ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଳକ୍ ଅନ୍ତର୍ଗତ ହଜ, ସିକୋ ଓ ଶଗଡ ଭଙ୍ଗା ଗ୍ରା.ପ. ଠାରେ ୧୦ ମେଟ୍ରିକ୍ ଟନ୍ ୩ ଟି ସୌର ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଛି। ବେଗୁନିଆ ବ୍ଳକ୍ ରେ ହଜ, ସିକୋ ଖଡିପଦର ଓ ଶଗଡଭଙ୍ଗା ଅଞ୍ଚଳରେ ଧାନ, ମୁଗ ଓ ବିରି ଚାଷ ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଥାଏ। ଏଠାରେ ମୁଖ୍ୟତଃ ବାଇଗଣ, ଟମାଟୋ ଫୁଲ କୋଵି ଇତ୍ୟାଦି ଚାଷ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନ, କୃଷି ବିଭାଗ, ଖୋର୍ଦ୍ଧାଙ୍କ ତରଫରୁ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କ ସଯୋଗରେ ୪୫ଲକ୍ଷ ବ୍ୟୟ ଅଟକଳରେ ଉକ୍ତ ୩ ଗୋଟି ସୌର ଚାଳିତ ଶିତଳ ଭଣ୍ଡାର ନିର୍ମିତ ହୋଇଅଛି। ଏଥିପାଇଁ ଭାରତ ସରକାରଙ୍କର ଏମ.ଆଇ.ଡି.ଏଚ ଯୋଜନାରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଓ ସ୍ଥାନୀୟ ଗ୍ରାମ ପଞ୍ଚାୟତ ପାଣ୍ଠିରୁ ୪ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ ହୋଇଅଛି।…
Author: SM Network
ମେଷ : ଭାଗ୍ୟ ଆପଣଙ୍କ ସହିତ ରହିବ। ଚାକିରିରେ ସୁସଙ୍ଗତତା ରହିବ। ସୁଖ ମିଳିବ। ଜ୍ଞାନ ଜିତିବ। ଭଲ ଆକାରରେ ରୁହ। ବିବାଦରୁ ଦୂରରେ ରୁହନ୍ତୁ। ମେଳ ଖାଇବା ଠାରୁ ଦୂରେଇ ରୁହନ୍ତୁ। ସାବଧାନ ରୁହନ୍ତୁ। ଜମି ଏବଂ ନିର୍ମାଣ ସହ ଜଡିତ ବାଧା ଦୂର ହେବ। ବଡ କାରବାର ବଡ ଲାଭ ଦେଇପାରେ। ଆୟ ବୃଦ୍ଧି ପାଇବ। ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ବିନିଯୋଗ ଭଲ ହେବ। ବୃଷ : ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟ ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ହାତ ରଖନ୍ତୁ । ତତ୍ପରତା ନାହିଁ। ସମୟ ଅନୁକୂଳ ଅଟେ। ଯାତ୍ରା ଉପଭୋଗ୍ୟ ହେବ। କୈଣସି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ପାଇବେ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ମିଥୁନ : ବୃଥା ଦୈଡଧାପଡ ଚାଲିବ। ସମୟ ନଷ୍ଟ ହେବ। ଦୁଃଖଦ ଖବର ଦୂରରୁ ଗ୍ରହଣ…
ମୁମ୍ବାଇ: ସଦ୍ୟ ସମାପ୍ତ ହୋଇଥିବା ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥିବା କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ। ଏହି ଅବସରରେ ସମସ୍ତ ଆଥଲେଟଙ୍କ ପ୍ରଶଂସାରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ “ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ମୁଁ ଭାରତର ଅସାଧାରଣ ଆଥଲେଟମାନଙ୍କ ପାଇଁ ବେଶ ଗର୍ବିତ ଅନୁଭବ କରୁଛି। ରେକର୍ଡ ୭ଟି ସ୍ବର୍ଣ୍ଣ ପଦକ ସହିତ ଏବେଯାଏଁ ସର୍ବାଧିକ ୨୯ ଟି ପଦକ ଏବଂ ଆମର ସର୍ବଶ୍ରେଷ୍ଠ ମେଡାଲ ତାଲିକା ରାଙ୍କିଙ୍ଗ (ସ୍ଥାନ) ସହ ଆପଣମାନେ କେବଳ ରେକର୍ଡ ଭାଙ୍ଗି ନାହାଁନ୍ତି, ବରଂ ଅନେକ ପ୍ରତିବନ୍ଧକ ଦୂର କରିଛନ୍ତି। ଆପଣମାନଙ୍କର ଦୃଢ଼ତା, ପ୍ରତିଭା ଏବଂ ସଫଳତା ଯୋଗୁଁ ଭାରତ ଆଜି ଉଚ୍ଚ ଭାବରେ ଛିଡା ହୋଇଛି। ଏହି ସଫଳତାକୁ ପାଳନ କରିବାରେ ଆପଣମାନେ ସାରା ଦେଶକୁ ଏକତ୍ର କରିଛନ୍ତି ଏବଂ ଲକ୍ଷ ଲକ୍ଷ…
ନୂଆଦିଲ୍ଲୀ: ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହାମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଆଜି (ସେପ୍ଟେମ୍ବର ୯, ୨୦୨୪) ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ୟୁଏଇ ସହ ଭାରତର ବ୍ୟାପକ ରଣନୈତିକ ଭାଗିଦାରୀ ସହିତ ତାଳମେଳ ରକ୍ଷା କରି ଉଚ୍ଚସ୍ତରୀୟ ସମ୍ପର୍କର ଏକ ଦୀର୍ଘ ପରମ୍ପରାକୁ ଜାରି ରଖି ରାଷ୍ଟ୍ରପତି ଭବନରେ ୟୁଏଇର ତୃତୀୟ ପିଢ଼ିର ନେତୃତ୍ୱଙ୍କୁ ସ୍ୱାଗତ କରି ସେ ଆନନ୍ଦିତ ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ଗତ ଏକ ଦଶନ୍ଧି ମଧ୍ୟରେ ଆମର ଐତିହାସିକ ଦ୍ୱିପାକ୍ଷିକ ସମ୍ପର୍କରେ ପରିବର୍ତ୍ତନ ଆସିଛି, ଯାହା ଉଭୟ ଦେଶର ଦୂରଦର୍ଶୀ ନେତୃତ୍ୱଙ୍କ ଦ୍ୱାରା ପରିଚାଳିତ ହୋଇଛି। କ୍ରାଉନ୍ ପ୍ରିନ୍ସଙ୍କ ଗସ୍ତ ସମୟରେ ନୂତନ କ୍ଷେତ୍ରରେ ଅନେକ ବୁଝାମଣା ମାଧ୍ୟମରେ ଆମେ ଏହି ଭାଗିଦାରୀକୁ ଆହୁରି ବିସ୍ତାର କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ୟୁଏଇରେ ୩୫ ଲକ୍ଷରୁ ଅଧିକ…
ଭୁବନେଶ୍ୱର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ସଫଳ ପ୍ରୟୋଗ ତଥା ଉତ୍ସର୍ଗୀକୃତ ଭାବନାର ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏମ୍ସ ଭୁବନେଶ୍ୱର। ଅତ୍ୟାଧୁନିକ ଏକ୍ମୋ ଥେରାପି ପ୍ରୟୋଗ କରି ଗୁରୁତର ହୋଇପଡ଼ିଥିବା ଜଣେ ମହିଳାଙ୍କ ବଞ୍ଚାଇବାରେ ସଫଳତା ହାସଲ କରିଛନ୍ତି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଡାକ୍ତରୀ ଦଳ। କୋଭିଡ୍ ସମୟରେ ଚର୍ଚ୍ଚାକୁ ଆସିଥିବା ଏହି ଏକ୍ମୋ ଥେରାପିର ପ୍ରୟୋଗ ସଫଳତାର ସହିତ ଅଣକୋଭିଡ୍ ରୋଗୀଙ୍କ କ୍ଷେତ୍ରରେ କରାଯାଇଛି। ଯାହାକି ଏମ୍ସ ଭୁବନେଶ୍ୱର ପାଇଁ ବିଶେଷ ସମ୍ମାନ ଆଣିଦେଇଛି। ୫୩ ବର୍ଷ ବୟସ୍କା ଜଣେ ମହିଳାଙ୍କୁ ନିମୋନିଆ ଏବଂ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସହ ଏମ୍ସରେ ଭର୍ତ୍ତି କରାଯାଇଥିଲା। କ୍ରମଶଃ ଉକ୍ତ ମହିଳାଙ୍କ ଅବସ୍ଥା ଦ୍ରୁତଗତିରେ ଖରାପ ହେବାକୁ ଲାଗିଲା। ଶ୍ବାସକ୍ରିୟାରେ ଜଟିଳତା ସହିତ ଅମ୍ଳଜାନ ସ୍ତର ମାତ୍ରାଧିକ ହ୍ରାସ ଘଟିଥିଲା। ସର୍ବାଧିକ ଭେଣ୍ଟିଲେଟର୍ ଏବଂ ଅନ୍ୟାନ୍ୟ ମେଡିକାଲ୍ ଚିକିତ୍ସା ପଦ୍ଧତିର ପ୍ରୟୋଗ ସତ୍ତ୍ବେ ମହିଳାଙ୍କ ଅବସ୍ଥା…
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ। କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏସ୍ଆର୍ସିଙ୍କ ସମେତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ପ୍ରାକ୍ପ୍ରସ୍ତୁତି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହା ମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ୍ ୯-୧୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହି ପଦବୀରେ କ୍ରାଉନ୍ ପ୍ରିନ୍ସଙ୍କ ଏହା ହେଉଛି ପ୍ରଥମ ସରକାରୀ ଭାରତ ଗସ୍ତ। ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ତାଙ୍କ ସହ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଏକ ବିଶାଳ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଅଛନ୍ତି। କ୍ରାଉନ୍ ପ୍ରିନ୍ସ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ନେତା ଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗିଦାରୀରେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ହାସଲ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ତୃଣମୂଳ ସ୍ତରର ଯୋଦ୍ଧାମାନଙ୍କୁ ସ୍ୱୀକୃତି ଦେବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ନାମାଙ୍କନ ପ୍ରକ୍ରିୟାର ସ୍ୱଚ୍ଛ ଏବଂ ସହଭାଗୀ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ପୂର୍ବରୁ ମିଳିଥିବା ନାମାଙ୍କନ ସଂଖ୍ୟାକୁ ନେଇ ଖୁସି ବ୍ୟକ୍ତ କରିବା ସହ awards.gov.in ସରକାରୀ ପୋର୍ଟାଲ ମାଧ୍ୟମରେ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ମନୋନୀତ କରିବାକୁ ଅଧିକରୁ ଅଧିକ ଲୋକଙ୍କୁ ଅନୁରୋଧ କରିଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; ‘‘ଗତ ଏକ ଦଶନ୍ଧି ମଧ୍ୟରେ ଆମେ ଅଗଣିତ ତୃଣମୂଳ ସ୍ତରର ଯୋଦ୍ଧାମାନଙ୍କୁ #PeoplesPadma ରେ ସମ୍ମାନିତ କରିଛୁ। ପୁରସ୍କାର ବିଜେତାଙ୍କ ଜୀବନ ଯାତ୍ରା ଅଗଣିତ ଲୋକଙ୍କୁ ପ୍ରେରଣା ଦେଇଛି। ସେମାନଙ୍କର ଧୈର୍ଯ୍ୟ ଓ ଦୃଢ଼ତା…
ବାଣପୁର (ସୀତାରାମ ଅଗ୍ରୱାଲ): ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ, ଭଜା, ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ। ଏହି ଦିନ ଗୃହମାନଙ୍କରେ ମା’ଙ୍କୁ ପୂଜା ଆରଧନା କଲେ ଘରର ସମସ୍ତଙ୍କୁ ମା’ ସମସ୍ଥ ବିପଦ ଆପଦ , ରୋଗ ବୈରାଗରୁ ରକ୍ଷା କରିବା ସହିତ ଅଶେଷ ଆୟୁଷ ଓ ଉତ୍ତମଭାଗ୍ୟ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଏଣୁ ପ୍ରତିଟି ଓଡ଼ିଆ ଘରମାନଙ୍କରେ ସ୍ୱତନ୍ତ୍ର ଷଠିଘର ସ୍ଥାପନ କରି ଜନ୍ମ ସମୟରୁ ଏହିଦିନ ମା’ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ଆରାଧନା କରାଯାଏ। ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ ଏହି ପର୍ବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମା’ଙ୍କୁ ସ୍ୱୟଂ ଷଷ୍ଠି ଦେବୀ ଭାବରେ ମଧ୍ୟ ବିଶ୍ୱାସ କରାଯାଇ ଏହି ପର୍ବ ପାଳନ…
ବାଣପୁର (ସୀତାରାମ ଅଗ୍ରୱାଲ): ରବିବାର ରାତିରେ ବାଣପୁର ବ୍ଲକ ଅନ୍ତର୍ଗତ ବରବରା ଜଙ୍ଗଲରୁ କାଠ ଚୋରି କରୁଥିବା ବେଳେ ତିନି ଜଣ କାଠ ଚୋରକୁ ଗିରଫ କରିବାସହ ସେମାନଙ୍କ ନିକଟରୁ ଟାଟା ଏସି ସମେତ ଆଠଟି କାଠ ଗଣ୍ଡି ଜବତ କରିଛି ବାଲୁଗାଁ ବନାଞ୍ଚଳ ବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୁମାରପାରି ଗ୍ରାମର ବିଷ୍ଣୁ ସ୍ବାଇଁ (୨୪), ରାଜୀବ କୁମାର ସ୍ବାଇଁ (୩୩) ଓ ମନ୍ଦର ଗ୍ରାମର ସାଗର ଶବର (୨୩)। ଖବର ମୁତାବକ ଏସିଆ ମହାଦେଶର ବୃହତ୍ତମ ଶାଗୁଆନ ଜଙ୍ଗଲରୁ ରବିବାର ରାତିରେ ଏହି ତିନି ଅଭିଯୁକ୍ତ କାଠ ଚୋରି କରି ଆଣୁଥିବା ବେଳେ ବରବରା ଗ୍ରାମ ଛକ ଠାରେରାତ୍ରି ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ନିକଟରୁ ଏକ ଟାଟାଏସି ଗାଡି ସମେତ ଆଠଟି ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି।ସୋମବାର ପୂର୍ବାହ୍ନରେ ସମସ୍ତ ଅଭିଯୁକ୍ତଙ୍କ…
ଭୁବନେଶ୍ଵର: ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି। ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ ବୋଲି କହିଛନ୍ତି ବିଶିଷ୍ଟ ସ୍ପାଇନ୍ ସର୍ଜନ୍ ପ୍ରଫେସର (ଡାକ୍ତର) ଶଙ୍କର ଆଚାର୍ଯ୍ୟ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆସୋସିଏସନ୍ ଅଫ୍ ସ୍ପାଇନ୍ ସର୍ଜନ୍ସ ଅଫ୍ ଇଣ୍ଡିଆ (ଏଏସ୍ଏସ୍ଆଇ) ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚାର୍ଯ୍ୟ ମେରୁଦଣ୍ଡ ଅସ୍ତ୍ରୋପଚାରକୁ ନେଇ ଆଦୌ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲ୍ର ସ୍ପାଇନ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଆଚାର୍ଯ୍ୟ ଏହି ଅବସରରେ କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ବେଶ ଫଳପ୍ରଦ ଓ ସୁରକ୍ଷିତ। ବର୍ତମାନ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ…
ନୂଆଦିଲ୍ଲୀ: ଭାରତରେ ବୈଦ୍ୟୁତିକ ଯାନଗୁଡିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଯାନଗୁଡିକ ଉପରେ ସରକାର ନିରନ୍ତର ଧ୍ୟାନ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ଆସନ୍ତା ୨ ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନର ମୂଲ୍ୟ ପେଟ୍ରୋଲ ଏବଂ ଡିଜେଲ କାର ସହିତ ସମାନ ହେବ। ୬୪ ତମ ACMA ବାର୍ଷିକ ଅଧିବେଶନରେ ନିତିନ ଗଡକରୀ ଏହା କହିଛନ୍ତି। ଶ୍ରୀ ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ବୈଦ୍ୟୁତିକ ଯାନ ଉପରେ ସବସିଡି ଦେବାରେ ତାଙ୍କର କୌଣସି ଅସୁବିଧା ନାହିଁ। ତେବେ ଏହାପୂର୍ବରୁ ସେ ପରାମର୍ଶ ଦେଇଥିଲେ ଯେ, ଇଭି ନିର୍ମାତାମାନଙ୍କୁ ଆଉ ସବସିଡି ଆବଶ୍ୟକ କରେ ନାହିଁ କାରଣ ସେମାନଙ୍କର ଉତ୍ପାଦନ ମୂଲ୍ୟ ହ୍ରାସ ପାଇଛି ଏବଂ ଗ୍ରାହକମାନେ ବର୍ତ୍ତମାନ ବୈଦ୍ୟୁତିକ ଯାନ ଚୟନ କରୁଛନ୍ତି। ଗତ ବର୍ଷ ଭାରତରେ ବୈଦ୍ୟୁତିକ ଯାନର…
ଭୁବନେଶ୍ଵର: ଭାରତୀୟ ସୂଚନା ସେବା ୧୯୯୯ ବ୍ୟାଚର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି), ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ମିଶ୍ର ଓଡ଼ିଶାର ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିବେ। ଓଡ଼ିଶା ସହ ସେ ଝାଡ଼ଖଣ୍ଡର ଅତିରିକ୍ତ ଦାୟିତ୍ଵ ମଧ୍ୟ ନିର୍ବାହ କରିବେ। ଶ୍ରୀ ମିଶ୍ର ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ, ପିଆଇବି ଏବଂ ସିବିସି ଆଦି ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି। ଜଣେ ଗବେଷକ ଭାବରେ ସେ ଆମେରିକାର ବର୍କଲେ ଓ ମ୍ୟାରିଲାଣ୍ଡ ତଥା ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିଛନ୍ତି। ସେ ଜଣେ ପ୍ରତିଷ୍ଠିତ କବି ଭାବରେ ସୁପରିଚିତ…
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହୋଇପାରେ। ଏହି ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିସାରିଛି। ଅଗଷ୍ଟ ମାସରେ କରାଯାଇଥିବା ଜନ ସର୍ବେକ୍ଷଣ ଅନୁଯାୟୀ, ଏଥର ମହାୟୁତିକୁ ୧୨୩ ଟି ଆସନ ମିଳିପାରେ ଏବଂ ମହାବିକାଶ ଅଘାଡିକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୧୫୨ ଟି ଆସନ ମିଳିପାରେ। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାରଙ୍କ ସହ ବିଳମ୍ବିତ ରାତିରେ ବୈଠକ କରିଥିଲେ। ଏହି ବୈଠକରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲା। ଅକ୍ଟୋବର-ନଭେମ୍ବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ବିଶ୍ୱାସ କରାଯାଏ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସିନ୍ଦେ ନେତୃତ୍ୱାଧୀନ ଶିବସେନା ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟରେ ହୋଇଥିବା ବିବାଦୀୟ ବିବୃତ୍ତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି…
ନୂଆଦିଲ୍ଲୀ: ଦଳର ବରିଷ୍ଠ ନେତା ସାମ ପିତ୍ରୋଦା କିଛି ସମୟ ଧରି ନିଜର ବିବୃତ୍ତି ଯୋଗୁଁ କଂଗ୍ରେସ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି। ତେବେ ଏଥର ଭୁଲ କୌଣସି ବିବୃତ୍ତି ପାଇଁ ନୁହେଁ, ବରଂ ରାହୁଲ ଗାନ୍ଧୀଙ୍କ ପାଇଁ ତାଙ୍କର ପ୍ରଶଂସା। ଆମେରିକାର ଗସ୍ତ ସମୟରେ ଟେକ୍ସାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମ ପିତ୍ରୋଦା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା ହେଉଛି କିଛି ବଡ ସମସ୍ୟାର ସମାଧାନ, ତାଙ୍କର ଏକ ଲକ୍ଷ୍ୟ ଅଛି, ଯାହା କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେପି ଦ୍ୱାରା ପ୍ରଚାର କରାଯାଉଥିବା ଲକ୍ଷ୍ୟର ବିପରୀତ ଅଟେ। ମୁଁ ଆପଣଙ୍କୁ କହିବି ଯେ ସେ ‘ପପ୍ପୁ’ ନୁହନ୍ତି, ସେ ଉଚ୍ଚ ଶିକ୍ଷିତ ଅଟନ୍ତି, ସେ ଯେକୌଣସି ବିଷୟ ଉପରେ ଗଭୀର ବିଚାର ରଖୁଥିବା ଜଣେ ରଣନୀତିଜ୍ଞ ….।”
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ରାକେଶ କୁମାର ସିଂ ଭଦୌରିଆଙ୍କୁ ପଚରାଯାଇଥିଲା ଯେ, ଭାରତରେ ମଧ୍ୟ ଏକ ଘରୋଇ ସେନା ରହିବା ଉଚିତ କି? ଋଷ, ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆର ବେସରକାରୀ ସୈନ୍ୟବାହିନୀ ଅଛି। ଏହି ପ୍ରଶ୍ନର ଉତ୍ତରରେ ପୂର୍ବତନ ମୁଖ୍ୟ ଆର.କେ.ଏସ୍ ଭଦୌରିଆ କହିଛନ୍ତି ଯେ, ଭାରତରେ ବେସରକାରୀ ସେନା ପ୍ରସଙ୍ଗ ଉପରେ ଆଲୋଚନା ହେବା ଉଚିତ୍ ନୁହେଁ। ପୂର୍ବତନ ମୁଖ୍ୟ ଭଦୌରିଆ କହିଛନ୍ତି ଯେ, ଆମ ଦେଶର ସେନା ବହୁତ ସକ୍ଷମ। ଏହି ସବୁ ଜିନିଷରେ ରାଜନୀତିକୁ କୌଣସି ସ୍ଥାନ ଦିଆଯିବା ଉଚିତ୍ ନୁହେଁ। ପୂର୍ବତନ ମୁଖ୍ୟ ଭଦୌରିଆ ମଧ୍ୟ କହିଛନ୍ତି ଯେ, ବାହିନୀର ଅଗ୍ରଗତି ପ୍ରତି ଧ୍ୟାନ ଦେବା ଉଚିତ୍। ସେ କହିଛନ୍ତି ଯେ, ଭାରତରେ ଘରୋଇ ସେନାର କୌଣସି ଆବଶ୍ୟକତା ନାହିଁ। ଋଷ, ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ସମେତ ଅନେକ ଦେଶ ବେସରକାରୀ ସୈନ୍ୟ ବ୍ୟବହାର କରନ୍ତି। ଋଷର ୱାଗନର୍, ଅଷ୍ଟ୍ରେଲିଆରେ ୟୁନିଟ ରିସୋର୍ସ…
ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ପାତ୍ରପଡା ଆଦର୍ଶ ହୋମ ଠାରେ ଓଡିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ ରୋଗୀଙ୍କୁ କିଭଳି ଚିକିତ୍ସିତ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ଆଗାମୀ ଦିନରେ କିଭଳି ଭାବେ ଏହି ଆଦର୍ଶ ହୋମକୁ ସାରା ଭାରତ ବର୍ଷରେ ଲୋକା ଦୃତ କରାଯାଇପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଠାରେ ମାନସିକ ରୋଗୀଙ୍କୁ ମେଡ଼ିସିନ ପ୍ରଦାନ ସହ ଥେରା ପ୍ରେଟିକ ଟ୍ରିଟମେଣ୍ଟ ଏବଂ କାଉନସେଲିଂ ଦିଆଯାଇଥାଏ। ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହାସହ ଏଠାରେ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି। ସେହିଭଳି ଭାରତ ବର୍ଷର ସର୍ବ ପୁରାତନ ଆୟୁର୍ବେଦର ଶୈଳୀ ମାଧ୍ୟମରେ ଚିକିତ୍ସିତ କରାଯାଇଥାଏ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅମ୍ରିତ ପଟ୍ଟଯୋଶୀ, ନ୍ୟୁରୋ ସାଇକ ଆର୍ଟିଷ୍ଟ, ସମ୍ମାନିତ ଅତିଥି ଅଭିନେତା ବାବୁ ସାନ,…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଏକ କୋଠା ଭୁଶୁଡ଼ି ଲୋକଙ୍କ ପ୍ରାଣହାନି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି: “ଉତ୍ତର ପ୍ରଦେଶର ଲକ୍ଷ୍ନୌରେ କୋଠା ଭୁଶୁଡ଼ି ପ୍ରାଣ ହାନି ଘଟଣା ଦୁଃଖଦାୟକ । ନିକଟ ସମ୍ପର୍କୀୟଙ୍କୁ ହରାଇଥିବା ଲୋକଙ୍କ ପାଇଁ ସମବେଦନା। ଆହତମାନଙ୍କ ଆଶୁ ଅରୋଗ୍ୟ କାମନା କରୁଛି। ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।”
ଭୁବନେଶ୍ବର: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି ୧- ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ । ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ । ୨- ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। ୩- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ…
ନୂଆଦିଲ୍ଲୀ: ଆରଏସଏସ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ସଂଘ ପ୍ରଚାରକ ଇନ୍ଦ୍ରଶ କୁମାର ରବିବାର ଦିନ ପାଟନାରେ ପହଞ୍ଚିଛନ୍ତି। ସେଠାରେ ସେ ଜାତି ଜନଗଣନା ପ୍ରସଙ୍ଗରେ କହିଛନ୍ତି ଯେ, ଜାତି ଜନଗଣନା ମାଧ୍ୟମରେ ସମାଜର ଅନେକ ଦିଗ ମଧ୍ୟ ସାମ୍ନାକୁ ଆସିଛି। ପଛୁଆ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସମ୍ବିଧାନ କାର୍ଯ୍ୟ କରିଆସୁଛି। ଧର୍ମ ନାମରେ କୌଣସି ହିଂସା ରହିବା ଉଚିତ୍ ନୁହେଁ ଏବଂ ଜାତି ନାମରେ କୌଣସି ଅସ୍ପୃଶ୍ୟତା ରହିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ, ଜାତିକୁ କେହି ନଷ୍ଟ କରିପାରିବେ ନାହିଁ। ଯଦି ଏହି ଅନୁଭବ ଜାରି ରହେ, ତେବେ ଆମେ ଦେଶରେ ଏକ ହୋଇ ରହିବା, ମନରେ ଏହି ଭାବନା ରହିବା ଭଲ। ‘ବିବିଧତା ସତ୍ତ୍ୱେ ଆମେ ଏକ’ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଭାରତରେ ଏତେ ବିବିଧତା ସତ୍ତ୍ୱେ ଆମେ ଏକ। ଭାରତରେ ଗାଇ ଉପରେ ହିଂସା କରିବା ପ୍ରସଙ୍ଗରେ…
ନୂଆଦିଲ୍ଲୀ: ଥଲାପତି ବିଜୟଙ୍କ ଫିଲ୍ମ ‘ଗୋଟ’ ମାତ୍ର ତିନି ଦିନ ମଧ୍ୟରେ ସାରା ବିଶ୍ୱରେ 227.26 କୋଟି ଟଙ୍କା ଆୟ କରିଛି। ଏହା ସହିତ ଗୋଟ୍ ବିଜୟଙ୍କ ଅଷ୍ଟମ ଚଳଚ୍ଚିତ୍ର ହୋଇପାରିଛି, ଯାହା ସାରା ବିଶ୍ୱରେ 200 କୋଟି ଟଙ୍କା ଆୟ କରିଛି। କୋଇମୋଇର ରିପୋର୍ଟ ଅନୁଯାୟୀ ବିଜୟ ବର୍ତ୍ତମାନ ଦକ୍ଷିଣର ପ୍ରଥମ ଅଭିନେତା ହୋଇଛନ୍ତି, ଯାହାର ନାମରେ ଏହି ରେକର୍ଡ ପଞ୍ଜିକୃତ ହୋଇଛି। ଗୋଟ୍ ବ୍ୟତୀତ, ଆସନ୍ତୁ ଜାଣିବା ସେହି 7 ଟି ଚଳଚ୍ଚିତ୍ର ବିଷୟରେ ଯାହା ବିଶ୍ଵର 200 କୋଟି କ୍ଲବରେ ଅନ୍ତର୍ଭୁକ୍ତ। ମର୍ସଲ- ‘ମର୍ସାଲ’ 2017 ରେ ମୁକ୍ତିଲାଭ କରିଥିଲା। ନିର୍ଦ୍ଦେଶକ ଏଟଲି କୁମାରଙ୍କ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 259 କୋଟି ଟଙ୍କା ରୋଜଗାର କରିଥିଲା। ସରକାର- ‘ସରକାର’ ସାରା ବିଶ୍ୱରେ 253 କୋଟି ଟଙ୍କା ରୋଜଗାର କରିଥିଲା। ଏହି ଚଳଚ୍ଚିତ୍ର 2018 ରେ ମୁକ୍ତିଲାଭ କରିଥିଲା। ବିଗିଲ୍- ‘ବିଗିଲ୍’ ବିଜୟଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ରରେ ମଧ୍ୟ…

