Author: SM Network

ଭୁବନେଶ୍ୱର: ଅନ୍ୟମାନଙ୍କ ପାଇଁ ସେବା କରିବାରେ ପ୍ରକୃତ ମହାନତା ନିହିତ ଥାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଅର୍ଗସ୍ ନ୍ୟୁଜ୍ ଦ୍ୱାରା ଭୁବନେଶ୍ୱରଠାରେ ଆୟୋଜିତ “ପ୍ରାଇଡ ଅଫ ଓଡ଼ିଶା ସମ୍ମାନ ଉତ୍ସବ “- ସିଜିନ୍ ୨.୦ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ରାଜ୍ୟପାଳ ସମ୍ମାନ ପ୍ରଦାନ କରିଥିଲେ। ଏହି ସମାରୋହରେ ଉଦବୋଧନ ଦେଇ କାର୍ଯ୍ୟକ୍ରମକୁ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ଭାବରେ ରାଜ୍ୟପାଳ ବର୍ଣ୍ଣନା କରି କହିଥିଲେ ଯେ, ଏହା ସାହସ, କରୁଣା ଏବଂ ପ୍ରତିବଦ୍ଧତା ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱୀକୃତି ଦିଏ। ଏହି କାର୍ଯ୍ୟକ୍ରମ କେବଳ ଏକ ସମ୍ମାନ ପ୍ରଦାନ ସମାରୋହ ନୁହେଁ, ବରଂ ନୀରବ ପରିବର୍ତ୍ତନକାରୀଙ୍କ ପ୍ରତି ସମ୍ମାନ, ଯାହାଙ୍କ ପ୍ରୟାସ ଓଡ଼ିଶାର ଆତ୍ମାକୁ ଦୃଢ଼ କରିଛି। ଏହି ପଦକ୍ଷେପକୁ ପରିକଳ୍ପନା କରି ସାକାର…

Read More

ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ। ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ। ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ । ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ। ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ ଠିକ୍…

Read More

ନୂଆଦିଲ୍ଲୀ: ଭାରତର ବର୍ଦ୍ଧିତ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡ୍ସ 2.0 (ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ 2.0) ପ୍ରତିଷ୍ଠାକୁ ଅନୁମୋଦନ କରିଛି। ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଭେଞ୍ଚର କ୍ୟାପିଟାଲ ସଂଗ୍ରହ କରିବା ପାଇଁ ଏଥିରେ ମୋଟ 10,000 କୋଟି ଟଙ୍କାର ପାଣ୍ଠି ଆବଣ୍ଟନ କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଦୀର୍ଘକାଳୀନ ଘରୋଇ ପୁଞ୍ଜି ସଂଗ୍ରହ, ଭେଞ୍ଚର କ୍ୟାପିଟାଲ ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ଏବଂ ସାରା ଦେଶରେ ନବୋନ୍ମେଷ ଆଧାରିତ ଉଦ୍ୟୋଗକୁ ସମର୍ଥନ କରି ଭାରତର ଷ୍ଟାର୍ଟଅପ୍ ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ତ୍ୱରାନ୍ୱିତ କରିବା। ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ 2.0 ହେଉଛି ଭାରତକୁ ବିଶ୍ୱର ଏକ ପ୍ରମୁଖ ଷ୍ଟାର୍ଟଅପ୍ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ପ୍ରୟାସର…

Read More

ନୂଆଦିଲ୍ଲୀ: ‘‘ଆଜି ବିକ୍ରମ ସମ୍ବତ୍‌ ୨୦୮୨… ଫାଲଗୁନ କୃଷ୍ଣ ପକ୍ଷ… ବିଜୟା ଏକାଦଶୀ ତିଥିରେ… ମାଘ ଚବିଶ, ଶକ ସମ୍ବତ୍‌ ୧୯୪୭ର ପୁଣ୍ୟ ଅବସରରେ… ୧୩ ଫେବୃଆରୀ, ୨୦୨୬ରେ, ‘ସେବାତୀର୍ଥ’ ନାମରେ ପରିଚିତ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭାରତକୁ ଗୋଲାମ କରି ରଖିବା ପାଇଁ ବ୍ରିଟିଶମାନେ ସାଉଥ ଏବଂ ନର୍ଥ ବ୍ଲକ ନିର୍ମାଣ କରିଥିଲେ। ଭାରତ ୧୯୪୭ରେ ସ୍ୱାଧୀନତା ପାଇଥିଲା, କିନ୍ତୁ ତତ୍କାଳୀନ ସରକାର ଏହି କୋଠାଗୁଡ଼ିକରେ ସରକାରୀ କାମକାର୍ଯ୍ୟ କରିବା ବଜାୟ ରଖିଥିଲେ। ସ୍ୱାଧୀନତା ପରଠାରୁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଲକରେ ଥିବା ଏହି କୋଠାରୁ କାର୍ଯ୍ୟ କରିଆସୁଛି। ଆଜି, ଆମେ ଖୁସି ଯେ ସାଉଥ୍ ବ୍ଲକ୍‌ର ଏହି କୋଠରୀରେ ଶେଷ ଥର ପାଇଁ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଛି। ଏହା କେବଳ ସ୍ଥାନାନ୍ତରର ମୁହୂର୍ତ୍ତ ନୁହେଁ; ଏହା ଇତିହାସ ଏବଂ ଭବିଷ୍ୟତର ସଙ୍ଗମକୁ ମଧ୍ୟ ଚିହ୍ନିତ କରେ। ଏହି ପରିସର ଗୋଲାମୀରୁ…

Read More

ମ୍ୟୁନିଚ୍‌: ଆଫ୍ରିକା, ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାର ପନ୍ଦରଟି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ \”ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ\” (ଟିଟିଏ) ଗଠନ ଘୋଷଣା କରିଛନ୍ତି। ଏହା ସମାନ ଚିନ୍ତାଧାରା ରହିଥିବା ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀଙ୍କ ଏକ ଗୋଷ୍ଠୀ ଯେଉଁମାନେ କନେକ୍ଟିଭିଟି , କ୍ଲାଉଡ୍ ଭିତ୍ତିଭୂମି, ସେମିକଣ୍ଡକ୍ଟର, ସଫ୍ଟୱେର୍ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ପନ୍ନ ପ୍ରଯୁକ୍ତିବିଦ୍ୟା ଷ୍ଟାକ୍ ପାଇଁ ବିଶ୍ୱସ୍ତ ଏବଂ ଯାଞ୍ଚ ହୋଇଥିବା ମାନକ ବିକଶିତ କରିବା ପାଇଁ ଏକାଠି ହୋଇଛନ୍ତି । ଜିଓ ପ୍ଲାଟଫର୍ମ ଏହି ଆଲାଏନ୍ସରେ ଭାରତକୁ ପ୍ରତିନିଧିତ୍ୱ କରୁଛି। ଜର୍ମାନୀରେ ଆୟୋଜିତ ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଏହି ଆଲାଏନ୍ସ ଘୋଷଣା କରାଯାଇଛି। ଏହି ଆଲାଏନ୍ସର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରେ ଆମାଜନ, ୱେବ୍ ସର୍ଭିସେସ୍‌, ମାଇକ୍ରୋସଫ୍ଟ, ଗୁଗୁଲ୍ କ୍ଲାଉଡ୍‌, ଏରିକ୍ସନ୍‌, ନୋକିଆ, ଏସଏପି ଏବଂ ଏନଟିଟି ସମେତ ୧୫ଟି ବିଶ୍ୱସ୍ତରୀୟ ଟେକ୍ କମ୍ପାନୀ ଅନ୍ତର୍ଭୁକ୍ତ ଅଛନ୍ତି। ଆଲାଏନ୍ସ ପକ୍ଷରୁ ସୂଚିତ କରାଯାଇଛି ଯେ ଆଗାମୀ ସମୟରେ ଅଧିକ…

Read More

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆସନ୍ତାକାଲି କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଉତ୍ତର ଦେଇଛନ୍ତି। ଅଭିଷେକ ଶର୍ମାଙ୍କ ସମ୍ପର୍କରେ ମଧ୍ୟ ସୂର୍ଯ୍ୟ ସ୍ପଷ୍ଟ କରିଥିଲେ। ପେଟ ସଂକ୍ରମଣ ଯୋଗୁଁ ଅଭିଷେକ ନାମିବିୟା ବିପକ୍ଷରେ ଶେଷ ମ୍ୟାଚ୍ ରେ ଭାରତର ପ୍ଲେଇଂ ଏକାଦଶରେ ଯୋଗ ଦେଇପାରି ନଥିଲେ। ତେଣୁ ଆସନ୍ତୁ ଜାଣିବା ସୂର୍ଯ୍ୟ ପିସିରେ କ’ଣ କହିଥିଲେ? ଅଭିଷେକ ଶର୍ମା ଖେଳିବେ? ସୂର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅଭିଷେକ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ମ୍ୟାଚ୍ ର ଅଂଶ ହେବେ। ଅଭିଷେକଙ୍କ ପ୍ଲେଇଂ ଏକାଦଶକୁ ଫେରିବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଶକ୍ତି ମିଳିବ। ଉସ୍ମାନ ତାରିକଙ୍କ ବିପକ୍ଷରେ ଟିମ୍ ଇଣ୍ଡିଆର ପ୍ରସ୍ତୁତି: ସୂର୍ଯ୍ୟ କହିଛନ୍ତି ଯେ, ଭାରତୀୟ ଦଳ ପାକିସ୍ତାନ ସ୍ପିନର ଉସ୍ମାନ ତାରିକଙ୍କ ବିପକ୍ଷରେ ବିନା…

Read More

ବାଣପୁର: ସର୍ବଧର୍ମ ସମନ୍ବୟରପୀଠ- ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପିତ୍ରାଳୟ ପ୍ରାଚୀନ ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିର ବା ଶ୍ରୀଦକ୍ଷେଶ୍ଵର ଦେବଙ୍କ ମନ୍ଦିରରେ ଜାଗର ଯାତ୍ରା ପ୍ରତିବର୍ଷ ପରି ଚଳିତବର୍ଷ ମହାସମାରୋହରେ ପାଳନ କରାଯିବ। ପୁରାଣ ବର୍ଣ୍ଣିତ ପରମ ଶୈବଭକ୍ତ ରାଜା ବାଣାସୁରଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ମନ୍ଦିରର ଆରାଧ୍ଯ ବାଣଲିଙ୍ଗ ଗୃହସ୍ଥମାନଙ୍କ ଉପାସନା ନିମିତ୍ତ ଉପଯୁକ୍ତ ବୋଲି ବର୍ଣ୍ଣନା କରାଯାଇଛି। ଏହି ବାଣଲିଙ୍ଗ ଉପାସନା ଦ୍ଵାରା ମନୁଷ୍ୟକୁ ଭୁକ୍ତି ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ। ବାଣଲିଙ୍ଗର ଉପାସନା ଇନ୍ଦ୍ରାଦି ଦେବତାମାନେ କରିଥିବାର ବର୍ଣ୍ଣନା ରହିଛି। ବାଣଲିଙ୍ଗକୁ ନିମ୍ନୋକ୍ତ ପ୍ରକାରେ ଧ୍ୟାନ କଲେ ଅଦ୍ଭୁତ ଫଳ ପ୍ରାପ୍ତ ହୁଏ ବୋଲି ମଧ୍ୟ ଅନ୍ୟତ୍ର ବର୍ଣ୍ଣିତ। “ଓଁ ପ୍ରମତ୍ତ ଶକ୍ତି ସଂଯୁକ୍ତ ବାଣାସ୍ୟଚ ମହାପ୍ରଭମ୍, କାମବାଣାନ୍ୱିତ ଦେବସଂସାର ଦହନକ୍ଷମ , ଶଙ୍କରା ଦି ରସୋଲ୍ଲାସଂ ବାଣାସ୍ୟ ପରମେଶ୍ଵରମ୍, ଏବଂ ଧ୍ୟାତ୍ୱା ବାଣଲିଙ୍ଗ ଯଜାମି ପରମଶିବମ।” ଏହି ବିଶ୍ଵାସକୁ ଆଧାରକରି ପ୍ରତିବର୍ଷ ଜାଗର ସମୟରେ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ମାନ୍ୟବର ବିଚାରପତି ଅଭିଳାଷ ସେନାପତି ଦୁଷ୍କର୍ମ ଅଭିଯୁକ୍ତ କୁ କଠୋର ଦଣ୍ଡାଦେଶ ଶୁଣାଇବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦,୦୦୦ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏଥିରେ ୫୦ ହଜାର ଟଙ୍କା ଜରିମାନା, ୧୦ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବାକୁ ଡିଏଲଏସଏ (DLSA) ସମ୍ବଲପୁରକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି। ପ୍ରକାଶ ଯେ, ଗତ ୨୦୨୨ ମସିହା ମେ ମାସ ରେ ପୀଡ଼ିତା ନାବାଳିକା ଙ୍କ ପରିବାର ଲୋକେ କୌଣସି ରୋଗର ଚିକିତ୍ସା ସକାଶେ ବାହାରକୁ ଯାଇଥିଲେ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଦଲକି ଗ୍ରାମର ଭୀଷ୍ମ ପୁଲେଇ ଏହାର ସୁଯୋଗ ଦେଖି ନାବାଳିକା ଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ। ଏହି ଖବର ଜାଣିବା ପରେ ପୀଡ଼ିତାଙ୍କ ବାପା…

Read More

ନୂଆଦିଲ୍ଲୀ: ଶିଲଂ ଯାଉଥିବା ଏକ ଇଣ୍ଡିଗୋ ବିମାନର ଶୌଚାଳୟରେ ବୋମା ଧମକ ଥିବା ଏକ ସନ୍ଦିଗ୍ଧ ନୋଟ୍ ମିଳିବା ପରେ କୋଲକାତା ବିମାନବନ୍ଦରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ବିମାନକୁ ତୁରନ୍ତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଥିଲେ। ଶୌଚାଳୟରେ ସନ୍ଦେହଜନକ ନୋଟ୍ ମିଳିଲା କୋଲକାତାରୁ ଶିଲଂ ଯାଉଥିବା ଇଣ୍ଡିଗୋ ବିମାନ 6E-7304 ର ଶୌଚାଳୟରୁ ଏକ ସନ୍ଦିଗ୍ଧ ନୋଟ୍ ଉଦ୍ଧାର କରାଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ନୋଟରେ ବୋମା ଧମକ ଥାଇପାରେ। ଆଇସୋଲେସନ ବେରେ ପାର୍କିଂ କରାଯାଇଥିବା ବିମାନ ସକାଳ 9:15 ରେ ଉଡ଼ାଣ କରିବାକୁ ଥିବା ବିମାନକୁ ପ୍ରତିଷ୍ଠିତ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଯାତ୍ରୀମାନଙ୍କଠାରୁ ଦୂରରେ ଏକ ଆଇସୋଲେସନ ବେକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ, ବମ୍ ସ୍କ୍ୱାଡ୍ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକର ଦଳ ବିମାନର ପୁଙ୍ଖାନୁପୁଙ୍ଖ ତଲାସ ଆରମ୍ଭ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ…

Read More

ଚିଲିକା: ଆଜି ସକାଳେ ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସୁଧୀର କୁମାର ବେହେରାଙ୍କ ମା’ ସଂଯୁକ୍ତା ଦେଇଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିଥିବା ବେଳେ ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ଆଜି ପ୍ରତ୍ୟୁଷରୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ବର୍ଗତ ସଂଯୁକ୍ତା ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟ ପରାୟଣ, ପରୋପକାରୀ ସ୍ୱଭାବର ମହିଳା ଥିଲେ। ମୃତ୍ୟୁ ବେଳକୁ ତାଙ୍କ ମର ଶରୀର ପାଖରେ ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କ ଅନ୍ତେଷ୍ଟି କ୍ରିୟା ଗ୍ରାମ ସ୍ମଶାନରେ କରାଯାଇଥିଲା। ସ୍ଵାମୀ ସୁକାନ୍ତ ବେହେରାଙ୍କ ୧୦ ବର୍ଷ ତଳେ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର…

Read More

ବାଲୁଗାଁ: ବାଲୁଗାଁ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ। ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ। ଲୁଟି ନେଲେ ମନ୍ଦିରର ଦେବା ଦେବୀଙ୍କ ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର  ସହିତ ଦାନ ବାକ୍ସରୁ ସମସ୍ତ ଦାନ ଟଙ୍କା। ପ୍ରାୟ ୮ ଟି ମନ୍ଦିରରୁ ଲୁଟ ହୋଇଥିବା ସୂଚନା। ସମସ୍ତ ମନ୍ଦିରରୁ ଦେବା ଦେବୀଙ୍କ ରୁପାର କିରଟି, ବାହୁଟି, ଛତି, କଙ୍କଣ, ବଇଁଶୀ ସହିତ ସୁନାର ଚିତା ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ଅଳଙ୍କାର ସବୁ ଲୁଟି ନେଇଛନ୍ତି ଲୁଟେରା ଗ୍ୟାଙ୍ଗ। ସାନ୍ତରାପୁର ଗ୍ରାମ ମନ୍ଦିର ରୁ ଦାନ ବାକ୍ସ ଭାଙ୍ଗି ଲକ୍ଷାଧିକ ଦାନ ଟଙ୍କା ମଧ୍ୟ ଲୁଟ ନେଉଛନ୍ତି। ସମସ୍ତ ଅଳଙ୍କାର ସହିତ ଦାନ ଟଙ୍କା ନେଇ ଅତି ଚତୁରତା ସହିତ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି  ଲୁଟେରା ଗ୍ୟାଙ୍ଗ। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ଅନ୍ତର୍ଗତ ବାଲୁଗାଁ ମୁଖ୍ୟ ରାସ୍ତାରେ ଥିବା ସରଳାପଦର ସ୍ଥିତ ଉତ୍ତରାୟଣୀ ମନ୍ଦିର…

Read More

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଗଞ୍ଜାମ-ଝାଡୁପୁଡି ସେକ୍ସନ ଏବଂ ୱାଲଟେୟାର ଡିଭିଜନରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟର ନିରାପଦ ଏବଂ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ, ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକ ଗନ୍ତବ୍ୟସ୍ଥଳ ଆଗରୁ ସଂକ୍ଷିପ୍ତ ଉତ୍ପତ୍ତି/ ଅବଧି ଏବଂ ସମୟରେ ପୁନଃନିର୍ଦ୍ଧାରଣ କରାଯିବ। ଟ୍ରେନଗୁଡ଼ିକର ସଂକ୍ଷିପ୍ତ ଅବଧି / ସଂକ୍ଷିପ୍ତ ଉତ୍ପତ୍ତି: ନିମ୍ନଲିଖିତ ଟ୍ରେନଗୁଡ଼ିକ ନିମ୍ନଲିଖିତ ତାରିଖରେ ସୂଚାଯାଇଥିବା ଷ୍ଟେସନରେ ସଂକ୍ଷିପ୍ତ-ଉତ୍ପତ୍ତି/ ସଂକ୍ଷିପ୍ତ-ଅବଧି କରିବ: * ୬୮୪୧୧ ଭୁବନେଶ୍ୱର-ବ୍ରହ୍ମପୁର ମେମୁ ୧୫, ୧୮, ୨୨ ଏବଂ ୨୫ ଫେବୃଆରୀ ୨୦୨୬ ରେ ଛତ୍ରପୁରରେ ସଂକ୍ଷିପ୍ତ ଅବଧି ହେବ। * ୬୮୪୧୨ ବ୍ରହ୍ମପୁର-ଭୁବନେଶ୍ୱର ମେମୁ ୧୫, ୧୮, ୨୨ ଏବଂ ୨୫ ଫେବୃଆରୀ ୨୦୨୬ ରେ ବ୍ରହ୍ମପୁର ପରିବର୍ତ୍ତେ ଛତ୍ରପୁରରୁ ସଂକ୍ଷିପ୍ତ ଉତ୍ପତ୍ତି କରିବ। * ୫୮୫୦୧ ବିଶାଖାପାଟଣା-କିରାଣ୍ଡୁଲ ପାସେଞ୍ଜର ୧୬ ରୁ ୨୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଦାନ୍ତେୱାଡାଠାରେ ସଂକ୍ଷିପ୍ତ ଅବଧି କରିବ। ସେହିଭଳି ୫୮୫୦୨ କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ୧୭…

Read More

ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ ମ୍ୟାଚ୍ ରବିବାର ଫେବୃଆରୀ ୧୫ ତାରିଖରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଗ୍ରାଉଣ୍ଡରେ ପୂର୍ବରୁ ଦୁଇ ଦଳ କେବଳ ଥରେ ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି, ଭାରତ ଅନ୍ୟ ଦଳ ବିପକ୍ଷରେ ୧୫ଟି ମ୍ୟାଚ୍ ଖେଳିଛି ଏବଂ ପାକିସ୍ତାନ ୭ଟି ମ୍ୟାଚ୍ ଖେଳିଛି। ୨୦୨୬ ଟି-୨୦ ବିଶ୍ୱକପରେ ଏହି ବଡ଼ ମ୍ୟାଚ୍ ପୂର୍ବରୁ ଏହି ଗ୍ରାଉଣ୍ଡରେ ଉଭୟ ଦଳର ଟି-୨୦ ରେକର୍ଡ ଜାଣନ୍ତୁ। ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଚଳିତ ଟି-୨୦ ବିଶ୍ୱକପରେ ମୁମ୍ବାଇରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତିଥିଲା। ତା’ପରେ ସେମାନେ ଦିଲ୍ଲୀରେ ନାମିବିୟାକୁ ପରାସ୍ତ କରିଥିଲେ। ପାକିସ୍ତାନ ମଧ୍ୟ ସେମାନଙ୍କର ଉଭୟ ପ୍ରାରମ୍ଭିକ ମ୍ୟାଚ୍ ଜିତିଥିଲା। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଦଳ ପ୍ରଥମ ଥର ପାଇଁ ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳିବ। ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତର ଟି-୨୦ ରେକର୍ଡ କଲମ୍ବୋର ଏହି ଗ୍ରାଉଣ୍ଡରେ ଭାରତୀୟ କ୍ରିକେଟ୍ ଦଳ…

Read More

ଭୁବନେଶ୍ୱର/କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ଏକ ବିବିଧ ଶିଳ୍ପ ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଉପସ୍ଥାପନା କରିଛନ୍ତି। କେନ୍ଦୁଝର କେବଳ ଖଣି ଏବଂ ଇସ୍ପାତ ପାଇଁ ଜଣାଯିବ ନାହିଁ। ଆମେ ଏହାକୁ ବହୁବିଧ କ୍ଷେତ୍ର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ର କରିବାକୁ ପ୍ରତିବଦ୍ଧ। ଆମର ଦୃଷ୍ଟିକୋଣ ହେଉଛି ଏକ ସୁନାର କେନ୍ଦୁଝର ନିର୍ମାଣ କରିବା ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ସୂଚନା ଥାଉ ଯେ, ୧୦୦ କୋଟି ଟଙ୍କା ନିବେଶରେ ବିକଶିତ ହେବାକୁଥିବା ଟେକ୍ସଟାଇଲ୍ ପାର୍କରେ ୧,୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ।…

Read More

ଟାଙ୍ଗୀ/ଖୋର୍ଦ୍ଧା: ୧୪ ଫେବୃଆରୀ ଦିନ ପୁଲୱାମା ଆକ୍ରମଣକୁ ସ୍ମରଣ କରି ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍‌ସିସି କ୍ୟାଡେଟମାନେ ବ୍ଲାକ୍ ଡେ ପାଳନ କରିଥିଲେ। ୨୫ ଜଣ ଏନ୍‌ସିସି କ୍ୟାଡେଟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶହୀଦ ଜବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କ୍ୟାଡେଟମାନେ କଳା ବ୍ୟାଜ୍ ପିନ୍ଧି ନିରବ ପ୍ରାର୍ଥନା କରିବା ସହ ଦୁଇ ମିନିଟ୍ ନିରବତା ପାଳନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିବା ସହିତ ଦେଶପ୍ରେମ ଓ ଏକତାର ମହତ୍ତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ ଶହୀଦମାନଙ୍କ ତ୍ୟାଗ କେବେ ମଧ୍ୟ ଭୁଲିହେବ ନାହିଁ ଏବଂ ଯୁବପିଢ଼ି ଦେଶର ସୁରକ୍ଷା ଓ ଗୌରବ ରକ୍ଷାରେ ସଦା ସଚେତନ ରହିବା ଦରକାର। ଏନ୍‌ସିସି କେୟାର ଟେକର ଅଫିସର ରଞ୍ଜନ କୁମାର ମହାପାତ୍ର କ୍ୟାଡେଟମାନଙ୍କୁ ଶୃଙ୍ଖଳା, ଦାୟିତ୍ୱବୋଧ ଓ ଦେଶସେବାର ପ୍ରତିବଦ୍ଧତା ବିଷୟରେ ପ୍ରେରଣା ଦେଇଥିଲେ। ଶେଷରେ ସମସ୍ତ…

Read More

ଟାଙ୍ଗୀ/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପକ୍ଷୀ ଆଶ୍ରୟସ୍ଥଳୀ Manglajodi Wetland ଠାରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ଲକ୍ଷ୍ୟରେ ଏକ ବ୍ୟାପକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଇକୋ କ୍ଳବ ପକ୍ଷରୁ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ଦୂଷଣର କୁପ୍ରଭାବ ଓ ପରିବେଶ ସୁରକ୍ଷାର ଆବଶ୍ୟକତା ବିଷୟରେ ଉଦ୍ବୋଧନ ଦେଇଥିଲେ। ଇକୋ କ୍ଲବ୍, ଭୁବନେଶ୍ୱରର ସୂଚନା ଅଧିକାରୀ ପ୍ରଶାନ୍ତ ନାୟକ ଯୁବପିଢ଼ିଙ୍କୁ ପ୍ଲାଷ୍ଟିକ ବିରୋଧୀ ଆନ୍ଦୋଳନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ। ଟାଙ୍ଗୀର ଫରେଷ୍ଟର୍ ଶ୍ରୀମତୀ ମୀନା କୁମାରୀ ନାୟକ ଏବଂ ଅଜୟ କୁମାର ମହାରଣା ଜଳାଶୟ ଓ ପକ୍ଷୀ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନିଷେଧ ଆବଶ୍ୟକ ବୋଲି କହିଥିଲେ। ଇକୋ କ୍ଲବ୍ ପ୍ରୋଗ୍ରାମ ଅଫିସର ବିଶ୍ୱ ରଞ୍ଜନ ଦାସ ଓ ଏନ୍‌ସିସି ଓ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ଦୁଇଦିନ ତଳେ ମୁକ୍ତିଲାଭ କରିଥିବା ପ୍ରଯୋଜକ ଚନ୍ଦ୍ରମଣିଙ୍କ ପ୍ରଯୋଜିତ ତଥା ବିଶ୍ଵରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶିତ ଗ୍ରାମ୍ୟ ବେକାରୀ ସମସ୍ୟା ଓ ଏକ ନିଆରା ପ୍ରେମ କାହାଣୀ ଆଧାରିତ ଭିନ୍ନ ସ୍ୱାଦର କଳାତ୍ମକ ଓଡିଆ ଚଳଚ୍ଚିତ୍ର ବରବଧୂ ମୁକ୍ତିଲାଭ କରିଛି। ଏଥିରେ ସମ୍ବଲପୁରର ଷ୍ଟାଣ୍ଡଅପ୍ କମିଡିଏନ୍ ରିତେନ୍ ପଟ୍ଟନାୟକ ଏଡଭୋକେଟ ସାଧୁ ଚରିତ୍ରରେ ଅଭିନୟ କରି ଦର୍ଶକ ମାନଙ୍କର ମନ ଜିଣି ପାରିଛନ୍ତି। ସେ ସିନେମାଟିରେ ନୋଟାରିଙ୍କ ଏଭିଡ଼େବିଟକୁ ମେରେଜ୍ ସାର୍ଟିଫିକେଟ୍ କହି ଏକ ଘଣ୍ଟାରେ ବିବାହ ରେଜିଷ୍ଟ୍ରେସନ୍ କରିପାରୁଥିବା ଦାବୀ କରି ଲୋକଙ୍କୁ ଠକି ଚାଲିଛନ୍ତି। ତାଙ୍କ ବାକ୍ ଚାତୁରି ଭରା ଅଭିନୟ ଶୈଳୀ ହୃଦୟସ୍ପର୍ଶୀ ହୋଇଛି ଏବଂ ଦର୍ଶକଙ୍କ ମନ କିଣି ନେଇଛି। ସୂର୍ଯ୍ୟମୟୀ ଓ ଶିବାନୀ ସହିତ ରିତେନ୍ ଙ୍କ ଆଳାପ ମନଛୁଆଁ ହୋଇ ପାରିଛି। ରିତେନ୍ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଦୀପେନ୍ କୁମାର ପଟ୍ଟନାୟକ…

Read More

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କୋଟିନଡା ଥାନା ଅର୍ନ୍ତଗତ ଡିପଲ୍ ସ୍କୁଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ମୋଟରସାଇକେଲ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। ଜଣେ କୋଦଳା ଥାନା ଅର୍ନ୍ତଗତ ଦିଗାପଡା ଶ୍ରୀନିବାସ ପୁର ଗ୍ରାମର ସାଗର ଦାସ ହୋଇଥିବା ବେଳେ ଅନ୍ୟ ଜଣେ ଆସ୍କା ପଢାଳ ଗ୍ରାମର ବାଦଲ ନାହାକ ବୋଲି ଜଣାପଡିଛି। ସାଗର ନିକଟସ୍ଥ ପାଟଳିଗୁଡା ଗ୍ରାମରୁ ଗାଁ କୁ ଫେରୁଥିବା ବେଳେ ବାଦଲ କଲେଜ ପଛପଟୁ ମୁଖ୍ୟ ରାସ୍ତାକୁ ଆସୁଥିବା ବେଳେ ଏହିଭଳି ଘଟଣା ଘଟିଛି। କୋଟିନଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦୁଇଟି ମୋଟରସାଇକେଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ଜଣେ ୪ ବର୍ଷ ର ଶିଶୁକୁ ଯୌନ ସମ୍ପର୍କ ଓ ପରେ ହତ୍ୟା ଅଭିଯୋଗରେ ମାନ୍ୟବର ସ୍ବତନ୍ତ୍ର ପୋକ୍ସ ଅଦାଲତ ଅଭିଯୁକ୍ତ ଶ୍ରୀନିବାସ ସେଠୀକୁ ଆଜୀବନ କାରାଦଣ୍ଡ ସହ ନଗଦ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ କ୍ଷତିପୂରଣ ବାବଦରେ ମୃତ ଶିଶୁର ପରିବାର ଲୋକଙ୍କୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦୨୩ ମସିହା ଜାନୁଆରୀ ୨୪ ତାରିଖରେ ଜଣେ ଶିଶୁ ନିଖୋଜ ବିଷୟରେ ପରିବାର ଲୋକେ ଧରାକୋଟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରି ନିକଟସ୍ଥ ଶ୍ରୀନିବାସ ସେଠୀର ଘର ଉପରେ ମୃତ ଶିଶୁର ଶବ ଉଦ୍ଧାର କରି ଶ୍ରୀନିବାସକୁ ଥାନାରେ ନେଇ ଜେରା…

Read More

ନୂଆଦିଲ୍ଲୀ: ସୁନା ଏବଂ ରୂପା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ନିରନ୍ତର ପରିବର୍ତ୍ତନ ହେଉଛି। ଆଜି ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ ଡେ’ରେ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ଭାରତରେ ବିବାହ ଋତୁ ଚାଲୁଥିବାରୁ ହ୍ରାସ ହୋଇଥିବା ମୂଲ୍ୟ ଆଶ୍ୱସ୍ତି ଆଣିପାରେ। ରୂପା ମୂଲ୍ୟ ୧୪ ଫେବୃଆରୀ ଶନିବାର ଦିନ ରୂପା ମୂଲ୍ୟ ହ୍ରାସ ପାଇଛି। ଗତ ଦୁଇ ଦିନ ଧରି ରୂପା ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ରୂପା ୧୬,୭୦୦ ହ୍ରାସ ପାଇଛି ଏବଂ ପ୍ରତି କିଲୋଗ୍ରାମ ୨,୪୨,୪୩୩ ଟଙ୍କାରେ କାରବାର ହେଉଛି। ଭୁବନେଶ୍ଵରରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ) ୨୪ କ୍ୟାରେଟ୍- ୧,୫୭,୭୫୦ ୨୨ କ୍ୟାରେଟ୍- ୧,୪୪,୬୦୦ ୧୮ କ୍ୟାରେଟ୍- ୧,୧୮,୩୧୦

Read More

ନୂଆଦିଲ୍ଲୀ: Tata Motors ର ପ୍ରତିଷ୍ଠିତ SUV Sierra ଭାରତୀୟ ବଜାରରେ ଲୋକପ୍ରିୟତା ହାସଲ କରୁଛି। ଏବେ କମ୍ପାନୀ ଏହାର ବୈଦ୍ୟୁତିକ ସଂସ୍କରଣ ଲଞ୍ଚ କରିପାରେ। ସୂଚନା ଅନୁଯାୟୀ, Tata Sierra EV ଏହି ମାସ ଶେଷ ସୁଦ୍ଧା ଭାରତୀୟ ବଜାରରେ ଲଞ୍ଚ ହୋଇପାରେ। ପ୍ରକୃତରେ, କମ୍ପାନୀ EV ପାଇଁ ଏକ ଟିଜର ଜାରି କରିଛି, ଯାହା ଏହାର ଡିଜାଇନ୍ ଏବଂ ଆଧୁନିକ ବୈଶିଷ୍ଟ୍ୟଗୁଡ଼ିକୁ ପ୍ରକାଶ କରିଛି। Tata Sierra EV ର ଡିଜାଇନ୍ କିପରି? ରିପୋର୍ଟ ଅନୁଯାୟୀ, Tata Sierra EV ର ଡିଜାଇନ୍ ପ୍ରାୟତଃ ଏହାର ପେଟ୍ରୋଲ-ଡିଜେଲ ସହିତ ସମାନ ହେବାର ସମ୍ଭାବନା ଅଛି, କିନ୍ତୁ ବୈଦ୍ୟୁତିକ ସଂସ୍କରଣ ପାଇଁ ଅନେକ ପରିବର୍ତ୍ତନ ଆଶା କରାଯାଉଛି। EV ର ସମ୍ମୁଖ ଭାଗରେ ଏକ ବନ୍ଦ ଗ୍ରୀଲ୍, ଫ୍ଲାଟ୍ ବମ୍ପର ଏବଂ ଏକ ଆକର୍ଷଣୀୟ LED ଲାଇଟ୍ ବାର୍ ରହିବାର ଆଶା କରାଯାଉଛି। ବ୍ୟାଟେରୀ ଏବଂ ପରିସର ଏହା Curvv…

Read More