ ଜନ ଗହଳି ହେଉଛି। ଜନ ସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେ ଭଳି କୌଣସି ତ୍ରୁଟି ବିଚ୍ୟୁତି ନ ହେବ ସେ ସଂକ୍ରାନ୍ତରେ ନିୟୋଜିତ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହା ସହ ଜନ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର- କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାତିରେ ଏକ ଘରୋଇ ବସ୍ ଟ୍ରଲର କୁ ଧକ୍କା ଦେଇଛି। ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ବସରେ ବସିଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ସମ୍ବଲପୁର ଯାଉଥିବା ଘରୋଇ ବସ ଟି ରେଢ଼ାଖୋଲ ଥାନା ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ ଟ୍ରଲର ର ପଛରେ ଧକ୍କା ଦେଇ ଥିଲା। ଯା’ ଫଳରେ ବସର କଣ୍ଡକ୍ଟର ମୃତ୍ୟୁ ବରଣ କରି ଥିବା ବେଳେ ଦଶରୁ ଅଧିକ ଆହତ ହୋଇ ରେଢ଼ାଖୋଲ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ପାଇ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଥିଲା। ବସ ରେ ୩୪ଜଣ ଯାତ୍ରୀ ବସିଥିବା ବେଳେ ଅନ୍ୟ ଯାତ୍ରୀ ମାନେ…

Read More

ବ୍ରହ୍ମପୁର: ‘ବ୍ରେନ୍‌ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଛି। ତେଣୁ, ଏ ବିଷୟରେ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଠାରେ ସୋମବାର ଦିନ ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଶୀର୍ଷକରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଜନସ୍ୱାସ୍ଥ୍ୟ ଓ ସୂଚନା ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ଯୋଗଦେଇ ଷ୍ଟ୍ରୋକର କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ୱବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ କହିଥିଲେ, ‘‘ବ୍ରେନ୍ ଷ୍ଟ୍ରୋକ ଭଳି ଜଟିଳ ସମସ୍ୟାର ମୁକାବିଲା ପାଇଁ ସମସ୍ତେ ଏକାଠି ହେବାର ଆବଶ୍ୟକତା ରହିଛି। ଦେଶର…

Read More

ବାଣପୁର: ଖୋର୍ଦ୍ଧା ବାଣପୁର ବ୍ଲକ ଚାଷୀ ମୂଲିଆ ସଂଘ, ଓଡିଶା ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା (AIKMKS) ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ଆଞ୍ଚଳିକ କମିଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଓ କରାଯଇଛି। ଜଙ୍ଗଲ ଜମିର ପଟ୍ଟା ଦେବା, ବାସଗୃହର ପଟ୍ଟା ଦେବା, ହାତୀ ଓ ଅନ୍ୟ ଜଙ୍ଗଲି ଜୀବଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟକୁ ରୋକିବା, ଫସଲ ନଷ୍ଟର କ୍ଷତିପୂରଣ ଦେବା, ଭାଗଚାଷୀଙ୍କୁ ଚିହ୍ନଟ ଓ ପ୍ରମାଣ ପତ୍ର ଦେବା ପାଇଁ ଛଅ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ତାହା ସହିତ ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ପଂଚାୟତ ଜଙ୍ଗଲ ପାହାଡ଼ ଅଞ୍ଚଳ ହୋଇଥିବାରୁ ବାରମ୍ବାର ମନଇଚ୍ଛା ବିଜୁଳି କାଟ ବନ୍ଦ କରିବା, ପିଇବା ପାଣି ଗାଁ ଗାଁରେ ଅବିଳମ୍ବେ ଯୋଗାଇ ଦେବା, ପକ୍କା ରାସ୍ତା ନିର୍ମାଣ କରିବା ଦାବିରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଚାଷୀ ମୂଲିଆ, ଦଳିତ ଆଦିବାସୀ, ଭୂମିହୀନ ଭାଗ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ରୋଗ ପ୍ରତିରୋଧ ପାଇଁ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ଶୀତଦିନେ ଅଧିକ ଧୂଳି ଓ ପୁଷ୍ପରେଣୁ ଉଡୁଥିବାରୁ ଶ୍ୱାସ, ଇନଫ୍ଲୁଏଞ୍ଜା ହେବ, ମାକ୍ସ ପିନ୍ଧନ୍ତୁ,ପୁରାଶରୀରକୁ ଘୋଡାଇ ରଖନ୍ତୁ, ସଫା ରଖନ୍ତୁ ସୋରିଷ ତେଲ କିମ୍ବା ଗୁଳୁଚି ତେଲ ମାଲିସ୍ କରନ୍ତୁ। ଫଳରେ ଚର୍ମରୋଗ ଓ ଥଣ୍ଡା ହେବନାହିଁ। ଗରମ ଲୁଗା, ଟୋପି ପିନ୍ଧନ୍ତୁ। ସଜ ଶାଗ, ପରିବା, ଫଳ, ଉଷ୍ଣଜଳ ଓ ଖାଦ୍ୟ ସେବନ କରନ୍ତୁ। କୋଷ୍ଠକାଠିନ୍ୟ, ଅର୍ଶ ହେବନାହିଁ। ସବୁ ଶିରା ଧମନୀ ସଙ୍କୁଚିତ ହୋଇ ହୃଦଘାତ, ଗଣ୍ଠିବାତ ଭୟ ଥାଏ ନିଜକୁ ଶୀତରୁ ରକ୍ଷା କରନ୍ତୁ। ରକ୍ତଚାପ ଅଳ୍ପ ଅଧିକ ରହିବ ଭୟକରନ୍ତୁ ନାହିଁ। ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସହରାଞ୍ଚଳ ସମବାୟ ଋଣ କ୍ଷେତ୍ର ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀ ‘କୋ-ଅପ କୁମ୍ଭ ୨୦୨୫’ କୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର, ସମବାୟ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ କ୍ରେଡିଟ୍ ସୋସାଇଟିର ସମବାୟ କୁମ୍ଭ ଆୟୋଜନ କରାଯାଉଛି। ବିଗତ ୩ରୁ ୪ ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳ ସମବାୟ ବ୍ୟାଙ୍କିଙ୍ଗ କ୍ଷେତ୍ର ଏବଂ ସମବାୟ କ୍ରେଡିଟ୍ ସୋସାଇଟି କ୍ଷେତ୍ର ନୂତନ ଉତ୍ସାହ ସହିତ ଆଗକୁ ବଢ଼ୁଛି। ‘କୋ-ଅପ୍ କୁମ୍ଭ ୨୦୨୫’ ସମୟରେ, ଏହି କ୍ଷେତ୍ର ସହିତ ଜଡିତ ଅନେକ ସମ୍ଭାବନାକୁ ଉପଯୋଗ କରିବା ପାଇଁ ନୀତି, ପ୍ରଯୁକ୍ତିବିଦ୍ୟା ଏବଂ…

Read More

ନୂଆପଡା: ଆଜି ନୂଆପଡାରେ ଭୋଟ୍ ଗ୍ରହଣ। ୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଲୋକେ ତାଙ୍କର ପ୍ରତିନିଧି ବାଛିବେ। ଏଥିନେଇ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Read More

ମେଷ ରାଶି- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ। ବୃଷ ରାଶି-ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ। ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହେବ। ଶକ୍ତିର ନିଷ୍କ୍ରିୟତା ହେତୁ ମନ ଅସନ୍ତୁଷ୍ଟ ରହିବ। ମିଥୁନ ରାଶି-ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ। ପରିବାର, ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ। ଆପଣ ଋଣ ନେବା ଠାରୁ ଦୂରେଇ…

Read More

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପୋଲିସ ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ଏକ ବଡ ଆତଙ୍କବାଦୀ ମଡ୍ୟୁଲ୍‌କୁ ପର୍ଦ୍ଦାଫାସ୍ କରିଥିବା ଦାବି କରିଛି। ପୋଲିସ କହିଛି ଯେ, ଏହି ର ୍ୟାକେଟ୍ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ଏବଂ ଅନସାର ଗଜୱତ-ଉଲ-ହିନ୍ଦ (AGuH) ସହ ଜଡିତ ଥିଲା। ବହୁ ଜିଲ୍ଲା ଏବଂ ରାଜ୍ୟରେ ସର୍ଚ୍ଚ ଅପରେସନ୍: ତଦନ୍ତ ସମୟରେ ଜମ୍ମୁ କାଶ୍ମୀର ପୋଲିସ ଶ୍ରୀନଗର, ଅନନ୍ତନାଗ, ଗାନ୍ଦରବଲ ଏବଂ ଶୋପିଆନରେ ଅନେକ ସ୍ଥାନରେ ତଲାସି କରିଥିଲା। ସେହିପରି ହରିୟାଣା ପୋଲିସ ସହାୟତାରେ ଫରିଦାବାଦରେ ଏବଂ ଉତ୍ତର ପ୍ରଦେଶ ପୋଲିସ ସହିତ ସହାରନପୁରରେ ଚଢାଉ କରାଯାଇଥିଲା। ଏହି ତଲାସିରେ ଆତଙ୍କବାଦୀ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ୍, ଇଲେକ୍ଟ୍ରୋନିକ୍ ଉପକରଣ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ IED ତିଆରି ସାମଗ୍ରୀ ଜବତ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଛାତ୍ର ଏବଂ ବିଦେଶୀ ହ୍ୟାଣ୍ଡଲରଙ୍କ ସମ୍ପର୍କରେ ଥିବା ବ୍ୟକ୍ତିମାନେ ମଧ୍ୟ ଏହି ମଡ୍ୟୁଲ୍‌ରେ ସାମିଲ ଥିଲେ। ସାତ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିକଟରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗର୍ଭବତୀ ପତ୍ନୀକୁ ଡାକ୍ତରଖାନାରେ ଦେଖାଇ ନିଜ ଘରକୁ ମାଆକୁ ଧରି ଫେରୁ ଥିବା ବେଳେ ରେଢ଼ାଖୋଲ ଥାନା ଡ଼ିମିରିକୁଦା ଠାରେ ଦୁର୍ଘଟଣା ଘଟିଛି। ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ରାତିରେ ନିଜର ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ଭଳି ଘଟଣା ଘଟିଛି। ସେପଟେ ସ୍ୱାମୀ ଓ ଶାଶୁଙ୍କର ମୃତ୍ୟୁ ହେବା କଥା ପତ୍ନୀଙ୍କୁ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ଜଣା ପଡିଛି। ସୂଚନା ଥାଉକି ଗତ ନଭେମ୍ବର ୯ ତାରିଖ ସନ୍ଧ୍ୟାରେ ରେଢ଼ାଖୋଲ ବ୍ଳକ ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପିପିଲି କାନୀ ମନୋଜ ମାଝୀ ମାଆ ମଞ୍ଜୁ ମାଝୀଙ୍କ ସହ ନିଜ ଶାଶୁ ଘର ନାକଟିଦେଉଳ ଥାନା ଝାରବେଡା ଗ୍ରାମକୁ ଗର୍ଭବତୀ ପତ୍ନୀ କୁ ଦେଖିବାକୁ ଯାଇଥିଲେ। ନାକଟିଦେଉଳ ମେଡିକାଲକୁ ନିଜ ପତ୍ନୀକୁ ଡାକ୍ତରଙ୍କ ଠାରେ ଦେଖା…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଅଭ୍ୟାସ କରୁଛି, ଯେଉଁଠାରେ ନଭେମ୍ବର ୧୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳାଯିବାକୁ ଅଛି। ପ୍ରସ୍ତୁତି ମଧ୍ୟରେ ଗମ୍ଭୀର ବର୍ତ୍ତମାନ ଭାରତୀୟ ଡ୍ରେସିଂ ରୁମ୍ କିପରି ଅଛି ତାହା ପ୍ରକାଶ କରିଛନ୍ତି। ସେ ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ମଧ୍ୟ ଦେଇଛନ୍ତି, କହିଛନ୍ତି ଯେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଯେଉଁ ସ୍ଥିତିରେ ରହିବାକୁ ଚାହୁଁଛି ତାହା ହୋଇନାହିଁ। ଏହା ଉଲ୍ଲେଖନୀୟ ଯେ, ଗୌତମ ଗମ୍ଭୀର ପ୍ରଶିକ୍ଷକ ହେବା ପରଠାରୁ, ଭାରତୀୟ ଦଳ କୌଣସି ଟି-୨୦ ସିରିଜ୍ ହାରିନାହିଁ ଏବଂ ଏସିଆ କପ୍ ମଧ୍ୟ ଜିତିଛି। ଭାରତ ସମ୍ପ୍ରତି ଟି-୨୦ ସିରିଜ୍ ରେ ଅଷ୍ଟ୍ରେଲିଆକୁ ୨-୧ ରେ ପରାସ୍ତ କରିଛି। ପରବର୍ତ୍ତୀ ବଡ ଟୁର୍ଣ୍ଣାମେଣ୍ଟ ହେଉଛି ଟି-୨୦ ବିଶ୍ୱକପ୍, ଯାହା ଫେବୃଆରୀରେ ଅନୁଷ୍ଠିତ ହେବ। ଗୌତମ ଗମ୍ଭୀର କ’ଣ କହିଥିଲେ?: ଭାରତ ବନାମ ଦକ୍ଷିଣ…

Read More

ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଜମ୍ମୁ-କାଶ୍ମୀର ଏବଂ ହରିୟାଣା ପୋଲିସ ମିଳିତ ଅପରେସନରେ ଫରିଦାବାଦରେ ଡକ୍ଟର ମୁଜାମ୍ମିଲଙ୍କୁ ଗିରଫ କରିଛି। ଡକ୍ଟର ମୁଜାମ୍ମିଲ ଅଲ୍-ଫିଦା ବିଶ୍ୱବିଦ୍ୟାଳୟରେ ପାଠ ପଢାଉଥିଲେ ଏବଂ ଜଣେ ଡାକ୍ତର ମଧ୍ୟ ଥିଲେ। ତାଙ୍କ କୋଠରୀରୁ ୩୬୦ କିଲୋ ବିସ୍ଫୋରକ, ସମ୍ଭବତଃ ଆମୋନିୟମ୍ ନାଇଟ୍ରେଟ୍ ଜବତ ହୋଇଥିବା ଅଭିଯୋଗ ହୋଇଛି। ହରିୟାଣା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛି। ହରିୟାଣା ପୋଲିସ ଅଭିଯୁକ୍ତଙ୍କ ନାମ ଡକ୍ଟର ମୁଜାମ୍ମିଲ ବୋଲି ସୂଚନା ଦେଇଛି। ଅନେକ ସ୍ଥାନରେ ଚଢାଉ କରାଯାଇଥିଲା ଏବଂ ଏହି ଚଢାଉରେ ପ୍ରାୟ ୩୬୦ କିଲୋ ବିସ୍ଫୋରକ ଜବତ କରାଯାଇଥିଲା। ପୋଲିସ ସ୍ପଷ୍ଟ ଭାବରେ କହିଛି ଯେ, ଜବତ ହୋଇଥିବା ବିସ୍ଫୋରକ RDX ନୁହେଁ। ଏହା ସହିତ, ପ୍ରାୟ ୨୦ ଟାଇମର୍, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ଅନେକ ଅନ୍ୟାନ୍ୟ ସାମଗ୍ରୀ ମିଳିଛି…

Read More

ବାଣପୁର: ସ୍ଥାନୀୟ ବାଣପୁର ସରସ୍ଵତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଶିବପ୍ରସାଦ ହୋତା ୧୯ ବର୍ଷ ରୁ କମ୍ ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ ଓଡିଶା ତରଫରୁ ଆଜି ମଧ୍ୟପ୍ରଦେଶ ଯାତ୍ରା କରିଛନ୍ତି। ଶିବପ୍ରସାଦ ପୁଞ୍ଜିଆମ୍ବା ଶାସନ ନିବାସୀ ସନ୍ତୋଷ କୁମାର ହୋତା ଓ ସୁମିତ୍ରା ହୋତାଙ୍କର ଏକ ମାତ୍ର ପୁତ୍ର। ପିଲାଟି ଦିନରୁ କ୍ରୀଡା ପ୍ରତି ରୁଚି ରଖିଥିବା ଶିବପ୍ରସାଦ ନିଜର କଠିନ ପରିଶ୍ରମ ବଳରେ ବାରିପଦା ଠାରେ ଅନୁଷ୍ଠିତ ସିଲେକ୍ସନ ଟ୍ରାଏଲ୍ ରେ (Selection Trial) ଉଚ୍ଚ ମାନର କ୍ରୀଡା ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଓଡିଶାର ୧୨ ଜଣଙ୍କ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ ରଖି ପାରିଥିଲେ। ଏଥିପାଇଁ ଏସବୁର ଶ୍ରେୟ ନିଜର କୋଚ୍ ଓ କ୍ରୀଡା ଶିକ୍ଷୟିତ୍ରୀ କଳ୍ପଶ୍ରୀ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ପ୍ରଧାନ ଗୁରୁଜୀ ଅବିନାଶ ପଟ୍ଟନାୟକ, ଅଧ୍ୟକ୍ଷ ଜ୍ୟୋତିର୍ମୟ ତ୍ରିପାଠୀଙ୍କ ସମେତ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଏହି…

Read More

ନୂଆଦିଲ୍ଲୀ: ଭାରତରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ଜନସାଧାରଣ ଏବଂ ନେତୃତ୍ୱକୁ ହୃଦୟରୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହି ଅବଶେଷ ଶାନ୍ତି, କରୁଣା ଏବଂ ସୌହାର୍ଦ୍ଦ୍ୟର ଚିରନ୍ତନ ବାର୍ତ୍ତାର ପ୍ରତୀକ। “ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମ ଦୁଇ ରାଷ୍ଟ୍ରର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ମଧ୍ୟରେ ଏକ ପବିତ୍ର ସଂଯୋଗ,’’ ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି: “ଭାରତରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନର ଜନସାଧାରଣ ଏବଂ ନେତୃତ୍ୱକୁ ହୃଦୟରୁ ପ୍ରଶଂସା କରୁଛି। ଏହି ଅବଶେଷ ଶାନ୍ତି, କରୁଣା ଏବଂ ସୌହାର୍ଦ୍ଦ୍ୟର କାଳଜୟୀ ବାର୍ତ୍ତାର ପ୍ରତୀକ। ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମ ଦୁଇ ରାଷ୍ଟ୍ରର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ମଧ୍ୟରେ ଏକ ପବିତ୍ର ସଂଯୋଗ।”

Read More

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ, ସେ ରାଜ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆଜି ସକାଳେ ପାଟନାରୁ ଯାତ୍ରା କରିବେ ଏବଂ ପୂର୍ବାହ୍ନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହା ପରେ, ସେ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ‘ମାଣ୍ଡିଆ ଦିବସ (ମିଲେଟ୍‌ ଡେ’)’ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ, ସେ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମିଲେଟ୍ସ (ଶ୍ରୀ ଅନ୍ନ) ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ଉପଯୋଗକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିଷୟରେ ବକ୍ତବ୍ୟ ରଖିବେ। ଏହି କାର୍ଯ୍ୟକ୍ରମରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ ​​କରିବା ପାଇଁ ଏକ ଉପକରଣ ଭାବରେ ଶ୍ରୀଅନ୍ନକୁ…

Read More

ଭୁବନେଶ୍ଵର: ଯାତ୍ରୀଙ୍କୁ ଉତ୍ତମ ମାନସହ ୨୪ଘଣ୍ଟିଆ ଖାଦ୍ୟ ସେବା ଯୋଗଇଦେବା ଲକ୍ଷରେ ରେଳ ବିଭାଗ ତରଫରୁ ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ ହୋଇଯାଇଛି। ବିଷମକଟକ ବିଧାୟକ ନିଳମାଧବ ହିକ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ରେଳ କୋଚ୍ ରେଷ୍ଟୁରାଣ୍ଟ ସମ୍ବଲପୁର ଡିଭିଜନର ତୃତୀୟ ରେଷ୍ଟୁରାଣ୍ଟ। ମୁନିଗୁଡା କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ ଏହି ରେଳ ଷ୍ଟେସନ ଉପରେ ନିର୍ଭରଶୀଳ ଥିବାରୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରିବ ବୋଲି କହିଛନ୍ତି ରେଳ ବିଭାଗୀୟ ଅଧିକାରୀ।

Read More

ଭୁବନେଶ୍ଵର: ଏବେ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ। ୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟକୁ ଅଧିକ ୧୮ ପ୍ରତିଶତ ପର୍ଯ୍ୟଟକ ଆସିଛନ୍ତି। ତାହା ମଧ୍ୟରୁ ଆମେରିକା ଓ ଜାପାନର ପର୍ଯ୍ୟଟକ ସର୍ବାଧିକ। ଓଡ଼ିଶାର ସଂସ୍କୃତି ଓ ପରିବେଶ ପର୍ଯ୍ୟଟନ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶେଷକରି କୋଣାର୍କର ସୂର୍ଯ୍ୟମନ୍ଦିର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପସନ୍ଦର ସ୍ଥାନ ହୋଇଥିବାବେଳେ ରତ୍ନଗିରି ଓ ଲଳିତଗିରି ପ୍ରତି ବିଦେଶୀ ପର୍ଯ୍ୟଟକ ଅଧିକ ସଂଖ୍ୟାରେ ଆକର୍ଷିତ ହେଉଛନ୍ତି ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।

Read More