ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମୀକ୍ଷା ବୈଠକ ପୂର୍ବରୁ ଆଜି ପୁରୀରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବାହୁଡା ଯାତ୍ରା ନେଇ ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ବାହୁଡ଼ା ଯାତ୍ରା ସହ ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ଆଦି ନୀତି କିଭଳି ଶୃଙ୍ଖଳିତ ଭାବେ ସଂପନ୍ନ ହେବ ସେ ସମ୍ପର୍କରେ ବିଚାର ବିମର୍ଶ ହୋଇଥିଲା। ସେବାୟତ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା ଉପରେ ଆଇନ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ରଥଯାତ୍ରା ଦିନ ରଥ ଉପରୁ କିଛି ସେବାୟତଙ୍କୁ କାଢି ଦିଆଯିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତି ତିନି ମାସ ଅନ୍ତରରେ ଶ୍ରୀମନ୍ଦିର ନୀତିକାନ୍ତି ନେଇ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରାଯିବ…
Author: SM Network
ଭୁବନେଶ୍ୱର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ 2025-26 ର ପ୍ରଥମ ତ୍ରୈମାସିକରେ ପଣ୍ୟ ପରିବହନରେ ଏକ ଦୃଢ଼ ପ୍ରଦର୍ଶନ ହାସଲ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ପୂର୍ବତଟ ରେଳପଥ 62.2 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ସମାନ ଅବଧିରେ ମୋଟ 68.19 ନିୟୁତ ଟନ୍ ବୋଝେଇ କରିଛି, ଯାହା ପ୍ରଶଂସନୀୟ 9.69% ବୃଦ୍ଧିକୁ ପ୍ରତିଫଳିତ କରୁଅଛି। କେବଳ ଜୁନ୍ 2025 ରେ, ପଣ୍ୟ ପରିବହନ 23.15 ନିୟୁତ ଟନ୍ ରେ ପହଞ୍ଚିଛି ଯାହା 2024 ର ସମାନ ଅବଧି ମଧ୍ୟରେ ପଣ୍ୟ ବୋଝେଇ 21.49 ନିୟୁତ ଟନ୍ ତୁଳନାରେ 7.72% ବୃଦ୍ଧି ପାଇଛି। ପୂର୍ବତଟ ରେଳପଥ ଦ୍ୱାରା ଦୈନିକ ହାରାହାରି ପଣ୍ୟ ପରିବହନ ବର୍ତ୍ତମାନ ପ୍ରାୟ 0.75 ନିୟୁତ ଟନ୍ ରହିଛି ଯାହା…
ଭୁବନେଶ୍ଵର: ଭାରତୀୟ ରେଳ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା ପାଇଁ ନିରନ୍ତର ପଦକ୍ଷେପ ନେଇ ଆସୁଛି। ନୂତନ ପିଢ଼ିର ଟ୍ରେନ ପ୍ରଚଳନ, ଷ୍ଟେସନଗୁଡ଼ିକର ପୁନଃବିକାଶ, ପୁରୁଣା କୋଚଗୁଡ଼ିକୁ ନୂତନ LHB କୋଚରେ ରୂପାନ୍ତରଣ ଏବଂ ଏହିପରି ଅନେକ ପଦକ୍ଷେପ ଗତ ଦଶନ୍ଧିରେ ଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ସେଣ୍ଟର ଫର୍ ରେଲୱେ ଇନଫର୍ମେସନ୍ ସିଷ୍ଟମ୍ସ (CRIS)ର 40ତମ ପ୍ରତିଷ୍ଠା ଦିବସରେ ଏକ ନୂତନ ଆପ୍, RailOne ଉନ୍ମୋଚନ କରିଛନ୍ତି। RailOne ରେଳବାଇ ସହିତ ଯାତ୍ରୀଙ୍କ ପାରସ୍ପରିକ କ୍ରିୟାକୁ ଉନ୍ନତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରେ। ଏହା ଏକ ବ୍ୟାପକ, ଅଲ୍-ଇନ୍-ୱାନ୍ ଆପ୍ଲିକେସନ୍ ଯାହାର ବ୍ୟବହାରକାରୀ-ଅନୁକୂଳ ଇଣ୍ଟରଫେସ୍ ଅଛି। ଏହି ଆପ୍ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର ଏବଂ iOS ଆପ୍ ଷ୍ଟୋରରେ ଡାଉନଲୋଡ୍ ପାଇଁ ଉପଲବ୍ଧ। ଏହା ସମସ୍ତ ଯାତ୍ରୀ ସେବାକୁ ଏକୀକୃତ କରେ ଯେପରିକି: * ଅଣସଂରକ୍ଷିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜାତୀୟ କ୍ରୀଡ଼ା ନୀତି (ଏନଏସପି)୨୦୨୫କୁ ଅନୁମୋଦନ କରାଯାଇଛି। ଦେଶର କ୍ରୀଡ଼ା ପରିଦୃଶ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ କ୍ରୀଡ଼ା ମାଧ୍ୟମରେ ନାଗରିକଙ୍କ ସଶକ୍ତୀକରଣ ଉଦ୍ଦେଶ୍ୟରେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଥିବା ଜାତୀୟ କ୍ରୀଡ଼ା ନୀତି, ୨୦୦୧ ସ୍ଥାନରେ ଏହି ନୂଆ କ୍ରୀଡ଼ା ନୀତି କାର୍ଯ୍ୟକାରୀ ହେବ। ଭାରତକୁ ଏକ ବିଶ୍ୱ କ୍ରୀଡ଼ା ମହାଶକ୍ତି ରୂପେ ପ୍ରତିଷ୍ଠିତ କରିବା ଲାଗି ଏଥିରେ ଦୂରଦୃଷ୍ଟିପୂର୍ଣ୍ଣ ଏବଂ ରଣନୀତିକ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହା ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ସମେତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ସଫଳତା ପାଇଁ ଭାରତକୁ ଏକ ଦୃଢ଼ ଦାବିଦାରରେ ପରିଣତ କରିବ। ୧. ବିଶ୍ୱସ୍ତରରେ ସଫଳତା ଏହି ସ୍ତମ୍ଭର ଲକ୍ଷ୍ୟ ହେଉଛି: ପ୍ରତିଭାର ପ୍ରାରମ୍ଭିକ ଚିହ୍ନଟ ଏବଂ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ସମେତ ତୃଣମୂଳ ସ୍ତରରୁ ଉଚ୍ଚସ୍ତର ସ୍ତର ପର୍ଯ୍ୟନ୍ତ କ୍ରୀଡା କାର୍ଯ୍ୟକ୍ରମକୁ ସୁଦୃଢ଼…
ଭୁବନେଶ୍ଵର: କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ 23ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେଥିମଧ୍ୟରୁ 15ଟି ୱେବସାଇଟ୍ କୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ଚସମୟରେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି। ସାଧାରଣ ଲୋକଙ୍କୁ ଅନଲାଇନ୍ ବୁକିଂ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିବା ନାଁରେ ଠକୁଛନ୍ତି। ଫଳରେ ଅସୁବିଧା ସମୟରେ ଏବଂ କମ ଟଙ୍କାରେ ହୋଟେଲ ଖୋଜୁଥିବା ପର୍ଯ୍ୟଟକମାନେ ଏହି ନକଲି ସାଇଟ୍ଗୁଡ଼ିକର ଶିକାର ହେଉଛନ୍ତି। ଏହି ନକଲି ୱେବସାଇଟ୍ ପେଜଗୁଡିକ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ଅବିକଳ ଅସଲି ୱେବସାଇଟ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନାରେ ଉତ୍ପାଦନ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସବୁ କ୍ଷେତ୍ରରେ ଚାକିରି ସୃଷ୍ଟି, ନିଯୁକ୍ତି ଯୋଗ୍ୟତା ଏବଂ ସାମାଜିକ ସୁରକ୍ଷା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଇଏଲଆଇ ଯୋଜନା ଅଧୀନରେ, ପ୍ରଥମ ଥର କାମକରୁଥିବା ପାଇଁ କର୍ମଚାରୀମାନେ ଗୋଟିଏ ମାସର ଦରମା (୧୫,୦୦୦ ଟଙ୍କା ପର୍ଯ୍ୟନ୍ତ) ପାଇବେ। ନିଯୁକ୍ତିଦାତାମାନଙ୍କୁ ଦୁଇ ବର୍ଷ ଲାଗି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରୋତ୍ସାହନ ଦିଆଯିବ। ଉତ୍ପାଦନ କ୍ଷେତ୍ର ପାଇଁ ଲାଭକୁ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯିବ। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସହିତ ୨୦୨୪-୨୫ କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚଟି ଯୋଜନାର ପ୍ୟାକେଜର ଅଂଶ ଭାବରେ ଇଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ୯୯,୪୪୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଇଏଲଆଇ ଯୋଜନାର…
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ପୂର୍ବତନ ବିଧାୟକ କୁନାଲ ପାଟିଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରୋହିଦାସ ପାଟିଲଙ୍କ ପୁଅ। ଧୂଲେର ବାସିନ୍ଦା ପାଟିଲ କହିଛନ୍ତି ଯେ, ତାଙ୍କର ନିଷ୍ପତ୍ତି ସ୍ୱେଚ୍ଛାକୃତ ଏବଂ ଲୋକମାନେ ତାଙ୍କୁ ସମର୍ଥନ କରିଛନ୍ତି। ବିଜେପିରେ ଯୋଗଦେବା ପାଇଁ ମୋ ଉପରେ କୌଣସି ଚାପ ନାହିଁ। ମୁଁ ଜନସେବାର ପରମ୍ପରାରୁ ଆସିଛି। ମୋର ସମର୍ଥକ ଏବଂ ଭୋଟରମାନେ ମୋର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ମୁଁ ଲୋକଙ୍କ ଅଧିକ ପ୍ରଭାବଶାଳୀ ସେବା କରିବା ପାଇଁ ବିଜେପିରେ ଯୋଗ ଦେଉଛି। ବରିଷ୍ଠ ବିଜେପି ନେତା ଚନ୍ଦ୍ରଶେଖର ବାୱନକୁଲେ, ରବିନ୍ଦ୍ର ଚହ୍ଵାନ ଏବଂ ଗିରିଶ ମହାଜନଙ୍କ ଉପସ୍ଥିତିରେ କୁନାଲ ପାଟିଲ ଦଳରେ ଯୋଗ ଦେଇଥିଲେ। ପାଟିଲ ନଭେମ୍ବର ୨୦୨୪ରେ କଂଗ୍ରେସ ଟିକେଟରେ ଧୂଲେ ଗ୍ରାମୀଣ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ, କିନ୍ତୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।…
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ ଗୌରବ ଆଣିଛନ୍ତି। ଅଶୋକ ଦଣ୍ଡସେନା ୮୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୮୦୦ ମିଟର (ମହିଳା ବର୍ଗ) ଦୌଡ଼ରେ ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। ଉଭୟଙ୍କ ଏହି ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଉଭୟ ଅଶୋକ ଓ ସୁସ୍ମିତା ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶାର ପୋଲିସର ସୁନାମ ବଢ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ…
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବିମାନ ପାଇଁ କିଛି ଭଲ ଚାଲିନାହିଁ। ଲୋକମାନେ ଜୁନ୍ ୧୨ ତାରିଖରେ ଘଟିଥିବା ଘଟଣାକୁ ଭୁଲି ନଥିବା ବେଳେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରୁ ରକ୍ଷା ପାଇବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭିଏନା ଯାଉଥିବା ବିମାନ ଏଆଇ ୧୮୭ ରେ ଉଡ଼ାଣ ପରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି, ଯାହା ପରେ ବିମାନଟି ପ୍ରାୟ ୯୦୦ ଫୁଟ ତଳକୁ ଖସି ଆସିଥିଲା। ତଥାପି, ଆଶ୍ୱସ୍ତିର କଥା ହେଉଛି ଯେ ବିମାନଟି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି। ସୂଚନା ଅନୁଯାୟୀ, ଜୁନ୍ ୧୪ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିବା ପରେ, ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ହଠାତ୍ କିଛି ମିନିଟ୍ ମଧ୍ୟରେ ବିପଦପୂର୍ଣ୍ଣ ଭାବରେ ତଳକୁ ଆସିବା ଆରମ୍ଭ କଲା। ପାଇଲଟ୍ କକପିଟ୍ ଭିତରେ ସତର୍କତା ପାଇବା ଆରମ୍ଭ କଲେ, ଯାହା ପରେ ସେ…
ପାଟନା: ଆଜି ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୨୪ଟି ପ୍ରସଙ୍ଗକୁ ମଞ୍ଜୁରୀ ଦିଆଯାଇଛି। ବୈଠକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନୀତିଶ ସରକାର ରାଜ୍ୟର କଳାକାରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ଏବେ ରାଜ୍ୟର ବରିଷ୍ଠ ଏବଂ ଜୀବିକା ନିର୍ବାହ କରୁଥିବା କଳାକାରମାନଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ୍ ଭାବରେ ଦିଆଯିବ। ଏଥିପାଇଁ କ୍ୟାବିନେଟ୍ ପ୍ରତିବର୍ଷ ଏକ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମୋଦନ କରିଛି। ତଥାପି ଏହା ସେହି କଳାକାରମାନଙ୍କୁ ଦିଆଯିବ ଯାହାଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ। ଏହା ବ୍ୟତୀତ ସେମାନଙ୍କର ବାର୍ଷିକ ଆୟ ଏକ ଲକ୍ଷ ୨୦ ହଜାରରୁ କମ୍ ହୋଇଥିବ। ଏହା ସହିତ କଳା କ୍ଷେତ୍ରରେ ଅତି କମରେ ୧୦ ବର୍ଷର ଅଭିଜ୍ଞତା ରହିବା ବାଧ୍ୟତାମୂଳକ ହେବ। ଅନ୍ୟପକ୍ଷରେ ଆଜି ‘ମୁଖ୍ୟମନ୍ତ୍ରୀ ବିହାର ଗୁରୁ ଶିଷ୍ୟ ପରମ୍ପରା ଯୋଜନା’କୁ ମଧ୍ୟ କ୍ୟାବିନେଟ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖକୁ ଉପଲବ୍ଧ ହେଉଥିବା ଉନ୍ନତ ସଂଯୋଗୀକରଣ ଏବଂ ଯୋଗାଇ ଦିଆଯାଉଥିବା ପ୍ରଚୁର ସମ୍ବଳ ଯୋଗୁଁ ଏହି କେନ୍ଦ୍ରଶାସିତ ଅଞ୍ଚଳ କିପରି ଲାଭବାନ ହେଉଛି ସେ ଉପରେ ଏକ ଲେଖା ଶେୟାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି: “କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲେଖିଛନ୍ତି ଯେ, ଲଦାଖକୁ ଉନ୍ନତ ସଂଯୋଗୀକରଣ ଏବଂ ଯୋଗାଇ ଦିଆଯାଇଥିବା ପ୍ରଚୁର ସମ୍ବଳ ଯୋଗୁଁ ଏହି କେନ୍ଦ୍ର ଶାସିତ ଅଞ୍ଚଳ ବେଶ୍ ଲାଭବାନ ହେଉଛି।”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସମସ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କର ସଠିକତା ଏବଂ ବିଶେଜ୍ଞତା ପ୍ରତ୍ୟେକ ସଂଗଠନ ପାଇଁ ଜରୁରୀ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି; “ସମସ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ସିଏ ଦିବସର ଅନେକ ଶୁଭକାମନା! ସେମାନଙ୍କର ସଠିକତା ଏବଂ ବିଶେଜ୍ଞତା ପ୍ରତ୍ୟେକ ସଂଗଠନ ପାଇଁ ଅତ୍ୟାବଶ୍ୟକ। ଅନୁପାଳନ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ସେମାନେ ଏକ ସୁସ୍ଥ ଅର୍ଥନୀତିରେ ଯୋଗଦାନ ଦେଇଥାନ୍ତି। ସଫଳ କର୍ପୋରେସନଗୁଡିକୁ ପୋଷଣ କରିବାରେ ସେମାନଙ୍କର ଭୂମିକା ମଧ୍ୟ ଉଲ୍ଲେଖନୀୟ।”
ଭୁବନେଶ୍ୱର: ଗତକାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡ ମାମଲାରେ ବିଜେପି ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂପୃକ୍ତି ଅଭିଯୋଗ ଆଧାରରେ ୫ ଅଭିଯୁକ୍ତଙ୍କୁ ବିଜେପି ନିଲମ୍ବନ କରିଛି। କର୍ପୋରେଟରଙ୍କ ସମେତ ୫ ଅଭିଯୁକ୍ତଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି। ଯେଉଁମାନଙ୍କୁ ନିଲମ୍ବିତ କରାଯାଇଛି, ସେମାନେ ହେଲେ… ୧. କର୍ପୋରେଟର ଅପରୂପ ନାରାୟଣ ରାଉତ ୨. ରଶ୍ମି ରଞ୍ଜନ ମହାପାତ୍ର ୩. ଦେବାଶିଷ ପ୍ରଧାନ ୪. ସଚିକାନ୍ତ ସ୍ୱାଇଁ ୫. ସଂଜୀବ ମିଶ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, “ଆମ ଡାକ୍ତରମାନେ ସେମାନଙ୍କର ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନଙ୍କର କରୁଣା ଭାବନା ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ। ଶ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; “ଡାକ୍ତର ଦିବସରେ ସମସ୍ତ ପରିଶ୍ରମୀ ଡାକ୍ତରମାନଙ୍କୁ ଶୁଭେଚ୍ଛା। ଆମର ଡାକ୍ତରମାନେ ସେମାନଙ୍କର ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନଙ୍କର କରୁଣା ଭାବନା ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ। ସେମାନେ ପ୍ରକୃତରେ ସ୍ୱାସ୍ଥ୍ୟ ରକ୍ଷକ ଏବଂ ମାନବତାର ସ୍ତମ୍ଭ। ଭାରତର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସେମାନଙ୍କର ଅବଦାନ ପ୍ରକୃତରେ ଅସାଧାରଣ।”
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁଣି ଗଞ୍ଜାମ ଜିଲ୍ଲାରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଳନ୍ଥରା ଥାନା ଅଞ୍ଚଳରେ ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଉକ୍ତ ନାବାଳିକାକୁ ହାତ ଗୋଡ଼ ବାନ୍ଧି ଜଣେ ୧୯ ବର୍ଷର ଯୁବକ ଦୁଷ୍କର୍ମ କରୁଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲେ। ସେଠାରୁ ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପୋଲିସ ପରିବାର ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ଉଭୟଙ୍କୁ ଡ଼ାକ୍ତରୀ ମାଇନା କରିଛି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ ହେବ ବୋଲି ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଜିଲ୍ଲା ପାଇଁ ଏହା ଆଉ ଏକ ଲଜ୍ୟା ବୋଲି ସାଧାରଣରେ ଆଲୋଚନା ହେଉଛି।
ନୂଆଦିଲ୍ଲୀ: ଅଗଷ୍ଟରେ ହେବାକୁ ଥିବା ଭାରତ ବନାମ ବାଂଲାଦେଶ କ୍ରିକେଟ ସିରିଜକୁ ନେଇ ବର୍ତ୍ତମାନ ସସପେନ୍ସ ରହିଛି। ଭାରତକୁ ଅଗଷ୍ଟ ୧୭ ତାରିଖରୁ ବାଂଲାଦେଶ ବିପକ୍ଷରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳିବାକୁ ପଡିବ, କିନ୍ତୁ ଦୁଇ ଦେଶ ମଧ୍ୟରେ ବର୍ତ୍ତମାନର ରାଜନୈତିକ ଅସ୍ଥିରତା ଯୋଗୁଁ ଏହି ଗସ୍ତକୁ ନେଇ ସନ୍ଦେହ ରହିଛି। ଏହି ସମୟରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଏକ ବଡ଼ ବୟାନ ଦେଇଛି ଏବଂ ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରେ ପରିସ୍ଥିତି ସ୍ପଷ୍ଟ କରିବାକୁ ଚେଷ୍ଟା କରିଛି। ବାଂଲାଦେଶ କ୍ରିକେଟ ବୋର୍ଡ ସଭାପତି ଅମିନୁଲ ଇସଲାମ ସୋମବାର ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଏହି ଗସ୍ତ ସମ୍ପର୍କରେ ତାଙ୍କ ସରକାରଙ୍କ ଅନୁମୋଦନ ପାଇଁ ଅପେକ୍ଷା କରିଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ସିରିଜକୁ ନେଇ ଦୁଇ ବୋର୍ଡ ମଧ୍ୟରେ ଆଲୋଚନା ଚାଲିଛି ଏବଂ ଉଭୟ ବୋର୍ଡ ସରକାରଙ୍କ…
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ସିଇଓ ଏଲୋନ ମସ୍କଙ୍କ ମଧ୍ୟରେ ବିବାଦ ପୁଣି ଥରେ ଘନିଷ୍ଠ ହୋଇଛି। ଟ୍ରମ୍ପ ଏଲୋନ ମସ୍କଙ୍କ ଉପରେ ଏକ କଡ଼ା ଆକ୍ରମଣ ଆରମ୍ଭ କରି କହିଛନ୍ତି ଯେ, ମସ୍କ ଏପର୍ଯ୍ୟନ୍ତ ଯେକୌଣସି ମଣିଷ ଅପେକ୍ଷା ଅଧିକ ସରକାରୀ ସବସିଡି ପାଇଛନ୍ତି। ସେ କହିଛନ୍ତି ଯେ, ଯଦି ଏହି ସରକାରୀ ସାହାଯ୍ୟ ମିଳି ନଥାନ୍ତା, ତେବେ ମସ୍କଙ୍କୁ ହୁଏତ ତାଙ୍କର ବ୍ୟବସାୟ ବନ୍ଦ କରି ତାଙ୍କ ଦେଶ ଦକ୍ଷିଣ ଆଫ୍ରିକା ଫେରିବାକୁ ପଡ଼ିଥାନ୍ତା। ସେ ଟେସଲା, DOGE ର ଏକ ଟିମ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ, ସେମାନେ ମସ୍କଙ୍କ ସରକାରୀ ପାଣ୍ଠି ଏବଂ ଚୁକ୍ତିନାମାର ତଦନ୍ତ କରିବା ଉଚିତ। ଟ୍ରମ୍ପଙ୍କ ଏହି ନୂତନ ବିଲରେ କ’ଣ ପ୍ରସ୍ତାବ ଦିଆଯାଇଛି?: ଟ୍ରମ୍ପଙ୍କ ନୂତନ ବିଲରେ ଇଲେକ୍ଟ୍ରିକ୍ ଯାନ (EV) ଉପରେ $7,500 ଟିକସ ଛାଡ଼ ସମାପ୍ତ କରିବାର ପ୍ରସ୍ତାବ…
ଭୁବନେଶ୍ଵର: ବିଏମସି ଅଧିକାରୀଙ୍କ ଉପରେ ବିଜେପି କର୍ମୀମାନଙ୍କର ଆକ୍ରମଣକୁ ନେଇ ସବୁଆଡୁ ନିନ୍ଦା କରାଯାଉଛି। ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଷୁଡିଯାଇଛି ବୋଲି ବିରୋଧୀ ଦଳ ମୋହନ ସରକାରଙ୍କୁ ଆକ୍ରମଣ କରୁଛନ୍ତି। ଏହିକ୍ରମରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ଆକ୍ରମଣ କରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ କରିଛନ୍ତି ଯେ, ”ରାଜ୍ୟରେ ଜଙ୍ଗଲରାଜ ଚାଲିଛି। ଏକ ବର୍ଷ ଭିତରେ ରାଜ୍ୟରେ କୌଣସି ସରକାର ଥିବା ଭଳି ଜଣାପଡୁନାହିଁ। ସରକାରୀ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡିପଡିଛି। ଏଭଳି ପରିସ୍ଥିତିରେ ଓଡିଶାବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ସାରା ଭାରତରେ ଶାସନ ବ୍ୟବସ୍ଥା ଲଜ୍ଜିତ ହୋଇଛି।” ତେବେ ସରକାରୀ ଅଧିକାରୀଙ୍କ ଉପରେ ଏଭଳି ଅମାନବୀୟ ଘଟଣାକୁ କଡା ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିରୋଧୀ ଦଳର ଉପନେତା ଦାବି କରିଛନ୍ତି।
ନୂଆଦିଲ୍ଲୀ: ପାକିସ୍ତାନ ପ୍ରାୟତଃ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଭାରତ ଏହାର ପ୍ରତିଶୋଧ ସିନ୍ଦୁର ଅପରେସନ ସହିତ ନେଇଛି। ପାକ୍ ସେନା ମୁଖ୍ୟ ଅସୀମ ମୁନିର ଏହା ପୂର୍ବରୁ ଏବଂ ପରେ ମଧ୍ୟ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି। ଏବେ ସେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଘଟଣାକୁ ଯଥାର୍ଥ କରିଛନ୍ତି। ମୁନିର ପୁଣି ଥରେ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଛନ୍ତି। ପ୍ରକୃତରେ ଅସୀମ ମୁନିର କରାଚୀରେ ପାକିସ୍ତାନୀ ନୌସେନା ଏକାଡେମୀରେ ଆୟୋଜିତ ଏକ ପାସିଂ ଆଉଟ୍ ପରେଡରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ଏଠାରେ ତାଙ୍କ ଭାଷଣ ସମୟରେ ସେ କହିଥିଲେ ଯେ, ପାକିସ୍ତାନ ସର୍ବଦା କାଶ୍ମୀରୀଙ୍କ ସହିତ ଛିଡା ହେବ। ମୁନିର କହିଥିଲେ ଯେ, ଯଦି ଭାରତ ଆକ୍ରମଣ କରେ, ତେବେ ପାକିସ୍ତାନ ମଧ୍ୟ ଜବାବ ଦେବ। ଏହି ସମୟରେ ମୁନିର ଭାରତ ଏବଂ କାଶ୍ମୀର ବିଷୟରେ ଅନେକ…
ନୂଆଦିଲ୍ଲୀ: ଟିକେଟ୍ ବୁକ୍ କରିବା ସହିତ ରେଳ ଯାତ୍ରା ଆରମ୍ଭ ହୁଏ ଏବଂ ଏହାକୁ ସରଳ ଏବଂ ସୁବିଧାଜନକ କରିବା ପାଇଁ ରେଳବାଇ ଅନେକ ପଦକ୍ଷେପ ନେଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରିବର୍ତ୍ତନଗୁଡ଼ିକର ସମୀକ୍ଷା କରି କହିଛନ୍ତି ଯେ, ଟିକେଟ୍ ବ୍ୟବସ୍ଥା ସ୍ମାର୍ଟ, ସ୍ୱଚ୍ଛ, ସୁଗମ ଏବଂ ପ୍ରଭାବଶାଳୀ ହେବା ଉଚିତ। ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବା ଉଚିତ, ଯାହା ଦ୍ୱାରା ଟ୍ରେନ୍ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ସୁଗମ ଏବଂ ଆରାମଦାୟକ ଅଭିଜ୍ଞତା ପାଇପାରିବେ। ବର୍ତ୍ତମାନର ବ୍ୟବସ୍ଥାରେ ଟ୍ରେନ୍ ଛାଡ଼ିବାର ଚାରି ଘଣ୍ଟା ପୂର୍ବରୁ ସଂରକ୍ଷଣ ଚାର୍ଟ ତିଆରି କରାଯାଏ, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅନିଶ୍ଚିତତା ରହିଛି। ବିଶେଷକରି ଦୂର ଅଞ୍ଚଳରୁ ଟ୍ରେନ୍ ଧରିବାକୁ ଆସୁଥିବା ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏବେ ରେଳବାଇ ବୋର୍ଡ ଟ୍ରେନ୍ ଛାଡ଼ିବାର ଆଠ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ଯଦି କୌଣସି ଟ୍ରେନ୍…
ହାଇଦ୍ରାବାଦ: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମୟାଲାରାମରେ ‘ସିଗାଚି ଇଣ୍ଡଷ୍ଟ୍ରିଜ୍’ର ଔଷଧ କାରଖାନାରେ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଅଧୀକ୍ଷକ ପରିତୋଷ ପଙ୍କଜ କହିଛନ୍ତି ଯେ, “ଭଗ୍ନାବଶେଷ ହଟାଇବା ସମୟରେ ଅନେକ ମୃତଦେହ ଉଦ୍ଧାର କରାଯାଇଛି। ଭଗ୍ନାବଶେଷରୁ ୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେତେବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଜାରି ରହିଛି।” ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାମୋଦର ରାଜା ନରସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବିସ୍ଫୋରଣ ସମୟରେ ପ୍ଲାଣ୍ଟରେ ପ୍ରାୟ ୯୦ ଜଣ ଲୋକ କାମ କରୁଥିଲେ। ସନ୍ଦେହ କରାଯାଉଛି ଯେ, ସୋମବାରର ଭୟଙ୍କର ଦୁର୍ଘଟଣା ସମ୍ଭବତଃ କୌଣସି ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଘଟିଥିଲା, ଯାହା ନିଆଁ ମଧ୍ୟ ଲାଗିଯାଇଥିଲା। କମ୍ପାନୀର ୱେବସାଇଟ୍ ଅନୁଯାୟୀ, ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏକ…

