ନୂଆଦିଲ୍ଲୀ: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଚାଲିଥିବା ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୪ ଅଭିଯାନର ସଦ୍ୟତମ ସୂଚନା ଉପରେ ଆଲୋକପାତ କରିଛନ୍ତି। ସ୍ୱଚ୍ଛ ଭାରତ ମିଶନ (ଏସବିଏମ୍)ର ୧୦ତମ ପୂର୍ତ୍ତି ଅବସରର ପୂର୍ବ ସଂଧ୍ୟାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାତୀୟ ରାଜଧାନୀରେ ଏଥିରେ ସାମିଲ ହେବେ। ପାନୀୟ ଜଳ ଓ ପରିମଳ ବିଭାଗ (ଡିଡିଡବ୍ଲ୍ୟୁଏସ୍) ସଚିବ ସୁଶ୍ରୀ ବିନି ମହାଜନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଶ୍ରୀ ପାଟିଲ ତାଙ୍କ ଅଭିଭାଷଣରେ ନାଗରିକ, ଯୁବକ, ମହିଳା, କର୍ପୋରେଟ୍, ଶିଳ୍ପ ସଂଘ, ସାଂସ୍କୃତିକ ସଂଗଠନ, ନାଗରିକ ସମାଜ, ତାରକା, ଧାର୍ମିକ ଓ ଆଧ୍ୟାତ୍ମିକ ନେତା ଏବଂ ଗଣମାଧ୍ୟମ ସମେତ ସମସ୍ତ ବର୍ଗର ଲୋକଙ୍କୁ ସେମାନଙ୍କ ପଡ଼ୋଶୀ, କଲୋନୀ ଏବଂ ଗ୍ରାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅକ୍ଟୋବର,…
Author: SM Network
ଭୁବନେଶ୍ବର : ଆଜି ସାରା ଭାରତ ବର୍ଷ ଏପରିକି ବିଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରାଯାଉଛି। ସେ ୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଅହିଂସା ନୀତି ତଥା ଶିକ୍ଷା ଉପରେ ଯେଉଁ ପଦକ୍ଷେପ ତାହା ଆଜି ସମସ୍ତଙ୍କର ଆଦର୍ଶ ହୋଇ ରହିଛି। ତେବେ ସାରା ଭାରତରେ ଅହିଂସା ଆନ୍ଦୋଳନର ପୁରଧା ସାଜିଥିବା ଜାତିର ପିତା ମହାତ୍ମା ଗାନ୍ଧୀ ବହୁଥର ଓଡିଶା ଆସିଛନ୍ତି। ପ୍ରଥମ ଓଡିଶା ଗସ୍ତ ୨୩ ମାର୍ଚ୍ଚ ୧୯୨୧ ଥିଲା। ଅର୍ଥାତ ଗାନ୍ଧୀଙ୍କ ଓଡିଶା ଆଗମନକୁ ୧୦୩ ବର୍ଷ ପୁରଣ ହୋଇସାରିଛି। ସେସବୁ ଗସ୍ତ ସଂପର୍କରେ ଆସନ୍ତୁ ଜାଣିବା। ପ୍ରଥମ ଗସ୍ତ ୧୯୨୧: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣ କ୍ରମେ ମହାତ୍ମା ଗାନ୍ଧୀ ୨୩ ମାର୍ଚ୍ଚ ୧୯୨୧ ରେ ଓଡିଶା ଆସିଥିଲେ। ସାଥିରେ ପତ୍ନୀ କସ୍ତୁରବା ଏବଂ କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ସହ ସେ କଟକ…
ମେଷ ରାଶି- ଏହି ରାଶିର ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେବେ । ଆଜି ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିବେ, ଯାହା ଘରକୁ ଚଳଚଞ୍ଚଳ କରିବ । ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ହଠାତ୍ ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ। କଠିନ ପରିଶ୍ରମ ପରେ ସଫଳତା ହାସଲ ହେବ । ବୃଷ ରାଶି- ଏହି ରାଶିର ଲୋକଙ୍କୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡିବ। କୈଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ । ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଣିପାଗରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆୟ ସ୍ୱାଭାବିକ ହେବ। ଚାକିରି…
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତ୍ୟେକ ମଙ୍ଗଳବାର କୃଷକ ଏବଂ କୃଷକ ସଙ୍ଗଠନ ଗୁଡ଼ିକ ସହ ଆଲୋଚନା କରିବା କ୍ରମରେ ଆଜି ନୂଆଦିଲ୍ଲୀରେ କୃଷକ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ଚୌହାନ କୃଷକ ସଙ୍ଗଠନ ପକ୍ଷରୁ ଆସିଥିବା ସମସ୍ତ ଅଧ୍ୟକ୍ଷ, ଆବାହକ ଏବଂ କୃଷକମାନଙ୍କୁ ସ୍ୱାଗତ କରିଥିଲେ। ଆଲୋଚନା କାଳରେ କୃଷକ ସଙ୍ଗଠନ ଗୁଡ଼ିକ ଅନେକ ଗୁଡ଼ିଏ ପ୍ରସ୍ତାବ ଦେଇଥିଲେ। ଏହା ମଧ୍ୟରେ କୃଷି ଖର୍ଚ୍ଚ ହ୍ରାସ କରିବା, ଲାଭଜନକ ମୂଲ୍ୟ ପ୍ରଦାନ, ଜଳବନ୍ଦୀରୁ ଫସଲକୁ ରକ୍ଷା କରିବା, କୀଟନାଶକ ଉପଲବ୍ଧ କରାଇବା, ଉନ୍ନତ ବିହନ ଯୋଗାଣ ଏବଂ ଶସ୍ୟକୁ ପଶୁଙ୍କ ଠାରୁ ରକ୍ଷା କରିବା ଇତ୍ୟାଦି ସ୍ଥାନ ପାଇଥିଲା। ଶ୍ରୀ ଚୌହାନ କହିଥିଲେ କି, ଅନିୟନ୍ତ୍ରିତ କୀଟନାଶକ ଓ ସାରର ପ୍ରୟୋଗ ଯୋଗୁ ଜମିର ଉର୍ବରତା ହ୍ରାସ ପାଉଥିବାରୁ ଚାଷୀମାନେ ଚିନ୍ତା ବ୍ୟକ୍ତ କରିଥିଲେ। କିପରି ସରକାରଙ୍କ ସମସ୍ତ…
ଭୁବନେଶ୍ୱର: ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗତ ଶୁକ୍ରବାର ଦିନ ସମ୍ ଅଲ୍ଟିମେଟ ମେଡିକେୟାରରେ ରୋଗୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଏ। କାର୍ଯ୍ୟକ୍ରମରେ ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପି.କେ. ପଣ୍ଡା ଓ କାର୍ଡିଆକ୍ ସାଇନ୍ସେସ୍ ବିଭାଗର ସିନିୟର କନ୍ସଲ୍ଟାଂଟ ଡାକ୍ତର ଶରତ କୁମାର ସାହୁ, ଡାକ୍ତର ବନବିହାରୀ ମିଶ୍ର, ଡାକ୍ତର ବିଭୁତେନ୍ଦ୍ର ମହାନ୍ତି ଓ କନ୍ସଲ୍ଟାଂଟ ଡାକ୍ତର ସୁନୀଲ ମିଶ୍ର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବ୍ରିଗେଡିୟର ମିଶ୍ର କାର୍ଡିଆକ ସାଇନ୍ସେସ୍ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଡାକ୍ତର ସାହୁ ଖାଦ୍ୟ ଗ୍ରହଣ, ବ୍ୟାୟାମ, ଉଚିତ୍ ସମୟରେ ନିଦ୍ରା, ନିଜର ଅନ୍ତର୍ନିହିତ ରୋଗକୁ ନିୟନ୍ତ୍ରଣରେ ରଖିବା ସହ ନିୟମିତ ଡାକ୍ତରୀ ପରୀକ୍ଷା ମାଧ୍ୟମରେ କିଭଳି…
ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ଅଧୀନରେ ଥିବା ରେଳ ଷ୍ଟେସନ୍, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ଡାକ୍ତରଖାନା ଏବଂ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ ଏକ 15 ଦିନର ସ୍ୱଚ୍ଛତା ପକ୍ଷ୍ୟ ଆରମ୍ଭ କରିଛି। ଏହି ବିଶାଳ ସ୍ୱଚ୍ଛତା ଅଭିଯାନ ସଚେତନତା ସୃଷ୍ଟି କରିବା ଏବଂ ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ବଜାୟ ରଖିବା ଦିଗରେ ସାମୂହିକ କାର୍ଯ୍ୟକୁ ପ୍ରେରଣା ଯୋଗାଇବା ପାଇଁ ସମର୍ପିତ କରାଯାଉଛି। ସ୍ୱଚ୍ଛତା ପକ୍ଷ୍ୟର ଉଦ୍ଘାଟନୀ ଦିବସରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କୁ ସ୍ୱଚ୍ଛତା ପକ୍ଷ୍ୟର ଶପଥ ପାଠ କରାଇଛନ୍ତି। ସ୍ୱଚ୍ଛତା ବଜାୟ ରଖିବାରେ ବ୍ୟକ୍ତିଗତ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ବେଳେ କର୍ମଚାରୀମାନେ ସେମାନଙ୍କ ଘର, କର୍ମସ୍ଥଳୀକୁ ପରିଷ୍କାର ରଖିବା ପାଇଁ ଶପଥ ନେଇଥିଲେ ଏବଂ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସାମିଲ କରାଇବା ପାଇଁ ମଧ୍ୟ ଶପଥ ନେଇଥିଲେ। ଏହାପୂର୍ବରୁ, 14…
ଭୁବନେଶ୍ୱର: ଆରଟିଆଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ୨୦୨୪ ନିମନ୍ତେ ଇନ୍ଟରନ୍ୟାସ୍ନାଲ୍ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୨୮ ତାରିଖରେ ଇନ୍ଟରନ୍ୟାସ୍ନାଲ୍ ରାଇଟ ଟୁ ଇନ୍ଫର୍ମେସନ୍ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିକିମ୍ର ପୂର୍ବତନ ରାଜ୍ୟପାଳ ଡ. ବି.ପି. ସିଂହ, ପୂର୍ବତନ ଇନ୍ଫରମେସନ୍ କମିସନର ସୁରେଶ ଚନ୍ଦ୍ର, କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜର ସଭାପତି ଡ. ପ୍ରିୟ ରଞ୍ଜନ ତ୍ରିବେଦୀ ଓ ଆରଟିଆଇ ବିଶେଷଜ୍ଞ ଡ. ନୀରଜ କୁମାର ଯୋଗ ଦେଇଥିଲେ। ଆରଟିଆଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନୀଷ କୁମାର ଶେଖର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଳେ। ଏଥିରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଓଏସ୍ଡି ପ୍ରୀତମ ନାୟକ…
ବାଣପୁର (ସୀତାରାମ ଅଗ୍ରୱାଲ): ସାହିତ୍ୟ ହିଁ ସମାଜର ଦର୍ପଣ। ପରାଧୀନ ଉତ୍କଳର ଶୋଷଣକଷଣ, ଅତ୍ୟାଚାର ଉତ୍ପିଡ଼ନ, କୁସଂସ୍କାର, ଭାଣ୍ଡାମୀ ବିରୁଦ୍ଧରେ କଲମଚ଼ାଳନା କରି ନିଜର ସାହିତ୍ୟ ରଚନା ବଳରେ ଯେଉଁ କେତେକ ସାରସ୍ଵତ ପ୍ରତିଭା ସମାଜକୁ ସୁଧାରୀ ଥିଲେ ତନମଧ୍ୟରୁ ଗୋଦାବରୀଶ ମହାପାତ୍ର ସର୍ବାଗ୍ରେ ପୂଜିତ। ତାଙ୍କ ଗଳ୍ପ କବିତା ଉପନ୍ୟାସ ନାଟକ ଏବଂ ବ୍ୟଙ୍ଗ ପତ୍ରିକା “ନିଆଁଖୁଣ୍ଟା” ରେ ତାହା ହିଁ ପ୍ରତିଫଳିତ ହୋଇଛି। ଖଲିକୋଟ ରାଜାଙ୍କ ମଟର ଯାନ ଆଗରେ ମାଗୁଣୀର ଶଗଡ ଗାଡ଼ି ନିଷ୍ପ୍ରଭ ହୋଇଯାଇଛି। ସମାଜର ଲୋଲୁପ ଦୃଷ୍ଟି, ଟିକାଟିପଣୀ, ଛି ଛାକରରୁ ରକ୍ଷା ପାଇବାପାଇଁ ବାଲ୍ୟ ବିଧବା ନୀଳମାଷ୍ଟ୍ରାଣୀ ଭଲପାଇ ଅନ୍ୟତ୍ର ବିବାହ କରିଛି। ନାରସେନା ନାଇଡୁ ପେଟ ବିକଳରେ ଛତରରେ ଖାଇ ଜାତି ହରାଇ ଅଜାତିଆ ହୋଇ ସମାଜରୁ ତଡ଼ା ଖାଇବା ପରି ଅନେକ କୁସଂସ୍କାର ଓ ସମସ୍ୟା ବହୁଳ ଗଳ୍ପ ଏବେ ମଧ୍ୟ ସମାଜର ଦିଗ ବାରେଣୀ ହୋଇଏଜାତିକୁ ଦିଗ୍ ଦର୍ଶନ…
ନୂଆଦିଲ୍ଲୀ: ୨୦୨୪ ହରିୟାଣା ନିର୍ବାଚନ ପୂର୍ବରୁ ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଆଜି ରାଜ୍ୟର ବାହାଦୂରଗଡରେ ନିର୍ବାଚନ ପ୍ରଚାର ବେଳେ ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଢାଞ୍ଚା ଉପରେ ପ୍ରଶ୍ନ ଉଠାଇ ନାହାଁନ୍ତି ବରଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅଙ୍କ ବିବାହ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସାଧାରଣ ସଭାରେ ରାହୁଲ ଗାନ୍ଧୀ ପ୍ରଶ୍ନ କହିଛନ୍ତି ଯେ, “ଆପଣ କେବେ ଅମ୍ବାନୀଙ୍କ ବିବାହ ଦେଖିଛନ୍ତି କି? ସେମାନେ ବିବାହରେ ହଜାରେ କୋଟି ଟଙ୍କା ଖର୍ଚ୍ଚ କରନ୍ତି। ସେଗୁଡିକ କାହାର ଟଙ୍କା? ଏହା ଆପଣଙ୍କର ଟଙ୍କା।” ୟୁପି ରାଏବରେଲିର କଂଗ୍ରେସ ସାଂସଦ ଆହୁରି କହିଛନ୍ତି ଯେ, “ତୁମେ ପିଲାମାନଙ୍କ ବିବାହ ପାଇଁ ବ୍ୟାଙ୍କରୁ ଋଣ ନେଇଥାଅ, କିନ୍ତୁ ନରେନ୍ଦ୍ର ମୋଦୀ ଏପରି ଏକ ଢାଞ୍ଚା ତିଆରି କରିଛନ୍ତି…
ଭୁବନେଶ୍ୱର: ଦେଶବ୍ୟାପୀ ପାଳିତ ହେଉଥିବା ସ୍ବଚ୍ଛତା ହିଁ ସେବା ଅଭିଯାନ ଏବଂ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏନଏବିଏମ୍ ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ କାର୍ଯ୍ୟାଳୟ ପରିସର ସଫେଇ କରାଯାଇଥିଲା। ମନ୍ତ୍ରଣାଳୟର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ନେତୃତ୍ୱରେ ସିବିସି ଓ ପିଆଇବିର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସ୍ବଚ୍ଛତା ପାଇଁ ଶ୍ରମଦାନ କରିଥିଲେ। ଏହି ସ୍ବଚ୍ଛତା ଅଭିଯାନରେ ସିବିସି ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଭାଗ ନେଇଥିଲେ।
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସେପ୍ଟେମ୍ବର ୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ଏକ ସଦସ୍ୟତା ଅଭିଯାନ ଚଳାଇଥିଲା। ତେବେ ବିଜେପି ସାଂସଦ ତଥା ବିଧାୟକଙ୍କ ମାଧ୍ୟମରେ ସଦସ୍ୟତା ଅଭିଯାନରେ ଆଗ୍ରହ ନ ଥିବାରୁ ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂ ଚୌଧୁରୀ ଅତ୍ୟନ୍ତ କ୍ରୋଧିତ ମନେ ହେଉଥିଲେ। ଏହା ପରେ ସେ ଦ୍ୱିତୀୟ ପର୍ଯ୍ୟାୟରେ ସଦସ୍ୟତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ସଦସ୍ୟତା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହାପୂର୍ବରୁ ଗତକାଲି ସୋମବାର ଲକ୍ଷ୍ନୌର ବିଶ୍ୱଶବରୟା ସଭାଗାରାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପି ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ଧର୍ମପାଲ ସିଂ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଅନେକ ବିଧାୟକ ୫୦୦ ସଦସ୍ୟଙ୍କୁ ମଧ୍ୟ ଯୋଡିପାରିଲେ ନାହିଁ: ଏହି ବୈଠକରେ କୁହାଯାଇଥିଲା ଯେ, ଦଳର ବରିଷ୍ଠ ନେତୃତ୍ୱଙ୍କ କଡା ନିର୍ଦ୍ଦେଶ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀ ମନ୍ଦିରରେ ସ୍ଥାପିତ ସାଇ ପ୍ରତିମା ଉପରେ ବିବାଦ ଆରମ୍ଭ ହୋଇଛି। ଅଦ୍ୟାବଧି ୧୪ ଟି ମନ୍ଦିରରୁ ସାଇଙ୍କ ପ୍ରତିମା ହଟାଯାଇଛି। ପ୍ରସିଦ୍ଧ ବଡ଼ା ଗଣେଶ ମନ୍ଦିରରୁ ସାଇ ପ୍ରତିମାକୁ ମଧ୍ୟ ହଟାଇ ଦିଆଯାଇଛି। ସୂଚନାନୁସାରେ, ସନାତନ ରକ୍ଷକ ସେନାର ଅଜୟ ଶର୍ମାଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କରାଯାଉଛି। ସୂଚନା ଅନୁଯାୟୀ, ହିନ୍ଦୁ ସଂଗଠନର ଟାର୍ଗେଟରେ ଆଉ ୨୮ ଟି ମନ୍ଦିର ରହିଛି। ହିନ୍ଦୁ ସଂଗଠନ ଅଭିଯୋଗ କରିଛି ଯେ, ସାଇ ଜଣେ ମୁସଲମାନ। ସନାତନ ଧର୍ମ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ସେଥିପାଇଁ ଏହି ପ୍ରତିମୂର୍ତ୍ତିକୁ ହଟାଯାଉଛି। ସଂଗଠନ କହିଛି ଯେ, ସେମାନେ ସାଇ ପୂଜାଙ୍କ ବିରୋଧୀ ନୁହଁନ୍ତି କିନ୍ତୁ ମନ୍ଦିରରେ ପ୍ରତିମା ସ୍ଥାପନ କରିବାକୁ ଦେବେ ନାହିଁ। ଦୀପକ ଯାଦବ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଇ ବାବାଙ୍କୁ ଚାନ୍ଦ ବାବା କୁହାଯିବା ଉଚିତ୍। ଏହି କ୍ରମରେ, ରବିବାର ଦିନ ଆଲୋଚନା ପରେ…
ଭୁବନେଶ୍ୱର: ଅକ୍ଟୋବର ପହିଲା ଭାରତ ସଞ୍ଚାର ନିଗମ ଲିଃ (ବିଏସଏନଏଲ)ର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଡ଼ିଶା ବିଏସଏନଏଲ ପରିମଣ୍ଡଳ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଅନ୍ତର୍ଗତ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ପ୍ରତି ସଂକଳ୍ପବଦ୍ଧତା ମୁତାବକ, ଓଡ଼ିଶାରେ ଥିବା ସମସ୍ତ ବିଏସଏନଏଲ କାର୍ଯ୍ୟାଳୟ ଓ ବିଏସଏନଏଲ ଭବନ ଠାରେ ସ୍ଵତନ୍ତ୍ର ‘‘ସ୍ଵଚ୍ଛତା ହିଁ ସେବା’’ ଅଭିଯାନ ଆୟୋଜନ କରାଯାଇଥିଲା। ବିଏସଏନଏଲର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅଭିଯାନ ଅଧୀନରେ ଗତ ୧୫ ଦିନ ଧରି ବିଏସଏନଏଲର କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ପରିସରକୁ ସଫେଇ କରାଯାଇଥିଲା। ବିଏସଏନଏଲ ଓଡିଶା ଦୂରସଞ୍ଚାର ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରୁଦ୍ର ନାରାୟଣ ପଲାଇଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଭିଯାନରେ ନେତୃତ୍ୱ ନେଇଥିଲେ। ଏହାବ୍ୟତୀତ ବିଏସଏନଏଲ ଭବନ ଏବଂ ଓଡ଼ିଶା ପରିମଣ୍ଡଳର ସମସ୍ତ କାର୍ଯ୍ୟାଳୟରେ ଚାରା ରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅନ୍ୟପକ୍ଷରେ…
ଭୁବନେଶ୍ୱର: ‘ଆଇନ୍ ଏବଂ ମାନସିକ ରୋଗ’ ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମ ଏଠାରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ମନସ୍ତତ୍ୱ ବିଭାଗ ପକ୍ଷରୁ ଶନିବାର ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୬୦ ଜଣ ମାନସିକ ରୋଗ ବିଶେଷଜ୍ଞ ଯୋଗ ଦେଇଥିଲେ। ଏହି ସିଏମ୍ଇରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ବେଳେ ଡାକ୍ତରମାନେ କୋର୍ଟ ରୁମ୍ରେ ନ୍ୟାୟିକ ପ୍ରକ୍ରିୟାରେ ଭାଗ ନେବା ବେଳେ କିଭଳି ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଇଣ୍ଡିଆନ୍ ସାଇକିଆଟ୍ରି ସୋସାଇଟି (ଆଇପିଏସ୍) ରାଜ୍ୟ ଶାଖାର ମିଳିତ ସହଯୋଗରେ ହସ୍ପିଟାଲ୍ ପକ୍ଷରୁ ଏହି ସିଏମ୍ଇର ଆୟୋଜନ କରାଯାଇଥିଲା। ଦେଶର ୫ ଜଣ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଏହି ସିଏମ୍ଇର ବିଭିନ୍ନ ଅଧିବେଶନରେ ଯୋଗ ଦେଇ ଆଲୋଚନା କରିଥିଲେ। ଚେନ୍ନାଇର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର…
କୁଜଙ୍ଗ: ଶନିବାର ଦିନ ନୂଆ ଦିଲ୍ଲୀସ୍ଥିତ କଣ୍ଟିଚ୍ୟୁସନ୍ କ୍ଳବ୍ ଅଫ୍ ଇଣ୍ଡିଆ ପରିସରରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର କବି ସୁରେଶ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ଭବ୍ୟ ଉତ୍ସବରେ ଦିଲ୍ଲୀ ସରକାର ତଥା ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ସହ ଅନୁବନ୍ଧିତ ଥିବା ୱେଲ ଏଜୁକେଶନାଲ ଆଣ୍ଡ ପିସ୍ କାଉନସିଲ୍ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ସେମିନାରରେ ଅଂଶ ଗ୍ରହଣ ପୂର୍ବକ କୁଜଙ୍ଗ ବ୍ଲକ୍ ଗଣ୍ଡକିପୁର ଗ୍ରାମର କବି ସୁରେଶ କୁମାର ପ୍ରଧାନଙ୍କୁ ସାହିତ୍ୟ ସାଧନା ତଥା ସମାଜ ସେବା କ୍ଷେତ୍ରରେ ନିରନ୍ତର ପ୍ରୟାସ ନିମନ୍ତେ ଡକ୍ଟରେଟ ଉପାଧିରେ ଅଭିଭୂଷିତ ହେବା ସହିତ ନୀତି ଆୟୋଗ ଦ୍ଵାରା ପଞ୍ଜୀକୃତ ମାନବିକ ଅଧିକାର କର୍ମୀ ହିସାବରେ ମାନ୍ୟତା ପ୍ରାପ୍ତ କରିଛନ୍ତି। ଉକ୍ତ ସେମିନାରରେ କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ହର୍ଷ ମାଲହୋତ୍ରା, ଲୋକସଭା ସଦସ୍ୟ ମନୋଜ ତିୱାରୀ, ଏମପି ପ୍ରବୀଣ ଖଣ୍ଡେଲୱାଲ୍,ଦିଲ୍ଲୀ ବିଧାନସଭା ସଦସ୍ୟ ମହେନ୍ଦ୍ର ନାଗପାଲ, ସ୍କିଲ୍…
ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ 7 ୱିକେଟରେ ପରାସ୍ତ କରି ସିରିଜ୍ 2-0ରେ ଜିତିଛି ଭାରତ। ପ୍ରଥମ 3 ଦିନରେ ବର୍ଷା ହେତୁ କେବଳ 35 ଓଭର ଖେଳାଯାଇଥିଲା, କିନ୍ତୁ ପରବର୍ତ୍ତୀ 2 ଦିନରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଛି। ଏହା ହେଉଛି ସମାନ ବାଂଲାଦେଶ ଦଳ ଯାହାକି ପ୍ରାୟ ଏକ ମାସ ପୂର୍ବରୁ ନିଜ ମାଟିରେ ଟେଷ୍ଟ ସିରିଜରେ ପାକିସ୍ତାନକୁ 2-0ରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଭାରତର ରାସ୍ତା ପୂର୍ବ ଅପେକ୍ଷା ଟିକିଏ ସହଜ ହୋଇଯାଇଛି। ପଞ୍ଚମ ଦିନରେ ବାଂଲାଦେଶ 26/2 ସ୍କୋର ସହ ଇନିଂସକୁ ଆଗକୁ ବଢାଇଥିଲା, କିନ୍ତୁ ଭାରତୀୟ ବୋଲରମାନେ ବଡ ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ଜଣାପଡିଥିଲା। ଅଧିନାୟକ ନଜମୁଲ ଶାନ୍ତୋ ଏବଂ ଶାଦମାନ ଇସଲାମଙ୍କ ମଧ୍ୟରେ 55 ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଥିଲା। ଏକ ସମୟରେ ବାଂଲାଦେଶର ସ୍କୋର 3 ୱିକେଟ୍…
ନୂଆଦିଲ୍ଲୀ: କାନପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ପ୍ରତିଯୋଗିତାର ଚାରି ଦିନ ସମାପ୍ତ ହୋଇଛି ଏବଂ ଆଜି ପଞ୍ଚମ ଦିନ। ଟିମ୍ ଇଣ୍ଡିଆ ଏହାର ବିସ୍ଫୋରକ ବ୍ୟାଟିଂ ସହ କାନପୁର ଟେଷ୍ଟକୁ ରୋମାଞ୍ଚକର କରିଛି। ଗୋଟିଏ ପଟେ ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ସହ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିବାବେଳେ ଅନ୍ୟ ପଟେ ବିସିସିଆଇ ହଠାତ୍ ଏକ ବଡ ନିଷ୍ପତ୍ତି ନେଇ କାନପୁରରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଟିମ୍ ଇଣ୍ଡିଆର ତିନି ଖେଳାଳିଙ୍କୁ ବାହାର କରିଛି। ଏହି ତିନି ଖେଳାଳିଙ୍କ ତାଲିକାରେ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ଦ୍ରୁତ ବୋଲର ୟଶ ଦୟାଲ ଅଛନ୍ତି। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠିଛି ଯେ ହଠାତ୍ ବିସିସିଆଇ କାହିଁକି ଏହି ନିଷ୍ପତ୍ତି ନେଲା? ତେବେ ଏହି ପ୍ରଶ୍ନର ଉତ୍ତର ହେଉଛି ଇରାନୀ କପ୍ ମ୍ୟାଚ୍। ଇରାନୀ କପ୍ ମ୍ୟାଚ୍ ମୁମ୍ବାଇ ଏବଂ ଅବଶିଷ୍ଟ ଭାରତ ମଧ୍ୟରେ ଲକ୍ଷ୍ନୌର…
ନୂଆଦିଲ୍ଲୀ: ସ୍ୱଚ୍ଛତା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜନ ଆନ୍ଦୋଳନ – ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୯୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପରିମଳ ଏବଂ ସ୍ୱଚ୍ଛତା ସହ ଜଡିତ ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ଏଥିରେ ଅମୃତ ଓ ଅମୃତ ୨.୦ ଅଧୀନରେ ସହରାଞ୍ଚଳ ଜଳ ଓ ନର୍ଦ୍ଦମା ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ୬,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ, ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନ ଅଧୀନରେ ଗଙ୍ଗା ଅବବାହିକା ଅଞ୍ଚଳରେ ଜଳର ଗୁଣବତ୍ତା ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ଲାଗି ୧୫୫୦ କୋଟିରୁ ଅଧିକ ଟଙ୍କାର ୧୦ଟି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଆତଙ୍କବାଦର କୌଣସି ରୂପ କିମ୍ବା ଅଭିବ୍ୟକ୍ତି ପାଇଁ କୌଣସି ସ୍ଥାନ ନାହିଁ। କ୍ଷେତ୍ରୀୟ ଉତ୍ତେଜନ ହ୍ରାସ କରିବା ଏବଂ ସମସ୍ତ ପଣବନ୍ଦୀଙ୍କ ସୁରକ୍ଷିତ ମୁକ୍ତିକୁ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ ହେଉଥିବା ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରିକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ରୋଶ୍ ହଶନାହ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ସମଗ୍ର ବିଶ୍ୱରେ ଥିବା ୟିହୁଦୀ ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଗତ ଏକ ବର୍ଷ ମଧ୍ୟରେ ଇସ୍ରାଏଲ ହମାସ ବିରୁଦ୍ଧରେ ଯୁଦ୍ଧ କରୁଛି। ଏହି ସମୟ ମଧ୍ୟରେ ସେ ଲେବାନୀୟ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲାର ମଧ୍ୟ ସାମ୍ନା କରୁଛି। ଏହା ସତ୍ତ୍ୱେ ଇସ୍ରାଏଲ୍ ଉଭୟଙ୍କୁ ବହୁତ ଶକ୍ତିର ସହିତ ସାମ୍ନା କରି ଶତ୍ରୁମାନଙ୍କ ମେରୁଦଣ୍ଡ ଭାଙ୍ଗିଛି। ଏହାର ସଦ୍ୟତମ ଉଦାହରଣ ନିକଟରେ ଦେଖିବାକୁ ମିଳିଥିଲା, ଯେତେବେଳେ ଇସ୍ରାଏଲ୍ ସେନା ହିଜବୁଲ ମୁଖ୍ୟ ହାସନ ନସରାଲ୍ଲାଙ୍କୁ ହତ୍ୟା କରିଥିଲା। ଏହାପୂର୍ବରୁ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏସବୁ ମଧ୍ୟରେ ଇସ୍ରାଏଲର ସୁରକ୍ଷା ଏଜେନ୍ସି ସିନ୍ ବେତ୍ ସୂଚନା ଦେଇଛନ୍ତି ଯେ, ସେମାନେ ଶେଷ ମୁହୂର୍ତ୍ତରେ ଇରାନର ଅନେକ ଆକ୍ରମଣକୁ ବିଫଳ କରିଛନ୍ତି। ସେ କହିଛନ୍ତି ଯେ, ନିକଟରେ ମୋମି ଅମାନ ନାମକ ଜଣେ ୭୩ ବର୍ଷୀୟ ଇସ୍ରାଏଲୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯାହାକୁ ଇରାନ ଦ୍ୱାରା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ହତ୍ୟା କରିବାରେ…
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଗୋବିନ୍ଦା ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଗୁଳି ବାଜିଥିଲା। ଏହି ଘଟଣା ଆଜି ସକାଳ ୫ ଟାରେ ଘଟିଛି। ଗୋବିନ୍ଦା ସକାଳେ କୌଣସି ସ୍ଥାନକୁ ଯିବା ପାଇଁ ବାହାରିଥିଲେ, ସେତେବେଳେ ତାଙ୍କ ବନ୍ଧୁକରୁ ଭୁଲବଶତଃ ମିସଫାୟାର ହୋଇଥିଲା। ଏହା ପରେ ଗୋବିନ୍ଦାଙ୍କୁ CRITI କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ, ଗୁଳି ବିନିମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦାଙ୍କ ବନ୍ଧୁକକୁ ନିଜ ଅଧୀନକୁ ନେଇଥିଲା। ଏହା ପରେ ପୋଲିସ ମାମଲାର ତଦନ୍ତରେ ବ୍ୟସ୍ତ ଅଛି। ଗୁଳି ଚଳାଇବା ପରେ ଗୋବିନ୍ଦାଙ୍କ ଗୋଡରେ ରକ୍ତସ୍ରାବ ହୋଇଛି। ଯେଉଁଥିପାଇଁ ତାଙ୍କ ଅବସ୍ଥା ବହୁତ ଖରାପ ଅଛି। ବର୍ତ୍ତମାନ ଗୋବିନ୍ଦା ଅନ୍ଧେରିର କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାମଲାର ତଦନ୍ତ ଚାଲିଛି। ପୋଲିସ ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରିବ।

