ଭୁବନେଶ୍ଵର: ସିକଲ୍ ସେଲ୍ ଏବଂ ଥାଲାସିମିଆ ପରିଚାଳନା ବୈଠକ କମିଶନର ତଥା ଶାସନ ସଚିବ ଅସ୍ବତୀ ଏସ.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଛି। ବୈଠକରେ ରାଜ୍ୟରେ ସିକଲ୍ ସେଲ୍ ଓ ଥାଲାସିମିଆର ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭିକ ସନ୍ଧାନ, ପ୍ରତିରୋଧୀମୂଳକ ବ୍ୟବସ୍ଥା, ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ବୈଠକରେ ସ୍କ୍ରିନିଂ ପ୍ରୋଗ୍ରାମ୍, ଜିନେଟିକ କାଉନସିଲିଙ୍ଗ, ନିଦାନ ସୁବିଧା ବାବଦରେ ଆଲୋଚନା କରାଯାଇଛି। ଏନ୍ଏଚ୍ଏମ୍ ମିଶନ୍ ଡିରେକ୍ଟର୍ ଡ଼. ବୃଦ୍ଧା ଡି. ପିପିଟି ପ୍ରେଜେଣ୍ଟେସନ ମାଧ୍ୟମରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଶାର ୨୧ଟି ଜିଲ୍ଲା କୁ ଜାତୀୟ ସିକେଲ ସେଲ ଆନିମିଆ ନିରାକରଣ ମିଶନ୍ ଅନ୍ତର୍ଗତ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ବିଭିନ୍ନ ମାଧ୍ୟମରେ ସିକେଲ ସେଲ ପରୀକ୍ଷା ସୁବିଧା ଯୋଗାଇଦିଆଯାଉଛି। ସଭାରେ ସ୍ଵତନ୍ତ୍ର ସଚିବ ଡା. ବିଜୟ ମହାପାତ୍ର, ସ୍ଵତନ୍ତ୍ର ସଚିବ ସ୍ମିତା ବିଶ୍ୱାଳ, ଡା. ଜିତେନ୍ଦ୍ର ବେବର୍ତା, ନିର୍ଦ୍ଦେଶକ ଡା. ବିଶ୍ୱମୋହନ ମିଶ୍ର, ଯୁଗ୍ମ…
Author: SM Network
ଭୁବନେଶ୍ଵର: ସିଙ୍ଗାପୁର ସ୍ଥିତ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସୁରବନ ଜୁରଙ୍ଗର ଦକ୍ଷିଣ ଏସିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ମିଶ୍ରା ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଅଭିଷେକ ମାଲହୋତ୍ରା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇ ସହରାଞ୍ଚଳ ଭିତ୍ତିଭୂମି ଏବଂ ପରିଚାଳିତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉଷା ପାଢୀ କହିଛନ୍ତି, “ଭୁବନେଶ୍ୱର ନୂତନ ସହର ପ୍ରକଳ୍ପ ଓଡ଼ିଶା ପାଇଁ ଏକ ବିଶ୍ୱସ୍ତରୀୟ ସହରାଞ୍ଚଳ କେନ୍ଦ୍ର ଗଠନ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯାହା ଭବିଷ୍ୟତ ପୀଢ଼ି ପାଇଁ ଅନ୍ତର୍ଭୁକ୍ତି, ସ୍ଥାୟୀତ୍ୱ ଏବଂ ସ୍ଥିରତାକୁ ପ୍ରତିଫଳିତ କରେ।”
ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେଉଛି। ମଧ୍ୟାହ୍ନ ଧୂପ ପରେ ଶ୍ରୀବଳଭଦ୍ରଙ୍କ ଏହି ବେଶ ଭକ୍ତି ଭାବନାରେ ଶ୍ରଦ୍ଧାଳୁଙ୍କୁ ଆମୋଦିତ କରିଛି। ବେଶରେ ପ୍ରଭୁ ବଳଦେବଙ୍କ ଗୋଟିଏ ହାତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋଭାପାଉଛି। ଏଥିରେ ପ୍ରାୟ ୪ ଫୁଟ୍ ଉଚ୍ଚତାର ଏକ କାଠରେ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥିତ ବଳଭଦ୍ର ଦେବଙ୍କ ନିମ୍ନ ଭାଗରେ ରଖାଯାଇଥାଏ। ଅସୁରର ସ୍କନ୍ଦ ଓ ଭୂଜରେ ବଳଭଦ୍ର ବସିଥିବା ପରି ଦୃଶ୍ୟ ପ୍ରତୀୟମାନ ହୁଏ। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥିଲା।
ସୁନ୍ଦରଗଡ: ବୁଧବାର ପୂର୍ବାହ୍ନରେ ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ରାଜେଶ କୁମାର ଧନ୍ୟବାଦ ଜଣାଇଥିଲେ। ଆଜିର ଏହି ଉଦଘାଟନି ସମାରୋହରେ ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ କୁମାର ରାୟ, ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର,କେନ୍ଦୁଝର ଏସପି କୁଶଲକର ନିତିନ ଦାଗୁଡୁ, ରାଉରକେଲା ଏସପି ନିତେଶ ୱାଧାନୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଟିମର…
ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ବିଖ୍ୟାତ ଡାଲ୍ ହ୍ରଦରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବ (କେଆଇଡବ୍ଲୁଏସଏଫ)ରେ ଦେଶର ଶ୍ରେଷ୍ଠ ଜାତୀୟ ଖେଳାଳିମାନେ ୨୪ଟି ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା କରିବେ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ସେଲିଂ, କାନୋଇଂ ଏବଂ କାୟାକିଂ ଭଳି ଇଭେଣ୍ଟରେ ୪୦୦ ରୁ ଅଧିକ ଖେଳାଳି ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବ ୨୦୨୫ ପ୍ରଥମ ସମନ୍ୱିତ ମୁକ୍ତ ବୟସ ବର୍ଗ ଚାମ୍ପିଅନସିପ୍ ହେବ ଯେଉଁଥିରେ ସମସ୍ତ ୧୪ଟି କାୟାକିଂ ଏବଂ କାନୋଇଂ ଇଭେଣ୍ଟ ଏବଂ ୧୦ଟି ରୋଇଂ ଇଭେଣ୍ଟ ଅଲିମ୍ପିକ୍ ଇଭେଣ୍ଟ ହେବ। ଜଳକ୍ରୀଡାର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ, ତିନୋଟି ପ୍ରଦର୍ଶନ ଇଭେଣ୍ଟ ହେବ – ଓ୍ବାଟର ସ୍କିଇଂ, ସମିଟ୍ ବୋଟ୍ ସ୍ପ୍ରିଙ୍ଗ୍ ଏବଂ ଡ୍ରାଗନ୍ ବୋଟ୍ ଦୌଡ଼। ଏହି ମହୋତ୍ସବରେ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ଏଥିମଧ୍ୟରୁ…
ମେଷ ରାଶି- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବ୍ୟବସ୍ଥାରେ ଉନ୍ନତି ହେବ। ସମ୍ମାନ ପାଇବେ। ଆଖି ଯନ୍ତ୍ରଣା ହୋଇପାରେ। ଅଧିକାରୀମାନେ ସହଯୋଗ କରିବେ ନାହିଁ। ଋଣ ନେବାକୁ ପଡିପାରେ। ଆଜି ଭ୍ରମଣ କରନ୍ତୁ ନାହିଁ। ପାରିବାରିକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ। ଆପଣଙ୍କ ବୁଦ୍ଧି ସାମାଜିକ ସମ୍ମାନ ଲାଭ କରିବ। ବୃଷ ରାଶି- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ବିପଦ କାମ କରନ୍ତୁ ନାହିଁ। ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ ଗଲେ ଲାଭ ସମ୍ଭାବନା। ଭ୍ରମଣରୁ ଲାଭ। ଯାନ-ଯନ୍ତ୍ରପାତି କ୍ରୟ ସମ୍ଭାବନା। ବ୍ୟବସାୟରେ ବାଧା ଆସିବ। ମିଥୁନ ରାଶି-ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ। ପରିବାର ଚିନ୍ତିତ ହେବେ।…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ସମ୍ବିଧାନ (ଶହେ ତିରିଶତମ ସଂଶୋଧନ) ବିଲ୍-୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍ -୨୦୨୫ ଏବଂ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ -୨୦୨୫ ଆଗତ କରିଛନ୍ତି। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଶାହ ଆଜି ‘ଏକ୍ସ’ରେ ଏକାଧିକ ପୋଷ୍ଟ ଜରିଆରେ କହିଛନ୍ତି, ଦେଶରେ ରାଜନୈତିକ ଦୁର୍ନୀତି ବିରୋଧରେ ମୋଦୀ ସରକାରଙ୍କ ସଂକଳ୍ପବଦ୍ଧତା ଏବଂ ଜନସାଧାରଣଙ୍କ ଆକ୍ରୋଶକୁ ବିଚାର କରି ସେ ଆଜି ଲୋକସଭା ବାଚସ୍ପତିଙ୍କ ସମ୍ମତିରେ ସଂସଦରେ ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଏହାଦ୍ୱାରା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନକ ପଦବୀରେ ଥିବା ବ୍ୟକ୍ତିବିଶେଷ ଜେଲରେ ଥାଇ ସରକାର ଚଳାଇ ପାରିବେ ନାହିଁ। ସେ ଆହୁରି କହିଛନ୍ତି, ଏହି ବିଲ୍ ର ଲକ୍ଷ୍ୟ ହେଉଛି ସାର୍ବଜନୀନ ଜୀବନରେ ହ୍ରାସ ପାଉଥିବା ନୈତିକତାର…
ନୂଆଦିଲ୍ଲୀ: ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ କ୍ଷୁବ୍ଧ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ତଥାପି ଭାରତ ତା’ର ଆବଶ୍ୟକତା ଅନୁସାରେ ରୁଷୀୟ ତେଲ କ୍ରୟ କରିଚାଲିଛି। ଏହି ସମୟରେ ରୁଷ ଏକ ବଡ଼ ନିଷ୍ପତ୍ତି ନେଇଛି ଏବଂ ଭାରତକୁ ତେଲ କ୍ରୟ ଉପରେ ୫% ରିହାତି ଦେବାକୁ ନିଷ୍ପତ୍ତି ନେଇଛି। ଭାରତରେ ରୁଷୀୟ ଉପ ବାଣିଜ୍ୟ ପ୍ରତିନିଧି ଏଭଗେନି ଗ୍ରୀଭା କହିଛନ୍ତି ଯେ, ‘ଭାରତର ରୁଷୀୟ ଅଶୋଧିତ ତେଲ କ୍ରୟ ଉପରେ ୫% ରିହାତି ରହିବ, ଯାହା ଆଲୋଚନା ଆଧାରରେ ନିଷ୍ପତ୍ତି ନିଆଯିବ।’ ଗ୍ରୀଭା ଆହୁରି କହିଛନ୍ତି ଯେ, ରାଜନୈତିକ ପରିସ୍ଥିତି ସତ୍ତ୍ୱେ, ଭାରତ ପ୍ରାୟ ସମାନ ସ୍ତରର ତେଲ ଆମଦାନୀ ଜାରି ରଖିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ରିହାତି ଏକ ବାଣିଜ୍ୟିକ ଗୁପ୍ତ କଥା। ସାଧାରଣତଃ ଏହା ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନା ଉପରେ ଆଧାରିତ…
ନୂଆଦିଲ୍ଲୀ: ଗତ ଅଗଷ୍ଟ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକା ୧୯ ବର୍ଷୀୟା ଯୁବତୀଙ୍କ ଆତ୍ମାହୁତି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କୁ ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ବାରମ୍ବାର ଧମକଚମକ ଦେଉଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବାର ୬ ମାସ ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କର ପୁରୁଷ ବନ୍ଧୁ ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ଧମକ ଦେଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନଏଚଆରସି ସ୍ୱତଃ ଘଟଣାରେ ହସ୍ତକ୍ଷେପ କରିଛନ୍ତି। ଆୟୋଗ ହୃଦୟଙ୍ଗମ କରିଛନ୍ତି ଯେ, ଯଦି ପ୍ରକାଶିତ ଖବର ସତ୍ୟ ହୋଇଥାଏ, ତେବେ ଏହା ଗମ୍ଭୀର ମାନବାଧିକାର ଉଲ୍ଲଂଘନ ସହ ଜଡ଼ିତ ପ୍ରସଙ୍ଗ। ତେଣୁ ଏହି ମାମଲାରେ ତଦନ୍ତ ସ୍ଥିତି ସହିତ ବିସ୍ତୃତ ରିପୋର୍ଟ…
ଭୁବନେଶ୍ଵର: ଆଜି ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ୮୧ ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ -୨୦୨୫ ପାଳନ ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ NCC, NSS, Soute and guide ଏବଂ YRC ର ଯୋଗ୍ୟ ବିବେଚିତ ଅଫିସର୍ ମାନଙ୍କଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ YRC ପକ୍ଷରୁ ଯେଉଁ ୧୨ ଜଣଙ୍କୁ ସମ୍ମାନିତ କରାଯାଇଛି ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀସ୍ଥିତ ଦୁର୍ଗା ଚରଣ ଚିଲିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ରଞ୍ଜନ କୁମାର ମହପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସମ୍ମାନର ଶ୍ରେୟ ସେ ତାଙ୍କର କଲେଜର ଅଧ୍ୟକ୍ଷ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସର୍ବୋପରି ତାଙ୍କର ପିତା ମାତାଙ୍କୁ ଅର୍ପଣ କରୁଛନ୍ତ। ଏହି ସଭାରେ ଉପସ୍ଥିତ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ମୁଖ୍ୟ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ରେଢ଼ାଖୋଲ ଡ଼ିଏଫଓ କନଫରେନ୍ସ ହଲ ଠାରେ ରେଢ଼ାଖୋଲର ବିଭିନ୍ନ ସମସ୍ୟାକୁ ନେଇ ବିଜୁ ଜନତାଦଳ ତରଫରୁ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଲୁହାପଙ୍କ ସାଧୁମୁଣ୍ଡା ଠାରେ ପ୍ରବେଶ ରାସ୍ତା, ସାଧୁମୁଣ୍ଡା ଠାରୁ ଜୁଯୁମୁରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିବା, ତାରିଣୀ ଢ଼ାବା ସମୟ ଅଫିସ ଠାରେ ପ୍ରବେଶ ରାସ୍ତା ନ ଥିବା, ନୂଆପଡା ଛକ ଠାରେ ପ୍ରବେଶ ରାସ୍ତା ନ ଥିବାରୁ ନୂଆପଡା, ଝାଙ୍କର ପଡା, ବରମପୁରା ଏବଂ ବୁର୍ଡା ଗ୍ରାମ ପଞ୍ଚାୟତକୁ ଯାଉଥିବା ଜନସାଧାରଣ ହଇରାଣ ହେଉଥିବା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ପୂର୍ବରୁ ଏ ସମ୍ପର୍କରେ ଲିଖିତା କାରରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିବା ବିଧାୟକ ପ୍ରକାଶ କରିଥିଲେ। ଠିକ ସେଇପରି ଚାରମାଳର ଖୁବେଲ ରାସ୍ତା ଠାରେ ଅଣ୍ଡର ପାସ ରାସ୍ତା, ଚାରମାଳ ଠାରେ…
ଭୁବନେଶ୍ଵର: ପଶୁପାଳନ ଏକ ରାଜ୍ୟ ବିଷୟ। ଭୌଗୋଳିକ ସ୍ଥିତି, ମହାମାରୀ ବିଜ୍ଞାନ, ପଶୁ ପ୍ରୋଫାଇଲ୍ ଇତ୍ୟାଦି ମାନଦଣ୍ଡ ଉପରେ ଆଧାର କରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପ୍ରାଣୀ ଚିକିତ୍ସା ଡାକ୍ତରଖାନାର ପ୍ରତିଷ୍ଠା ଏବଂ କର୍ମଚାରୀ ନିଯୁକ୍ତି ସମ୍ପୃକ୍ତ ରାଜ୍ୟ ଦ୍ୱାରା କରାଯାଏ। ଓଡ଼ିଶାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଓଡ଼ିଶାରେ ୫୪୧ଟି ପ୍ରାଣୀ ଚିକିତ୍ସା ଡାକ୍ତରଖାନା ଅଛି, ଯେଉଁଥିରୁ ୧୨୬ଟି ଆଦିବାସୀ ଅଞ୍ଚଳରେ ଅଛି। ଏହା ବ୍ୟତୀତ ଆଦିବାସୀ ଅଞ୍ଚଳରେ ୧୨୧ ସମେତ ମୋଟ ୩୧୪ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ୍ ମଧ୍ୟ ଓଡ଼ିଶା ରାଜ୍ୟ ଯୋଜନା ଅଧୀନରେ କାର୍ଯ୍ୟ କରୁଛି। ସେହିପରି ବର୍ତ୍ତମାନ, ଟୋଲ୍ ଫ୍ରି ନମ୍ବର ୧୯୬୨ ମାଧ୍ୟମରେ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରିଚାଳିତ ଏକ କଲ୍ ସେଣ୍ଟର ଅଛି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସପି ସିଂହ ବାଘେଲ ଅଗଷ୍ଟ ୨୦, ୨୦୨୫…
ନୂଆଦିଲ୍ଲୀ: ବିଗତ ୧୧ ବର୍ଷ ମଧ୍ୟରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଆମ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି। ଡିଜିଟାଲ ଇଣ୍ଡିଆ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ୟୁପିଆଇ ପେମେଣ୍ଟ ସିଷ୍ଟମ, ଫାଇଭ୍-ଜି ସଂଯୋଗ ଏବଂ ସେମିକଣ୍ଡକ୍ଟର ଇକୋସିଷ୍ଟମ ଆମ ଦେଶକୁ ଏକ ନୂଆ ପରିଚୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦ୍ୱାରା ନାଗରିକଙ୍କୁ ଅପାର ଲାଭ ମିଳିଛି। ଏଥିସହିତ ନୂତନ ବିପଦ ମଧ୍ୟ ଉଭା ହୋଇଛି, ବିଶେଷ କରି ଡିଜିଟାଲ କ୍ଷେତ୍ରରେ। ସେଥିପାଇଁ ପ୍ରଯୁକ୍ତିବିଦ୍ୟାର ଦୁରୂପଯୋଗ କାରଣରୁ ହେଉଥିବା ସମ୍ଭାବ୍ୟ କ୍ଷତିଠାରୁ ସମାଜକୁ ସୁରକ୍ଷିତ ରଖିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି ବିଚାରକୁ ନେଇ ସରକାର ଅନଲାଇନ ଗେମିଂ ପ୍ରୋତ୍ସାହନ ଏବଂ ନିୟାମକ ବିଲ, ୨୦୨୫ ଆଗତ କରିଛନ୍ତି। ଏହି ବିଲ୍ ଇ-ସ୍ପୋର୍ଟସ୍ ଏବଂ ଅନଲାଇନ୍ ସୋସିଆଲ ଗେମ୍ସକୁ ପ୍ରୋତ୍ସାହିତ କରିଥାଏ, କିନ୍ତୁ ହାନିକାରକ ଅନଲାଇନ୍ ମନି ଗେମିଂ ସେବା, ବିଜ୍ଞାପନ ଏବଂ ଏହା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ସଦଳବଳେ ଚଢ଼ାଉ ବେଳେ ଗତକାଲି ବେଗୁନିଆ ପଡ଼ା ନୁଆ ସାହିର ବି ଲିଙ୍ଗରାଜ ପାତ୍ରଙ୍କ ଠାରୁ ୪୫୦ ଗ୍ରାମ ଅଫିମ ଜବତ ହୋଇଥିଲା। ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ ପରେ ସେ କୋଦଳା ଉପକାରାଗାରରେ ବିଚାରଧୀନ ବ୍ୟକ୍ତି ଭାବେ ବନ୍ଦି ହୋଇଥିଲେ। କିନ୍ତୁ ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ କୋଦଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଭଳି ଅଭାବନୀୟ ପରିସ୍ଥିତିରେ ତାଙ୍କର ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଥିଲେ। ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରୁ ଜଣାଯାଇଛି ଯେ, ସମୁଦାୟ ୪,୭୬୧ ବର୍ଗ ମିଟର ନିର୍ମାଣ ଅଞ୍ଚଳରେ ଏହି ଜି+୬6 ଭବନ ନିର୍ମାଣ କରାଯିବ ଏବଂ ଏଥିରେ ସମୁଦାୟ ୪୫ଟି ବିଭିନ୍ନ ବର୍ଗର ସୁଇଟ୍ ଉପଲବ୍ଧ ହେବ। ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି। ସେହିଭଳି ମୁମ୍ବାଇକୁ ଯେହେତୁ ଓଡିଶାରୁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ପୋଲିସ୍ ୪ ଲୁଟେରାଙ୍କୁ ଟଙ୍କା ଓ ମୋବାଇଲ ଫୋନ ଲୁଟ୍ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ସମସ୍ତ ଅଭିଯୁକ୍ତ ଜଗଦଲପୁର ଗ୍ରାମର ଦୀପକ ଦାସ, ପିଣ୍ଟୁ ଦାସ, ମେଘା ଦାସ ଓ ସୁଦାମ ଦାସ ବୋଲି ଜଣାପଡିଛି। ଏହି ଅଭିଯୁକ୍ତମାନେ ଗାଁ ଛକରେ ରାସ୍ତାରେ ଯାଉଥିବା ବିଭିନ୍ନ ଲୋକଙ୍କୁ ଅଟକାଇ ମାଡ଼ ମାରି ଟଙ୍କା ଓ ମୋବାଇଲ ଫୋନ ଲୁଟ୍ କରୁଥିବା ଦୁଇଟି ପୃଥକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଚଳାଇ ଲୁଟେରାମାନଙ୍କୁ ଧରି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ ପଶ୍ଚିମବଙ୍ଗର ସନ୍ତୋଷ ବିନ୍ଦ୍ ନାମକ ଜଣେ ଯୁବକ ଦୁଇ ସାଙ୍ଗ ସହ ଜଗଦଲପୁର ଗ୍ରାମ ରାସ୍ତାରେ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇ ମୋବାଇଲ ଫୋନ ଓ ନଗଦ ୩ ହଜାର ଟଙ୍କା ଲୁଟ୍ କରିଥିଲେ। ସେହିଭଳି…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ବୁଝିପାରୁ ନାହାଁନ୍ତି ଯେ, ଶ୍ରେୟସ ଆୟରଙ୍କୁ ଏସିଆ କପ୍ ଦଳରୁ କାହିଁକି ବାଦ ଦିଆଯାଇଛି। ବିସିସିଆଇ ମଙ୍ଗଳବାର ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ୧୫ ଜଣିଆ ଦଳ ଘୋଷଣା କରିଛି। ଅଭିଷେକ ନାୟାର ‘ଜିଓହଟଷ୍ଟାର’ରେ କହିଛନ୍ତି ଯେ, ” ଶ୍ରେୟସ ଆୟରଙ୍କୁ ୨୦ ଜଣିଆ ଦଳରେ ସାମିଲ ନକରିବାର କାରଣ କ’ଣ ହୋଇପାରେ, ମୁଁ ତାହା ମୁଁ ବୁଝିପାରୁନାହିଁ। ମୁଁ ଚୂଡ଼ାନ୍ତ ୧୫ ଜଣଙ୍କ ବିଷୟରେ କହୁନାହିଁ, ବରଂ ୨୦ ଜଣଙ୍କ ବିଷୟରେ କହୁଛି, ଯାହା ସ୍ପଷ୍ଟ ଭାବରେ ବାର୍ତ୍ତା ଦେଉଛି ଯେ, ଶ୍ରେୟସ ଆୟର ଚୟନକାରୀଙ୍କ ଯୋଜନାରେ ନାହାନ୍ତି, ଅତି କମରେ ଟି୨୦ ଫର୍ମାଟ ଦୃଷ୍ଟିକୋଣରୁ ନୁହେଁ।” ଚୟନକାରୀମାନେ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲଙ୍କୁ ଏସିଆ କପ୍ ଦଳରେ ସାମିଲ କରିଛନ୍ତି। ଶୁଭମନ ଗିଲ୍ ଜୁଲାଇ ୨୦୨୪ ପରଠାରୁ ଟି୨୦ ମ୍ୟାଚ୍ ଖେଳି ନାହାଁନ୍ତି। ଏପରି…
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ଜଣେ ଛାତ୍ରର ହତ୍ୟା ପରେ ବହୁତ ଉତ୍ତେଜନା ପ୍ରକାଶ ପାଇଛି। ମଙ୍ଗଳବାର (୧୯ ଅଗଷ୍ଟ) ଦିନ ଅହମ୍ମଦାବାଦର ଖୋକରା ଅଞ୍ଚଳରେ ଅବସ୍ଥିତ ସେଭେନ୍ଥ-ଡେ ସ୍କୁଲରେ ଜଣେ ୮ମ ଶ୍ରେଣୀ ଛାତ୍ର ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କରିଛି। ସାମାନ୍ୟ ଝଗଡ଼ାରୁ ଆରମ୍ଭ ହୋଇଥିବା ବିବାଦ ଏତେ ବଢ଼ିଗଲା ଯେ, ଛାତ୍ରଜଣଙ୍କ ସ୍କୁଲ ବାହାରେ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା। ଏହା ପରେ, ଗୁରୁତର ଆହତ ଛାତ୍ରଙ୍କୁ ତୁରନ୍ତ ମଣିନଗରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ସ୍କୁଲରେ ଭଙ୍ଗାରୁଜା କରିଛନ୍ତି: କ୍ରୋଧିତ ଲୋକମାନେ ବହୁ ସଂଖ୍ୟାରେ ସ୍କୁଲରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ସ୍କୁଲରେ ପ୍ରବେଶ କରି ଯିଏ ସାମ୍ନାକୁ ଆସୁଥିଲା ତାଙ୍କୁ ଆକ୍ରମଣ କରିଥିଲେ। ପାର୍କିଂ ସ୍ଥାନରେ ରଖାଯାଇଥିବା ବସ୍, କାର ଏବଂ ମୋଟରସାଇକେଲ ଭଙ୍ଗାରୁଜା କରାଯାଇଥିଲା।…
ନୂଆଦିଲ୍ଲୀ: NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପ୍ରସ୍ତାବକ ହୋଇଛନ୍ତି। ରାଧାକୃଷ୍ଣନଙ୍କ ସହିତ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ବହୁ ସାଂସଦ ନାମାଙ୍କନ ପତ୍ର ଦାଖଲ କରିବାକୁ ପହଞ୍ଚିଥିଲେ।
ନୂଆଦିଲ୍ଲୀ: ଯଦି ଆପଣ ଏକ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ପାଇବାକୁ ଯୋଜନା କରୁଛନ୍ତି, ତେବେ ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ଆପଣଙ୍କ ପାଇଁ ଏକ ବଡ ଅଫର୍ ଆଣିଛି। କମ୍ପାନୀ ଏହାର 1Gbps ସ୍ପିଡ୍ ପ୍ଲାନରେ 6,000 ଟଙ୍କାର ରିହାତି ଦେଉଛି। ସ୍ୱାଧୀନତା ଦିବସ ଅବସରରେ ଅଣାଯାଇଥିବା ଏହି ପ୍ଲାନଟି ସୀମିତ ସମୟ ପାଇଁ ଉପଲବ୍ଧ। ଏପରି ପରିସ୍ଥିତିରେ ଯଦି ଆପଣ ଆପଣଙ୍କ ଘର, ଅଫିସ୍ କିମ୍ବା ଅନ୍ୟ କୌଣସି ସ୍ଥାନ ପାଇଁ ଏକ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ପାଇବାକୁ ଚାହୁଁଛନ୍ତି, ତେବେ ଏହି ପ୍ଲାନଟି ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଏହିପରି ଆପଣଙ୍କୁ ରିହାତିର ଲାଭ ମିଳିବ BSNL ସ୍ୱାଧୀନତା ଦିବସ ଅବସରରେ ଏହାର ଫାଇବର ରୁବି OTT ପ୍ଲାନ ଘୋଷଣା କରିଛି। ଏହି 1Gbps ସ୍ପିଡ୍ ପ୍ଲାନର ପ୍ରକୃତ ମୂଲ୍ୟ 4,799 ଟଙ୍କା। ଏଥିରେ ମୋଟ 9500 GB ଡାଟା ପ୍ରଦାନ କରାଯାଉଛି।…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯାଉଛନ୍ତି। ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀଙ୍କୁ ଗମ୍ଭୀର ଅପରାଧିକ ମାମଲାରେ ଗିରଫ କରାଯାଏ, ତେବେ ତାଙ୍କୁ ପଦରୁ ହଟାଇ ଦିଆଯାଇପାରିବ। ବିଲ୍ ମାଧ୍ୟମରେ ସରକାର ଏ ସମ୍ପର୍କରେ ଏକ ଆଇନ କରିବାକୁ ଯାଉଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ୨୦୨୫, ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ତିନୋଟି ବିଲ୍ ର ପ୍ରସ୍ତାବ ଉପସ୍ଥାପନ କରିବେ। ଏହି ବିଲ୍ ରେ ଏକ ବ୍ୟବସ୍ଥା ଅଛି ଯେ, ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ୫5 ବର୍ଷ ପାଇଁ ଜେଲ୍ ହୁଏ, ତେବେ ତାଙ୍କୁ ଗିରଫଦାରୀର ୩୧ ତମ ଦିନରେ ପଦରୁ ହଟାଇ ଦିଆଯାଇପାରିବ। ଏବେ ତିନୋଟି ବିଲ୍ ବିଷୟରେ…

