Author: SM Network

ନୂଆଦିଲ୍ଲୀ: ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ଜାତୀୟ ସମ୍ମାନ – “ଦି ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍” ସମ୍ମାନରେ ସମ୍ମାନୀତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ବିଶିଷ୍ଟ ସମ୍ମାନ ପାଇଁ ରାଷ୍ଟ୍ରପତି, ସରକାର ଏବଂ ବ୍ରାଜିଲର ଜନସାଧାରଣଙ୍କ ପ୍ରତି ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୁରସ୍କାର ଗ୍ରହଣ କରି ସେ ଉଲ୍ଲେଖ କରିଛନ୍ତି ଯେ, ଏହି ସମ୍ମାନ ଭାରତର ୧.୪ ବିଲିୟନ ଜନସାଧାରଣଙ୍କ ପ୍ରତି ଏବଂ ଭାରତ ଓ ବ୍ରାଜିଲ ମଧ୍ୟରେ ଥିବା ସ୍ଥାୟୀ ତଥା ନିବିଡ଼ ବନ୍ଧୁତ୍ୱ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରପତି ଲୁଲା ଭାରତ-ବ୍ରାଜିଲ ରଣନୈତିକ ସହଭାଗୀତାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଏବଂ ଏହି ପୁରସ୍କାର ଦ୍ୱିପାକ୍ଷିକ ସମ୍ପର୍କକୁ ଶୀର୍ଷ ଶିଖରରେ ପହଞ୍ଚାଇବା ପାଇଁ ତାଙ୍କର ଅକ୍ଳାନ୍ତ…

Read More

ଭୁବନେଶ୍ୱର: ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଶକ୍ତି ଭାବେ ଭାରତ ଉଭା ହୋଇଥିବା ବେଳେ ଏହାର ଆନୁଷ୍ଠାନିକ ସ୍ଥିତିକୁ ସୁଦୃଢ଼ କରିବା ସହ ବିକଶିତ ଦେଶଗୁଡ଼ିକ ଅବଲମ୍ବନ କରୁଥିବା ଆନ୍ତର୍ଜାତିକ ମାନକୁ ଅନୁଶୀଳନ କରିବା ଆବଶ୍ୟକ ବୋଲି ଜଣେ ବିଶିଷ୍ଟ ବିଶେଷଜ୍ଞ କହିଛନ୍ତି। ଭାରତୀୟ ବଜାରର ସଫଳତା ସ୍ପଷ୍ଟ ବାରି ହୋଇପାରୁଥିବା ବେଳେ ଆମର ଆନୁଷ୍ଠାନିକ ସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡ (ଆଇଆଇଏଫ୍‌ଟି)ର ଅର୍ଥନୈତିକ ଶାଖାର ପ୍ରଫେସର ତଥା ମୁଖ୍ୟ ଡକ୍ଟର ବସନ୍ତ କୁମାର ସାହୁ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ଆୟୋଜିତ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମରେ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ପ୍ରଫେସର ସାହୁ। ଆଇବିସିଏସ୍ ପକ୍ଷରୁ ଆୟୋଜିତ ଏଫଡିପିର ଶୀର୍ଷକ ଥିଲା ‘ଭାରତର…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକରେ କିଛିଦିନ ହେଲା ଲଗାଣ ବର୍ଷା ହେବା ଯୋଗୁଁ ବିଭିନ୍ନ ଗ୍ରାମର ଜନସାଧାରଣ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରେଢ଼ାଖୋଲ ବ୍ଲକର କିଛି ଉତ୍ସାହି ଯୁବକ ସେଇ ଅଂଚଳକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରି ଉଦାହରଣ ପାଲଟିଛନ୍ତି। ରେଢ଼ାଖୋଲ ବ୍ଲକ ଚାରମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ଏହି ସ୍ବେଛାସେବୀ ମାନେ ଅସହାୟ, ଦୁଃଖୀ, ଗରିବ, ବୁଦ୍ଧ, ବୃଦ୍ଧା, ରୋଗୀ, ମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କିଛି ଯୁବକ। ଏହି ମହତ କାର୍ଯ୍ୟରେ କ୍ଷମାସାଗର ସ୍ୱାଇଁ, ବିଦ୍ୟାଧର ମାଝୀ, ନିରୋଜ ପ୍ରଧାନ ମିଳିତ ଉଦ୍ୟମରେ ଚୁଡା ,ଚିନି, ମିକ୍ସଚର, ବିସ୍କୁଟ, ସାମଗ୍ରୀ ଆଦି ବଣ୍ଟନ କରିଥିଲେ।

Read More

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୧୦ ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ସଂଶୋଧନ) ଅଧିନିୟମ, ୨୦୨୫ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ନୂତନ ସଂଶୋଧନ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ କରିବାକୁ ଚେଷ୍ଟା କରାଯିବ। ପରବର୍ତ୍ତୀ ଶ୍ରେଣୀକୁ ଯିବା ପୂର୍ବରୁ ଛାତ୍ରଟିଏ ଯେପରି ତାହାର ମୌଳିକ ଶିକ୍ଷାସ୍ତର ହାସିଲ୍ କରିପାରିବ ସେ ନେଇ ପ୍ରୟାସ କରାଯାଇଛି। ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବେ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ। ଯଦି କୌଣସି ପିଲା ଏହି ପରୀକ୍ଷାରେ ବିଫଳ ହୁଏ, ତେବେ ଫଳାଫଳ ଘୋଷଣାର ଦୁଇ ମାସ ମଧ୍ୟରେ ପୁନଃପରୀକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯିବ। ପୁନଃପରୀକ୍ଷା ପରେ ମଧ୍ୟ ଆବଶ୍ୟକୀୟ…

Read More

ନୂଆଦିଲ୍ଲୀ: ଅନେକ ଲୋକଙ୍କ ସମସ୍ୟା ହେଉଛି ଯେ, ଯଦି ଆକାଉଣ୍ଟରେ ଟଙ୍କା ନାହିଁ, ତେବେ ବ୍ୟାଙ୍କ ଦ୍ୱାରା ହାରାହାରି ସର୍ବନିମ୍ନ ବାଲାନ୍ସ ଚାର୍ଜ କାଟି ନିଆଯାଏ। କିନ୍ତୁ ଏବେ ସଞ୍ଚୟ ଖାତାର ଗ୍ରାହକମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସମ୍ପ୍ରତି SBI ସମେତ ଛଅଟି ବଡ଼ ବ୍ୟାଙ୍କ ହାରାହାରି ମାସିକ ବାଲାନ୍ସ ଭାବରେ ଲାଗୁ ହେଉଥିବା ଚାର୍ଜକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କରିଦେଇଛନ୍ତି। ଅର୍ଥାତ୍ ବର୍ତ୍ତମାନ ଯଦି ଆପଣଙ୍କ ଆକାଉଣ୍ଟ ଖାଲି ରହିଥାଏ, ତେବେ ବ୍ୟାଙ୍କ ଦ୍ୱାରା କୌଣସି ଚାର୍ଜ କାଟି ଦିଆଯିବ ନାହିଁ। ପ୍ରକାଶ ଯେ, ବ୍ୟାଙ୍କଗୁଡ଼ିକ ଏବେ ସର୍ବନିମ୍ନ ବାଲାନ୍ସ ଚାର୍ଜକୁ ସମାପ୍ତ କରିଦେଇଛନ୍ତି- ୧- ବ୍ୟାଙ୍କ ଅଫ୍ ବରୋଦା ବ୍ୟାଙ୍କ ଅଫ୍ ବରୋଦା ୧ ଜୁଲାଇ, ୨୦୨୫ ରୁ ସର୍ବନିମ୍ନ ବାଲାନ୍ସ ସର୍ତ୍ତାବଳୀ ପୂରଣ ନକରିବା ପାଇଁ ସମସ୍ତ ମାନକ ସଞ୍ଚୟ ଖାତା ଉପରେ ଲାଗୁ ହେଉଥିବା ଚାର୍ଜକୁ ସମାପ୍ତ କରିଦେଇଛି। ତଥାପି ପ୍ରିମିୟମ୍ ସଞ୍ଚୟ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଛତ୍ରପୁର ଜାତୀୟ ରାଜପଥରେ ଚଢ଼ାଉ କରି ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଗାଡ଼ିରୁ ଏତେ ପରିମାଣର ଟଙ୍କା ଜବତ ପରେ ଅଧିକ ତଦନ୍ତ ଜାରି ରହିଛି।

Read More

ଭୁବନେଶ୍ଵର: ଭାରତର ମତ୍ସ୍ୟ ଚାଷୀମାନେ ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା, ମତ୍ସ୍ୟ ଆଧାରିତ ପୁଷ୍ଟିସାରର ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ଗ୍ରାମୀଣ ନିଯୁକ୍ତିକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି। ଏମାନଙ୍କର ଅତୁଟ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ଲାଗି ପ୍ରତ୍ୟେକ ବର୍ଷ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଇଥାଏ। ସେମାନଙ୍କର ପ୍ରୟାସ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ କରିବା ସହ ଦେଶର ଦୀର୍ଘସ୍ଥାୟୀ ଜଳକୃଷି ଏବଂ ଏକ ସମୃଦ୍ଧ ନୀଳ ଅର୍ଥବ୍ୟବସ୍ଥାର ସଂକଳ୍ପକୁ ସାକାର କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଏ। ମତ୍ସ୍ୟ ବୈଜ୍ଞାନିକ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କ ସହଯୋଗୀ ଡକ୍ଟର କେ.ଏଚ ଅଲିକୁହ୍ନୀ ୧୯୫୭ ମସିହାରେ ହାଇପୋଫିସେସନ ଜ୍ଞାନକୌଶଳ ମାଧ୍ୟମରେ ଭାରତୀୟ ମେଜର୍‌ କାର୍ପ (ରୋହୀ ଓ ଭାକୁର ପ୍ରଜାତିର ମାଛ)ଙ୍କ ଠାରେ କୃତ୍ରିମ ପ୍ରଜନନ କରାଇବାରେ ସଫଳତା ହାସଲ କରିଥିଲେ। ଏହାଦ୍ୱାରା ଅନ୍ତର୍ଦେଶୀୟ ଜଳଜ କୃଷି କ୍ଷେତ୍ରରେ…

Read More

ନୂଆଦିଲ୍ଲୀ: ଆମେରିକା ବାୟୁସେନା ମାର୍ଚ୍ଚ-୨୦୨୫ ରେ ବୋଇଂ କମ୍ପାନୀ ସହିତ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଛି ଏବଂ ପରବର୍ତ୍ତୀ ପିଢ଼ିର ଲଢ଼ୁଆ ବିମାନ ଏଫ-୪୭ ଅର୍ଡର କରିଛି। ଏହା ଆମେରିକାର ଷଷ୍ଠ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ ହେବ, ଯାହାକୁ ଏଫ-୨୨ ପରି ପୂର୍ବରୁ ଥିବା ଲଢ଼ୁଆ ବିମାନ ସ୍ଥାନରେ ନିୟୋଜିତ କରାଯିବ। ଏହି ଚୁକ୍ତିକୁ ବୋଇଂ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି, କାରଣ ଲକହିଡ୍ ମାର୍ଟିନ୍ ଗତ ଦୁଇ ଦଶନ୍ଧି ଧରି ଏହି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଆସିଛି। ଏଫ-୨୨ ଏବଂ ଏଫ-୩୫ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଲକହିଡ୍ ମାର୍ଟିନ୍ ର ଉପହାର। ତଥାପି ଆମେରିକା ପ୍ରତିରକ୍ଷା ବିଭାଗ ଏହି ନୂତନ ଚୁକ୍ତିର ମୂଲ୍ୟ ପ୍ରକାଶ କରିନାହିଁ। ଲଢ଼ୁଆ ବିମାନ ଏଫ-୪୭ କାହିଁକି ସ୍ୱତନ୍ତ୍ର? ଏଫ-୪୭ ଏକ କ୍ଲିନ୍ ସିଟ୍ ଡିଜାଇନ୍ ସହିତ ପ୍ରସ୍ତୁତ କରାଯାଉଛି, ଅର୍ଥାତ୍ ଏହା ଏକ ସମ୍ପୂର୍ଣ୍ଣ ନୂତନ…

Read More

ପୁରୀ: ପବିତ୍ର ରଥଯାତ୍ରାରେ ଅନ୍ନ ସେବା ଠାରୁ ସୁରକ୍ଷା ଯାଏଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ପୋଲିସ ତଥା କର୍ତ୍ତବ୍ୟରତ କର୍ମଚାରୀଙ୍କୁ ୧୩ ଦିନ ବ୍ୟାପୀ ପୁଷ୍ଟିକର ଏବଂ ଗରମ ଭୋଜନ ବିତରଣ ସମେତ ବିବିଧ ସେବା ପ୍ରଦାନର ସୁଯୋଗ ଦେଇଥିବାରୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଜୁନ ୨୬ ତାରିଖରୁ ଆରମ୍ଭ ହୋଇଥିବା ରିଲାଏନ୍ସର ଏହି ୧୩ ଦିନ ବ୍ୟାପୀ ଅନ୍ନ ସେବା ଜୁଲାଇ ୮, ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଉଭୟ ମଧ୍ୟାହ୍ନ ଏଵଂ ସନ୍ଧ୍ୟାରେ ପୁରୀରେ ପ୍ରମୁଖ ସ୍ଥାନଗୁଡିକରେ ଲକ୍ଷ ଲକ୍ଷ ଭକ୍ତ ଏବଂ ପୋଲିସ କର୍ମଚାରୀଙ୍କୁ ପୁଷ୍ଟିକର ଗରମ ଭୋଜନ ପରିବେଷଣ କରିଛି। ଏଥିସହିତ ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀମାନଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ, ରିଲାଏନ୍ସ ପକ୍ଷରୁ ପରିବେଶ ଅନୁକୂଳ ସାମଗ୍ରୀରେ ତିଆରି ଦେଢ଼ ଲକ୍ଷରୁ ଅଧିକ ହାତପଙ୍ଖା ବା ବିଞ୍ଚଣା ବିତରଣ କରାଯାଇଛି। ରଥଯାତ୍ରା ପାଇଁ…

Read More

ନୂଆଦିଲ୍ଲୀ: ସିବିଆଇକୁ ଏକ ବଡ଼ ସଫଳତା ମିଳିଛି। ପ୍ରାୟ ୨୩ ବର୍ଷ ଧରି ପଳାତକ ଥିବା ଅଭିଯୁକ୍ତ ମୋନିକା କପୁରଙ୍କୁ ଆମେରିକାରୁ ହେପାଜତରେ ଭାରତ ଅଣାଯାଉଛି। ଏହି କାର୍ଯ୍ୟ ୯ ଜୁଲାଇ ୨୦୨୫ରେ ସମାପ୍ତ ହୋଇଥିଲା। ୨୦୦୨ ମସିହାର ଆମଦାନୀ-ରପ୍ତାନି ଠକେଇ ମାମଲାରେ ମୋନିକା କପୁର ମୁଖ୍ୟ ଅଭିଯୁକ୍ତ ଥିଲେ। ମୋନିକା ଓଭରସିଜର ମାଲିକ ମୋନିକା କପୁର, ତାଙ୍କ ଦୁଇ ଭାଇ ରାଜନ ଖାନ୍ନା ଏବଂ ରାଜୀବ ଖାନ୍ନାଙ୍କ ସହିତ ମିଶି ଜାଲ୍ ରପ୍ତାନି ଡକ୍ୟୁମେଣ୍ଟ ଯେପରିକି ସିପିଂ ବିଲ୍, ଇନଭଏସ୍ ଏବଂ ବ୍ୟାଙ୍କ ସାର୍ଟିଫିକେଟ୍ ପ୍ରସ୍ତୁତ କରିଥିଲେ। ଏହି ନକଲି ଡକ୍ୟୁମେଣ୍ଟ ଆଧାରରେ, ସେମାନେ ୧୯୯୮ ମସିହାରେ ୬ଟି ରିପ୍ଲେନିସମେଣ୍ଟ ଲାଇସେନ୍ସ ପାଇଥିଲେ, ଯାହା ସାହାଯ୍ୟରେ ୨.୩୬ କୋଟି ଟଙ୍କାର ଡ୍ୟୁଟି-ଫ୍ରି ସୁନା ଅର୍ଡର କରାଯାଇଥିଲା। ଏହା ପରେ ଏହି ଲାଇସେନ୍ସଗୁଡ଼ିକୁ ଅହମ୍ମଦାବାଦର କମ୍ପାନୀ ଡିପ୍ ଏକ୍ସପୋର୍ଟସକୁ ପ୍ରିମିୟମ୍ ରେ ବିକ୍ରି କରାଯାଇଥିଲା। ଡିପ୍ ଏକ୍ସପୋର୍ଟସ ସେଗୁଡ଼ିକୁ ସୁନା ଆମଦାନୀ…

Read More

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ପ୍ରତିଷ୍ଠାନ (ସିଫା) ପରିସରରେ ଆସନ୍ତା ୧୦ ତାରିଖରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜନ କରାଯିବ। ଭାରତ ସରକାରଙ୍କ ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି କରାଯାଇଛି। ଏହି ଐତିହାସିକ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମତ୍ସ୍ୟଚାଷ ଏବଂ ଜଳଜ କୃଷି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ଆଲୋକପାତ କରିବା ସହିତ ନୀଳ ବିପ୍ଳବ ପ୍ରତି ସରକାରଙ୍କ ନୂତନ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଆଇସିଏଆର-ସିଫା, ଏନଏଫଡିବି ଏବଂ ମନ୍ତ୍ରଣାଳୟ ପକ୍ଷରୁ ନିରନ୍ତର ଭାବେ କାର୍ଯ୍ୟ କରାଯାଉଛି। କାର୍ଯ୍ୟକ୍ରମରେ ମତ୍ସ୍ୟଚାଷୀ, ଉଦ୍ୟୋଗ, ମହିଳା ମତ୍ସ୍ୟଜୀବୀ ଗୋଷ୍ଠୀ ଏବଂ ନୀତି ନିର୍ଦ୍ଧାରକଙ୍କ ସମେତ ୧,୫୦୦ରୁ ଅଧିକ ଅଂଶୀଦାର ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ମାଛ ଚାଷୀ ଉତ୍ପାଦକ ସଂଗଠନ (ଏଫଏଫପିଓ), ମତ୍ସ୍ୟଚାଷ ଷ୍ଟାର୍ଟ-ଅପ୍ ଏବଂ ଜନ ସମୂଦାୟ…

Read More

ନୂଆଦିଲ୍ଲୀ: ଆଜି ୯ ଜୁଲାଇରେ ସାରା ଦେଶରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ। ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ କୃଷକ ସଂଗଠନର ମିଳିତ ମଞ୍ଚ ଡାକରାରେ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରତିବାଦକାରୀ ସଂଗଠନଗୁଡ଼ିକ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରୁଛନ୍ତି, ଯାହାକୁ ସେମାନେ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ କର୍ପୋରେଟ୍ ସମର୍ଥକ ବୋଲି ବିବେଚନା କରନ୍ତି। ଏହି ଧର୍ମଘଟରେ କିଏ ଅଂଶଗ୍ରହଣ କରୁଛନ୍ତି? ବ୍ୟାଙ୍କିଂ, ପରିବହନ, ଡାକ ସେବା, କୋଇଲା ଖଣି ଏବଂ ନିର୍ମାଣ କ୍ଷେତ୍ରର ପ୍ରାୟ ୨୫ କୋଟି କର୍ମଚାରୀ ଏବଂ ଗ୍ରାମୀଣ ଶ୍ରମିକ ଏହି ଧର୍ମଘଟରେ ଅଂଶଗ୍ରହଣ କରୁଛନ୍ତି। ଏହା ଅନେକ ରାଜ୍ୟରେ ସାଧାରଣ ସେବାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। କ’ଣ ଖୋଲା ଏବଂ ବନ୍ଦ ରହିବ? ସ୍କୁଲ, କଲେଜ ଏବଂ ବେସରକାରୀ କାର୍ଯ୍ୟାଳୟ ସାଧାରଣତଃ ଖୋଲା ରହିବ ବୋଲି ଆଶା କରାଯାଉଛି, କିନ୍ତୁ ପରିବହନ, ବ୍ୟାଙ୍କ ଏବଂ ଡାକ…

Read More

ନୂଆଦିଲ୍ଲୀ: ଭାରତ ତାର ଡିଜିଟାଲ ପ୍ରଶାସନ ଯାତ୍ରାକୁ ତ୍ୱରାନ୍ୱିତ କରୁଥିବାବେଳେ, ନାଗରିକମାନଙ୍କ ସହିତ ସେମାନଙ୍କର ନିଜ ଭାଷାରେ ତୁରନ୍ତ ଏବଂ ପ୍ରଭାବଶାଳୀ ଭାବେ ଯୋଗାଯୋଗ କରିବାର କ୍ଷମତା ଏବେ ପୂର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପାରମ୍ପରିକ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି ପଦ୍ଧତି ଆଜି ସାର୍ବଜନୀନ ପ୍ରଚାର ପାଇଁ ଆବଶ୍ୟକ ବିଶାଳତା, ଗତି ଏବଂ ବିବିଧତା ସହିତ ତାଳ ଦେବାରେ ସକ୍ଷମ ହୋଇପାରୁନି। ଭାରତ ସରକାରଙ୍କର ସମାବେଶୀ, ପ୍ରଯୁକ୍ତିଗତ ଯୋଗାଯୋଗ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ, ଭାଷାଗତ ବିଭେଦକୁ ଦୂର କରିବା ଏବଂ ଦେଶରେ ଶେଷ ମାଇଲ ପର୍ଯ୍ୟନ୍ତ ସୂଚନା ପହଞ୍ଚାଇବା ପାଇଁ ଏଆଇ-ଆଧାରିତ ସମାଧାନକୁ ଗ୍ରହଣ କରିବା ପାଇଁ ଏକ ଦୃଢ଼ ପ୍ରୟାସ ଚାଲିଛି। କଳା ସେତୁ: ଭାରତ ପାଇଁ ରିଅଲ-ଟାଇମ ଭାଷା ଟେକ୍ନୋଲୋଜି : ସମାବେଶୀ ଯୋଗାଯୋଗ ପାଇଁ ଏଆଇ ଶକ୍ତିର ଉପଯୋଗ କରିବା  ପାଇଁ ଏକ ରଣନୀତିକ ପ୍ରୟାସ ସ୍ୱରୂପ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତାଙ୍କର ଓ୍ଵେଭଏକ୍ସ ଷ୍ଟାର୍ଟଅପ…

Read More

ଭୁବନେଶ୍ଵର: ଏକକାଳୀନ ଦୁଇବର୍ଷର ରିନୁଆଲ୍ ରିକଗ୍‌ନିସନ୍ ଫି ପୈଠ କରିବା ପାଇଁ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉକ୍ତ ରାଶିକୁ ସୀମିତ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶନାମା ପ୍ରକାଶ କରାଯାଉ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି। ପ୍ରକାଶଥାଉକି, ଗତ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫରୁ ବିଜ୍ଞାପନ ଜରିଆରେ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କୁ  ୨୦୨୪-୨୫ ଓ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟମାନଙ୍କ ସ୍ୱୀକୃତି ନବୀକରଣ ନିମିତ୍ତ ବର୍ଷ ପ୍ରତି ଚାରି ହଜାର(୪୦୦୦/-) ଟଙ୍କା ଧାର୍ଯ୍ୟ କରାଯାଇଛି। ଚାରି ହଜାର କରି ଦୁଇ ବର୍ଷ ନିମିତ୍ତ ମୋଟ୍ ଆଠ ହଜାର(୮୦୦୦/-) ଟଙ୍କା ଜମା ସହିତ ସମସ୍ତ କାଗଜ ପତ୍ର, କମ୍ପ୍ୟୁଟର ଜରିଆରେ ମକ୍ଟକ୍ଟ୍ରଚ୍ଚ ପେଷ୍ଟ କରି ନବୀକରଣ ଫର୍ମ…

Read More

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ହଜ୍ କମିଟି, ମୁସଲମାନ ସମ୍ପ୍ରଦାୟ ପାଇଁ ପବିତ୍ର ତୀର୍ଥଯାତ୍ରା ହଜ ୨୦୨୬ ପାଇଁ ଆନୁଷ୍ଠାନିକ ଭାବରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଇଚ୍ଛୁକ ତୀର୍ଥଯାତ୍ରୀମାନେ ସରକାରୀ ହଜ ପୋର୍ଟାଲ https://hajcommittee.gov.in ମାଧ୍ୟମରେ କିମ୍ବା ଆଇଓଏ ଏବଂ ଆଣ୍ଡ୍ରଏଡ୍ ଉଭୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ “ହଜ ସୁବିଧା” ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଅନ୍‌ଲାଇନ ଆବେଦନ ୱିଣ୍ଡୋ ୧୭ ଜୁଲାଇ ୨୦୨୫ ରୁ ୩୧ ଜୁଲାଇ ୨୦୨୫ (ରାତି ୧୧:୫୯) ପର୍ଯ୍ୟନ୍ତ ଖୋଲା ରହିବ। ଆବେଦନକାରୀମାନଙ୍କୁ ସେମାନଙ୍କର ଫର୍ମ ଦାଖଲ କରିବା ପୂର୍ବରୁ ନିର୍ଦ୍ଦେଶାବଳୀ ଏବଂ ଅଣ୍ଡରଟେକିଂ ଭଲ ଭାବରେ ପଢ଼ିବାକୁ ପଡିବ। ଆବେଦନର ଶେଷ ତାରିଖ କିମ୍ବା ପୂର୍ବରୁ ଜାରି ହୋଇଥିବା ଏକ ମେସିନ ପଠନଯୋଗ୍ୟ ଭାରତୀୟ ଅନ୍ତର୍ଜାତୀୟ ପାସପୋର୍ଟ ରଖିବା ବାଧ୍ୟତାମୂଳକ ଏବଂ ଏହା ଅତି କମରେ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ବୈଧ ଥିବା ଆବଶ୍ୟକ। ଆବେଦନକାରୀମାନଙ୍କୁ ଆବେଦନ କରିବା ପୂର୍ବରୁ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୈନ ଠାରେ ଏକ ନୂଆ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରସାରଣ ଭିତ୍ତିଭୂମି ଓ ନେଟୱର୍କ ବିକାଶ (ବିଆଇଏନଡି) ଯୋଜନାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ। ନୂଆଦିଲ୍ଲୀରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ଏଲ. ମୁରଗନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ। ଏହି ବୈଠକରେ ମଧ୍ୟପ୍ରଦେଶରେ ବର୍ତ୍ତମାନ ଜାରି ରହିଥିବା ଏବଂ ଭବିଷ୍ୟତର ବିକାଶ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଗଣମାଧ୍ୟମ ପ୍ରସାରଣ, ସାଧାରଣ ଯୋଗାଯୋଗ ଓ ପ୍ରସାରଣ ଭିତ୍ତିଭୂମି ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ନେତାମାନେ ଆଲୋଚନା କରିଥିଲେ। ଆକାଶବାଣୀ ଏବଂ ଦୂରଦର୍ଶନ ଭଳି କେନ୍ଦ୍ରୀୟ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କିପରି ମଧ୍ୟପ୍ରଦେଶର ବିକାଶ କାହାଣୀକୁ ଆହୁରି ପ୍ରସାରିତ କରିପାରିବେ ସେ ବିଷୟରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଉଜ୍ଜୈନ ଠାରେ ବିଆଇଏନଡି ଯୋଜନା ଅଧୀନରେ…

Read More

ମିରଟ: ବିଶ୍ୱ ଖାଦ୍ୟ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ମଧ୍ୟରେ ରାସାୟନିକ ମୁକ୍ତ, ଜୈବିକ କୃଷି ଆପଣାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ଖେତରୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଆଜିର ସମୟର ଆବଶ୍ୟକତା। ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ୍ ହବ୍ ନିଶ୍ଚିତ ଭାବରେ ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଏବଂ ଗତି ପ୍ରଦାନ କରିବ ବୋଲି ମଙ୍ଗଳବାର ଏହାକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ମଙ୍ଗଳବାର ମିରଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ ହବର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ବିକଶିତ ଗ୍ରାମ ଏବଂ ଚାଷୀଙ୍କ ସମୃଦ୍ଧି ବିନା ବିକଶିତ ଭାରତର କଳ୍ପନା କରିହେବ ନାହିଁ। ଆଜିର କାର୍ଯ୍ୟକ୍ରମ ସେହି ଦିଗରେ ଏକ ଐତିହାସିକ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ…

Read More

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଭବ୍ୟ ସମାରୋହକୁ ଜଗତ୍‌.ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ପ୍ରଜ୍ୱଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ‘ନିଷ୍ଠା ଓ ଏକାଗ୍ରତା ସଫଳତାର ମୂଳମନ୍ତ୍ର’ ଏହାକୁ ଆଧାର କରି ବିଦ୍ୟାର୍ଥୀମାନେ ସମାଜରେ ନିଜକୁ ପ୍ରତିଷ୍ଠା କରିପାରିବେ ବୋଲି ନିଜର ଅଭିଭାଷଣରେ କହିଥିବା ବେଳେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ମାତାପିତା, ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପାସୋରି ନ ଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପ୍ରାତଃ ପର୍ଯ୍ୟାୟର ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସମୂହଗାନ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ସ୍ୱାଗତ ପରିଚୟ ପ୍ରଦାନ କରିବା ସହ ମାନବିକ ମୂଲ୍ୟବୋଧକୁ ରକ୍ଷା କରି ସମାଜରେ ଅଗ୍ରଣୀସ୍ଥାନ ଗ୍ରହଣ କରିବା…

Read More

ରଣପୁର: ଓଡିଶା ଡ୍ରାଇଭର ମହାସଂଘ ବିଭିନ୍ନ ଦାବିନେଇ ରାଜ୍ୟ ବ୍ୟାପି ଧାରଣା ନିଷ୍ପତ୍ତିକୁ ସମର୍ଥନ ଜଣାଇ ରଣପୁର ଡ୍ରାଇଭର ସଂଘ ତରଫରୁ କରଡ଼ାପଲ୍ଲୀ ଛକ ନିକଟରେ ଧାରଣା ଦିଆଯାଇଥିବା ଜଣାଯାଇଛି। ସାତ ଦଫା ଦାବି ସମ୍ବଳିତ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଏହି ଧାରଣା ରଣପୁରରେ ଜାରି ରହିଛି। ରଣପୁର ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କ ସହ ସଂଘର ସମସ୍ତ ସଦସ୍ୟ ଏହି ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ଜଣାଯାଇଛି।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍. ବାଜୱା, ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସମର୍ପଣ ପାଇଁ ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି କର୍ମଚାରୀଙ୍କ ଦ୍ରୁତ ପଦକ୍ଷେପ, ବୈଷୟିକ ଜ୍ଞାନ ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ଟ୍ରେନଗୁଡ଼ିକର ପରିଚାଳନା ସୁଗମ ହୋଇଥିଲା ଏବଂ ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିଛି। ଏହି ଚାରି ଜଣ ରେଳ କର୍ମଚାରୀ ହେଲେ ସୁଧାଂଶୁ ସ୍ୱାଇଁ, ଟିପିଏମଏ / କଟକ, ଅଭିମନ୍ୟୁ ଦଳେଇ, ଟିପିଏମଏ / ଯଖପୁରା, ପି. ଶ୍ରୀନିବାସ ରାଓ, ଲୋକୋ ପାଇଲଟ, ଖୋର୍ଦ୍ଧା ରୋଡ ଏବଂ ଉତ୍ତମ କୁମାର ଦାସ ସିନିୟର ସେକ୍ସନ ଇଞ୍ଜିନିୟର (ଟେକ୍ନିକାଲ), ମେମୁ କାର ଶେଡ, ଖୋର୍ଦ୍ଧା ରୋଡ। ଏହି ସମ୍ବର୍ଦ୍ଧନା ସଭାରେ ଶୁଭ୍ରଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ନମୋନାରାୟଣ ମୀନା, ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ। ଏହି…

Read More

ରଣପୁର: ୭ନୟାଗଡ ଜିଲ୍ଲାର ଆଠଟି ବ୍ଲକ୍ ର ସମସ୍ତ ସାଧନ କେନ୍ଦ୍ର ସଂଯୋଜକମାନଙ୍କୁ ୨୦୨୫ -୨୬ ଶିକ୍ଷା ବର୍ଷର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ନିମନ୍ତେ ନଯାଗଡ ଜିଲ୍ଳା ଶିକ୍ଷକ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରତିଷ୍ଠାନ କେନ୍ଦ୍ରରେ ତାଲିମ ପ୍ରଦାନ କରହାଇଛି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଓ ଧୂପ ଦେଇ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ , ଅନିନ୍ଦିତା ପ୍ରିୟଦର୍ଶିନୀ, ସନ୍ତୋଷ କୁମାର ମହାପାତ୍ର, ମାନସ ରଞ୍ଜନ ସାହୁ ତାଲିମ କାର୍ଯକ୍ରମକୁ ଆରମ୍ଭ କରିଥିଲେ। ପିରାମଲ ଫାଉଣ୍ଡେସନର ଅମନ କୁମାର ମିଶ୍ର  ଓ ଅଙ୍ଗନ ଟ୍ରଷ୍ଟର ସର୍ବେଶ୍ଵର ସାହୁ ପ୍ରମୁଖ ଏହି ତାଲିମରେ ଯୋଗ ଦେଇ ତାଲିମର ଉଦେଶ୍ୟ ଓ ବାଲ୍ୟ ବିବାହର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ତାଲିମ ଶିବିରରେ ସାଧନ କେନ୍ଦ୍ର ସଂଯୋଜକମାନଙ୍କୁ ଶିଶୁବାଟିକା ଶିକ୍ଷକ ସହାୟକ ପୁସ୍ତିକା ଓ କାର୍ଯପୁସ୍ତିକା ବ୍ୟବହାର, ଜୁଲାଇ ମାସର…

Read More