ନୂଆଦିଲ୍ଲୀ: ପ୍ରତିରକ୍ଷା ଉତ୍ପାଦନରେ ୨୦୨୩-୨୪ରେ ପଞ୍ଜୀକୃତ ହୋଇଥିବା ଭାରତର ସର୍ବୋଚ୍ଚ ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଗତ ଆର୍ଥିକ ବର୍ଷର ଉତ୍ପାଦନ ମୂଲ୍ୟ ତୁଳନାରେ ଚଳିତ ବର୍ଷ ଉତ୍ପାଦନ ୧୬.୮% ବୃଦ୍ଧି ପାଇ ୧,୨୬,୮୮୭ କୋଟି ଟଙ୍କା ହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଶେୟାରକରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି; “ବହୁତ ଉତ୍ସାହଜନକ ବିକାଶ। ଏହି ଉପଲବ୍ଧି ହାସଲ କରିବାରେଯେଉଁମାନଙ୍କର ଯୋଗଦାନ ରହିଛି, ସେମାନଙ୍କ ପାଇଁ ଶୁଭକାମନା। ଆମର ସାମର୍ଥ୍ୟକୁ ଆହୁରି ବଢ଼ାଇବା ଏବଂ ଭାରତକୁ ଏକ ଅଗ୍ରଣୀବିଶ୍ୱ ପ୍ରତିରକ୍ଷା ଉତ୍ପାଦନ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ଏକସହାୟକ ପରିବେଶ ପ୍ରତିପୋଷଣ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏହା ଦ୍ୱାରା ଆମର ସୁରକ୍ଷା ବୃଦ୍ଧି ପାଇବ ଏବଂ ଆମେ ଆତ୍ମନିର୍ଭରହୋଇପାରିବା।”
Author: SM Network
ନୁଆଦିଲ୍ଲୀ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୫ ଟି ଟି -୨୦ ମ୍ୟାଚ୍ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି ହରାରେରେ ଖେଳାଯିବ। ଭାରତୀୟ ଦଳର ଶୁଭମାନ ଗିଲ ନେତୃତ୍ଵ ନେଉଥିବାବେଳେ ଜିମ୍ବାୱେ ଦଳକୁ ସିକନ୍ଦର ରଜା ନେତୃତ୍ଵ ଦେବେ। ବିଶ୍ୱ ଟି -୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ଶୀର୍ଷରେ ରହିଛି। ବାସ୍ତବରେ ଭାରତୀୟ ଦଳ ନମ୍ବର -୧ ହେବା ପରେ ପ୍ରଥମ ଥର ପାଇଁ ଜିମ୍ବାୱେ ବିପକ୍ଷରେ ଖେଳୁଛି। ଏଥି ସହିତ ପରିସଂଖ୍ୟାନ ଦର୍ଶାଏ ଯେ, ଏହି ଫର୍ମାଟରେ ଜିମ୍ବାୱେ ଭାରତୀୟ ଦଳକୁ କଡ଼ା ପ୍ରତିଯୋଗିତା ଦେଇଛି। ଗତ ୫ ଟି -୨୦ ମ୍ୟାଚରେ ଜିମ୍ବାୱେ ଭାରତକୁ କଡ଼ା ପ୍ରତିଯୋଗିତା ଦେଇଛି। ଜିମ୍ବାୱେ ଭାରତକୁ ଦୁଇଥର ପରାସ୍ତ କରିଥିବାବେଳେ ଭାରତୀୟ ଦଳ ତିନିଥର ଜିତିଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ଜିମ୍ବାୱେ ଟି -୨୦ ଫର୍ମାଟରେ ୮ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ଟିମ୍ ଇଣ୍ଡିଆ…
ନୂଆଦିଲ୍ଲୀ: ବ୍ରିଟେନ ସାଧାରଣ ନିର୍ବାଚନରେ ବିଜୟ ପାଇଁ କିର ଷ୍ଟାର୍ମରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି: “ବ୍ରିଟେନ ସାଧାରଣ ନିର୍ବାଚନରେ ବିଜୟ ପାଇଁ @Keir-Starmer ଙ୍କୁ ହୃଦୟରୁ ଅଭିନନ୍ଦନ ଏବଂ ବହୁତ ଶୁଭେଚ୍ଛା। ଭବିଷ୍ୟତରେ ଭାରତ-ବ୍ରିଟେନ ମଧ୍ୟରେ ସମସ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ, ପାରସ୍ପରିକ ଅଭିବୃଦ୍ଧି ଓ ବିକାଶକୁ ଦୃଢ଼ କରିବା ଏବଂ ସକାରାତ୍ମକ ଓ ଗଠନମୂଳକ ସହଯୋଗ ପାଇଁ ଆଶା ରଖୁଛି।”
ସମ୍ବଲପୁର/ରେଢ଼ାଖୋଲ (କନ୍ଦର୍ପ ବେହେରା): ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଖାତାକୁ ଆସିଥିବା ଜଳ ଵିଭାଜିକା ବିଭାଗର ଅର୍ଥକୁ ପଞ୍ଚାୟତର ଏମବିକେ ଓ ସିଆରପି ହେରଫେର କରିଥିବା ଅଭିଯୋଗରେ ଶତାଧିକ ମହିଳା ନାକଟିଦେଉଳ ବ୍ଲକ ଅଫିସ ଘେରାଉ କରିଛନ୍ତି। ସୂଚନା ଥାଉକି, ଗତ ଜୁନ ୨୬ ତାରିଖରେ ଦେଇଥିବା ଦାବୀ ପତ୍ର ସମାଧାନ ନ ହେବାରୁ ଶୁକ୍ରବାର ସମ୍ବଲପୁର ଜିଲ୍ଲା, ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ଶତାଧିକ ମହିଳା ସ୍ଥାନୀୟ ହାଟପଦାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବ୍ଲକ ଘେରାଉ କରିଛନ୍ତି। ପରିସ୍ଥିତି ଏପରି ହେଲା ଯେ ପୋଲିସ ଉପସ୍ଥିତିରେ ମହିଳା ମାନେ ବିଡ଼ିଓ ଙ୍କ ଚ୍ୟାମ୍ଵର କୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ସୂଚନାରୁ ପ୍ରକାଶ ଜଳ ବିଭାଜିକା ମିଶନରୁ ପ୍ରତ୍ୟେକ ମହିଳା ସଂଘ ଖାତାକୁ ୪ ଲକ୍ଷ ଟଙ୍କା ଆସିଥିବା ବେଳେ, ଚଞ୍ଚକତା କରି ଏହି ପଞ୍ଚାୟତର ଏମବିକେ ଓ ସିଆରପି ସେହି ଅର୍ଥକୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଆଜି ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ଜୁଲାଇ ୭ ତାରିଖରେ ରାଷ୍ଟ୍ରପତି ପୁରୀ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦେଖିବେ। ରାଷ୍ଟ୍ରପତି ଜୁଲାଇ ୮ ତାରିଖରେ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ। ସେହିଦିନ ସେ ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦଘାଟନ କରିବା ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ ଅଭିଯାନର ଶୁଭାରମ୍ଭ କରିବେ। ଜୁଲାଇ ୯ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଅପରାହ୍ନରେ ଖାରବେଳ ଭବନ ଠାରେ ସବୁ ସଚିବ ମାନଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ ସେ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଲୋକମାନଙ୍କ ପାଖରେ ୨୪ ଘଣ୍ଟା ଉତ୍ତରଦାୟୀ। ଜନପ୍ରତିନିଧି ଭାବରେ ଏବଂ ସରକାର ଭାବରେ ଆମେ ଲୋକଙ୍କ ଭିତରେ ରହିବାର ପ୍ରତିବଦ୍ଧତା ନେଇ କାମ କରୁଛୁ। ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶୃତି ଗୁଡିକ କିପରି ଠିକ୍ ଭାବେ କାର୍ଯ୍ୟକାରୀ ହେବ, ତାହା ଆପଣମାନଙ୍କର ଗୁରୁଦାୟିତ୍ବ। ତେଣୁ ସେ ଦିଗରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଉ ୧୨ ବର୍ଷ…
ମେଷ- ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ…
ଭୁବନେଶ୍ଵର: ଫ୍ରାଇଡେ ରିଲିଜ୍ ଅବସରରେ ପ୍ରେକ୍ଷାଳୟକୁ ଚାଷୀଙ୍କ ସମସ୍ୟା ନେଇ ଆସିଲା ଓଡ଼ିଆ ସିନେମା – ସଂଘର୍ଷର କାହାଣୀ ‘ସୀତା। ରାଜ୍ୟର ୧୦ଟି ହଲ୍ରେ ରିଲିଜ୍ ହେଇଥିବାବେଳେ ଭୁବନେଶ୍ଵରର ଏକ ମଲ୍ଟିପ୍ଲେକ୍ସରେ ଅପରାହ୍ଣ ୪ଟା ୧୫ରେ ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂରା ପ୍ରଯୋଜନା ଟିମ୍ ଓ କଳାକାରଙ୍କ ସହିତ ଇଣ୍ଡଷ୍ଟ୍ରିର ଅନେକ ନାମୀ ଦାମୀ ପ୍ରଯୋଜକ, ନିର୍ଦ୍ଦେଶକ, ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ଦର୍ଶକଙ୍କ ଗହଣରେ ସିନେମା ଦେଖିଥିଲେ। ସିନେମାଟି କୃଷି ଉପରେ ପର୍ଯ୍ୟବେଶିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ। ରାଜନୈତିକ ନିଚ୍ଛକ କଥା ଉପରେ ଥିବାରୁ ସିନେମାର ରିଲିଜ୍ ପାଇଁ କିଛିଟା ପ୍ରତିବନ୍ଧକ ଥିଲା। ଏବେ ସରକାର ବଦଳିଲା ପରେ ରିଲିଜ୍ ପାଇଁ ସୁଯୋଗ ମିଳିଲା। ୟୁଟ୍ୟୁବ୍ରେ ସିନେମାର ଟିଜର୍ ଦର୍ଶକଙ୍କ ଭଲପାଇବା ସାଉଁଟି ଚାଲି ଥିଲାବେଳେ ସିନେମା ରିଲିଜ୍କୁ ସମସ୍ତଙ୍କ ଅପେକ୍ଷା ରହିଥିଲା। ଅଶ୍ୱିନ ତ୍ରିପାଠୀ ଫିଲ୍ମ ପ୍ରଯୋଜିତ ସୀତାର…
ନୂଆଦିଲ୍ଲୀ: ଭୌଗଳିକ-ରାଜନୈତିକ ଉତ୍ତେଜନା, ଭୌଗଳିକ -ଅର୍ଥନୈତିକ ଶକ୍ତି ଏବଂ ଭୌଗଳିକ -ବୈଷୟିକ ଉନ୍ନତି ଯୋଗୁଁ ବିଶ୍ୱ ବର୍ତ୍ତମାନ ଗଭୀର ପରିବର୍ତ୍ତନର ସମ୍ମୁଖୀନ ହେଉଛି। ଏସବୁର ବ୍ୟାପକ ପ୍ରଭାବ ରହିଛି। ଆମେ ଆଗକୁ ଦେଖିଲେ, ଉଭୟ ତତ୍କାଳ ଏବଂ ବ୍ୟବସ୍ଥାଗତ ଆହ୍ୱାନ ଏବଂ ସେମାନଙ୍କ ଠାରୁ ସୁଯୋଗ ସୃଷ୍ଟି ହେଉଛି। ଯଦିଓ ଆମେ ସେଗୁଡ଼ିକର ସମାଧାନ କରୁଛୁ, ଆସନ୍ତୁ ସ୍ପଷ୍ଟ ହେବା ଯେ ବିଶ୍ୱ ବାସ୍ତବ ବହୁ ଧୃବୀୟତା ଆଡକୁ ଅଗ୍ରସର ହେଉଛି। ଏଭଳି ସ୍ଥିତିରେ ଏସସିଓ ଆହୁରି ଗୁରୁତ୍ବପୂର୍ଣ୍ଣ ହେବ। କିନ୍ତୁ ଏହାର ପ୍ରକୃତ ମୂଲ୍ୟ ଏହା ଉପରେ ନିର୍ଭର କରିବ ଯେ ଆମେ ସମସ୍ତେ ପରସ୍ପର ମଧ୍ୟରେ କେତେ ସହଯୋଗ କରୁ। ଏସସିଓ ରେ ଆମେ ସେହି ଆଲୋଚନା କରିସାରିଛୁ। ସମ୍ପ୍ରସାରିତ ପରିବାର ପାଇଁ ମଧ୍ୟ ସମାନ ଅବସ୍ଥା ବିସ୍ତାରିତ ହୋଇଛି। ଆହ୍ୱାନ ବିଷୟରେ କହିବାକୁ ଗଲେ ଆତଙ୍କବାଦ ନିଶ୍ଚିତ ଭାବରେ ଆମ ମଧ୍ୟରୁ ଅନେକଙ୍କ ପାଇଁ ଆଗରେ ରହିବ।…
ଭୁବନେଶ୍ଵର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ବି.ଏଲ. ବର୍ମାଙ୍କ ଦ୍ୱାରା ଆଜି ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ଠାରେ ଠାରେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ଉନ୍ନୟନ ନିଗମ (ଏନ୍ଏଚ୍ଏଫଡିସି) ସହଯୋଗରେ ଭୁବନେଶ୍ୱରରେ ଦିବ୍ୟାଙ୍ଗ ଉଦ୍ୟୋଗୀ, କାରିଗର ଓ ଶିଳ୍ପୀଙ୍କ ପ୍ରତିଭା ଓ କାରିଗରୀ କୌଶଳକୁ ସମ୍ମାନ ଜଣାଇ ‘ଦିବ୍ୟ କଳା ମେଳା’ ଆୟୋଜନ କରାଯାଉଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)ରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୧୧ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ମନ୍ତ୍ରୀ ବି.ଏଲ୍ ବର୍ମା ତାଙ୍କ ଅଭିଭାଷଣରେ କହିଥିଲେ, ‘‘ଆଜି ଆମେ ‘ସାମର୍ଥ୍ୟ’ ପ୍ରଦର୍ଶନ କରୁଛୁ। ‘ଦିବ୍ୟ କଳା ମେଳା’ରେ ଅଂଶଗ୍ରହଣ କରୁଥିବା ଆମର ଦିବ୍ୟାଙ୍ଗ ଭାଇ…
ନୂଆଦିଲ୍ଲୀ: ୨୦୨୪ ଜୁଲାଇ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ମହାସଂଘ ଏବଂ ରିପବ୍ଲିକ ଅଫ୍ ଅଷ୍ଟ୍ରିଆକୁ ସରକାରୀ ଗସ୍ତରେ ଯିବେ। ରୁଷ୍ ମହାସଂଘର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୨୦୨୪ ଜୁଲାଇ ୦୮-୦୯ ମସ୍କୋରେ ରହିବେ। ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଅଧ୍ୟକ୍ଷତାରେ ୨୨ ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ନେତାମାନେ ଦୁଇ ଦେଶ ମଧ୍ୟରେ ଥିବା ବହୁମୁଖୀ ସମ୍ବନ୍ଧର ସମୀକ୍ଷା କରିବେ ଏବଂ ପରସ୍ପରିକ ସ୍ୱାର୍ଥ ଥିବା କ୍ଷେତ୍ରୀୟ ବୈଶ୍ୱିକ ପ୍ରସଙ୍ଗରେ ମତ ରଖିବେ। ଏହା ପରେ ପ୍ରଧାନମନ୍ତ୍ରୀ ୨୦୨୪ ଜୁଲାଇ ୦୯-୧୦ ଅଷ୍ଟ୍ରିଆ ଗସ୍ତ କରିବେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ସେ ସେଠାରେ ରିପବ୍ଲିକ ଅଫ୍ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକଜାଣ୍ଡର ଭାନ୍ ଡେର ବାଲେନ୍ ଏବଂ ଅଷ୍ଟ୍ରିଆର ଚାନସେଲର କାର୍ଲ ନେହମାରଙ୍କ ସହ ଆଲୋଚନା କରିବେ। ଭାରତ ଓ ଅଷ୍ଟ୍ରିଆର…
ଭୁବନେଶ୍ଵର: ଆଜି ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତି କରିଛି। ବିଜେପି ରାଷ୍ଟ୍ରୀୟ ଆଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହିକ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାରଙ୍କୁ ବିଜେପି ଦାୟିତ୍ଵ ଦେଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ତେବେ ଓଡିଶାର ଦୁଇ ଲୋକପ୍ରିୟ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଡାଃ. ସମ୍ବିତ ପାତ୍ରଙ୍କୁ ମଧ୍ୟ ବିଜେପି ପକ୍ଷରୁ ନୂଆ ଦାୟିତ୍ଵ ଦିଆଯାଇଛି। ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେରଳର ସହପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ବେଳେ ପୁରୀ ସାଂସଦ ଡାଃ. ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ରାଜ୍ୟର ସଂଯୋଜକ ଭାବେ ଦାୟିତ୍ଵ ମିଳିଛି। ବିଭିନ୍ନ ରାଜ୍ୟ ପାଇଁ ବିଜେପି ପକ୍ଷରୁ ମିଳିଥିବା ଦାୟିତ୍ଵ:
ରଣପୁର: ଗତ ମାସରେ ବ୍ଲକ ସଭାଗୃହରେ ନୟାଗଡ ଜିଲ୍ଲାପାଳଙ୍କ ସାମ୍ବାଦିକଙ୍କୁ ଅସମ୍ମାନ ଘଟଣା ଆଜି ସମାଧାନ ହୋଇଛି। ଆଜି ଅପରାହ୍ନରେ ନୟାଗଡ ଜିଲ୍ଲାପାଳ ସ୍ବେଧାଦେବ ସିଂ ରଣପୁର ବ୍ଲକ ବିଡ଼ିଓଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନଙ୍କୁ ଡାକି ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର କୌଣସି ସେଭଳି ଉଦ୍ଦେଶ୍ୟ ନ ଥିଲା ବୋଲି ସେ ମତ ଦେଇଛନ୍ତି। ଘଟଣାରୁ ପ୍ରକାଶ ଗତ ମାସରେ ନୟାଗଡ଼ ଜିଲ୍ଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ପରିଚାଳନା ବୈଠକରୁ ଜିଲ୍ଲାପାଳ ସାମ୍ବାଦିକମାନଙ୍କୁ ଅସମ୍ମାନ କରିଥିଲେ। ଏହାକୁ ନେଇ ରଣପୁର ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନା ଅନୁସାରେ ପ୍ରତ୍ୟେକ ବର୍ଷ ଦ୍ଵିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥାଏ। ଏହି ବୈଠକକୁ ସାମ୍ବାଦିକମାନଙ୍କୁ ଯୋଗ ଦେବା ପାଇଁ ଡକା ଯିବା ସହିତ ପ୍ରଚାର ପ୍ରସାର ଦାୟିତ୍ୱ ସହିତ ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥାଏ। ସେହିପରି ଭାବେ ଚଳିତ ବର୍ଷ ରଥଯାତ୍ରା ପରିଚାଳନା…
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଉପସ୍ଥିତିରେ ବଜାଜ ଅଟୋ ର ପ୍ରଥମ ସିଏନଜି ବାଇକ୍ ଫ୍ରିଡମ୍ ଆଜି ପୁଣେରେ ଲଞ୍ଚ କରାଯାଇଛି। ବଜାଜ ଫ୍ରିଡମ୍ ହେଉଛି ବିଶ୍ଵର ପ୍ରଥମ ସିଏନଜି ବାଇକ୍ ଏବଂ ଏହାର ପୁଣେରେ ଆଜି ଏହାର ଭବ୍ୟ ଶୁଭାରମ୍ଭ ହୋଇଛି। ବଜାଜ୍ ଫ୍ରିଡମ୍ ସିଏନଜି ବାଇକ୍ ତିନୋଟି ପ୍ରକାରରେ ଲଞ୍ଚ କରାଯାଇଛି ଏବଂ ଏହାର ବେସିକ ଭ୍ୟାରିଏଣ୍ଟ ବାଜାଜ ଫ୍ରିଡମ୍ ଡ୍ରମ୍ ର ଏକ୍ସ-ଶୋ’ରୁମ୍ ମୂଲ୍ୟ 95,000 ଟଙ୍କା ରଖାଯାଇଛି। କମ୍ପାନୀ ଦାବି କରିଛି ଯେ, ଏହି ବାଇକ୍ ପୂର୍ଣ୍ଣ ଟ୍ୟାଙ୍କ କ୍ଷମତାରେ 330 କିଲୋମିଟର ଡ୍ରାଇଭିଂ ପରିସର ଦେବାରେ ସକ୍ଷମ ଅଟେ। ଏଥିରେ 1 କିଲୋଗ୍ରାମ CNG ରେ 102 କିଲୋମିଟର ଏବଂ 1 କିଲୋଗ୍ରାମ ପେଟ୍ରୋଲରେ 67 କିଲୋମିଟର ମାଇଲେଜ୍ ରହିବ। ବଜାଜ ଅଟୋ ସେୟାରର ସର୍ବକାଳୀନ ଉଚ୍ଚତା 10,038.80 ଟଙ୍କା ଏବଂ ଆଜିର ବାଣିଜ୍ୟରେ ବଜାଜ ଅଟୋ…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ରାଜଧାନୀ ପାଟନାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ମଧ୍ୟ ଭାଗ ନେଇଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଅଗଷ୍ଟ ମାସରେ କେନ୍ଦ୍ରରେ ମୋଦୀ ସରକାରର ପତନ ହେବ। ଦେଶରେ ‘ଇଣ୍ଡି’ ମେଣ୍ଟ ସରକାର ଗଠନ ହେବ। ବର୍ତ୍ତମାନର ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଦୁର୍ବଳ ଅଛି। ସେମାନଙ୍କର କାର୍ଯ୍ୟକାଳ ପୂରଣ କରିବାକୁ ସମର୍ଥ ହୋଇନପାରନ୍ତି। ଲାଲୁ ଯାଦବ କହିଛନ୍ତି ଯେ, ଆଜି ଦଳର ୨୮ ତମ ପ୍ରତିଷ୍ଠା ଦିବସ। ଆରଜେଡି ର ଜନ୍ମ ଦିଲ୍ଲୀର ବିହାର ଭବନରେ ହୋଇଥିଲା। ସେହି ସମୟରେ ଦଳର ନାମ କ’ଣ ହେବ, ତାହାକୁ ନେଇ ମନ୍ଥନ କରିଥିଲୁ ଏବଂ ପରେ ସମସ୍ତେ ‘ରାଷ୍ଟ୍ରୀୟ ଜନତା ଦଳ’ ଭାବେ…
ନୂଆଦିଲ୍ଲୀ: ଭାରତୀୟ ବଂଶଜ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା କଞ୍ଜର୍ଭେଟିଭ ପାର୍ଟି ନେତା ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ୟୁ.କେ. ରେ ଆପଣଙ୍କର ପ୍ରଶଂସନୀୟ ନେତୃତ୍ୱ ଏବଂ ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ବ୍ରିଟେନ ମଧ୍ୟରେ ସମ୍ପର୍କ ମଜବୁତ କରିବାରେ ସକ୍ରିୟ ଅବଦାନ ପାଇଁ ଋଷି ସୁନକଙ୍କୁ ଧନ୍ୟବାଦ। ଏଥିସହ ପିଏମ ମୋଦୀ ଋଷି ସୁନକ ଏବଂ ତାଙ୍କ ପରିବାରକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ବ୍ରିଟେନରେ ନିକଟରେ ଶେଷ ହୋଇଥିବା ନିର୍ବାଚନର ଫଳାଫଳରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା କଞ୍ଜର୍ଭେଟିଭ ପାର୍ଟି ନେତା ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ଏହି ବିଜୟ ପାଇଁ ସେ ଲେବର ପାର୍ଟି ନେତା କିଆର ଷ୍ଟାର୍ମରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ବ୍ରିଟିଶ ଲୋକମାନେ ଏକ ସମ୍ମାନଜନକ ନିଷ୍ପତ୍ତି ଦେଇଛନ୍ତି। ଏଥିରୁ ବହୁତ କିଛି ଶିଖିବା ଆବଶ୍ୟକ। ମୁଁ…
ଜଗତସିଂହପୁର: ଏରସମା ଥାନା ଗୋଡା ଗ୍ରାମରେ ପୂର୍ବ ଶତ୍ରୁତା କେନ୍ଦ୍ରକରି ଯୋଜନାବଦ୍ଧ ଭାବେ ସଂଗବଦ୍ଧ ହୋଇ ଜଣେ ବ୍ୟକ୍ତିକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ସୌମିତ୍ର ଦାସ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ପୁଅ ସୁକମଲ୍ ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମର ରଞ୍ଜୁ ସାମନ୍ତଙ୍କ ସ୍ବାମୀଙ୍କୁ ଅଭିଯୁକ୍ତ ମାନେ ସଂଗବଦ୍ଧ ହୋଇ ଆକ୍ରମଣ କରିଥିବା ଜଣାପଡିଛି। ଏଥିରେ ପତ୍ନୀ ପ୍ରତିବାଦ କରିବାରୁ ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ମଧ୍ୟ ଏତଲା କରାଯାଇଛି। ଅଭିଯୋଗ ଆଧାରରେ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରି ଘଟଣା ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସୁକମଲ ଦାସଙ୍କ ବାପା ସୌମିତ୍ର ଦାସ ପୂର୍ବରୁ ଏକ ଆକ୍ରମଣ ନେଇ କିଛି ବ୍ୟକ୍ତି ମାନଙ୍କ ନାମରେ କୋର୍ଟ ରେ କେସ ଦାୟର କରିଥିଲେ। ଏଥିରେ ସେମାନେ ଆକ୍ରୋଶ ରଖି ସୌମିତ୍ର କୁ ମାଡ଼ ମାରିବା ପାଇଁ ଜଗି ବସିଥିଲେ। ଏହି ସମୟରେ ସେ…
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର ବିବେକାନନ୍ଦ ସାହୁ ଜୈନିକ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଇ ଥାନାରୁ ଖସି ପଳାଉଥିବା ସମୟରେ କଟକ / ଜଗତସିଂହପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ ମାଡ଼ି ବସିଥିଲେ। ଏମିତି ଉକ୍ତ ପୋଲିସ ସବ୍ ଇନ୍ସପେକ୍ଟରକୁ ମାଡ଼ି ବସିବା ବେଳେ ଭିଜିଲାନ୍ସ ସହିତ କିଛି ସମୟ ଧସ୍ତାଧସ୍ତି ହୋଇଥିବା ପ୍ରତ୍ୟକ୍ଷ ଦର୍ଶି କହିଛନ୍ତି। ପ୍ରକାଶ ଯେ, କୁଜଙ୍ଗ ଥାନା ବାଗୋଇ ଗ୍ରାମର ସରୋଜ କୁମାର ସ୍ୱାଇଁ ଜମିବାଡ଼ିକୁ ନେଇ ପଡୋଶୀ ସହ ପାରିବାରିକ ବିବାଦ ଘଟିଥିଲା। ଏନେଇ ସେ ଗତ ମେ ମାସ ୧୪ ତାରିଖରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାର ତଦନ୍ତକାରୀ ଅଧିକାରୀ ଖୋଦ୍ ଥାନାର ସବ୍ ଇନ୍ସପେକ୍ଟର ବିବେକାନନ୍ଦ ସାହୁ ଥିଲେ। ଶ୍ରୀ ସାହୁ ସରୋଜଙ୍କ ଅଭିଯୋଗକୁ ଗୁରୁତ୍ବ ନଦେଇ ବିପକ୍ଷ ପାଟି ର ଅଭିଯୋଗକୁ ଭିତ୍ତିକରି ସରୋଜ ଓ ତା…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଦେଶରେ ‘ଏକ ପେଡ ମା କେ ନାମ’ ଅଭିଯାନ ଚାଲିଛି। ଏଥିରେ ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ଆହ୍ବାନ ଦିଆଯାଇଛି। ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ଓଡିଶାରେ ସର୍ବାଧିକ ୧ ଲକ୍ଷ ୪୮ ହଜାର ଫଟୋ ଅପଲୋଡ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ସ୍ଥାନୀୟ ଡୁମୁଡୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜନତାଙ୍କ ସହଭାଗୀତା ଖୁବ ଉତ୍ସାହଜନକ। ଓଡିଶାରେ ଏହା ଖୁବ ସଫଲ ହେଉଛି। ସବୁ ରାଜ୍ୟ ମଧ୍ୟରେ ଓଡିଶା ସବୁଠାରୁ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ କୋଟି ଗଛ ଲାଗିବାର ଲକ୍ଷ୍ୟ ଅଛି। ଆମର ଲୋକସଂଖ୍ୟା…
ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (NBEMS) NEET PG ପରୀକ୍ଷାର ନୂତନ ତାରିଖ ଘୋଷଣା କରିଛି। ବର୍ତ୍ତମାନ 11 ଅଗଷ୍ଟ 2024 ରେ ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ। ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ natboard.edu.in ରେ ସଂଶୋଧିତ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ। କାର୍ଯ୍ୟସୂଚୀ ଯାଞ୍ଚ କରିବାକୁ, ପ୍ରାର୍ଥୀମାନେ ଏଠାରେ ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ମଧ୍ୟ ଅନୁସରଣ କରିପାରିବେ। NBEMS ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବର୍ତ୍ତମାନ ଅଗଷ୍ଟ 11 ରେ NEET PG ପରୀକ୍ଷା କରାଯିବ। ଏହି ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ। କଟ୍ ଅଫ୍ ତାରିଖ କେବଳ 15 ଅଗଷ୍ଟ ରହିବ। ପରୀକ୍ଷା ସମ୍ବନ୍ଧୀୟ ଅପଡେଟଗୁଡିକ ପାଇଁ, ପ୍ରାର୍ଥୀମାନେ ସରକାରୀ ସାଇଟର ସାହାଯ୍ୟ ନେବା ଉଚିତ୍।
ନୂଆଦିଲ୍ଲୀ: ୧୪ ବର୍ଷ ପରେ ଲେବର ପାର୍ଟି ଦ୍ୱାରା ରୁଷି ସୁନକଙ୍କ କଞ୍ଜର୍ଭେଟିବ ପାର୍ଟି ବ୍ରିଟେନରୁ କ୍ଷମତାରୁ ବହିଷ୍କୃତ ହୋଇଛି। ବ୍ରିଟେନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଲେବର ପାର୍ଟି ଏକ ବଡ଼ ବିଜୟ ହାସଲ କରିଛି। ବ୍ରିଟେନରେ, ସଂଖ୍ୟାଗରିଷ୍ଠତା ପାଇଁ ୩୨୬ ଟି ସିଟ୍ ଜିତିବା ଆବଶ୍ୟକ। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ଲେବର ପାର୍ଟି ୪୦୦ ର ସଂଖ୍ୟାକୁ ସ୍ପର୍ଶ କରୁଥିବା ଜଣାପଡିଛି। ଅର୍ଥାତ୍ କିର ଷ୍ଟାର୍ମର୍ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନୂତନ ସରକାର ଏବଂ ନୂତନ ପ୍ରଧାନମନ୍ତ୍ରୀଙ୍କ ଆଗମନ ଦ୍ୱାରା ବୈଦେଶିକ ନୀତି ମଧ୍ୟ ପ୍ରଭାବିତ ହେବ। ଭାରତ ପ୍ରତି ଥିବା ମନୋଭାବ ମଧ୍ୟ ଏଥର ବଦଳିପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ବାଚନ ପ୍ରଚାର ସମୟରେ କିର ଷ୍ଟାର୍ମର ବ୍ରିଟିଶ ଭାରତୀୟଙ୍କ ସହ ଭାରତକୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଷ୍ଟାର୍ମର୍ ଶ୍ରମ ଏବଂ ଭାରତ ମଧ୍ୟରେ ତିକ୍ତତାପୂର୍ଣ୍ଣ ସମ୍ପର୍କକୁ ସୁଦୃଢ କରିବା ପାଇଁ…

