Author: SM Network

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ୨୦୨୯ ମସିହାର ସମ୍ମାନଜନକ ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ପାଇଁ ଆୟୋଜକ ଦେଶ ଭାବେ ଭାରତ ମନୋନୀତ ହୋଇଥିବାରୁ ଖୁସି ବ୍ୟକ୍ତ କରି ଏହାକୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ “ଏହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ, କାରଣ ଭାରତକୁ ସମ୍ମାନଜନକ ୨୦୨୯ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପାଇଁ ଆୟୋଜକ ଦେଶ ଭାବରେ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସମ୍ମାନଜନକ ନିଲାମ ଡାକ ଭାରତ ଜିତିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ନିର୍ମିତ ଆମର ବିଶାଳ କ୍ରୀଡ଼ା ଭିତ୍ତିଭୂମିର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି। ୫୦ ରୁ ଅଧିକ କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପୋଲିସ୍, ଅଗ୍ନିଶମ ଏବଂ…

Read More

ନୂଆଦିଲ୍ଲୀ: ୨୦୨୫ ମସିହା ଜୁନ୍‌ ମାସ ୨୫ ତାରିଖରେ, ସାରା ଭାରତର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି। ଏହାର ନେତୃତ୍ୱ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପରାଜ୍ୟପାଳ ନେଇଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ଥିଲା : ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା। ସାର୍ବଜନୀନ ଆଲୋଚନା ସହ ପ୍ରଦର୍ଶନୀ ପ୍ରଦର୍ଶନ କରିବା ଏବଂ ଚଳଚ୍ଚିତ୍ର ପ୍ରଦର୍ଶନରେ ସାମିଲ ହେବ। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ଆନ୍ତଃପିଢ଼ିଗତ ଆଲୋଚନାକୁ ପ୍ରୋତ୍ସାହିତ କରିବା। ଭାରତରେ ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ; ଏହା ଏକ ସଭ୍ୟତାର ଚିନ୍ତାଧାରା, ଯାହା ଭାରତର ଐତିହାସିକ ଏବଂ ସାଂସ୍କୃତିକ ଢାଞ୍ଚା ସହ ନିବିଡ଼ ଭାବରେ ସଂଶ୍ଳିଷ୍ଟ ଏକ ସଭ୍ୟତାଗତ ନୀତି। ସମ୍ବିଧାନ ହତ୍ୟା ଦିବସ କେବଳ ଏକ ଅତୀତରେ ଘଟିଥିବା ଅନ୍ୟାୟର…

Read More

ରଣପୁର: ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା ହୋଇଥିଲା। ପ୍ରଥମେ ଅବକାଶ ବଲ୍ଲଭ ନୀତି ସମ୍ପନ୍ନ କରାଯାଇଥିଲା। ଏହା ପରେ ସକାଳ ସାଢେ ୧୦ ବେଳେ ରଥ ପ୍ରତିଷ୍ଠା କରାଯାଇଥିଲା। ଏହା ପରେ ସାଢେ ୧୧ ଟା ବେଳେ ସକାଳ ଧୂପ କରାଯାଇଥିଲା। ଅପରାହ୍ନ ସାଢେ ୨ ଦିଟା ବେଳେ ପହଣ୍ଡି ବିଜେ କରାଯାଇଥିଲା। ଆଖପାଖ ଅଞ୍ଚଳର ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଘଣ୍ଟ, ହୁଳହୁଳି, ବାଜାରେ ୩ ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ଅଣା ଯାଇଥିଲା। ଏହା ପରେ ଅପରାହ୍ଣ ୪ ଟା ବେଳେ ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ତିନି ରଥରେ ଛେରା ପଂହଁରା କରିଥିଲେ। ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଭକ୍ତ ମାନେ ଟାଣି ମାଉସୀ ମା ମନ୍ଦିର ନିକଟକୁ ଅଣାଥିଲେ। ସନ୍ଧ୍ୟା ହୋଇ ଯାଇଥିବାରୁ ରଥ ଟଣା କାର୍ଯ୍ୟ ବନ୍ଦ କରାଯାଇଥିଲା,…

Read More

ମେଷ- ଅପ୍ରତ୍ୟାଶିତ ଲାଭ ହେବ। ଭ୍ରମଣ କରିବେ। ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଏକ ମନୋରମ ଯାତ୍ରାରେ ଯାଇପାରନ୍ତି। ପଢିବାକୁ ଆଗ୍ରହ ବୃଦ୍ଧି ପାଇବ। ଅନ୍ୟମାନଙ୍କ ସହିତ ଜଡିତ ହୁଅନ୍ତୁ ନାହିଁ। ଆର୍ଥିକ ଅବସ୍ଥା ଭଲ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବୟସ୍କ ଲୋକମାନେ ସାହାଯ୍ୟ କରିବେ। ବୃଷ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ। ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ। ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଟେନସନ ରହିବେ। ଅନ୍ୟମାନଙ୍କ ଝଗଡାରେ ପଶନ୍ତୁ ନାହିଁ। ମିଥୁନ- ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ। ନିଜର ପ୍ରୟାସ ସଫଳ ହେବ। ସମାଜ ସମ୍ମାନ ଦେବ। ଠିକ୍…

Read More

ଭୁବନେଶ୍ଵର: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଓଡିଶା ସମତେ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ସେହିଭଳି ଆଜି ବାଙ୍ଗାଲୋରର ଭିନ୍ନ ଭିନ୍ନ ଆପାର୍ଟମେଣ୍ଟରେ ଧୁମ୍ ଧାମରେ ରଥ ଯାତ୍ରା ପାଳିତ ହୋଇଛି। ବାଙ୍ଗାଲୋରର ଶୋଭା ଆପାର୍ଟମେଣ୍ଟରେ ସବୁ ବର୍ଷ ପରି ଏଇ ବର୍ଷ ମଧ୍ୟ ଅନ୍ତେବାସୀମାନେ ବେଶ୍ ଧୁମ୍ ଧାମରେ ରଥ ଯାତ୍ରା ପାଳନ କରିଛନ୍ତି। ଉଭୟ ଓଡ଼ିଆ ଓ ଅଣ ଓଡ଼ିଆଙ୍କ ଭିତରେ ରଥଟଣାକୁ ନେଇ ବହୁତ୍ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରାୟ ୬୦୦୦ ବାରିବାରକୁ ନେଇ ଗଢ଼ି ଉଠିଥିବା ଏଇ ସୋସାଇଟିରେ ପ୍ରବାସୀ ଓଡ଼ିଆମାନେ ନଅ ଦିନ ଯାକ ଜଗନ୍ନାଥଙ୍କ ଭିନ୍ନ ଭିନ୍ନ ବେଶ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ଆସୁଛନ୍ତି। ରଥଯାତ୍ରା ଦିନ ବିଭିନ୍ନ ସାଂସ୍କତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଥିଲା, ଯାହାକୁ ନେଇ ଲୋକ ମାନେ ବହୁତ୍ ଉତ୍ସାହିତ ଥିଲେ।

Read More

ବାଣପୁର: ଆଜି ଚଳିତ ବର୍ଷର ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପୁରୀ ସମେତ ସମଗ୍ର ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ବେଳେ ବାଣପୁରର ଆରାଧ୍ୟ ଦେବ ଶ୍ରୀଶ୍ରୀଶ୍ରୀ ରଙ୍କନାଥ ଦେବ ଏବଂ ବଡହନ୍ତୁଆଡ଼ ଠାରେ ଥିବା ଶ୍ରୀଶ୍ରୀଶ୍ରୀ ଚରଣ ଚକାଦେବଙ୍କ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପୁରୀ ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ରଙ୍କନାଥଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ପାରିକୁଦ ରାଜା ସନ୍ତୋଷ ସିଂ ଦେଓ ତିନି ରଥରେ ଛେଡା ପହରା କରିବା ପରେ ବିଭିନ୍ନ ବ୍ୟବସାୟୀ ମହାସଂଘ ତରଫରୁ ପ୍ରସ୍ତୁତ ଭୋଗ ପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା। ୫ଘଟିକା ସମୟରେ ରଥଟଣା ଆରମ୍ଭ କରାଯାଇ ସନ୍ଧ୍ୟା ପୂର୍ବରୁ ମାଉସୀମା ଘରେ ତିନି ରଥ ପହଞ୍ଚିଥିଲା। ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ବିଭିନ୍ନ ସଂସ୍ଥାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ଉପରେ ଆଜି ଆଲୋକପାତ କରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ସ୍ତମ୍ଭ ସମ୍ପର୍କରେ ଉଲ୍ଲେଖ କରି ଭାରତୀୟ ରେଳ ଯାତ୍ରା କିପରି ସହଜ ହୋଇଛି ତାହାର ଅବତାରଣା କରିଛନ୍ତି। ବିଶେଷକରି ପବିତ୍ର ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରାକୁ ସହଜ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ‘‘ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଗତ ୧୧ ବର୍ଷ ବାସ୍ତବରେ ଐତିହାସିକ। ଭାରତୀୟ ରେଳ ଯାତ୍ରା କିପରି ସହଜ ହୋଇଛି, ବିଶେଷକରି ରଥଯାତ୍ରା ଦେଖିବା ପାଇଁ ମହାପ୍ରଭୁଙ୍କ ଧାମ ପବିତ୍ର ନଗରୀ ଜଗନ୍ନାଥ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ଲାଗି ଏହାକୁ କିପରି ସୁଗମ କରାଯାଇଛି ସେ ବିଷୟରେ କେନ୍ଦ୍ରମନ୍ତ୍ରୀ @AshwiniVaishnaw ଲେଖିଛନ୍ତି।

Read More

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ଆଜି ପୂର୍ବତନ ମନ୍ତ୍ରୀ ଥିବା ଦୁଇ ବରିଷ୍ଠ ନେତା ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଉଭୟ ନେତା ତାଜ୍ ମୋହିଉଦ୍ଦିନ୍ ଏବଂ ଗୁଲାମ ମହମ୍ମଦ ସରୁରୀ ଜମ୍ମୁ କାଶ୍ମୀର କଂଗ୍ରେସ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ପୁନର୍ବାର ଦଳରେ ଯୋଗ ଦେଇଛନ୍ତି। ଗୁଲାମ ନବୀ ଆଜାଦଙ୍କ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି ଗଠନ ହେବା ପରେ ଉଭୟ ତାଜ୍ ମୋହିଉଦ୍ଦିନ୍ ଏବଂ ଗୁଲାମ ମହମ୍ମଦ ସରୁରୀ କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରିଥିଲେ। ତଥାପି ସେମାନେ କିଛି ସମୟ ପାଇଁ ସେଠାରେ ରହି ସ୍ୱାଧୀନ ପ୍ରାର୍ଥୀ ଭାବରେ ୨୦୨୪ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଶ୍ରୀନଗରରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (AICC) ମହାସଚିବ ସୈୟଦ ନାସିର ହୁସେନ, ଜମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି (JKPCC) ସଭାପତି ତାରିକ ହମିଦ କରା ଏବଂ ବରିଷ୍ଠ ଦଳୀୟ ନେତା…

Read More

ଭଦ୍ରକ: ହାୱଡା ଯାଉଥିବା ୧୨୦୭୪ ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଭଦ୍ରକ ରେଳ ସୁରକ୍ଷା ବଳ (RPF) ଜଣକୁ ଗିରଫ କରିଛି। ଜୁନ୍ ୨୭ ତାରିଖ ପ୍ରାୟ ସକାଳ ୮ଟା ୧୫ ମିନିଟ୍ ସମୟରେ ଖୋର୍ଦ୍ଧା ରୋଡ ଡିଭିଜନାଲ ସିକ୍ୟୁରିଟି କଣ୍ଟ୍ରୋଲ ପକ୍ଷରୁ ରେଳ ମଦଦ୍ ମାଧ୍ୟମରେ ଏକ ଅଭିଯୋଗ ଆସିଥିଲା, ଯେଉଁଥିରେ ରାଂଦିଆ ବାଉଦପୁର ଏବଂ ଭଦ୍ରକ ଷ୍ଟେସନ ମଧ୍ୟରେ କୋଚ୍ ନମ୍ବର ଡି/୧୩ ରେ ପଥର ଫିଙ୍ଗାବା ଯୋଗୁଁ ଝରକା କାଚ ଫାଟିଯାଇଥିବା ସୂଚନା ଦିଆଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରପିଏଫ୍ ଭଦ୍ରକର ଭାରପ୍ରାପ୍ତ ଇନ୍ସପେକ୍ଟର ତାଙ୍କ ଦଳ ସହିତ ପ୍ରଭାବିତ ସେକ୍ସନରେ ଟ୍ରାକ୍-ସାଇଡ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଘଟଣା ସମ୍ପର୍କରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା ଏବଂ ପରେ ଗିରଫ କରାଯାଇଥିଲା। ରେଳ ଆଇନର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।…

Read More

ଖୋର୍ଦ୍ଧା: ଓଡ଼ିଆ ମାନଙ୍କ ଅସ୍ମିତା ର ପର୍ବ, ପୌରାଣିକ ଐତିହ୍ୟ ସଂସ୍କୃତି ର ପର୍ବ, ବିଶ୍ଵ ବିଦିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସନାତନ ଧର୍ମ, ଭାଇଚାରାର ପର୍ବ ପବିତ୍ର ଘୋଷ ଯାତ୍ରା ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଜାଗୁଳେଇ ପାଟଣା ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡ ଖୋର୍ଦ୍ଧା ଠାରେ ଅତି ଆନନ୍ଦ ଉଲ୍ଲାସ ଓ ଭାଇଚାରା ସାଂସ୍କୃତିକ, ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଉପଯିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଓ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ କିଶୋର କୁମାର ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଜାଗୁଲେଇ ପାଟଣା ଠାରେ ନିର୍ଦ୍ଧାରିତ ସମୟରେ ନିତିକାନ୍ତି ଅନୁଷ୍ଠିତ ହେବା ସହ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରା ପହଁରା କରିଥିଲେ। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଜାଗୁଳେଇ ପାଟଣା ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଖୋର୍ଦ୍ଧା…

Read More

ବାଲୁଗାଁ: ଚିଲିକା ବ୍ଳକ ଅନ୍ତର୍ଗତ ନଇରୀ ନିକଟ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଠାରେ ମହାସମାରୋହରେ ବିଶ୍ୱନିୟନ୍ତାଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚିଲିକାର ଅଥଳ ଜଳରାଶିରେ ସୁସଜ୍ଜିତ ନୌକା ରଥରେ ଚତୁର୍ଦ୍ଧାମୂର୍ତ୍ତି ଯାତ୍ରା କରିଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ବଡ଼ଦାଣ୍ଡ ଶରଧାବାଲିରେ ଯାଉଥିବା ବେଳେ କାଙ୍କଣଶିଖରୀରେ ତିନିଠାକୁର ନୀଳ ଜଳ ରାଶିରେ ନୌକା ରଥରେ ବିରାଜମାନ ହୋଇ ନୌବିହାର କରି ପୁଣି ପୀଠକୁ ଫେରି ଆସିଥିଲେ। ଆଜି ପ୍ରତ୍ୟୁଷରୁ ସକାଳ ଧୂପ ସରିବା ପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହାପରେ ଚିଲିକା କୂଳରେ ସୁସଜ୍ଜିତ ତିନୋଟି ଡଙ୍ଗାକୁ ଯୋଡ଼ି ରଥରୂପରେ ନନ୍ଦିଘୋଷ ଡଙ୍ଗାର ପ୍ରତିଷ୍ଠା ପୂଜା ହୋଇଥିଲା। ଲୀଳାକ୍ଷେତ୍ର କାଙ୍କଣଶିଖରୀ ପୀଠର ଆବାହକ ଡ଼.ସୁଶାନ୍ତ କୁମାର ସାହୁ ଓ ପତ୍ନୀ ରୀତାରାଣୀ ସାହୁ ପୁରୋଧା ହୋଇଥିବା ବେଳେ ପୀଠର ବୟୋଜ୍ୟେଷ୍ଠ ସଭ୍ୟ ହାଡ଼ୁବନ୍ଧୁ ପଟ୍ଟନାୟକ ଛେରାପହଁରା କରିଥିଲେ। ମନ୍ଦିରର ସେବାୟତ ଓ ଭକ୍ତଙ୍କ ଗହଣରେ ଶ୍ରୀଜିଉମାନଙ୍କୁ ଘଣ୍ଟ, କାହାଳି, ମୃଦଙ୍ଗ ବାଦନ ସହ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ପବିତ୍ର ପର୍ବ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ରଙ୍ଗବେରଙ୍ଗର କପଡ଼ା, କାଗଜ ଏବଂ ଆଲୋକମାଳାରେ ସଜା ଯାଇଥିବା ଦେଖାଯାଇଥିଲା। ମନ୍ଦିରରେ ବଢି ଭୋରରୁ ମଙ୍ଗଳ ଆଳତି କରାଯିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଚଳିତ ବର୍ଷ ଏହି ମହା ପାର୍ବଣରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଲକ୍ଷାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ଓ ପରିଜନଙ୍କ ସହ ଆସି ସାମିଲ ହେବା ଦେଖା ଯାଇଥିଲା। ଏଠାରେ ଦିନ ଦ୍ୱିପହରରେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା’ପରେ ବଡ଼ଭାଇ ବଳଭଦ୍ର, ପରେପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତରନାଥ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ମନ୍ଦିର…

Read More

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡର ୧୯ ବର୍ଷରୁ କମ୍ ଦଳ ମଧ୍ୟରେ ଏକଦିବସୀୟ ସିରିଜ୍ ଆରମ୍ଭ ହୋଇଛି। ଆଜି ଏହି ସିରିଜର ପ୍ରଥମ ମ୍ୟାଚ୍ ଇଂଲଣ୍ଡର କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଉଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ବୋଲିଂ କରୁଛି। ଡ୍ୟାସିଂ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଏହି ଦଳରେ ଖେଳୁଛନ୍ତି। ଭାରତର ପ୍ଲେଇଂ ଇଲେଭେନ ଆୟୁଷ ମହାତ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମାଲହୋତ୍ରା, ମୌଲ୍ୟରାଜ ସିଂହ ଚାଭଡା, ଅଭିଜ୍ଞାନ କୁଣ୍ଡୁ (ୱିକେଟକିପର), ରାହୁଲ କୁମାର, କନିଷ୍କ ଚୌହାନ, ଆରଏସ ଆମ୍ବ୍ରିସ୍, ମହମ୍ମଦ ଏନାନ, ହେନିଲ୍ ପଟେଲ ଏବଂ ଯୁଦ୍ଧଜିତ୍ ଗୁହା। ଇଂଲଣ୍ଡର ପ୍ଲେଇଂ ଇଲେଭେନ ଇଶାକ୍ ମହମ୍ମଦ, ବେନ୍ ଡକିନ୍ସ, ବେନ୍ ମେୟସ୍, ରକି ଫ୍ଲିଣ୍ଟଫ୍, ଥମସ ରିଭ (ଅଧିନାୟକ ଏବଂ ୱିକେଟକିପର), ଜୋସେଫ୍ ମୁର୍ସ, ରଲଫି ଆଲବର୍ଟ, ଜ୍ୟାକ୍ ହୋମ୍, ଜେମ୍ସ ମିଣ୍ଟୋ, ତାଜିମ୍ ଚୌଧରୀ ଅଲି ଏବଂ ଏଏମ୍…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କୁଞ୍ଜବନ ଠାରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ର, ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ, ନାକଟିଦେଉଳ ତହସିଲଦାର ଅମରଯେ ଡୁଙ୍ଗ ଡୁଙ୍ଗ, ରେଞ୍ଜର କିସିଣ୍ଡା ମହେନ୍ଦ୍ର ସାହୁ, ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ, ବାଳମକୁନ୍ଦ ପ୍ରଧାନ, ବିପିନ ବିହାରୀ ପ୍ରଧାନ, ନିରାକାର ବିଶ୍ବାଳ, ଶିକ୍ଷକ ହଳଧର ସାହୁ ଅତିଥି ରୁପେ ଯୋଗଦେଇ ବୃକ୍ଷ ରୋପଣ ର ଉପକାରିତା ସଂପର୍କରେ ଆଲୋକପାତ କରି ବୃକ୍ଷ ରୋପଣ କରିଥିଲେ। ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।

Read More

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜେପି ଆଉ ଏକ ପଦକ୍ଷେପ ନେଇଛି। ଦଳ ଆଜି ତିନୋଟି ରାଜ୍ୟରେ ପ୍ରଦେଶ ସଭାପତି ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛି। ଏପର୍ଯ୍ୟନ୍ତ ବିଜେପି ୧୪ଟି ରାଜ୍ୟରେ ଏହାର ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରିଛି। ଯେତେବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ପାଇଁ ୧୯ଟି ରାଜ୍ୟରେ ସଂଗଠନ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ଆବଶ୍ୟକ। ଏପରି ପରିସ୍ଥିତିରେ ଏବେ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନ ଖୁବ୍‌ଶୀଘ୍ର ହୋଇପାରେ। ଆଜି ବିଜେପି ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ, ଉତ୍ତରାଖଣ୍ଡରେ କେନ୍ଦ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ପଶ୍ଚିମବଙ୍ଗରେ ରବି ଶଙ୍କର ପ୍ରସାଦଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତ କରିଛି। ଜାତୀୟ ରିଟର୍ଣ୍ଣିଂ ଅଧିକାରୀ ଡକ୍ଟର କେ ଲକ୍ଷ୍ମଣ ଏକ ଚିଠି ଜାରି କରି ତିନି ଜଣଙ୍କ ନାମ ଘୋଷଣା କରିଛନ୍ତି। ୧୯ଟି ରାଜ୍ୟରେ ବିଜେପିର ସଂଗଠନ ନିର୍ବାଚନ ଏବେ ଏହି…

Read More

ନୂଆଦିଲ୍ଲୀ: କୋଟିପତିମାନେ ନିରନ୍ତର ଦେଶ ଛାଡି ବିଦେଶରେ ବସବାସ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ କୋଟିପତିଙ୍କ ଦେଶ ଛାଡିବାର ଗତି ହ୍ରାସ ପାଇବ। ହେନଲି ପ୍ରାଇଭେଟ୍ ଓ୍ବେଲ୍ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୫ ଅନୁଯାୟୀ, ଏହି ବର୍ଷ ପ୍ରାୟ ୩୫୦୦ କୋଟିପତି ଦେଶ ଛାଡି ବିଦେଶରେ ବସବାସ କରିବେ। ଦୁଇ ବର୍ଷ ପୂର୍ବେ, ଅର୍ଥାତ୍ ୨୦୨୩ ମସିହାରେ ଦେଶ ଛାଡି ବିଦେଶରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୪୩୦୦ ଥିଲା। ତଥାପି ରିପୋର୍ଟରେ କୁହାଯାଇଛି ଯେ, ଦେଶ ଛାଡି ବିଦେଶକୁ ଯାଉଥିବା ଧନୀ ଲୋକଙ୍କ ସମ୍ପତ୍ତି ପ୍ରାୟ ୨୬.୨ ବିଲିୟନ ଡଲାର ହେବ। ଏଠାରେ ଉଲ୍ଲେଖନୀୟ ଯେ, ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ଭାରତରେ କୋଟିପତିଙ୍କ ସଂଖ୍ୟା ୭୨ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତିବର୍ଷ ଦେଶ ଛାଡୁଛନ୍ତି ହଜାର ହଜାର ଧନୀ ଲୋକ  ଗ୍ଲୋବାଲ୍ ନିବେଶ ପ୍ରବାସନ ପରାମର୍ଶଦାତା ହେନଲି ଆଣ୍ଡ ପାର୍ଟନର୍ସ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ବର୍ଷ…

Read More

ନୂଆଦିଲ୍ଲୀ: କର୍ଣ୍ଣାଟକର ଏମଏମ ହିଲ୍ସ ବନଖଣ୍ଡରେ ଗୁରୁବାର (୨୬ ଜୁନ୍) ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲରେ ଏକ ମାଈ ବାଘୁଣୀ ଏବଂ ତାଙ୍କ ଚାରିଟି ଛୁଆଙ୍କ ମୃତଦେହ ମିଳିଛି, ଯାହା ସମଗ୍ର ବନ୍ୟପ୍ରାଣୀ ସଂରକ୍ଷଣ ବ୍ୟବସ୍ଥାରେ ହଇଚଇ ସୃଷ୍ଟି କରିଛି। ମୃତଦେହଗୁଡ଼ିକ ମିନ୍ୟମ ସେକ୍ସନରେ ମିଳିଛି, ଯାହା ଚାମରାଜନଗରର ଏମଏମ ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟର ହୁଗ୍ୟମ ରେଞ୍ଜ ଅଧୀନରେ ଆସେ। ନିକଟରେ ଏକ ମୃତ ଗାଈ ମଧ୍ୟ ମିଳିଛି, ଯାହା ବିଷକ୍ରିୟାର ସମ୍ଭାବନାକୁ ଆହୁରି ଦୃଢ଼ କରିଛି। ପ୍ରାଥମିକ ତଦନ୍ତରେ ବନ ଅଧିକାରୀମାନେ ଏହାକୁ ସମ୍ଭାବ୍ୟ ବିଷକ୍ରିୟାର ମାମଲା ଭାବରେ ବର୍ଣ୍ଣନା କରିଛନ୍ତି, କିନ୍ତୁ ପରିସ୍ଥିତିର ସମ୍ପୂର୍ଣ୍ଣ ସତ୍ୟ ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। କର୍ଣ୍ଣାଟକ ବନମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ ଏହି ଘଟଣାକୁ ‘ଅତ୍ୟନ୍ତ ଦୁଃଖଦ ଏବଂ ଅଗ୍ରହଣୀୟ’ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ବାଘ ସଂରକ୍ଷଣ ପାଇଁ ପ୍ରସିଦ୍ଧ…

Read More

ନୂଆଦିଲ୍ଲୀ: PFIର ଷଡ଼ଯନ୍ତ୍ରର ଏକ ବଡ଼ ଖୁଲାସା ହୋଇଛି। NIA ଦାବି କରିଛି ଯେ, ୨୦୪୭ ସୁଦ୍ଧା ଦେଶରେ ଇସଲାମିକ ଶାସନ ଆଣିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ରଚାଯାଉଥିଲା। RSS କର୍ମୀ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ତଦନ୍ତକାରୀ ସଂସ୍ଥା କୋର୍ଟରେ ଏହି ଖୁଲାସା କରିଛି। ପ୍ରକାଶ ଯେ, ଜୁନ୍ ୧୧ ତାରିଖରେ NIAର ଏର୍ନାକୁଲମ୍ କୋର୍ଟ ମହମ୍ମଦ ବିଲାଲ୍, ରିୟାଉସଦିନ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହି ସମସ୍ତେ ସେହି ମାମଲାରେ ଅଭିଯୁକ୍ତ ଅଛନ୍ତି ଯେଉଁଥିରେ RSS କର୍ମୀ ଶ୍ରୀନିବାସନଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା କୋର୍ଟରେ ଯେଉଁ କଥା ଉପସ୍ଥାପନ କରିଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। PFIର ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ NIA କୋର୍ଟକୁ କହିଛି ଯେ, ନିଷିଦ୍ଧ ସଂଗଠନ PFI (ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ)ର ସଦସ୍ୟ ଏବଂ ଅଧିକାରୀମାନେ ଗତ କିଛି ବର୍ଷ…

Read More

ଭୁବନେଶ୍ୱର: ଜୁନ ୩୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନ ଅଭିଯୋଗ ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ଦିନ ୧୦.୩୦ ସମୟରୁ ୟୁନିଟ୍-୨, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଆଜି ଦିନ ୧୨ ଟାରୁ ପଞ୍ଜୀକରଣ ଜାରି। ଆଜି ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ପଞ୍ଜୀକରଣ, ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥି ନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ…

Read More

କୋଲକାତା: କୋଲକାତାରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। କଲେଜ ପରିସରରେ ଏଭଳି ଅଭାନୀୟ ଘଟଣା ଘଟିଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଗଣଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ଆଇନ ପାଠ ପଢୁଥିଲେ। ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ଜୁନ ୨୫ ତାରିଖରେ ଘଟିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଛାତ୍ର ମଧ୍ୟ ଅଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କୋଲକାତାରେ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ମାମଲାର ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ଆରଜି କର ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ପୋଲିସ ସେହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ପରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିଆଲଦହ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା। ତାଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଥିଲା। ମାମଲାର ୧୬୪ ଦିନ ପରେ…

Read More

ନୂଆଦିଲ୍ଲୀ: ଏହି ବର୍ଷ ମୌସୁମୀ ପୂର୍ବାନୁମାନର ୮ ଦିନ ପୂର୍ବରୁ କେରଳରେ ପହଞ୍ଚିଥିଲା, ଯେତେବେଳେ ଦିଲ୍ଲୀରେ ଯେଲ୍ଲୋ ୱାର୍ଣ୍ଣିଂ ଜାରି ହେବା ସତ୍ତ୍ୱେ ବର୍ଷା ହୋଇନଥିଲା। ସେହି ସମୟରେ ହିମାଚଳ ପ୍ରଦେଶର କୁଲୁ ଏବଂ ଧର୍ମଶାଳାରେ ବିପର୍ଯ୍ୟୟ ଘଟାଇଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି, ୯ ଜଣ ନିଖୋଜ ଅଛନ୍ତି ଏବଂ ୨୦୦୦ ରୁ ଅଧିକ ପର୍ଯ୍ୟଟକ ସେଠାରେ ଫସି ରହିଛନ୍ତି। ଏପରି ପରିସ୍ଥିତିରେ ଯଦି ସଠିକ୍ ପାଣିପାଗ ପୂର୍ବାନୁମାନ ପୂର୍ବରୁ ଉପଲବ୍ଧ ହୋଇଥାନ୍ତା, ତେବେ ହୁଏତ ଏତେ କ୍ଷତି ହୋଇନଥାନ୍ତା। ଏବେ ଏହା ମଧ୍ୟ ସମ୍ଭବ ହେବ, କାରଣ IIT ଦିଲ୍ଲୀର ବୈଜ୍ଞାନିକମାନେ ଏକ ନୂତନ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ମଡେଲ ବିକଶିତ କରିଛନ୍ତି, ଯାହା ୧୮ ଦିନ ପୂର୍ବରୁ ମୌସୁମୀର ଆଗମନର ପୂର୍ବାନୁମାନ କରିପାରିବ। ଏହି ପ୍ରଯୁକ୍ତିବିଦ୍ୟା କେବଳ ପୂର୍ବ ପାଣିପାଗ ପୂର୍ବାନୁମାନ ମଡେଲ ଅପେକ୍ଷା ଦ୍ରୁତ ନୁହେଁ, ବରଂ ଅଧିକ ସଠିକ୍। ଏଥିରେ ଟ୍ରାନ୍ସଫର୍ମର…

Read More