Author: SM Network

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ରାତିରେ ଦୁଇଟି ଉପଗ୍ରହ ଉତକ୍ଷେପଣ କରିବ। ଏହି ଉପଗ୍ରହଗୁଡିକର ଉଦ୍ଦେଶ୍ୟ ହେଉଛି ମହାକାଶରେ ଯୋଡିବା ଏବଂ ପୃଥକ କରିବା ପ୍ରଯୁକ୍ତିବିଦ୍ୟା ପରୀକ୍ଷା କରିବା। ଯଦି ଏଥିରେ ସଫଳ ହୁଏ ତେବେ ଭାରତ ଏହି ସଫଳତା ହାସଲ କରିବାରେ ବିଶ୍ୱର ଚତୁର୍ଥ ଦେଶ ହେବ। ସ୍ପେସ୍ ଏଜେନ୍ସି ଅଧିକାରୀ କହିଛନ୍ତି ଯେ, ISRO ର ରକେଟ୍ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV) ଦୁଇଟି ଉପଗ୍ରହ SDX-1 ଏବଂ SDX-II କୁ 476 କିଲୋମିଟର ବୃତ୍ତାକାର କକ୍ଷପଥରେ ରଖିବ। ଏହା ପରେ ଜାନୁଆରୀ ପ୍ରଥମ ସପ୍ତାହରେ ଏହି ଉପଗ୍ରହ ମାଧ୍ୟମରେ ‘ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ’ (SPADEX) କରାଯିବ। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, “ଏହି ମିଶନରେ ଭାରତକୁ ଦେଶ ସମୂହରେ ଅନ୍ତର୍ଭୁକ୍ତ କରାଯିବ ଯେଉଁମାନେ ମହାକାଶରେ ଡକିଂ ଟେକ୍ନୋଲୋଜିକୁ ସଫଳତାର ସହ ବ୍ୟବହାର କରିଛନ୍ତି। ଏହି…

Read More

ବାଣପୁର: ଅଯୋଧ୍ୟା ରାମ ମନ୍ଦିର ଦର୍ଶନ ସହ ତୀର୍ଥଯାତ୍ରା ଶେଷକରି ଘରକୁ ଫେରିବା ବାଟରେ ନାଚୁଣୀ କଉଡ଼ିଖଣି ଠାରେ ଦୁର୍ଘଟଣା ଘଟି ଆଠଜଣ ଆହତ ହୋଇଥିବା ବେଳେ ପାଞ୍ଚଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ମୁତାବକ ବାଣପୁର ବିଷର ପାଟଣା ଗ୍ରାମର ୧୭ ଜଣ ଅଯୋଧ୍ୟା ରାମମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଶନିବାର ରାତ୍ରିରେ ଖୋର୍ଦ୍ଧାରୋଡ଼ ରେଳଷ୍ଟେସନ ଠାରେ ଟ୍ରେନରୁ ଓହ୍ଲାଇଥିଲେ। ସେଠାରେ ଛଅଜଣ ରହିଯାଇଥିବା ବେଳେ ବିଳମ୍ବିତ ରାତ୍ରିରେ ୧୧ଜଣ ଏକ ଟ୍ରାଭେଲର ଗାଡ଼ିରେ ଘରକୁ ଫେରୁଥିଲେ। ଫେରିବା ବାଟରେ ନାଚୁଣୀ କଉଡ଼ି ଖଣି ନିକଟରେ ଚାଳକର ଅସାବଧାନତା ଯୋଗୁଁ ଏକ ଆନ୍ଧ୍ରା ଟ୍ରକ ପଛପଟକୁ ଟ୍ରାଭେଲରଟି ଧକ୍କା ଦେଇଥିଲା। ଫଳରେ ପ୍ରାୟ ସମସ୍ତ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ଆଠଜଣ ଗୁରୁତର ଥିବା ଜଣାପଡିଛି। ଖବର ପାଇ ନାଚୁଣୀ ପୋଲିସ ପହଂଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ପ୍ରଭାସ ସାହୁ,…

Read More

ଭୁବନେଶ୍ଵର: ସରକାର ବାଂଲାଦେଶ ଅନୁପ୍ରବେଶକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏପରିକି ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଥିବାରୁ କୁମ୍ଭମେଳାକୁ ଯିବା ନିମନ୍ତେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ। ସେଠାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସମସ୍ତ ଦାୟିତ୍ୱ ଗ୍ରହଣ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ଓ ଦେବାଦେବୀ ମନ୍ଦିର ଭଙ୍ଗା ଘଟଣାକୁ ନିନ୍ଦା କରିବା ସହ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଥିଲେ। ଏବେ ଠାରୁ ଯଦି ସରକାର ଅନୁପ୍ରବେଶକାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଆଗାମୀ ଦିନରେ ପରିସ୍ଥିତି ଉଦ୍‌ବେଗଜନକ ହେବ ବୋଲି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ତୋଗଡ଼ିଆ ମତବ୍ୟକ୍ତ କରିଥିଲେ। ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲ୍ଲା ଶାଖା ପକ୍ଷରୁ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ…

Read More

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା…

Read More

‘ମନ୍ କି ବାତ୍’ର ୧୧୭ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମହାକୁମ୍ଭର ବିଶେଷତ୍ୱ କେବଳ ଏହାର ବିଶାଳତା ନୁହେଁ ବରଂ ଏହାର ବିବିଧତା ମଧ୍ୟରେ ବି ରହିଛି। ଏହି କାର୍ଯ୍ୟକ୍ରମ ପାଇଁ କୋଟି କୋଟି ଲୋକ ଏକାଠି ହୁଅନ୍ତି। ଲକ୍ଷ ଲକ୍ଷ ସାଧୁ, ହଜାର ହଜାର ପରମ୍ପରା, ଶହ ଶହ ଧାର୍ମିକ ଗୋଷ୍ଠୀ, ଅନେକ ଆଖଡ଼ା, ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। କୌଣସି ସ୍ଥାନରେ ଭେଦଭାବ ନାହିଁ, କେହି ବଡ଼ ନୁହଁନ୍ତି, କେହି ଛୋଟ ନୁହଁନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ବିବିଧତା ଭିତରେ ଏକତାର ଏଭଳି ଦୃଶ୍ୟ ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ତେଣୁ ଆମ କୁମ୍ଭ ମଧ୍ୟ ଏକତାର ମହାକୁମ୍ଭ। ଆଗାମୀ ମହାକୁମ୍ଭ ଏକତାର ମହାକୁମ୍ଭର ମନ୍ତ୍ରକୁ ମଧ୍ୟ ସୁଦୃଢ଼ କରିବ। ଏକତାର ସଂକଳ୍ପ ନେଇ ମହାକୁମ୍ଭରେ ଅଂଶଗ୍ରହଣ କରିବାକୁ ସେ ନାଗରିକମାନଙ୍କୁ ଆହ୍ୱାନ…

Read More

ଭୁବନେଶ୍ଵର: ମାଲକାନଗିରି ମାଟି ସମସ୍ତଙ୍କୁ ଭଲ ପାଏ। ଏଠାରେ ପୂର୍ବରୁ ଯେଉଁ ବିଚାରପତିମାନେ କାର୍ଯ୍ୟ କରି ଯାଇଛନ୍ତି, ସେହି ସ୍ମୃତିକୁ ନେଇ ସେମାନେ ଏଠାକୁ ପୁଣି ବୁଲିବାକୁ ଆସିବାକୁ ପସନ୍ଦ କରନ୍ତି ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶିବ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ପଞ୍ଜିକରଣ ଫି ଆଇନଜୀବୀଙ୍କ ସାମାଜିକ ସୁରକ୍ଷା ସମେତ ବୀମା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପର୍ଯ୍ୟବେସିତ ବୋଲି ପ୍ରକାଶ କରିଛନ୍ତି। ମାଲକାନଗିରି ଡି. ଏନ. କେ ଖେଳ ପଡ଼ିଆଠାରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରି ସେ ଏହା ପ୍ରକାଶ କରିଛନ୍ତି। ଏଥିରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଭି. ଗୋପାଳ ଗୌଡ଼ା ଯୋଗ ଦେଇ ଦେଶର ୫୦ ପ୍ରତିଶତ ଲୋକ ନିରକ୍ଷର ଓ ୬୬ ପ୍ରତିଶତ ଲୋକ ଗ୍ରାମରେ ବାସ କରନ୍ତି। କିନ୍ତୁ ଗଣତନ୍ତ୍ର, ନ୍ୟାୟାଳୟ, ବଜେଟ…

Read More

ଖୋର୍ଦ୍ଧା: ଦୀର୍ଘ ବର୍ଷ ଧରି ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମୋକଦ୍ଦମାର ଅନ୍ତ ଘଟିଛି। ଶେଷରେ ପ୍ରଶାସନ ଖୋର୍ଦ୍ଧାରୁ କ୍ୟାବିନ ଉଚ୍ଛେଦ କରିବାରେ ସଫଳ ହୋଇଛି। ଦୀର୍ଘ ତିରିଶ ବର୍ଷ ପରେ ଖୋର୍ଦ୍ଧାରୁ କ୍ୟାବିନ ହଟାଇବାରେ ପ୍ରଶାସନ ସଫଳ ହୋଇଛି। ରବିବାର ସକାଳୁ ସକାଳୁ ଦୋକାନ ତାଲା ଭାଙ୍ଗି ବୁଲୋଡୋଜର ଲଗାଇ ପ୍ରଶାସନ ଟ୍ରାଫିକ ଛକ ଠାରୁ, ସମବାୟ ବ୍ୟାଙ୍କ ଛକ, ଫରେଷ୍ଟ କଲୋନୀ ଛକ, ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେଥିବ ସମସ୍ତ କ୍ୟାବିନକୁ ଉଚ୍ଛେଦ କରିଛି।କି ଛି ଦୋକାନୀ ଥଇଥାନ ଦାବିରେ ଉଚ୍ଛେଦ କୁ ବିରୋଧ କରିଥିଲେ ସୁଦ୍ଧା ତାହା ଫଳ ପ୍ରଦ ହେଲାନି। ପ୍ରଶାସନ ସବୁକୁ ଅଗ୍ରାହ୍ୟ କରି ଉଚ୍ଛେଦ ପ୍ରକ୍ରିୟା କରି ଚାଲିଥିଲା। ଖୋର୍ଦ୍ଧା ସହରକୁ ସୁନ୍ଦର କରି ଗଢି ତୋଳିବାକୁ ପ୍ରଶାସନର ଏହି ଉଦ୍ୟମକୁ ସହର ବାସି ସ୍ବାଗତ କରିଥିବା ବେଳେ ଉଚ୍ଛେଦ ହୋଇଥିବା ଦୋକାନକୁ ଥଇଥାନ କରିବା ଦିଗରେ ପ୍ରଶାସନ…

Read More

ମେଷ-  ଆଜିଠାରୁ ଆପଣ ଅଫିସ୍ ଏବଂ ଘରେ ଅଧିକ ଦାୟିତ୍ବ ପାଇପାରିବେ। ଆପଣ ସାମର୍ଥ୍ୟ ଅନୁଯାୟୀ ଏହି କାର‌୍ୟ୍ୟଗୁଡ଼ିକୁ ସଂପୂର୍ଣ୍ଣ କରନ୍ତୁ। ସମୟ ସହିତ ତୁମର କ୍ୟାରିୟର ସୁଯୋଗ ବୃଦ୍ଧି ପାଇପାରେ ଜ୍ଝ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଆଜି ଆପଣ ଅଳସୁଆ ହେବେ। କାର‌୍ୟ୍ୟ ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ପୂର୍ବ ପ୍ରସ୍ତୁତ ଯୋଜନାଗୁଡିକ ସଫଳ ହେବ। ବୃଷ- ଆଜି ଆପଣ ଋଣ ରାଶି ଫେରସ୍ତ କରିବେ ବୋଲି ଆଶା କରାଯାଉଛି। ଆଜି ଆପଣ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ ଯାହାଙ୍କ ସହିତ ଆପଣ ପୂର୍ବରୁ ପରିଚିତ। ଘରେ ଏକ ମନୋରମ ପରିବେଶ ରହିବ। ମାନସିକ ଶାନ୍ତି ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ। ମିଥୁନ- ଆଜି କୈଣସି କାର୍ଯ୍ୟ ନ ହେବା ପାଇଁ ଆପଣ ଚିନ୍ତିତ ହେବେ। ଆପଣ ଶାନ୍ତ ହେବା ଆବଶ୍ୟକ। ଖରାପ ସମୟ ଶୀଘ୍ର…

Read More

ସମ୍ବଲପୁର: ୧୮୫୭ର ସମ୍ବଲପୁର କୁଦୋପାଲି ଘଟଣା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଘଟଣା ଠାରୁ କମ ନଥିଲା ବୋଲି ରବିବାର ସମ୍ବଲପୁର ଠାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ଇଂରାଜୀ ପୁସ୍ତକ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ତଥା ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାର ଅବ୍ୟବହିତ ପୂର୍ବରୁ ଆଜି ଗଣମାନ୍ୟ ବ୍ୟକ୍ତିବିଶେଷଙ୍କ ଗହଣରେ ପୁସ୍ତକର ଇଂରାଜୀ ସଂସ୍କରଣକୁ ଉନ୍ମୋଚନ କରି ଗୌରବାନ୍ୱିତ ହୋଇଥିବା କହିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ପରେ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ସମ୍ବଲପୁର ମାଟିରେ ସଂଗଠିତ ଏହି କୁଦୋପାଲି ମହାସଂଗ୍ରାମରେ ଖିଣ୍ଡା, କୁଲାବିରା, ଘେଁସ, ଲଖନପୁର ଆଦି ଅଞ୍ଚଳର ଅନେକ ପରିବାର ସଂଗ୍ରାମରେ ତ୍ୟାଗ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶ ସରକାର ପ୍ରୟାଗରାଜରେ ୨୦୨୫ ମହାକୁମ୍ଭକୁ ଏକ ଭବ୍ୟ, ସୁରକ୍ଷିତ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ସମୃଦ୍ଧ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ସାରା ବିଶ୍ୱରୁ ୪୦ କୋଟିରୁ ଅଧିକ ଭକ୍ତଙ୍କ ଆଗମନ ହେବା ନେଇ ଆଶା କରାଯାଉଥିବା ଏହି ୪୫ଦିନିଆ ଉତ୍ସବ ଜାନୁଆରୀ ୧୩ରୁ ଫେବୃଆରୀ ୨୬ପର୍ଯ୍ୟନ୍ତ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ପ୍ରଦର୍ଶିତ କରିବ। କୁମ୍ଭମେଳା ପାଇଁ ୯୨ଟି ରାସ୍ତାର ନବୀକରଣ ଏବଂ ୧୭ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯାଇଛି। ସେହିପରି ୩,୩୦୮ଟି ପୌଣ୍ଟୁନ୍‌ ଉପଯୋଗ କରି ୩୦ଟି ସେତୁ ନିର୍ମାଣ କରାଯାଉଥିବା ବେଳେ ଏଥିମଧ୍ୟରୁ ୨୮ଟି ଶେଷ ହୋଇସାରିଛି। ୮୦୦ ବହୁ ଭାଷୀ ସାଇନେଜ୍‌ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏଥିମଧ୍ୟରୁ ୪୦୦ ସଂଯୋଗ କରାଯାଇଛି। ମେଳା ସ୍ଥାନରେ ୨,୬୯,୦୦୦ ପ୍ଲେଟ୍‌ ବିଛାଯାଇଛି। କୁମ୍ଭ ମେଳା ପାଇଁ ଅସ୍ଥାୟୀ ସହର ମହାକୁମ୍ଭ ନଗର ପ୍ରତିଷ୍ଠା କରାଯାଉଛି…

Read More

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ, କୃଷ୍ଣ ନାଗ ଏବଂ ତାଙ୍କ ସାଥୀ ଚାଷୀମାନେ ଏକ ସବୁଜ ବିପ୍ଳବର ନେତୃତ୍ୱ ନେଉଛନ୍ତି ଯାହା ଆଠଟି ଗ୍ରାମ ପଞ୍ଚାୟତକୁ ଏହି ଅଞ୍ଚଳର ଏକ ପନିପରିବା ହବ୍‌ରେ ପରିଣତ କରିଛି। କଳାହାଣ୍ଡି ଥରେ ପନିପରିବା ପାଇଁ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ଆଗ୍ରହୀ ଚାଷୀ ଉତ୍ପାଦକ କମ୍ପାନୀର ଗୋଲାମୁଣ୍ଡା ବ୍ଲକର ଚାଷୀମାନଙ୍କ ଦ୍ୱାରା ଚାଷ କରାଯାଇଥିବା ପନିପରିବା ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବ୍ୟତୀତ ଦୁଇଟି ପଡ଼ୋଶୀ ରାଜ୍ୟକୁ ପହଞ୍ଚୁଛି। କିଛି ପ୍ରମୁଖ ପନିପରିବା ଚାଷୀ-ଉଦ୍ୟୋଗୀ ଚାଷୀଙ୍କ ସହିତ, ଉତ୍ପାଦକ କମ୍ପାନୀ ୨୦୨୨ ରେ ଆଠଟି ଜିପିରୁ ମାତ୍ର ୧୦ ଜଣ ସଦସ୍ୟଙ୍କ ସହିତ ପଞ୍ଜିକୃତ ହୋଇଥିଲା। ପ୍ରତିଷ୍ଠା ସମୟରେ କମ୍ପାନୀର ମୋଟ ଅଂଶଧନ ପୁଞ୍ଜି ମାତ୍ର ୧.୭୮ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଅଂଶଧନଧାରୀଙ୍କ ସଂଖ୍ୟା ୨୧୨ ରେ ପହଞ୍ଚିଛି, ଯାହା ମଧ୍ୟରୁ ୪୫ ଜଣ ମହିଳା।…

Read More

ପୁରୀ: ଇଂରାଜୀ ନୂଆ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୂପା ଛାଉଣୀ କରାଯିବାକୁ ଲକ୍ଷ ରଖାଯାଇଅଛି। ଏନେଇ ଲୁହା ଭାରା ବନ୍ଧାଯାଇ କାରିଗର ମାନଙ୍କ ଦ୍ୱାରା ରୁପା ଚାଉଁଣି କାମ ଜାରି ରହିଅଛି। ପ୍ରଥମେ ପତିତପାବନଙ୍କ ନିକଟ ପଥରର ମଣିବନ୍ଧକୁ ରୂପା ଛାଉଣୀ କରାଯାଉଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରୂପା ଛାଉଣୀ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ସିଂହଦ୍ବାର ଗୁମୁଟ ବନ୍ଦ ଥିବା ସମୟରେ ଏହି କାର୍ଯ୍ୟ କରାଯାଉଅଛି। ପୂର୍ବରୁ ସିଂହଦ୍ୱାର କବାଟର ରୁପା ଚାଉଁଣି ସହ ସାତପାହାଚ, ଜୟବିଜୟ ଦ୍ୱାର,କଳାହାଟ ଦ୍ୱାର, ବେହେରଣ ଦ୍ୱାର ଓ ଭୋଗମଣ୍ଡପ ଦ୍ୱାର କୁ ରୁପା ଚାଉଁଣି କରାଯାଇଅଛି।

Read More

ପୁରୀ: ଇଂରାଜୀ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସହ ଆଶିର୍ବାଦ ନେବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସୁପରିଚାଳନା ଏବଂ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଅଛି। ଏନେଇ ଆଜି ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍ପି ପୋଲିସ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ ଶ୍ରୀମନ୍ଦିର ଭିତରେ, ବାହାରେ ତଥା ସମୁଦ୍ର କୂଳରେ ଭିଡକୁ ନଜରରେ ରଖି କଡ଼ା ସୁରକ୍ଷା ସହ ସିସିଟିଭି ଦ୍ୱାରା ନଜର ରଖାଯିବ। ସେପଟେ ଶ୍ରୀମନ୍ଦିର ରେ ଭିଡ଼ କୁ ନଜରରେ ରଖି କେବଳ ସିଂହଦ୍ୱାର ଦେଇ ଏକ ମୁଖୀ ପ୍ରବେଶର ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ୨୦୨୪ ବର୍ଷକୁ ବିଦାୟ ଦେବା ସହ ଇଂରାଜୀ…

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀ ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗ୍ରାମକୁ ଯାଇ ଗତ ଅଦିନିଆ ଲଗାଣ ବର୍ଷାରେ ଧାନ ଫସଲ ଓ ଧାନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି ଅନୁଧ୍ୟାନ ଓ ଉଚ୍ଚସ୍ତରୀୟ ଆକଳନ କରି ଫେରି ଯାଇଛନ୍ତି। ଗତ ୩/୪ ଦିନ ପୂର୍ବେ ଅଦିନିଆ ଲଗାଣ ବର୍ଷା ଦେଖା ଦେଇଥିଲା। ସେଥିରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଉପଲଡା , ଲିଙ୍ଗିପୁର , ଭୁସୁକୁଡ଼ି ଓ ଗୁରାଣ୍ଡୀ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ୨,୧୨୮ ହେକ୍ଟର ଅଞ୍ଚଳରେ ଚାଷୀ ମାନଙ୍କ ଧାନ ରହିବା ସହ କେତେକ କଟା ହୋଇପାରିନି ତ କେତେ ଅଞ୍ଚଳରେ ଧାନ କାଟି ବିଲରେ ପଡ଼ିରହିଛି ତ କେତେକ ଅଞ୍ଚଳରେ ଧାନ ଗଡା ହୋଇ ରହିଛି, ସବୁଠି ବର୍ଷା ପାଣି ରେ ଓଦା ହୋଇ ଗଜା ମାରି ଦେଇଛି। ସେହି…

Read More

କଟକ: ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଜାତୀୟ ଉତ୍କର୍ଷ କେନ୍ଦ୍ର ଜଗତପୁର ଏବଂ କଟକ ଆଠଗଡ଼ର ଏକଲବ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଫିଟ୍‌ ଇଣ୍ଡିଆ ରବିବାର ସାଇକେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଆଠଗଡ଼ ଏକଲବ୍ୟ ଏକାଡେମୀ ଠାରୁ  ଆରମ୍ଭ ହୋଇ ଗୋପାଳପୁର ଗ୍ରାମ ଓ ଜାଗିପଡ଼ା ପିଏଚସି ଦେଇ ପୁଣି ପ୍ରାରମ୍ଭ ସ୍ଥାନରେ ଶେଷ ହୋଇଥିଲା। ଏଥିରେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅଂଶଗ୍ରହଣ କରିଥିଲେ। ଏକଲବ୍ୟ ଏକାଡେମୀର ଅଧ୍ୟକ୍ଷ ରସାନନ୍ଦ ରାଉତ, କ୍ରୀଡ଼ା ଶିକ୍ଷକ ପ୍ରମୋଦ କୁମାର ସେଠୀ, କ୍ରୀଡ଼ାବିତ ଦିନେଶ କୁମାର ସାହୁ, ସ୍ୱେଚ୍ଛାସେବୀ ରାକେଶ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଫିଟ୍‌ ଇଣ୍ଡିଆ ରବିବାର ସାଇକେଲ୍‌ ଶୋଭାଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ସୂଚନାଯୋଗ୍ୟ ‘ଫିଟ୍ ଇଣ୍ଡିଆ ଅଭିଯାନ’ ବ୍ୟାନରରେ ଡିସେମ୍ବର ୧୭ ତାରିଖରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ‘ଫିଟ୍ ଇଣ୍ଡିଆ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ର ୧୧୭ତମ ଏପିସୋଡରେ ଭାରତର ସୃଜନଶୀଳ ଏବଂ ମନୋରଞ୍ଜନ କ୍ଷେତ୍ରପାଇଁ ଏକ ବଡ଼ ମାଇଲଖୁଣ୍ଟ ସଫଳତା ବିଷୟରେ ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୫ ଫେବ୍ରୁଆରି ୫ରୁ ୯ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ (ୱେଭ୍ସ୍) ଆୟୋଜନ କରିବ। ୱେଭ୍ସ ସମ୍ମିଳନୀ: ଭାରତର ସୃଜନଶୀଳ ପ୍ରତିଭା ପାଇଁ ଏକ ବିଶ୍ବସ୍ତରୀୟ ମଞ୍ଚ ୱେଭ୍ସ୍ ଶିଖର ସମ୍ମିଳନୀକୁ ଡାଭୋସ୍ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସୃଜନଶୀଳ ପ୍ରତିଭାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରିବା ପାଇଁ ଏକ ବଡ଼ ସୁଯୋଗ ଆସୁଛି। ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବଡ଼ ବଡ଼ ବ୍ୟକ୍ତିଙ୍କ ସମେତ ବିଶ୍ୱର ସୃଜନଶୀଳ ବ୍ୟକ୍ତିତ୍ୱ ମାନେ ଭାରତରେ ଏକାଠି ହେବେ। ଏହି ସମ୍ମିଳନୀ ଭାରତକୁ ଏକ ବିଶ୍ୱସ୍ତରୀୟ କଣ୍ଟେଣ୍ଟ କ୍ରିଏସନ ବା ବିଷୟବସ୍ତୁ ସୃଷ୍ଟି କେନ୍ଦ୍ରରେ…

Read More

ରଣପୁର: ଗତ ୨୦ ତାରିଖରେ ରଣପୁର ଅଞ୍ଚଳରେ ହୋଇଥିଲା ଅଦିନିଆ ବର୍ଷା। ଏହି ଅଦିନିଆ ବର୍ଷାରେ ଧାନ ଚାଷୀଙ୍କର ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା। ଏହି କ୍ଷୟକ୍ଷତି ଆକଳନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବାଚସ୍ପତି ସୁରମା ପାଢ଼ୀ ରଣପୁର ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରି ସ୍ଥିତି ପରଖିଛନ୍ତି। ଆଜି ପୂର୍ବାହ୍ନରେ ରଣପୁର ଜେଲ ଛକ ନିକଟରେ ଥିଵା ପଡିଆରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଅବତରଣ କରିଥିଲେ। ସେଠାରୁ କାରରେ ରାଜସ୍ବ ମନ୍ତ୍ରୀ, ବାଚସ୍ପତି, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ କାଣ୍ଡପଡା ପଞ୍ଚାୟତକୁ ଯାଇଥିଲେ। ପାଣି ବିଭାଗ ରିପୋର୍ଟ ଅନୁସାରେ ନୟାଗଡ ଜିଲ୍ଲା ରଣପୁରରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ହୋଇଥିଲା। ଏହି ବର୍ଷାରେ ଦୁଇ ଦିନ ପରେ ପୁଣି ଲଗାଣ ବର୍ଷା ଲାଗି ରହିଥିଲା, ଯାହା ଫଳରେ ଚାଷୀମାନଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା।…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭାରତ ରତ୍ନ ତଥା ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଙ୍ଗଠନ ପକ୍ଷରୁ ବୃହତ ରକ୍ତଦାନ ଶିବିରର ଆୟୋଜନ ହୋଇଛି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଯେନା ଓ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜିତ ଶିବିରରେ ୧୪୬ ବୋତଲ ରକ୍ତ ସଂଗ୍ରହ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଯୁବମୋର୍ଚ୍ଚା ଗୋଷ୍ଠୀ ଓ ରକ୍ତ ଭଣ୍ଡାର କର୍ମଚାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ଯେନା ଓ ବିଧାୟକ ମହାପାତ୍ର ପ୍ରଶଂସା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଟୁଟୁନ୍ ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ, ମଦନମୋହନ ପାତ୍ର ଓ ମହିଳା…

Read More

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି। ୨୦୨୫ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାଦ୍ଦ୍ୟର ବର୍ଷ ହେଉ ବୋଲି କାମନା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ବାରା ବର୍ଷ ସାରା ଘରେ ଧନ ଧାନ୍ୟ ପୂର୍ଣ୍ଣ ହେବା ସହିତ ସୁଖ ଶାନ୍ତିମଧ୍ୟ ବିରାଜମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକସମ୍ପର୍କରେ। -ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଯଥା ଜଳ ନଷ୍ଟ ଅତ୍ୟନ୍ତ ଅଶୁଭ ହୋଇଥାଏ। ସେଥିପାଇଁ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଘରେ ଅଯଥା ଧନ ଖର୍ଚ୍ଚ ହୋଇଥାଏ। -ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଖୁସି ପାଇଁ ଜଳର ପ୍ରବାହ ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ। -ଚାରା ବା ଛୋଟଗଛରେ ପ୍ରତ୍ୟକ ଦିନ ଜଳ ଦେବା ଦ୍ବାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏହାଦ୍ବାରା ପରିବାର…

Read More

ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍‌। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ। ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍‌ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ ଦୋଷ ହୋଇଥାଏ।…

Read More

ଭୁବନେଶ୍ବର: ଅଁଳାରେ ଭିଟାମିନ୍ ସି ଭରପୂର ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଅଁଳା ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା, ଦୃଷ୍ଟି ଶକ୍ତିରେ ଉନ୍ନତି, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଓଜନ ହ୍ରାସ କରିବା ପାଇଁ ଆମଲା ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ଉତ୍ତମ ସ୍ୱାଦ ପାଇଁ, ଆସନ୍ତୁ ଜାଣିବା କିପରି ଅଁଳା ରସ ତିଆରି କରାଯାଏ। ଅଁଳା ଜୁସ୍ ତିଆରି ପାଇଁ ଉପାଦାନ: – ୪-୫ ଟି ଅଁଳା – ୧ ଚାମଚ କଟା ଅଦା – ଅଧା ଚାମଚ କଳା ଲୁଣ – ୨ କପ୍ ପାଣି ଆମଲା ରସ ତିଆରି କରିବାର ପଦ୍ଧତି: ସର୍ବପ୍ରଥମେ, ୪-୫ ଟି ଅଁଳାକୁ ଛୋଟ ଖଣ୍ଡରେ କାଟି ଏହାର ମଞ୍ଜି ବାହାର କରନ୍ତୁ। ବର୍ତ୍ତମାନ କଟା ଅଁଳା, ଅଦା, ପାଣି ଏବଂ କଳା…

Read More