ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ଅବସର। ଆଜିର ସମୟରେ ଓଡ଼ିଶାର ଜିଡ଼ିପି ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ଆଜି ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ଥିଲେ। ଓଡ଼ିଶା ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସମର୍ଥନ ରହିଛି।…
Author: SM Network
ଭୁବନେଶ୍ୱର: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ-୨୦୨୫କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିବା ବେଳେ ଏହି ଅବସରରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ। ଜନତା ମଇଦାନ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସୋଆ ଛାତ୍ରଛାତ୍ରୀମାନେ ଏୟାରପୋର୍ଟଠାରୁ ଆରମ୍ଭ କରି ଜନତା ମଇଦାନ ପର୍ଯ୍ୟନ୍ତ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ଓଡିଶାରେ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଲେ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ ବୋଲି ଗଣମାଧ୍ୟମ ସମ୍ମୁଖରେ ଛାତ୍ରଛାତ୍ରୀମାନେ କହିଛନ୍ତି। ଓଡ଼ିଶାରେ ଇନୋଭେସନ୍ ଏବଂ ଟେକ୍ନୋଲୋଜିକୁ ନେଇ ଅନେକ କିଛି ଆମକୁ ଶିଖିବାକୁ ମିଳିବା ସହ ନୂଆ ନୁଆ ଷ୍ଟାର୍ଟଅପ୍ ମଧ୍ୟ ଏହି କନ୍କ୍ଲେଭ ଯୋଗୁଁ ଆଗକୁ ଆସିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ସୋଆ ଏବଂ ସମ୍ ଲାଇଫ୍ ସାଇନ୍ସେସ୍ର ଷ୍ଟଲ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।
ଭୁବନେଶ୍ୱର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍କର୍ଷ ଓଡ଼ିଶା – ମେକ ଇନ୍ ଓଡ଼ିଶା ସମ୍ମିଳନୀରେ ଆଇଟି/ଆଇଟିଇଏସ/ଇଏସଡିଏମ ଉପରେ ଆୟୋଜିତ କ୍ଷେତ୍ରୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ବଜେଟ ବଳକା ରାଜ୍ୟ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାରେ ଥିବା ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି। ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ୭୩ ହଜାର କୋଟି ଟଙ୍କା ଏବଂ ଦୂରସଞ୍ଚାର କ୍ଷେତ୍ରରେ ୫୦୩୩ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ ଆଇଟି କ୍ଷେତ୍ରରେ ୭ହଜାର କୋଟି ଟଙ୍କା ନିବେଶ ପାଇଁ ଆଜି ଘୋଷଣା ହୋଇଛି। ଏହା ଓଡ଼ିଶା ପାଇଁ ଲାଭଦାୟକ ହେବ। ଓଡ଼ିଶାକୁ ଖୁବଶୀଘ୍ର ଏକ ଆଇଟି କେନ୍ଦ୍ରସ୍ଥଳୀରେ ପରିଣତ କରାଯିବ। ଓଡ଼ିଶା ସରକାର ଏଥିପାଇଁ ଭୁବନେଶ୍ୱର ମଧ୍ୟଭାଗରେ ୩ ଲକ୍ଷ ବର୍ଗଫୁଟ ଜମି ଆବଣ୍ଟନ କରିଛନ୍ତି ଏବଂ ଆଇଟି ଶିଳ୍ପର ବିକାଶ ପାଇଁ…
ନୂଆଦିଲ୍ଲୀ: ସମୁଦ୍ରର ଗଭୀରତା ଠାରୁ ମହାକାଶର ଉଚ୍ଚତା ପର୍ଯ୍ୟନ୍ତ ଭାରତୀୟ ବୈଜ୍ଞାନିକମାନେ ସେମାନଙ୍କର ଉପସ୍ଥିତି ସବୁଆଡେ ଅନୁଭବ କରୁଛନ୍ତି। ଏହି ସମୟରେ, ଭାରତୀୟ ବୈଜ୍ଞାନିକମାନେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରି ଭାରତକୁ ନିଜର ସମୟ ମାନକ ପ୍ରଦାନ କରିଛନ୍ତି। ସମ୍ପ୍ରତି ଭାରତ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ (IST) ଅନୁସରଣ କରେ, କିନ୍ତୁ ସବୁଠାରୁ ସଠିକ୍ ସମୟ ସଂରକ୍ଷଣ ଜିପିଏସ୍ ଉପଗ୍ରହ ଦ୍ୱାରା ନିର୍ଣ୍ଣୟ କରାଯାଏ। ଏହି ଉପଗ୍ରହଗୁଡିକ ମିଲିସେକେଣ୍ଡର ସଠିକତା ଦାବି କରନ୍ତି ଏବଂ ସମନ୍ୱିତ ୟୁନିଭର୍ସାଲ୍ ଟାଇମ୍ (UTC) ସହିତ ସିଙ୍କ୍ରୋନାଇଜ୍ ହୋଇଥାଏ। କିନ୍ତୁ ଆସନ୍ତା କିଛି ମାସ ମଧ୍ୟରେ ଏହା ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ୍ ଫିଜିକାଲ୍ ଲାବୋରେଟୋରୀ (NPL) ଖୁବ୍ ଶୀଘ୍ର ନାଭିଗେସନ୍ ଉଇଥ ଇଣ୍ଡିଆନ୍ କଂଷ୍ଟେଲେସନ (NavIC) ସିଷ୍ଟମ୍ ସହିତ ଲିଙ୍କ୍ ହେବ। ଫରିଦାବାଦରେ ଅବସ୍ଥିତ NPL, ନାଭିଗେଟରଙ୍କ ଠାରୁ ଟାଇମିଂ ତଥ୍ୟ ଗ୍ରହଣ କରିବ ଏବଂ ଅପ୍ଟିକାଲ୍ ଫାଇବର ଲିଙ୍କ୍ ମାଧ୍ୟମରେ ଏହାକୁ…
ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଏକ ଆଇନ ସଚେତନତା ଶିବିର ଆଜି ବାଣପୁର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ କିନ୍ନର ମାନଙ୍କ ପାଇଁ କି ପ୍ରକାର ଆଇନ ସୁବିଧାମାନ ଅଛି, ଏଥି ସହିତ କିନ୍ନର ମାନେ କିପରି ସାମାଜିକ ସ୍ରୋତରେ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। କିନ୍ନରମାନେ ମଧ୍ୟ ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନେ ନିଜର ଅଧିକାର ଜାଣିବା ଦରକାର ବୋଲି ବିଚାରପତି ଶ୍ରୀ ମହାପାତ୍ର କହିଥିଲେ। ତତସହିତ ଯଦି କୌଣସି କିନ୍ନର ଭାଇ ଭଉଣୀ ଆଇନଗତ ସହାୟତାରୁ ବଞ୍ଚିତ ହେଉଛନ୍ତି ତେବେ ସେ ତାଲୁକ ଆଇନ ସେବା ସମିତିର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇପାରିବେ ବୋଲି ବିଚାରପତି…
ବାଣପୁର: ମଙ୍ଗଳବାର ଅପରାହ୍ନରେ ବାଣପୁର ପୋଲିସ ଏବଂ ଖୋର୍ଦ୍ଧା ଏମଭିଆଇର ମିଳିତ ଆନୁକୂଲ୍ୟରେ ଏକ ସଡ଼କ ନିରାପତ୍ତା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପୋଲିସ ଅଧିକାରୀ, ଆରଟିଓ, ଏବଂ ଏମଭିଆଇ ଅଧିକାରୀ ମାନେ ସାମିଲ ହୋଇଥିଲେ। ସଚେତନତା ରାଲି ମହାବିଦ୍ୟାଳୟରୁ ବାହାରି ବାଣପୁର ବଜାର ଅଞ୍ଚଳ ଦେଇ ବାଣପୁର ଥାନାରେ ସମାପ୍ତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ସଡ଼କ ନିରାପତ୍ତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ମୁଖ୍ୟତଃ ମଦ ପିଇ ଗାଡି ନ ଚଳାଇବା, ହେଲମେଟ ପିନ୍ଧିବା, ଚାରିଚକିଆ ଯାନରେ ସିଟବେଲ୍ଟ ବାନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ନ ଚଲାଇବାକୁ ସଚେତନ କରାଯାଇଥିଲା। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କ ସହ ଏସଆଇ ପ୍ରଦୀପ୍ତ ସ୍ୱାଇଁ, ସୁକାନ୍ତ ଦଳାଇ, ଏଏସଆଇ ସଞ୍ଜୟ କୁମାର ପାତ୍ର ଯୋଗ ଦେଇଥିବା ବେଳେ…
ନୂଆଦିଲ୍ଲୀ: ମୁମ୍ବାଇରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ମହାରଷ୍ଟ୍ରର ଦେବେନ୍ଦ୍ର ଫଡନାଭିସ୍ ସରକାର ଗୁରୁତର ମନେ ହେଉଛନ୍ତି। ବାୟୁ ଗୁଣବତ୍ତା ଖରାପକୁ ଦୃଷ୍ଟିରେ ରଖି ମୁମ୍ବାଇ ମହାନଗର ନିଗମ (ଏମଏମଆର) ରେ ପେଟ୍ରୋଲ ଏବଂ ଡିଜେଲ ଯାନ ଉପରେ ନିଷେଧାଦେଶର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ମହାରାଷ୍ଟ୍ର ସରକାର ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଜାନୁୟାରୀ ୨୨ ତାରିଖରେ ଏଠାରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁଧୀର କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ କମିଟି ଏହି ବିଷୟରେ ଏକ ଅଧ୍ୟୟନ କରିବ ଏବଂ ତିନିମାସ ମଧ୍ୟରେ ଏହାର ସୁପାରିଶ ସହିତ ଏକ ରିପୋର୍ଟ ଦାଖଲ କରିବ। ମହାରାଷ୍ଟ୍ର ସରକାର ଗଠନ କରିଥିବା କମିଟିରେ କିଏ ଅଛନ୍ତି?: ମହାରାଷ୍ଟ୍ରର ପରିବହନ କମିଶନର, ମୁମ୍ବାଇର ଯୁଗ୍ମ ପୋଲିସ କମିଶନର, ଯୁଗ୍ମ ପୋଲିସ କମିଶନର (ଟ୍ରାଫିକ), ମହାନଗର ଗ୍ୟାସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ, ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ…
ଭୁବନେଶ୍ଵର: ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ ହେଉଛି ଫାଲକନ ଦଳର ଏକ ମୁଖ୍ୟ ଭାଗ ଯାହା ଓଡ଼ିଶାର ଏକ ଘରୋଇ ବ୍ୟବସାୟ ସଂସ୍ଥା। ଏହା ଟିଟାନିୟମ୍ ଡାଇଓକ୍ସାଇଡ୍ (ଟିଆଇଓ୨) ଉତ୍ପାଦନକୁ ପୁନର୍ବିକାସ କରିବାକୁ ଯାଉଛି। ଯାହାପାଇଁ ୧୦୫୦ କୋଟି ନିବେଶ କରାଯିବାର ସ୍ଥିର ହୋଇଛି। ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୩୦,୦୦୦ଟନ୍ (KTPA) ହେବାକୁ ଥିବାବେଳେ ଏହା ଦ୍ୱାରା ପେଣ୍ଟସ, କୋଟିଙ୍ଗ, ପ୍ଲାସ୍ଟିକ୍ସ ଏବଂ ବସ୍ତ୍ର ଶିଳ୍ପରେ ଟିଆଇଓ୨ ର ଉତ୍ପାଦନ ଆବଶ୍ୟକତା ପୂରଣ କରାଯିବ। ଏହା ସହ ୪୫୦ କୋଟିର ମଲ୍ଟି-ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କମ୍ପ୍ଲେକ୍ସ ଏବଂ ଏଆଇ ଏବଂ ରୋବୋଟିକ୍ ଚିକିତ୍ସା ସୁବିଧା ସହିତ ୫୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଖୋଲିବ। ଆର୍ଥିକ ସମୃଦ୍ଧ ବୃଦ୍ଧି କରିବା ସହିତ ଏହି ନିବେଶ ସୃଷ୍ଟି କରିବ ୫୦୦୦ ରୁ ଉର୍ଦ୍ଧ ରୋଜଗାର। ଏହା ପାଇଁ ଚୁକ୍ତିନାମା ସ୍ବାକ୍ଷର ସରିଛି ଓ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ ଫାଲକନ୍ ହୋଲ୍ଡିଂସ୍…
ରେଢ଼ାଖୋଲ (କନ୍ଦର୍ପ ବେହେରା): ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡଇଁଚାର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ମୁଖ୍ୟ ବକ୍ତା ଭାବରେ ମନୋରଞ୍ଜନ ମହନ୍ତ, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ଡଇଁଚା ସରପଞ୍ଚ ସୌଦାମିନୀ ପ୍ରଧାନ, ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅଶ୍ବିନୀ କୁମାର ଧଳ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ସହ ବିଭିନ୍ନ ପ୍ରକାର ପୁସ୍ତକ ଅଧ୍ୟୟନ କରିବା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚେଷ୍ଠା କରିବା ଆବଶ୍ୟକ। ପ୍ରତିଯୋଗିତାରେ ଅସଫଳ ହେଲେ ମଧ୍ୟ ସଫଳତା ପାଇବା ଯାଏଁ ପ୍ରତି ଦ୍ବନ୍ଦିତା କରିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୂର୍ବରୁ ଆୟୋଜିତ…
ବାଣପୁର: ଆଜି ବାଣପୁର କୋର୍ଟ ପରିସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ ଅତିଥି ଭାବେ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଯୋଗଦେଇଥିବା ବେଳେ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ମିଳିତ ଭାବେ ସଭା ପରିଚାଳନା କରିଥିଲେ। ବିଚାରପତି ଶ୍ରୀମତୀ ଦାସ ଅଗଷ୍ଟ ୨୦୨୨ ମସିହାରେ ବାଣପୁର କୋର୍ଟରେ ଯୋଗଦେଇଥିବା ବେଳେ ଦୀର୍ଘ ଅଢେଇ ବର୍ଷ କାର୍ଯ୍ୟାଳୟ ମଧ୍ୟରେ ବାର ଓ ବେଞ୍ଚ ମଧ୍ୟରେ ସୁସମ୍ପର୍କ ରଖି ସଫଳତାର ସହ କାର୍ଯ୍ୟ ନିର୍ବାହ କରିପାରିଛନ୍ତି। ଏହି ଅବସରରେ ଏକାଧିକ ବରିଷ୍ଠ ଓକିଲ ମାନେ ବିଚାରପତି ଶ୍ରୀମତୀ ଦାସ ଙ୍କ ରହଣି କାଳର ଅନୁଭୂତି ବଖାଣିବା ସହ ମା’ ଭଗବତୀଙ୍କ ନିକଟରେ ତାଙ୍କର ଉଜ୍ବଳ…
ନୂଆଦିଲ୍ଲୀ: ଅଖିଳେଶ ଯାଦବଙ୍କ ପରେ ବର୍ତ୍ତମାନ ଶତ୍ରୁଘ୍ନ ସିହ୍ନାଙ୍କ ପ୍ରଚାର କାର୍ଯ୍ୟସୂଚୀ ସ୍ଥିର ହୋଇଛି, ଯିଏ ଦିଲ୍ଲୀରେ AAP ପାଇଁ ପ୍ରଚାର କରିବେ। କଂଗ୍ରେସ ପକ୍ଷରୁ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ହୁସେନ୍ ଦଲଭି କହିଛନ୍ତି ଯେ, ଯିଏ AAP କୁ ସମର୍ଥନ କରୁଛି ସେ ଇଣ୍ଡିଆ ମେଣ୍ଟ ଭାଙ୍ଗୁଛି। ଏହି ମେଣ୍ଟ କଂଗ୍ରେସ ପାଇଁ କରାଯାଇଥିଲା, ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ନୁହେଁ। ଗଣମାଧ୍ୟମକୁ ହୁସେନ୍ ଦଲଭି କହିଛନ୍ତି ଯେ, “କଂଗ୍ରେସ ଏକ ଦେଶବ୍ୟାପୀ ଦଳ। ଆମର ବହୁ ସଂଖ୍ୟକ ସାଂସଦ ଏବଂ ବିଧାୟକ ଅଛନ୍ତି। ଆମର କେତେକ ରାଜ୍ୟରେ ସରକାର ଅଛି। ଦିଲ୍ଲୀର ସମସ୍ତ ବିକାଶ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ହୋଇଥିଲା। କେଜ୍ରିୱାଲ ଆସିବା ପରେ କେଉଁ ନୂଆ ଘଟଣା ଘଟିଲା? ତାଙ୍କର ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରେ ସେ କ’ଣ ନୂଆ କରିଥିଲେ? ଶୀଲା ଜୀ ବହୁତ ଭଲ କାମ…
ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟର ଅଫ୍ ଦି ଇୟର ହୋଇଥିବାରୁ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ସମ୍ମାନଜନକ ସାର୍ ଗାରଫିଲ୍ଡ ସୋବର୍ସ ପୁରସ୍କାରରେ ସମ୍ମାନିତ କରାଯାଇଛି। ନିକଟରେ ଜସପ୍ରୀତ ବୁମ୍ରାଙ୍କୁ ଆଇସିସି ପୁରୁଷ କ୍ରିକେଟର ଅଫ୍ ଦି ଇୟର ଭାବେ ମନୋନୀତ କରାଯାଇଥିଲା। ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ଇଂଲଣ୍ଡର ହ୍ୟାରି ବ୍ରୁକ୍, ଜୋ ରୁଟ୍ ଏବଂ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ଆଇସିସି ପୁରୁଷ କ୍ରିକେଟ୍ ଅଫ୍ ଦି ଇୟର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ଭାରତୀୟ ଦ୍ରୁତ ବୋଲର ଏହି ତିନିଜଣଙ୍କୁ ପଛରେ ପକାଇ ଏହି ବଡ ପୁରସ୍କାର ଜିତିଛନ୍ତି।
ନୂଆଦିଲ୍ଲୀ: ମହାକୁମ୍ଭ 2025 ସମୟରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପବିତ୍ର ନଗରୀ ପ୍ରୟାଗରାଜକୁ ପରିବହନ କରିବାରେ ଭାରତୀୟ ରେଳବାଇ ଏହାର ଭୂମିକାକୁ ପୁନଃପରିଭାଷିତ କରିଛି। ପରିବହନ ଯୋଗାଇବା ବ୍ୟତୀତ, ରେଳବାଇ ବିଶ୍ୱସ୍ତରୀୟ ଆତିଥ୍ୟ ସେବା ମଧ୍ୟ ସଫଳତାର ସହ ପରିଚାଳନା କରୁଛି। ଗୁରୁତ୍ୱପୂର୍ଣ୍ଣ ଉନ୍ନତିକରଣ, ଅଭିନବ ସମାଧାନ ଏବଂ ଅନ୍ତର୍ଭୁକ୍ତି ପ୍ରତି ପ୍ରତିବଦ୍ଧତା ସହିତ, ରେଳବାଇ ଏହି ମେଗା ଧାର୍ମିକ କାର୍ଯ୍ୟକ୍ରମ ସମୟରେ କାର୍ଯ୍ୟରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି। ଆଧୁନିକ ଭିତ୍ତିଭୂମି ଆଧ୍ୟାତ୍ମିକ ଉଦ୍ଦେଶ୍ୟ ସାଧନ କରେ ପବିତ୍ର ସଙ୍ଗମରେ ଯାତ୍ରା ଅଭିଜ୍ଞତା ବୃଦ୍ଧି କରିବା ଏବଂ ଏହାକୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିବାରେ ଭାରତୀୟ ରେଳବାଇ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଗତ ଦଶନ୍ଧି ମଧ୍ୟରେ, ଭାରତ ସରକାର ପ୍ରୟାଗରାଜରେ ରେଳ ଭିତ୍ତିଭୂମି ପାଇଁ ପାଣ୍ଠିକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ମହାକୁମ୍ଭର ପ୍ରସ୍ତୁତି ପାଇଁ, ଭାରତୀୟ ରେଳବାଇ ଏଠାକାର ରେଳ ଷ୍ଟେସନଗୁଡ଼ିକୁ ଆରାମଦାୟକ, ସୁବିଧାଜନକ ଏବଂ ଆଧ୍ୟାତ୍ମିକତାର ସ୍ପନ୍ଦନଶୀଳ କେନ୍ଦ୍ରରେ…
ପ୍ରୟାଗରାଜ: ବାଗେଶ୍ୱର ଧାମର ପୀଠାଧୀଶ୍ଵର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଆଜି ପ୍ରୟାଗରାଜରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ପ୍ରୟାଗରାଜ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପରେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ବହୁତ ଖୁସି ମନେ ହେଉଥିଲେ। ସେ କହିଛନ୍ତି ଯେ, “ମୁଁ ଦେଶବାସୀ, ବିଦେଶୀ, ବାଗେଶ୍ୱର ଧାମର ଲୋକମାନଙ୍କ ସହିତ ମୁଁ ପବିତ୍ର ବୁଡ଼ ପକାଇଛି। ସମସ୍ତ ଦେଶବାସୀଙ୍କୁ ମହାକୁମ୍ଭ ଆସି ପବିତ୍ର ସ୍ନାନ କରିବାକୁ ନିବେଦନ କରିଛନ୍ତି ଶାସ୍ତ୍ରୀ। ମହାକୁମ୍ଭ ଆୟୋଜନ ପାଇଁ ବାଗେଶ୍ୱର ଧାମ ଖୁସି ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ, ଏହି ମୁହୂର୍ତ୍ତ ଆଉ ଦେଖିବା ପାଇଁ ମିଳିବ ନାହିଁ, ତେଣୁ ସମସ୍ତେ ଅତି କମରେ ଗୋଟିଏ ଥର ମହାକୁମ୍ଭ ଆସିବା ଆବଶ୍ୟକ। ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତି ଉପରେ କ’ଣ କହିଲ?: ବାଗେଶ୍ୱର ଧାମ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତିରେ କହିଛନ୍ତି ଯେ, ଦେଶରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତ୍ୟେକ କାର୍ଯ୍ୟ କରାଯାଇଛି। ମହା…
ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର ଉଦ୍ଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ। ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ। ଏହି ଅବସରରେ ବିଦ୍ୟାଳୟର ଚାରୋଟି ସଦନ ଭକ୍ତି, ସ୍ତୁତି, ଶ୍ଲୋକ ଓ ମନ୍ତ୍ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,…
ନୂଆଦିଲ୍ଲୀ: 2025 ଅଣ୍ଡର -19 ମହିଳା ଟି -20 ବିଶ୍ୱକପ ରେ ଭାରତ ସ୍କଟଲାଣ୍ଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ 209 ରନ୍ର ବିଶାଳ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ସ୍କଟଲ୍ୟାଣ୍ଡ ଦଳ ମାତ୍ର 58 ରନ ସ୍କୋରରେ ଅଟକି ଯାଇଥିଲା। ଜି ତ୍ରିଶା ଭାରତ ପାଇଁ ବିସ୍ଫୋରକ ପାଳି ଖେଳିଥିଲେ। ସେ ଶତକ ହାସଲ କରିଥିଲେ। ସେହିଭଳି ଜି କମଲିନି ଅର୍ଦ୍ଧଶତକ ହାସଲ କରିଥିଲେ। ଆୟୁଷ ଶୁକ୍ଲା ଟିମ୍ ଇଣ୍ଡିଆ ପାଇଁ ଘାତକ ବୋଲିଂ କରିଥିଲେ। ସେ 4 ଟି ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ପାହାଡ ପରି ଟାର୍ଗେଟ ଛିଡା କରିଥିଲା। ଗୋଟିଏ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ 20 ଓଭରରେ 208 ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଜି ତ୍ରିଶା 59 ବଲ ସମ୍ମୁଖରେ 110 ରନ ସ୍କୋର କରିଥିଲେ। ତାଙ୍କ ଇନିଂସରେ 13 ଚଚୌକା ଓ…
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖ ୨୦୨୫ରେ ଦେଶର କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ତାଙ୍କର ବଜେଟ୍ ଭାଷଣ ସକାଳ ୧୧ ଟାରୁ ଲୋକସଭାରେ ଆରମ୍ଭ ହେବ। ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ଭାଷଣ ହେବ। ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିକଟରେ ଅର୍ଥ ମନ୍ତ୍ରଣାଳୟରେ ହାଲୱା ସମାରୋହ ପରେ ବଜେଟର ଲକ୍ ଇନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଏହା ସୂଚିତ କରେ ଯେ, ବଜେଟ୍ ଚୂଡାନ୍ତ ହୋଇଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଦେଶର ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବଜେଟ ଉପରେ ବହୁତ ଆଶା ରଖିଛନ୍ତି ଏବଂ ମୁଦ୍ରାସ୍ଫୀତି ବୃଦ୍ଧିର ଯୁଗରେ ସେମାନେ ବଡ଼ ଆଶା ରଖିଛନ୍ତି। ବଜେଟରେ କେଉଁ ପ୍ରକାର ଘୋଷଣା କରାଯିବ ତାହା କେବଳ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ପରେ ଜଣା ପଡିବ। ଏଠାରେ ଆମେ ଆପଣଙ୍କୁ ବିଶ୍ୱର ପ୍ରଥମ ବଜେଟ୍ ବିଷୟରେ କହିବୁ। ବିଶ୍ଵରେ ପ୍ରଥମ…
ନୂଆଦିଲ୍ଲୀ: ଆସାମର ରାଜନୈତିକ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ର ମୁଖ୍ୟ ବଦରୁଦ୍ଦିନ ଅଜମଲ ସୋମବାର ଦିନ ଦିଲ୍ଲୀ ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆମ୍ ଆଦମୀ ପାର୍ଟି ଜିତିବା ପାଇଁ ଧର୍ମନିରପେକ୍ଷ ଲୋକମାନଙ୍କୁ ବଦରୁଦ୍ଦିନ ଅଜମଲ ନିବେଦନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଦେଶର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଛି। ବଦରୁଦ୍ଦିନ ଅଜମଲ କହିଛନ୍ତି ଯେ, “ମୁଁ ଦିଲ୍ଲୀର ସମସ୍ତ ଧର୍ମନିରପେକ୍ଷ ଭୋଟରଙ୍କୁ ଅନୁରୋଧ କରୁଛି ଯେ ଦେଶର ଅବସ୍ଥା ଦିନକୁ ଦିନ ବିଗିଡି ଯାଉଛି ଏବଂ ଅବସ୍ଥା ଆହୁରି ବିଗିଡି ଯାଇଛି। ତେଣୁ ଆପଣଙ୍କର ଧର୍ମନିରପେକ୍ଷ ଭୋଟ୍ ଭାଗ ହେବାକୁ ଦିଅନ୍ତୁ ନାହିଁ। ଆପଣମାନେ ଆମ୍ ଆଦମୀ ପାର୍ଟିକୁ ବିପୁଳ ପରିମାଣରେ ଭୋଟ୍ ଦିଅନ୍ତୁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଅରବିନ୍ଦ କେଜ୍ରିୱାଲଙ୍କୁ ପୁନର୍ବାର ସରକାର ଗଠନ କରିବାର ସୁଯୋଗ ଦିଅନ୍ତୁ। ଗତ କିଛି ଦିନ…
ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ବାଗପତରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଏଠାରେ ପ୍ରଭୁ ଆଦିନାଥଙ୍କ ନିର୍ବାଣ ଲଡୁ ପର୍ବରେ ମାନସ୍ତାମ୍ବ ପରିସରରେ ନିର୍ମିତ କାଠ ମଞ୍ଚ ଭୁଶୁଡି ପଡିଛି। ଏହି ଘଟଣାରେ ୫୦ ରୁ ଅଧିକ ଭକ୍ତ ଦବିଯାଇଥିବାର ଆଶଙ୍କା ରହିଛି। ଏହି ସମୟରେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଦୁର୍ଘଟଣା କିପରି ହେଲା? ବାସ୍ତବରେ ଏହି ଦୁର୍ଘଟଣା ଆଜି ସକାଳେ ବଡୌତ ସହରର କୋତୱାଲୀ ଅଞ୍ଚଳର ଗାନ୍ଧୀ ରାସ୍ତାରେ ଘଟିଛି। କାଠରେ ନିର୍ମିତ ମଞ୍ଚ ହଠାତ୍ ମନସ୍ତାମ୍ବ ପରିସରରେ ଭୁଶୁଡ଼ି ପଡ଼ିଥିଲା, ଯେଉଁଥିରେ ଅନେକ ଲୋକ ତଳେ ପୋତି ହୋଇଯାଇଥିଲେ। କେବଳ ଏତିକି ନୁହେଁ, ଘଟଣା ପରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ସୂଚନା ପାଇବା ପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। କୁହାଯାଉଛି ଯେ, ଏହି ଦୁର୍ଘଟଣାରେ ପ୍ରାୟ ୭ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହି ମାମଲା…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମୁଛି। ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ବିଭିନ୍ନ ବସ, ଟ୍ରେନ ଯୋଗେ ପ୍ରୟାଗରାଜ ପହଞ୍ଚୁଛନ୍ତି। କିନ୍ତୁ ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କିଛି ଶ୍ରଦ୍ଧାଳୁ ଟ୍ରେନ ଯୋଗେ କୁମ୍ଭମେଳାକୁ ଆସୁଥିବା ବେଳେ ପଥର ମାଡ଼ ହୋଇଥିବା ଖବର ରହିଛି। ଏହି ଟ୍ରେନ ଝାଂସିରୁ ପ୍ରୟାଗରାଜ ଅଭିମୁଖେ ଆସୁଥିବା ବେଳେ ହରପାଳପୁର ଷ୍ଟେସନରେ ଆକ୍ରମଣ କରାଯାଇଥିଲା। ଟ୍ରେନ ଉପରକୁ ପଥର ମାଡ଼ କରିବା ସହ ଭଙ୍ଗା ରୁଜା କରାଯାଇଥିଲା। ଯାହାଫଳରେ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଗୋଷ୍ଠୀ ସଂଘର୍ଷ ଦିନକୁ ଦିନ ବଢି ଚାଲିଛି। ଯାହାକି ପୋଲିସ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ି ଚାଲିଛି। ଗତ ମଙ୍ଗଳବାର ମଧ୍ୟରାତ୍ରରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଛାତ୍ର ତଥା କମାପଲ୍ଲୀ ବଡ଼ ସାହି ବାସିନ୍ଦା ସୁଜନ ପାତ୍ର, ବିଜିପୁର ଅଞ୍ଚଳର ଅବିନାଶ ନାୟକ ଓ ଅନ୍ୟ ଜଣେ ବନ୍ଧୁ ଗୋଟିଏ ଭୋଜି କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ବିଜିପୁର କାଳୀ ମନ୍ଦିର ନିକଟରେ ପ୍ରାୟ ୧୨ ଜଣ ଯୁବକ ୪ ଟି ମୋଟର ସାଇକେଲରେ ଆସି ପ୍ରଥମେ ଗୁଳି ଫୁଟାଇଥିଲେ। ଗୁଳି ଭ୍ରଷ୍ଟ ହେବାରୁ ବିଭିନ୍ନ ମାରଣାସ୍ତ୍ରରେ ଆତର୍କିତ ଭାବେ ଉକ୍ତ ୩ ଜଣଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ ସୁଜନର ଶରୀରର ବହୁ ସ୍ଥାନରେ ଆଘାତ ଲାଗିଛି। ଆକ୍ରମଣ କରି ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ଗୁରୁତର ସୁଜନ କୁ ସାଙ୍ଗ ମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ।…

