Author: SM Network

ନୂଆଦିଲ୍ଲୀ: 2026 T20 ବିଶ୍ୱକପ ଯାତ୍ରା 20 ଦଳକୁ ପାଞ୍ଚଟି ଲେଖାଏଁ ଚାରିଟି ଗ୍ରୁପରେ ବିଭକ୍ତ କରି ଆରମ୍ଭ ହୋଇଥିଲା। ଗ୍ରୁପ ପର୍ଯ୍ୟାୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଦୁଇ ଆୟୋଜକ (ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା) ସମେତ ପାଞ୍ଚଟି ଦେଶର ଦଳ ସେମାନଙ୍କର ସୁପର 8 ସ୍ଥାନ ନିଶ୍ଚିତ କରିଛନ୍ତି। ଆଜି ଦୁଇଟି ଦଳ ସୁପର 8 ସ୍ଥାନ ସୁରକ୍ଷିତ କରିପାରନ୍ତି, ଅଷ୍ଟ୍ରେଲିଆ ବାଦ୍ ପଡ଼ିବା ଦ୍ୱାରରେ ଛିଡା ହୋଇଛି। ଭାରତଠାରୁ ପରାସ୍ତ ହୋଇ ପାକିସ୍ତାନ ପରବର୍ତ୍ତୀ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ ଏବଂ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ବାଦ୍ ପଡ଼ିପାରେ। ପାକିସ୍ତାନକୁ ବାଦ୍ ଦିଆଯାଇପାରିବ କି? ଗ୍ରୁପ A ରୁ କେବଳ ଟିମ୍ ଇଣ୍ଡିଆ ସୁପର 8 ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆମେରିକା ତାର ସମସ୍ତ ଚାରୋଟି ମ୍ୟାଚ୍ ଖେଳି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ପାକିସ୍ତାନର ମଧ୍ୟ ଚାରି ପଏଣ୍ଟ ଅଛି, କିନ୍ତୁ…

Read More

ଭୁବନେଶ୍ଵର: ସୁନା ଏବଂ ରୂପା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ନିରନ୍ତର ପରିବର୍ତ୍ତନ ହେଉଛି। ଆଜି ୧୭ ଫେବୃଆରୀ ସୋମବାର ଦିନ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପା ମୂଲ୍ୟ କ’ଣ ରହିଛି? ଆସନ୍ତୁ ଜାଣିବା ଭୁବନେଶ୍ଵରରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ) ୨୪ କ୍ୟାରେଟ୍- ୧,୫୪,୯୧୦ ୨୨ କ୍ୟାରେଟ୍- ୧,୪୨,୦୦୦ ୧୮ କ୍ୟାରେଟ୍- ୧,୧୬,୧୮୦ ରୂପା ମୂଲ୍ୟ ଆଜି ରୂପା ମୂଲ୍ୟ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଆଜି ରୂପା ପ୍ରତି କିଲୋଗ୍ରାମ ୨,୬୫,୦୦୦ ଟଙ୍କାରେ କାରବାର ହେଉଛି।

Read More

ନୂଆଦିଲ୍ଲୀ: ଭାରତ ଏହି ମାସରେ ତିନୋଟି ଇରାନୀ ତେଲ ଟ୍ୟାଙ୍କର ଜବତ କରିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଅବୈଧ ତୈଳ ବାଣିଜ୍ୟକୁ ରୋକିବା ପାଇଁ ଭାରତ ଏହାର ସାମୁଦ୍ରିକ ଅଞ୍ଚଳରେ ନଜର ମଧ୍ୟ କଡ଼ାକଡ଼ି କରିଛି। ତଥାପି, ନ୍ୟାସନାଲ ଇରାନୀ ତୈଳ କମ୍ପାନୀ କହିଛି ଯେ, ଏହି ତିନୋଟି ଜାହାଜର ଏହାର କମ୍ପାନୀ ସହିତ କୌଣସି ସମ୍ପର୍କ ନାହିଁ। ସୂଚନା ଅନୁଯାୟୀ ଜବତ ହୋଇଥିବା ତିନୋଟି ଜାହାଜର ନାମ ଷ୍ଟେଲାର ରୁବି, ଆସଫାଲ୍ଟ ଷ୍ଟାର ଏବଂ ଅଲ ଜଫଜିଆ। କୁହାଯାଉଛି କି ଏହି ଜାହାଜଗୁଡ଼ିକ ସେମାନଙ୍କର ପରିଚୟ ଲୁଚାଇବା ଏବଂ ଉପକୂଳ ଏଜେନ୍ସିଗୁଡ଼ିକର ଦୃଷ୍ଟି ଏଡାଇବା ପାଇଁ ପ୍ରାୟତଃ ସେମାନଙ୍କର ନାମ ଏବଂ ସୂଚନା ପରିବର୍ତ୍ତନ କରନ୍ତି। ଏହି ଜାହାଜର ମାଲିକମାନେ ବିଦେଶରେ ଅବସ୍ଥିତ। ଭାରତୀୟ କର୍ତ୍ତୃପକ୍ଷ ଫେବୃଆରୀ ୬ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଏହି ଜାହାଜଗୁଡ଼ିକୁ ଜବତ କରିବା ଘୋଷଣା କରିଥିଲେ, ଯାହାକୁ…

Read More

ନୂଆଦିଲ୍ଲୀ: ୨୦୨୬ ଟି ୨୦ ବିଶ୍ୱକପ୍‌ ଏବେ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠାରେ ପ୍ରତ୍ୟେକ ମ୍ୟାଚ୍‌ ଗୋଟିଏ ଦଳ ପାଇଁ ‘ଜୀବନଦାନ’ କିମ୍ବା ‘ବିଦାୟ’ ହୋଇପାରେ। ନେପାଳ, ଓମାନ ଏବଂ ନାମିବିୟା ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ମଧ୍ୟଭାଗରୁ ବାଦ ପଡ଼ିସାରିଛନ୍ତି। ଏହା ପରେ, ପାକିସ୍ତାନ ସମେତ ବର୍ତ୍ତମାନ ପାଞ୍ଚଟି ଦଳ ଅଛନ୍ତି, ଯେଉଁମାନଙ୍କର ସୁପର ୮ରେ ସ୍ଥାନ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ଆଗାମୀ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରେ। ପାକିସ୍ତାନ ପାଇଁ ଶେଷ ସୁଯୋଗ ଭାରତ ବିପକ୍ଷରେ ଲଜ୍ଜାଜନକ ପରାଜୟ ପାକିସ୍ତାନର ସ୍ଥିତିକୁ ଅତ୍ୟନ୍ତ କଷ୍ଟକର କରିଦେଇଛି। ଏହି ପରାଜୟ କେବଳ ପଏଣ୍ଟ ଟେବୁଲ୍‌ ନୁହେଁ ବରଂ ଦଳର ନେଟ୍ ରନ୍‌ ରେଟ୍‌କୁ ମଧ୍ୟ ପ୍ରଭାବିତ କରିଛି। ବର୍ତ୍ତମାନ ଗ୍ରୁପ୍‌ A ରେ ତୃତୀୟ ସ୍ଥାନରେ ଥିବା ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଦଳ ତା’ର ଶେଷ ଲିଗ୍‌ ମ୍ୟାଚ୍‌ ଜିତିବାରେ ବିଫଳ ହୁଏ, ତେବେ…

Read More

ନୂଆଦିଲ୍ଲୀ: ଖେଳନା (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶାବଳୀ, ୨୦୨୦ ଓ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ମାନଦଣ୍ଡର ଉଲ୍ଲଙ୍ଘନ କରି ଖେଳନା ବିକ୍ରି ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ଇ-କମର୍ସ କମ୍ପାନିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନୁଚିତ ବାଣିଜ୍ୟ ଅଭ୍ୟାସ ଏବଂ ଭ୍ରମାତ୍ମକ ବିଜ୍ଞାପନ ପାଇଁ ସିସିପିଏ ଇ-କମର୍ସ କମ୍ପାନି ସ୍ନାପଡିଲ୍‌(ଏସ୍‌ ଭେକ୍ଚର ଲିମିଟେଡ୍)  ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ସ୍ନାପଡିଲ୍ ନିଜ ପ୍ଲାଟଫର୍ମରେ ବିଆଇଏସ୍ ମାନଦଣ୍ଡ ପାଳନ କରୁନଥିବା ଖେଳଣାର ବିକ୍ରୟକୁ ପ୍ରୋତ୍ସାହିତ କରି ଗ୍ରାହକ ଅଧିକାରର ଉଲ୍ଲଂଘନ କରିଥିଲା। ମୁଖ୍ୟ କମିଶନର ଶ୍ରୀମତୀ ନିଧି ଖାରେ ଏବଂ କମିଶନର ଅନୁପମ ମିଶ୍ରଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ, ବାଧ୍ୟତାମୂଳକ ବିଆଇଏସ୍ ମାନଦଣ୍ଡ ପାଳନ କରୁନଥିବା ଖେଳଣା ବିକ୍ରୟ ପାଇଁ ସ୍ନାପଡିଲ୍‌(ଏସ୍‌ ଭେକ୍ଚର ଲିମିଟେଡ୍) ବିରୁଦ୍ଧରେ ଏକ ଚୂଡ଼ାନ୍ତ ଆଦେଶ ଜାରି କରିଛି। ସିସିପିଏ ଏ ସଂପର୍କରେ ସ୍ୱତଃ ତଦନ୍ତ କରି ଜାଣିପାରିଥିଲେ…

Read More

ନୂଆଦିଲ୍ଲୀ: ଇଣ୍ଡିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇମ୍ପାକ୍ଟ ସମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଓର ଏଆଇ ପାଭିଲିଅନ୍ ପରିଦର୍ଶନ କରିଛନ୍ତି। ସେ ଜିଓ ଦ୍ୱାରା ବିକଶିତ ବିଭିନ୍ନ ଏଆଇ ଆଧାରିତ ମଡେଲ୍ ଏବଂ ସମାଧାନ ବିଷୟରେ ଅବଗତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଜିଓ ଇଣ୍ଟେଲିଜେନ୍ସ, ଜିଓ ସଂସ୍କୃତି ଏଆଇ, ଜିଓ ଆରୋଗ୍ୟ ଏଆଇ, ଜିଓ ଶିକ୍ଷା ଏବଂ ଜିଓ ଏଆଇ ହୋମ୍ ପରି ମଡେଲ୍‌ଗୁଡ଼ିକୁ ବୁଲି ଦେଖିଥିଲେ। ଏହି ମଡେଲ୍‌ଗୁଡ଼ିକର ଉଦ୍ଦେଶ୍ୟ କ୍ରମଶଃ ଏଣ୍ଟରପ୍ରାଇଜ୍ ଇଣ୍ଟେଲିଜେନ୍ସ, ଭାରତୀୟ ଭାଷା ଓ ସାଂସ୍କୃତିକ ବିଷୟବସ୍ତୁ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ସମାଧାନ ଏବଂ ସ୍ମାର୍ଟ ହୋମ୍ ଆଧାରିତ ଏଆଇ ସୁବିଧାକୁ ସହଜରେ ଉପଲବ୍ଧ କରାଇବା। ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କମ୍ପାନୀ ଦ୍ୱାରା ବିକାଶ ହେଉଥିବା ଏଆଇ ଇକୋସିଷ୍ଟମ ଏବଂ ତାହାର ବିଭିନ୍ନ ଉପଯୋଗ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଜିଓ ଦୀର୍ଘ ସମୟ ଧରି “ସମସ୍ତଙ୍କ ପାଇଁ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠାରୁ ବଡ଼ କୃଷିପ୍ରଧାନ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରୁ ପ୍ରତିବର୍ଷ ଲକ୍ଷାଧିକ ଚାଷୀଙ୍କ ଠାରୁ ବିପୁଳ ପରିମାଣରେ ଧାନ କ୍ରୟ କରାଯାଇଥାଏ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ବ୍ଲକ ପ୍ରଶାସନମାନଙ୍କ ପକ୍ଷରୁ ମଣ୍ଡିଗୁଡିକର ସୁପରିଚାଳନା, ସୁବିଧାରେ ପଞ୍ଜିକରଣ, ତାସହ ତ୍ୱରିତ ଓ ସମୟୋଚିତ ଭାବେ ଚାଷୀମାନଙ୍କ ଖାତାକୁ ଆର୍ଥିକ ପ୍ରାବଧାନ ପହଞ୍ଚାଇବାକୁ ବିଭିନ୍ନ ସମୟଉପଯୋଗୀ ବ୍ୟବସ୍ଥା କରାଯାଇଛି। ଫଳ ସ୍ୱରୂପ, ଗଞ୍ଜାମ ଜିଲ୍ଲା ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜ଼ିଲ୍ଲାରେ ମୋଟ ୫୪,୪୬,୨୦୧ କ୍ୱିଣ୍ଟାଲ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୪୭,୯୮,୫୮୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇ ପ୍ରାୟ ୮୮ ପ୍ରତିଶତ ଲକ୍ଷ୍ୟ ଆଜି ତାରିଖ ସୁଦ୍ଧା ହାସଲ କରାଯାଇପାରିଛି । ଏହାଠାରୁ ଅଧିକ ସ୍ୱାଗତଯୋଗ୍ୟ କଥା ଏହିକି ଯେ, ୧,୨୧,୮୧୬ ଜଣ ଚାଷୀଭାଇଭଉଣୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ…

Read More

ନୂଆଦିଲ୍ଲୀ: ପଥୁମ୍ ନିସାଙ୍କାଙ୍କ ଚମତ୍କାର ଶତକ ଶ୍ରୀଲଙ୍କାକୁ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ରେ ପ୍ରବେଶ କରାଇଛି। ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ୩୦ତମ ଲିଗ୍ ମ୍ୟାଚ୍ ୮ ୱିକେଟରେ ଜିତିଛି। ନିସାଙ୍କା ୫୨ ବଲ୍ ରେ ୧୦୦* ରନ୍ କରି ଦଳକୁ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ୧୦ ଚୌକା ଏବଂ ୫ ଛକା ସାମିଲ ଥିଲା। କୁସାଲ ମେଣ୍ଡିସ୍ ମଧ୍ୟ ୫୧ ରନ୍ କରିଥିଲେ। ଏହି ପରାଜୟ ସହିତ ଅଷ୍ଟ୍ରେଲିଆର ସୁପର ୮ରେ ପହଞ୍ଚିବା ସମ୍ଭାବନା କ୍ରମଶଃ କଷ୍ଟକର ହୋଇପଡୁଛି। ପୂର୍ବ ମ୍ୟାଚ୍‌ରେ ଜିମ୍ବାୱେ ଅଷ୍ଟ୍ରେଲିଆକୁ ୨୩ ରନ୍‌ରେ ପରାସ୍ତ କରିଥିଲା। ଏବେ ଅଷ୍ଟ୍ରେଲିଆକୁ ସୁପର ୮ରେ ପହଞ୍ଚିବା ପାଇଁ ଅନ୍ୟ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ମ୍ୟାଚ୍‌ ପରେ ଗ୍ରୁପ୍ ବିରେ ଥିବା ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ୍‌ ପରେ କେବଳ ଗୋଟିଏ ବିଜୟ ସହିତ ଟେବୁଲରେ ତୃତୀୟ ସ୍ଥାନରେ ଅଛି। ଅଷ୍ଟ୍ରେଲିଆ…

Read More

ନୂଆଦିଲ୍ଲୀ: ୨୦୨୬ ବୋର୍ଡ ପରୀକ୍ଷା ପୂର୍ବରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍କୁଲ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫେବୃଆରୀ ୧୭ ତାରିଖ ୨୦୨୬ ରୁ ଆରମ୍ଭ ହେବ। ବୋର୍ଡ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ ଏବଂ ମିଥ୍ୟା ଖବର ପ୍ରତି ବିଶେଷ ସତର୍କ ରହିବାକୁ ପରାମର୍ଶ ଦେଇଛି। CBSE ର ପ୍ରେସ୍ ନୋଟ୍ ଜାରି: CBSE ପ୍ରେସ୍ ନୋଟ୍ ରେ ଉଲ୍ଲେଖ ଅଛି ଯେ, ପ୍ରତିବର୍ଷ ପରୀକ୍ଷା ସମୟରେ କିଛି ଅସାମାଜିକ ତତ୍ତ୍ୱ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରଶ୍ନପତ୍ର ଲିକ୍ ଭଳି ଭ୍ରାମକ ଏବଂ ମିଥ୍ୟା ସୂଚନା ପ୍ରସାର କରିବାକୁ ଚେଷ୍ଟା କରନ୍ତି। ଏପରି ଗୁଜବର ଉଦ୍ଦେଶ୍ୟ ହେଉଛି ଛାତ୍ର ଏବଂ ଅଭିଭାବକଙ୍କୁ ଭ୍ରମିତ କରିବା ଏବଂ ଅନାବଶ୍ୟକ ଚାପ ସୃଷ୍ଟି କରିବା।…

Read More

ଭୁବନେଶ୍ଵର: କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପ ଅଧୀନରେ ଶ୍ରୀ ପଦ୍ଧତିରେ ଧାନଚାଷ ପାଇଁ କୃଷି ସାମଗ୍ରୀ ବଣ୍ଟନ କରାଯାଇଛି। ୟୁଏନ୍ଡିପି ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରୟାସ କରାଯାଇଛି। ଏହା ଅଧୀନରେ ଚାଷୀମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଜଳବାୟୁ ସହନଶୀଳତାକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ବାସ୍ତବ ରୂପ ଦେବାରେ କ୍ଲାଇମେଟ ଚାମ୍ପିଅନ ମହିଳାମାନେ ବଡ ଭୂମିକା ନେବେ ବୋଲି ଶ୍ରୀମତି ପରିଡା କହିଛନ୍ତି।

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଛାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅମିତ ଶାହ କହିଛନ୍ତି ଯେ, ଏହାର ପ୍ରତିଷ୍ଠା ପରଠାରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ଶାନ୍ତି, ସେବା ଏବଂ ନ୍ୟାୟ ପ୍ରତି ନିଜର ପ୍ରତିବଦ୍ଧତା ପୂରଣ କରିବାରେ କୌଣସି ପ୍ରୟାସ ଛାଡ଼ିନାହିଁ। ସେ କହିଥିଲେ ଯେ ଦେଶର ରାଜଧାନୀ ହେବା ବ୍ୟତୀତ ଦିଲ୍ଲୀ ହେଉଛି ହୃଦସ୍ପନ୍ଦନ ଏବଂ ଦେଶର ଗଣତନ୍ତ୍ର ଓ ପରିଚୟର କେନ୍ଦ୍ର। ଜାତୀୟ ରାଜଧାନୀ ଭାବେ ଦିଲ୍ଲୀର ସୁରକ୍ଷା ସର୍ବୋଚ୍ଚ ବୈଶ୍ୱିକ ମାନ ପୂରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହ କହିଥିଲେ ଯେ ଦିଲ୍ଲୀରେ ଆୟୋଜିତ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ସହିତ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଗ୍ଲୋବାଲ ସାଉଥରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପରେ ଏତେ ବ୍ୟାପକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ର ଓ ସରକାରଙ୍କ ମୁଖ୍ୟ, ମନ୍ତ୍ରୀ, ବିଶ୍ୱ ପ୍ରଯୁକ୍ତି ନେତୃବର୍ଗ, ବିଶିଷ୍ଟ ଗବେଷକ, ବହୁମୁଖୀ ପ୍ରତିଷ୍ଠାନ ଏବଂ ଶିଳ୍ପ ଅଂଶୀଦାରମାନେ ଭାଗ ନେଇଛନ୍ତି। ସମାବେଶୀ ବିକାଶକୁ ଆଗେଇ ନେବା, ସାର୍ବଜନୀନ ପ୍ରଣାଳୀକୁ ସୁଦୃଢ଼ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶକୁ ସକ୍ଷମ କରିବା ଲାଗି ଏଆଇର ଭୂମିକାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ କରାଯାଉଛି। ୧୯ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନୀ ଅଭିଭାଷଣ ଦେବେ। ଏହି ଅବସରରେ ସେ ସମାବେଶୀ ଏବଂ ଉତ୍ତରଦାୟୀ ଏଆଇ ପାଇଁ ବିଶ୍ୱସ୍ତରୀୟ ସହଯୋଗ ଏବଂ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ। ଏହି ପାଞ୍ଚ ଦିନିଆ ସମ୍ମିଳନୀ ୧୬ରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।…

Read More

ବୁଦ୍ଧରାମ ସାହୁ ନିକଟରେ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ଆସନ୍ନ ପ୍ରାୟ। ଏଥର ରାଜ୍ୟସଭାକୁ ବିଜୟୀ ହେବାକୁ ହେଲେ ସମୁଦାୟ ଚାରିଜଣ ପ୍ରାର୍ଥୀ ପାଇଁ ବିଧାନସଭା ସଭ୍ୟଙ୍କ ଏକ ପଞ୍ଚମାଂଶ ଅର୍ଥାତ୍ ଅତିକମ୍‌ରେ ୩୦ଟି ସଭ୍ୟଙ୍କ ଭୋଟ ପାଇବା ଆବଶ୍ୟକ। ବିଧାନସଭାରେ ବିରୋଧୀ ଦଳରେ ବି.ଜ.ଦ-୫୦, କଂଗ୍ରେସ-୧୪ ଓ ବାମପନ୍ଥୀ କମ୍ୟୁନିଷ୍ଟ ଦଳ-୧କୁ ମିଶାଇଲେ ସେମାନେ ୬୫ ବିଧାୟକ ହେବେ ଏବଂ ସୁରୁଖୁରୁରେ ୨ଟି ଆସନରେ ବିଜୟୀ ହୋଇପାରିବେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ସମସ୍ୟା ଯୋଗୁ ମେଣ୍ଟ ହେବା ସମ୍ଭାବନା କ୍ଷୀଣ। ଏପରି ସ୍ଥିତିରେ ବୃହତ୍ତର ଦଳ ହିସାବରେ ବି.ଜେ.ଡି ଦଳର ସୁପ୍ରିମୋ କଂଗ୍ରେସ ଦଳର କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ନିର୍ଦ୍ଦିଷ୍ଟ ନିର୍ଯ୍ୟାସରେ ଉପନୀତ ହେବା ନିହାତି ଆବଶ୍ୟକ। ନୂଆପଡ଼ା ଉପନିର୍ବାଚନରେ ବିଜୟୀ ବିଧାୟକଙ୍କୁ ମିଶାଇଲେ ବି.ଜେ.ପି.ର ୭୯ ଏବଂ ୩ଜଣ ସ୍ୱାଧୀନ ସଭ୍ୟଙ୍କ ସମର୍ଥନ ଦେଲେ ସେମାନେ ୮୨ରେ ପରିଣତ ହେବେ। ରାଜ୍ୟସଭା ଭୋଟ…

Read More

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରୁ ଏହା ଜଣା ଯାଇଛି। ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ। ସୂଚନାଯୋଗ୍ୟ ଯେ, ଗଣତି-ମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଓ ସଂରକ୍ଷଣ କାର୍ଯ୍ଯ ଇତି ମଧ୍ଯରେ ସରିଛି। ସମଗ୍ର ପ୍ରକ୍ରିୟା ୯୫ ଦିନରେ ଓ ୩୩୩ ଘଣ୍ଟାର କାମରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି। ବର୍ତ୍ତମାନ ଗଣତି-ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ହାତିବାହାଲ ଛକ ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ରେଢାଖୋଲ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ରେଢାଖୋଲ -ବୌଦ୍ଧ ରାସ୍ତାର ହାତୀବାହାଳ ଛକ ନିକଟରେ ରେଢାଖୋଲ ପଟୁ ଯାଉଥିବା ଏକ ଲୁହା ବଟକରା ବୋଝେଇ ଟ୍ରକ ସହ ବୌଦ୍ଧରୁ ଆସୁଥିବା ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ଗାଡିର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ ଜଙ୍ଗଲ ଭିତରକୁ ପଶିଯାଇ ଥିଲା। ଗାଡିର ଡ୍ରାଇଭର ଗାଡି ଛାଡି ଫେରାର୍ ହୋଇଯାଇଥିବା ଜଣାପଡିଛି। ରେଢାଖୋଲ ପୋଲିସ ପହଁଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଡଇଁଚା ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ଜୈନିକ ଵୃଦ୍ଧ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ଡଇଁଚା ଗ୍ରାମପଂଚାୟତ ତେରାବେଡା ଗ୍ରାମର ତାରସିୟୁସ ତୀର୍କି ସୋମବାର ଏକଲୁନା ଗାଡ଼ିରେ ଡ‌ଇଁଚା ରୁ ମୁଟୁରୁ ମୁଣ୍ଡା ଅଭିମୁଖେ ଘରକୁ ଫେରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁ ଥିବା ଏକ ଅଜଣା ଗାଡି ଧକ୍କା ଦେଇ ଥିଲା। ଯା’ ଫଳରେ ତାରୟୁସ ଗୁରୁତର ହୋଇ ପଡିଥିଲେ। ଖବର ପାଇ ନାକଟି ଦେଉଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତର ଖାନାରେ ଭର୍ତି କରିଥିଲେ ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଦୁର୍ଘଟଣା କରି ଫେରାର ଥିବା ଗାଡିର କୌଣସି ପତ୍ତା ପୋଲିସ ପାଇପାରିନି।  ରେଢ଼ାଖୋଲ ପୋଲିସ…

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ନାଲିପଡା ଅର୍ଜୁନ ପୂର୍ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଲ୍ଲୀରେ ପ୍ରଶାସନ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଜନଶୁଣାଣୀ ଶିବିରରେ ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା, ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ସଂକଳ୍ପ ସ୍ଵସ୍ତିକ ସାହୁ,ବି ଡି ଓ, ଖୋର୍ଦ୍ଧା କ୍ଷୀରାବ୍ଧି ତନୟା ସାହୁ, ତହସିଲଦାର, ଖୋର୍ଦ୍ଧା, ବିଭାଷ ପାଣିଗ୍ରାହୀ ସହକାରୀ ଜିଲ୍ଲାପାଳ ଭୁବନେଶ୍ଵରୀ କଅଁର ଯୋଗଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୩୮ ଗୋଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୩୧ ଗୋଟି ଏବଂ ଗ୍ରାମୀଣ ସମସ୍ୟାଜନିତ ୦୭ ଗୋଟି ଅଭିଯୋଗ ଆସିଥିଲା। ଶିବିରରେ ତତ୍କାଳ ୦୬ ଗୋଟି ଅଭିଯୋଗ ର ସମାଧାନ…

Read More

ଭୁବନେଶ୍ୱର: ଆସନ୍ତା ହୋଲି ଏବଂ ଦୋଳ ଯାତ୍ରା ପର୍ବ ସମୟରେ ସୁଗମ, ଆରାମଦାୟକ ଏବଂ ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ପାଇଁ, ପୂର୍ବ ତଟ ରେଳପଥ ଏକାଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବା ପାଇଁ ଘୋଷଣା କରିଛି। ଅତିରିକ୍ତ ଯାତ୍ରୀ ଭିଡ଼ ଦୂର କରିବା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟ ସ୍ଥଳଗୁଡ଼ିକ ମଧ୍ୟରେ ଅତିରିକ୍ତ ସଂଯୋଗ ପ୍ରଦାନ କରିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକୁ ପ୍ରଚଳନ କରାଯାଉଛି। ପାର୍ବଣ ଋତୁରେ, ଯାତ୍ରୀଙ୍କ ଗତିବିଧିରେ ଯଥେଷ୍ଟ ବୃଦ୍ଧି ଘଟିଛି କାରଣ ଲୋକମାନେ ସେମାନଙ୍କ ପରିବାର ଏବଂ ପ୍ରିୟଜନଙ୍କ ସହ ଉତ୍ସବ ପାଳନ କରିବାକୁ ଯାତ୍ରା କରନ୍ତି। ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ ଭୁବନେଶ୍ୱର, ବିଶାଖାପାଟଣା ଏବଂ ସମ୍ବଲପୁରକୁ ଯଶବନ୍ତପୁର, ଏସ୍. ଏମ୍. ଭି. ବି. ବେଙ୍ଗାଲୁରୁ, ତିରୁପତି, ଚାର୍ଲାପଲ୍ଲୀ, ଶାଲିମାର, ଧନବାଦ ଏବଂ ଇରୋଡ୍ ସମେତ ପ୍ରମୁଖ ସହରଗୁଡ଼ିକ ସହିତ ସଂଯୋଗ କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରି ହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ କୃମି ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ପିଲାମାନେ ବାହାରେ ଝାଡ଼ା ଫେରିଲେ, ତଳୁ ଗୋଟାଇ ଖାଇଲେ, ନଖ ଓ ହାତ ସଫା ନକରି ଖାଇବା ଓ ଅଧିକ ମିଠା ଆମିଷ ଖାଇଲେ କୃମି ରୋଗ ହୁଏ, ଏହି ସବୁ ଅଭ୍ୟାସ ଛାଡି ହଳଦୀ, ନିମ୍ବ, ଜୁଆଣି ଓ ସପୁରୀପତ୍ର ରସ ଯେ କୌଣସି ଗୋଟିଏ ଦ୍ରବ୍ୟ କିଛିଦିନ ଖାଇଲେ ଭଲ ହୋଇଯାଏ। କୃମି ଯୋଗୁ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଉଦରଶୂଳ ରକ୍ତହୀନତା, ଶ୍ଵେତପ୍ରଦର, ହୃଦ୍ରୋଗ ମଧ୍ଯ ହୋଇ ପାରେ। ସମସ୍ତେ ପ୍ରତି ସପ୍ତାହରେ ଥରେ ଦୁଇଥର ନିମ୍ବ କିମ୍ବା ହଳଦୀ ଖାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ,…

Read More

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ଫେବୃଆରୀ ୨୦୨୬ରେ ମୁମ୍ବାଇ ଗସ୍ତ କରିବେ, ଯେଉଁଠାରେ ସେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଇମାନୁଏଲ୍ ମାକ୍ରନଙ୍କୁ‌ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ୧୭ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ । ଭାରତ ଦ୍ୱାରା ଆୟୋଜିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ ଏବଂ ମୁମ୍ବାଇରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ମଧ୍ୟ ଭାଗ ନେବେ। ଏହା ରାଷ୍ଟ୍ରପତି ମାକ୍ରନଙ୍କ ଚତୁର୍ଥ ଭାରତ ଏବଂ ପ୍ରଥମ ମୁମ୍ବାଇ ଗସ୍ତ ହେବ। ୧୭ ଫେବୃଆରୀ ଅପରାହ୍ନ ପ୍ରାୟ ୩:୧୫ରେ ଦୁଇ ନେତା ମୁମ୍ବାଇର ଲୋକ ଭବନରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଆଲୋଚନା ସମୟରେ, ସେମାନେ ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବେ। ସେମାନଙ୍କର ଆଲୋଚନା ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ଏହାକୁ ନୂତନ ତଥା ଉଦୀୟମାନ କ୍ଷେତ୍ରରେ…

Read More