ନୂଆଦିଲ୍ଲୀ: ଆପଲ୍ର ପ୍ରମୁଖ ଆସେମ୍ବଲର ଏବଂ ବିଶ୍ୱର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କମ୍ପାନୀ ମଧ୍ୟରୁ ଗୋଟିଏ ଫକ୍ସକନ୍, ଯାହାକୁ ହୋନ୍ ହାଇ ପ୍ରିସିସନ୍ ଇଣ୍ଡଷ୍ଟ୍ରି କୋ. ଭାବରେ ମଧ୍ୟ ଜଣାଶୁଣା, ଖୁବ୍ଶୀଘ୍ର ଭାରତ ଏବଂ ଆମେରିକାରେ ପ୍ରାୟ ୧୮୯୨୦ କୋଟି ଟଙ୍କା (୨.୨ ବିଲିୟନ ଡଲାର) ନିବେଶ କରିବାକୁ ଯାଉଛି। ଏହି ନିବେଶ ପାଇଁ କମ୍ପାନୀକୁ ତାଇୱାନ ସରକାରଙ୍କ ଅଧୀନରେ ଥିବା ନିବେଶ ସମୀକ୍ଷା ବିଭାଗରୁ ସବୁଜ ସଙ୍କେତ ମଧ୍ୟ ମିଳିଛି। ଭାରତରେ ଆଇଫୋନ୍ ଉତ୍ପାଦନ ବୃଦ୍ଧି ପାଇବ: ଫକ୍ସକନ୍ ଭାରତରେ ଆଇଫୋନ୍ ଏବଂ ଏହାର ବିଭିନ୍ନ ଉପାଦାନର ଉତ୍ପାଦନକୁ ଦ୍ରୁତ ଗତିରେ ବୃଦ୍ଧି କରିବାକୁ ଯୋଜନା କରୁଛି। ତାଇୱାନ୍ ଫୋକସ୍ ର ଏକ ରିପୋର୍ଟ ଅନୁଯାୟୀ, ଫକ୍ସକନ୍ ଏହାର ସିଙ୍ଗାପୁର-ଭିତ୍ତିକ ସହାୟକ କମ୍ପାନୀ ‘ଫକ୍ସକନ୍ ସିଙ୍ଗାପୁର ପ୍ରାଇଭେଟ୍ ଲିମିଟେଡ୍’ରେ ୧୨୮୧୪ କୋଟି ଟଙ୍କା (୧.୪୯ ବିଲିୟନ ଡଲାର) ପୁଞ୍ଜି ନିବେଶ କରିବ। ଏହି ଟଙ୍କା ସିଧାସଳଖ ଫକ୍ସକନର ଭାରତୀୟ ୟୁନିଟ୍…
Author: SM Network
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସମ୍ବିଧାନ ହତ୍ୟା ଦିବସ “ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ’ ଦ ଏମର୍ଜେନ୍ସି ଡାଏରୀଜ୍-ଇୟର୍ସ ଦ୍ୟାଟ୍ ଫର୍ଜଡ୍ ଏ ଲିଡର” ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି, ଯାହା ଜରୁରୀକାଳୀନ ପରିସ୍ଥିତି ବିରୋଧୀ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଜ୍ଞତାର ଏକ ସଂକଳନ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ପୁସ୍ତକ ଉନ୍ମୋଚନ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ପୁସ୍ତକରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜଣେ ଯୁବ ସଂଘ ପ୍ରଚାରକ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ, ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ…
ମେଷ: – ଆଜି ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ କ୍ଲାନ୍ତ ଅନୁଭବ କରିପାରନ୍ତି ଏବଂ ପରିଶ୍ରମ କରିବା ସତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲା ବିଷୟରେ ଚିନ୍ତିତ ହୋଇପାରନ୍ତି । ଅଧିକ ବ୍ୟସ୍ତତା ହେତୁ ଆପଣ ପରିବାରକୁ କମ୍ ସମୟ ଦେବେ, କିନ୍ତୁ ଆପଣ କାର୍ଯ୍ୟରେ ସଫଳତା ପାଇବେ । ପେଟ ଯନ୍ତ୍ରଣା ହେବାର ସମସ୍ୟା ହୋଇପାରେ । ବୃଷ: – ଦିନ ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତା ଆପଣଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ମଧ୍ୟମ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଝରିଆ ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି । ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ଲାଗି ଏହି ମାଷ୍ଟର ପ୍ଲାନକୁ ମଞ୍ଜୁରି ମିଳିଛି। ସଂଶୋଧିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋଟ ୫,୯୪୦ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବା ଦ୍ୱାରା ଅଗ୍ନିକାଣ୍ଡ ଏବଂ ଭୂସ୍ଖଳନ ରୋକିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସବୁଠାରୁ କଷ୍ଟକର ସ୍ଥାନରୁ ନେଇ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ସୁନିଶ୍ଚିତ ହେବ। ସଂଶୋଧିତ ଝରିଆ ମାଷ୍ଟର ପ୍ଲାନ୍ରେ ପୁନର୍ବାସ ହୋଇଥିବା ପରିବାର ପାଇଁ ସ୍ଥାୟୀ ଜୀବିକା ନିର୍ବାହର ଉପାୟ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପୁନର୍ବାସ ହୋଇଥିବା ପରିବାରଗୁଡ଼ିକର ଆର୍ଥିକ ସ୍ୱାବଲମ୍ବନ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ନିଯୁକ୍ତି ଆଧାରିତ ପଦକ୍ଷେପ ନିଆଯିବ। ଏହା ବ୍ୟତୀତ, ଆଇନଗତ…
ଭୁବନେଶ୍ଵର: ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅନସୂଚୀତ ଜାତି ବର୍ଗର ଜଣେ ଯୁବକଙ୍କୁ ବିବାହ କରିଥିବା ଅନୁସୂଚୀତ ଜନଜାତି ବର୍ଗର ଜଣେ ମହିଳାଙ୍କ ପରିବାରକୁ ଗ୍ରାମବାସୀମାନେ ସାମାଜିକ ବାସନ୍ଦ କରିବା ସଂପର୍କିତ ଗଣମାଧ୍ୟମ ରିପୋର୍ଟ ଉପରେ ସ୍ବତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)। ରିପୋର୍ଟ ଅନୁସାରେ ଯଦି ମହିଳାଙ୍କ ପରିବାର ପୁଣି ସମାଜକୁ ଫେରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏକ ଶୁଦ୍ଧୀକରଣ ଅନୁଷ୍ଠାନ କରିବାକୁ ହେବ ଗ୍ରାମବାସୀମାନେ ଦାବି କରିଥିଲେ। ଯଦି ସେମାନେ ଏହି ପରମ୍ପରା ପାଳନ ନ କରନ୍ତି, ତେବେ ସେମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାସନ୍ଦ କରିବାକୁ ଗ୍ରାମବାସୀ ଧମକ ଦେଇଥିଲେ। କମିଶନ ଅନୁଧ୍ୟାନ କରିଛନ୍ତି ଯେ ଯଦି ଗଣମାଧ୍ୟମ ରିପୋର୍ଟର ବିଷୟବସ୍ତୁ, ଯଦି ସତ୍ୟ ହୋଇଥାଏ, ତେବେ ପୀଡିତାଙ୍କ ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ମାମଲା ସୃଷ୍ଟି ହେଉଛି। ତେଣୁ କମିଶନ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଏକ ନୋଟିସ ଜାରି କରି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଏମକେସିଜି ମେଡ଼ିକାଲ ଖେଳ ପଡ଼ିଆ ନିକଟସ୍ଥ ମୁକୁଳା ଡ୍ରେନରେ ବର୍ଷା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ଖାରବେଳ ନଗର ବାସିନ୍ଦା ମହେନ୍ଦ୍ର ପାଣିଗ୍ରାହୀ ବୋଲି ଜଣାପଡିଛି। ସେ ସେହି ରାସ୍ତାଦେଇ ଆସୁଥିବା ବେଳେ ଉକ୍ତ ମୁକୁଳା ଡ଼୍ରେନ୍ ରେ ସ୍କୁଟି ସହ ଖସି ଭାସୁଥିବା ବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଅଟୋ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଭୁବନେଶ୍ଵର: ବିଭିନ୍ନ ବିଏ ବିଏଡ୍, ବିଏସସି ବିଏଡ୍, ଏମଏସସି ବିଏଡ୍, ବିଏଡ୍-ଏମଏଡ୍, ଏମଏ (ଶିକ୍ଷା ପ୍ରଯୁକ୍ତି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ ହେଉଥିବା ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)-୨୦୨୫କୁ ଘୁଞ୍ଚାଇ ଦିଆଯାଇଛି। ଏଥିସହିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ (ଆର ଆଇଇ) ପକ୍ଷରୁ ପରୀକ୍ଷାର ନୂଆ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ରବିବାର ୨୯ ଜୁନ୍ ୨୦୨୫ରେ ଅନୁଷ୍ଠିତ ହେବାର ଥିଲା। ତେବେ ବୈଷୟିକ କାରଣ ଏବଂ ଅନ୍ୟ ଅନିର୍ବାର୍ଯ୍ୟ ପରିସ୍ଥିତି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ନିକଟରେ ପ୍ରକାଶିତ ବିଜ୍ଞପ୍ତି ମୁତାବକ ପରୀକ୍ଷାର ନୂଆ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ଏବଂ ଏହା ରବିବାର ୧୩ ଜୁଲାଇ ୨୦୨୫ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ଦେଶବ୍ୟାପୀ ପ୍ରବେଶିକା ପରୀକ୍ଷା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ବିଭିନ୍ନ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ନାମଲେଖା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସମସ୍ତ ପଞ୍ଜିକୃତ ଆବେଦନକାରୀଙ୍କୁ ନିୟମିତ ସୂଚନା…
ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ହେମାମୁରା ଗ୍ରାମ ନିକଟରେ ଟ୍ରେନ ଧକ୍କାରେ ସେହି ଗ୍ରାମର ଜଣେ ଯୁବକ ଗୁରୁତର ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ଖବରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ହେମାମୁରା ଗ୍ରାମର ସିପନ ବେହେରା (୧୯) ଗାଁ ଦେଇ ଯାଇଥିବା ରେଳଲାଇନ ପାର ହେଉଥିବା ବେଳେ ବନ୍ଦେ ଭାରତ ଟ୍ରେନରେ ଧକ୍କା ହୋଇଯାଇଥିଲେ। ଯା’ ଫଳରେ ସେ ଗୁରୁତର ହୋଇ ଯାଇଥିଲେ। ରେଲୱେ ପୋଲିସ ଓ ଲୋକ ପାଇଲଟ ତାଙ୍କୁ ଉଦ୍ଧାର କରି ବାମୁର ରେଲୱେ ଷ୍ଟେସନ ନେଇ ଯାଇଥିଲେ। ସେଠାରୁ ଆମ୍ବୁଲାନ୍ସ ସାହାଯ୍ୟରେ କିଶୋର ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେଢ଼ାଖୋଲ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଉତ୍ତର ପ୍ରଦେଶର ଆଗ୍ରାଠାରେ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସିଆଇପି)ର ଦକ୍ଷିଣ ଏସିଆ ଆଞ୍ଚଳିକ କେନ୍ଦ୍ର (ସିଏସଏଆରସି) ପ୍ରତିଷ୍ଠା ପାଇଁ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ନିବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଳୁ ଏବଂ କନ୍ଦମୂଳର ଉତ୍ପାଦନ, ଅମଳ ପରବର୍ତ୍ତୀ ପରିଚାଳନା ଏବଂ ମୂଲ୍ୟ ବୃଦ୍ଧି କରି ଖାଦ୍ୟ ଓ ପୋଷଣ ସୁରକ୍ଷା, କୃଷକଙ୍କ ପାଇଁ ଆୟ ଓ ନିଯୁକ୍ତି ସୃଷ୍ଟିକୁ ବୃଦ୍ଧି କରିବା। ଭାରତରେ ଆଳୁ ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ପରିବହନ, ବିପଣନ, ମୂଲ୍ୟ ଶୃଙ୍ଖଳା ଆଦି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏହି କ୍ଷେତ୍ରରେ ରହିଥିବା ଅପାର ସମ୍ଭାବନାର ଲାଭ ଉଠାଇବା ଏବଂ ସେଗୁଡ଼ିକୁ ଚିହ୍ନଟ କରିବା ଲାଗି ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସିଆଇପି)ର ଦକ୍ଷିଣ ଏସିଆ ଆଞ୍ଚଳିକ କେନ୍ଦ୍ର ଉତ୍ତର ପ୍ରଦେଶ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଏକ ସଂକଳ୍ପ ଗୃହୀତ ହୋଇଛି। ସାହସିକତାର ସହିତ ଜରୁରିକାଳୀନ ପରିସ୍ଥିତି ଏବଂ ଭାରତୀୟ ସମ୍ବିଧାନର ଆତ୍ମାକୁ ନଷ୍ଟ କରିବା ଲାଗି ହୋଇଥିବା ଉଦ୍ୟମକୁ ବିରୋଧ କରିଥିବା ଅଗଣିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇବା ଏବଂ ସ୍ମୃତିଚାରଣ କରିବା ଏହି ସଂକଳ୍ପର ଉଦ୍ଦେଶ୍ୟ। ୧୯୭୪ରେ ନବନିର୍ମାଣ ଆନ୍ଦୋଳନ ଏବଂ ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନକୁ ଚାପିଦେବା ଲାଗି ଏକ ନିଷ୍ଠୁର ପ୍ରୟାସ ସହିତ ଏହି ଦମନଲୀଳା ଆରମ୍ଭ ହୋଇଥିଲା। ଯେଉଁ ଲୋକମାନଙ୍କର ସାମ୍ବିଧାନିକ ଅଧିକାରକୁ ଛଡ଼େଇ ନିଆଯାଇଥିଲା ଏବଂ ଯେଉଁମାନେ ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଆଜିର କ୍ୟାବିନେଟ୍ ବୈଠକରେ ଦୁଇ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଛି। ଜରୁରି ପରିସ୍ଥିତିର ଦମନକାରୀ ଉଦ୍ୟମ ପ୍ରତି ଅନୁକରଣୀୟ ସାହସ ପ୍ରଦର୍ଶନ କରିଥିବା ଏବଂ ଏହାକୁ ପ୍ରତିରୋଧ କରିଥିବା…
ପୁରୀ: ପବିତ୍ର ପୁରୀ ସହରରେ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଉତ୍ସବ ସମୟରେ ପରିଦର୍ଶନ କରିବାକୁ ଆଶା କରାଯାଉଥିବା ତୀର୍ଥଯାତ୍ରୀଙ୍କ ସୁଗମ ପରିବହନ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ବ୍ୟାପକ ଏବଂ ସୁସଜ୍ଜିତ ପ୍ରସ୍ତୁତି କରୁଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନରେ ତାଙ୍କ ନିରୀକ୍ଷଣରେ ଭକ୍ତଙ୍କ ଆଗମନ ପରିଚାଳନା ପାଇଁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଏହି ଯାଞ୍ଚରେ ଯାତ୍ରୀଙ୍କ ଆରାମ, ଭିଡ଼ ପରିଚାଳନା, ଭିତ୍ତିଭୂମି ପ୍ରସ୍ତୁତି ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭକ୍ତମାନଙ୍କ ପାଇଁ ଅଭୂତପୂର୍ବ ଯାତ୍ରୀ ସେବା: ରଥଯାତ୍ରା ସମୟରେ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପୁରୀ ରେଳ ଷ୍ଟେସନ ଏବଂ ଏହାର ଆଖପାଖରେ ବ୍ୟାପକ ଭିତ୍ତିଭୂମି ଉନ୍ନତି ଏବଂ ସେବା ନିୟୋଜିତ କରି ରେକର୍ଡ ଭିଡ଼କୁ ପରିଚାଳନା…
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବୈଠକରେ ରାଉରକେଲା ଉସ୍ପାତ୍ କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ, ଯେଉଁ ପ୍ରସ୍ତାବକୁ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଗ୍ରହଣ କରିଛନ୍ତି। ଏଥିପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଇସ୍ପାତ୍ କ୍ଷେତ୍ର ଏବଂ ପୂର୍ବ ଭାରତ ବିଶେଷ ଭାବରେ ଓଡ଼ିଶାର ଶିଳ୍ପ, ସାମାଜିକ-ଆର୍ଥିକ ବିକାଶ ପାଇଁ ରାଉରକେଲା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆପଡ଼ା ଥାନା ଅନ୍ତର୍ଗତ କଞ୍ଚଣା ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗୋଟିଏ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କାର୍ ଭିତରେ ୯୪ ବୋତଲ ଅର୍ଥାତ୍ ୪୨ ଲିଟର ଚୋରା ହୋମିଓପାଥି ସ୍ପିରିଟ ମହଜୁଦ ଥିବା ଦେଖିବାକୁ ମିଳିଥିଲା। ଉକ୍ତ ସ୍ପିରିଟ ସବୁ ନିଶା ଔଷଧ ପ୍ରସ୍ତୁତି ପାଇଁ ବାହାରକୁ ଚାଲାଣ ହେଉଥିଲା। ବେଗୁନିଆପଡ଼ା ଥାନା ପୋଲିସ୍ ଉକ୍ତ ସ୍ପିରିଟ ଜବତ କରିବା ସହ ଚାଲାଣକାରୀମାନଙ୍କୁ ଅଟକାଇ ଜେରା କରୁଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ଜାତୀୟ ରାଜପଥ ବଡପଦରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ କାର୍ କୁ ଅନ୍ୟ ଏକ କାର ପଛ ପଟୁ ଧକ୍କା ଦେବା ଫଳରେ ଦୁଇଟି ଯାକ କାର୍ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅନ୍ୟପକ୍ଷରେ ଚମାଖଣ୍ଡି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ଵର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି। ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି। କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସାଇବର କ୍ରାଇମ୍ ହେଲ୍ପଲାଇନ୍ 1930 ମାଧ୍ୟମରେ ଅଦ୍ୟାବଧି 317ଟି ଅଭିଯୋଗ ଦାଖଲ ହୋଇଛି। ଏହା ସହ ଠକମାନେ ବ୍ୟବହାର କରୁଥିବା ବେଆଇନ ହୋଟେଲ ବୁକିଂ ୱେବ ସାଇଟ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ଏହି ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଚିଲିକା: ବାଣପୁର ପଂଚାୟତ ସମିତି ଅଧୀନ ବଡହନ୍ତୁଆଡ଼ ସେବା ସମବାୟ ସମିତି ତାର ସମିତି ସଭାଗୃହରେ ବିଭିନ୍ନ ଚାଷୀ ଓ ସମିତି ସଭ୍ୟମାନକୁ ନେଇ ଆନ୍ତର୍ଜାତୀୟ ସମବାୟ ବର୍ଷ-୨୦୨୫ ଆଜି ପାଳନ କରିଛି। ଏହି ଅବସରରେ ସମିତି ସଭାପତି ମାଧବ ଚନ୍ଦ୍ର ବାରୀକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସମିତି ବୋର୍ଡ ଡିରେକ୍ଟର ଅଜୟ ରାଉଳ, ସଂଗ୍ରାମ କେଶରୀ ସାହୁ, କାମେଶ୍ୱର ଆଚାରି, ଗୋବିନ୍ଦ ଚନ୍ଦ୍ର ଘଡ଼ାଇ, ବାଣପୁର ସମବାୟ ଶାଖା ପରିଚାଳକ ନାରାୟଣ ନାୟକ, ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଓ ବକ୍ତା ଭାବେ ଯୋଗଦେଇ ସମବାୟ ଆନ୍ଦୋଳନର ସମାଜ ପ୍ରତି ଭୂମିକା ଓ ଆଭିମୁଖ୍ୟ ଉପରେ ଉପସ୍ଥିତ ଥିବା ଚାଷୀ, ସମିତିର ସତାଧିକ ସଭ୍ୟ ଏବଂ ସ୍ୱୟଂ ସାହାୟିକା ଗୋଷ୍ଟୀରସଭ୍ୟା ମାନଙ୍କୁ ବୁଝାଇଥିଲେ। ସମସ୍ତ ଚାଷୀକୁଳ ସମିତିସଭ୍ୟ ମାନେ ନିଜନିଜ ଜମିରେ ଯେଭଳି ଉନ୍ନତମାନର ଚାଷ କରି ନିଜେ ପରିବାର…
ବାଣପୁର: ଓଡ଼ିଶାର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟରୁ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ତିନିଜଣ ଅଧ୍ୟାପକ, ସରକାରୀ ଧନ୍ଦା ମୁଳକ ଶିକ୍ଷାର ଅଧ୍ୟାପକ ଗୌରୀ ଶଙ୍କର ସୁବୁଦ୍ଧି, ଦର୍ଶନ ବିଭଗର ମୁଖ୍ୟ ପ୍ରାଧ୍ୟାପକ ରାଧାକାନ୍ତ ରାଉତ ଓ ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପଞ୍ଚାନନ ମହାରଣାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏ ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ବିନାୟକ ହୋତା ଅଧ୍ୟକ୍ଷତା କରିଥିବା ବେଳେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଡ଼ ସୁର ପ୍ରତାପ ନରେନ୍ଦ୍ରସିଂ ବର୍ମା, ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ଅଧ୍ୟାପକ ବିଭୂତି ଭୂଷଣ ହୋତା, ଅଧ୍ୟାପକ ଅଜୟ କୁମାର ଦାସ, ଅଧ୍ୟାପକ କ୍ୟାପଟେନ ଡ ଗୁରୁକିଶୋରେ ନାୟକ ପ୍ରମୁଖ ତିନି ସହକର୍ମୀଙ୍କ ସମ୍ପର୍କରେ ଅନେକ ଗୁଣଗାନ କରି ସେମାନଙ୍କର ଦୀର୍ଘ ଓ ନିରୋଗ ଭବିଷ୍ୟତ ଜୀବନ କାମନା କରିଥିଲେ। ଉତ୍ସବରେ…
ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଭାରତକୁ 5 ୱିକେଟରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ 149 ରନ କରିଥିବା ବେନ୍ ଡକେଟ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ମ୍ୟାଚ୍ ପରେ, ICC ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ପରାଜୟ ସତ୍ତ୍ୱେ, ଶୁଭମନ ଗିଲ୍, ରିଷଭ ପନ୍ତ ଏବଂ କେଏଲ ରାହୁଲ ବ୍ୟାଟିଂ ରାଙ୍କିଂରେ ଉପରକୁ ଉଠିଛନ୍ତି। ରିଷଭ ପନ୍ତ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିବା ଦ୍ୱିତୀୟ ୱିକେଟକିପର ହୋଇଛନ୍ତି। ସେ ପ୍ରଥମ ଇନିଂସରେ 134 ଏବଂ ଦ୍ୱିତୀୟ ଇନିଂସରେ 118 ରନ କରିଥିଲେ। ରିଷଭ ପନ୍ତ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି, ଏବେ ସେ ତାଲିକାରେ 7 ନମ୍ବରରେ ଅଛନ୍ତି। ତାଙ୍କର 801 ରେଟିଂ ପଏଣ୍ଟ ଅଛି। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଯଶସ୍ୱୀ ଜୟସ୍ଵାଲ ଶ୍ରେଷ୍ଠ 10 ରେ ଅଛନ୍ତି। ସେ ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ଥିଲେ। କେଏଲ ରାହୁଲ ଏବଂ ଶୁଭମନ…
ନୂଆଦିଲ୍ଲୀ: ଇସ୍ରାଏଲୀ ଗୁପ୍ତଚର ନେଟୱାର୍କ ସହିତ ଲିଙ୍କ୍ ଅଭିଯୋଗରେ ଇରାନରେ ଶହ ଶହ ଲୋକଙ୍କୁ ଗିରଫ କରାଯାଇଛି। ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଇରାନର ଗୁଇନ୍ଦା ଏବଂ ସୁରକ୍ଷା ବାହିନୀ ଦେଶରେ ଇସ୍ରାଏଲର “ଗୁଇନ୍ଦା ନେଟୱାର୍କ”ର ଅଂଶ ଥିବା ସନ୍ଦେହରେ ୭୦୦ ରୁ ଅଧିକ ଲୋକଙ୍କୁ ଗିରଫ କରିଛନ୍ତି। ଇରାନ ସହିତ ଇସ୍ରାଏଲର 12 ଦିନିଆ ଯୁଦ୍ଧ ସମୟରେ ସନ୍ଦିଗ୍ଧମାନଙ୍କୁ ଗିରଫ କରାଯାଇଥିଲା। ଇରାନ ଉପରେ ଇସ୍ରାଏଲୀ ସାମରିକ ଆକ୍ରମଣରେ ଏକ ଅଭୂତପୂର୍ବ ଇସ୍ରାଏଲୀ ଗୁପ୍ତଚର ଅଭିଯାନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା, ଯେଉଁଥିରେ ଉଚ୍ଚପଦସ୍ଥ ସାମରିକ ଅଧିକାରୀ ଏବଂ ପ୍ରମୁଖ ପରମାଣୁ ବୈଜ୍ଞାନିକଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିଲା। ଇରାନ ସରକାରଙ୍କ ଦ୍ୱାରା ପୂର୍ବରୁ ଗଣ ଗିରଫଦାରୀକୁ ମାନବାଧିକାର ଗୋଷ୍ଠୀଗୁଡ଼ିକ ଦ୍ୱାରା ଉପଯୁକ୍ତ ପ୍ରକ୍ରିୟା ଅଭାବରୁ ସମାଲୋଚନା କରାଯାଇଛି। ଇରାନ ୩ ଜଣଙ୍କୁ ଫାଶି ଦେଇଛି ଇରାନ ଇସ୍ରାଏଲ ସହିତ ଯୁଦ୍ଧବିରତି ଚୁକ୍ତି କାର୍ଯ୍ୟକାରୀ ହେବାର ଗୋଟିଏ…
ନୂଆଦିଲ୍ଲୀ: ଭାରତର ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଅକ୍ସିଅମ୍-୪ ମିଶନ ପାଇଁ କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରୁଛନ୍ତି। ଏହି ମିଶନକୁ ଭାରତର ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି। ସେ ମହାକାଶରେ ପହଞ୍ଚିବା ମାତ୍ରେ ଦେଶ ପାଇଁ ପ୍ରଥମ ବାର୍ତ୍ତା ପଠାଇଥିଲେ। ଶୁଭାଂଶୁ କହିଥିଲେ ଯେ, ମୋର ତ୍ରିରଙ୍ଗା ମୋ କାନ୍ଧରେ ଅଛି। ସମଗ୍ର ଦେଶ ମୋ ସହିତ ଅଛି। ମହାକାଶ ମିଶନରେ ଯିବା ପୂର୍ବରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆରମ୍ଭ ହୋଇଥିବା ମିଶନରେ କ୍ରୁ କମ୍ପାନୀର ଫାଲକନ୍ ୯ ରକେଟ୍ ବ୍ୟବହାର କରାଯାଉଛି। ସମସ୍ତ ମହାକାଶଚାରୀ ଏକ ନୂତନ ସ୍ପେସ୍ଏକ୍ସ ଡ୍ରାଗନ୍ ସ୍ପେସ୍କ୍ରାଫ୍ଟରେ ଅଛନ୍ତି। ଶୁଭାଂଶୁ ମହାକାଶରେ ପହଞ୍ଚିବା ପରେ ଦେଶ ପାଇଁ ପ୍ରଥମ ବାର୍ତ୍ତା ପଠାଇଥିଲେ। ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଦେଶକୁ ବାର୍ତ୍ତା: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା କହିଛନ୍ତି ଯେ, “ନମସ୍କାର,…
ନୂଆଦିଲ୍ଲୀ: ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଆଜି ଅକାଳି ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ମଜିଠିଆଙ୍କୁ ଗିରଫ କରିଛି। ପୂର୍ବରୁ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମଜିଠିଆଙ୍କ ପ୍ରାୟ ୨୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହା ପରେ ତାଙ୍କୁ ଅମୃତସରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଏ ସମ୍ପର୍କରେ ମଜିଠିଆଙ୍କ ପତ୍ନୀ ଏବଂ ଅକାଳି ଦଳ ବିଧାୟକ ଗନିବ କୌର ମଜିଠିଆ ଦାବି କରିଛନ୍ତି ଯେ, ବ୍ୟୁରୋର ଏକ ୩୦ ଜଣିଆ ଦଳ ସେମାନଙ୍କ ଘରେ ପ୍ରବେଶ କରିଛି। ଗିରଫଦାରୀର ଭିଡିଓ ସେୟାର କରି ମଜିଠିଆ X ରେ ଲେଖିଛନ୍ତି ଯେ, “ମୁଁ ଗୁରୁ ସାହିବଙ୍କ ପୁଅ। ମୁଁ ପଞ୍ଜାବର ପ୍ରସଙ୍ଗ ଉଠାଇଛି ଏବଂ ଭବିଷ୍ୟତରେ ମଧ୍ୟ ସେଗୁଡ଼ିକୁ ଉଠାଇବି।” ଗିରଫଦାରୀ ପୂର୍ବରୁ ବିକ୍ରମ ମଜିଠିଆ ‘X’ ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କିଛି ଲୋକ ଅମୃତସରସ୍ଥିତ ତାଙ୍କ ଘରେ ଦେଖାଯାଇଛନ୍ତି। ମଜିଠିଆ ପୂର୍ବରୁ କହିଥିଲେ ଯେ ଭଗବନ୍ତ…

