ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କୃଷ୍ଣନଗର ଠାରେ ୧୫,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଜିର ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ଶକ୍ତି, ରେଳ ଓ ସଡ଼କ ଭଳି କ୍ଷେତ୍ର ସହ ଜଡ଼ିତ। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଦିଗରେ ଆଜି ଆଉ ଏକ ପଦକ୍ଷେପ ନିଆଯାଇଛି। ଗତକାଲି ଆରାମବାଗ୍ରେ ଆୟୋଜିତ କାର୍ଯ୍ୟକ୍ରମକୁ ମନେ ପକାଇ ସେ ରେଳ, ବନ୍ଦର ଓ ପେଟ୍ରୋଲିୟମ କ୍ଷେତ୍ରରେ ୭ ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଭାଗ୍ୟବାନ ଯେ ପଶ୍ଚିମବଙ୍ଗର ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଆଜି ମଧ୍ୟ ୧୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ…
Author: SM Network
ଦିଲ୍ଲୀ: ଭାରତ ସରକାର ଐତିହାସିକ ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ଆକ୍ଟ (ପିଆରପି ନିୟମ), ୨୦୨୩ ଏବଂ ଏହାର ନିୟମାବଳୀକୁ ଗେଜେଟରେ ବିଜ୍ଞପ୍ତି ଜାରି କରି ସୂଚିତ କରିଛନ୍ତି ଏବଂ ଫଳସ୍ୱରୂପ ଏହି ଆଇନ ୨୦୨୪ ମାର୍ଚ୍ଚ ପହିଲାରୁ ଲାଗୁ ହୋଇଛି। ଏଣିକି ପତ୍ରିକା ଗୁଡ଼ିକର ପଞ୍ଜୀକରଣ ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପରିୟଡିକାଲ୍ ନିୟମ (ପିଆରପି ଆକ୍ଟ), ୨୦୨୩ ଏବଂ ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ନିୟନ୍ତ୍ରିତ ହେବ। ବିଜ୍ଞପ୍ତି ଅନୁଯାୟୀ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ- ପିଆରଜିଆଇ (ତତ୍କାଳୀନ ରେଜିଷ୍ଟ୍ରାର ଅଫ୍ ନ୍ୟୁଜ୍ପେପର୍ସ ଫର୍ ଇଣ୍ଡିଆ- ଆର୍ଏନ୍ଆଇ)ଙ୍କ କାର୍ଯ୍ୟାଳୟ ନୂଆ ଆଇନର ତଦାରଖ କରିବ। ଡିଜିଟାଲ ଇଣ୍ଡିଆ ନୀତି ଅନୁଯାୟୀ, ନୂତନ ଆଇନରେ ଦେଶରେ ଖବରକାଗଜ ଏବଂ ଅନ୍ୟାନ୍ୟ ପତ୍ରିକାର ପଞ୍ଜୀକରଣ ସୁବିଧା ପାଇଁ ଏକ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ପଦକ୍ଷେପ ଏବଂ ଅନୁମୋଦନ…
ଭୁବନେଶ୍ବର: ଆଜି ରାଜ୍ୟର ୨ଟି ନବ ଗଠିତ ମ୍ୟୁନିସିପାଲିଟି, ୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ ଓ ୪ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନବୀନ ନିବାସଠାରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ। ୫-ଟି ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ସମସ୍ତେ ମିଳି ମିଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ରାଜ୍ୟରେ ୩୫ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ୩ଟି ବିଜ୍ଞପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ନବଗଠିତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ ଓ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପ୍ରତି ଜିଲ୍ଲାରେ ବ୍ଲକ ସ୍ତରରେ ସମନ୍ଵିତ ଶିଶୁବିକାଶ ପ୍ରକଳ୍ପ ଗୁଡ଼ି କାର୍ଯ୍ୟକାରି ହେଉଛି। ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା କଲ୍ୟାଣ ସର୍ଭିସ ରୁଲ ୧୯୮୯ ଅନୁସାରେ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବାର ବ୍ୟବସ୍ଥା ଥିଲା। ମହିଳା ଓ ଶିଶୁବିଭାଗ ବିଭାଗ ସଂଖ୍ୟା ୨୦୮୯୮ ତା ୨୦.୧୨.୨୦୧୪ ଯୋଗେ ଉକ୍ତ ପଦୋନ୍ନତିକୁ ସ୍ଥଗିତ ରଖିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବିଭାଗୀୟ ପତ୍ର ସଂଖ୍ୟା ୩୬୮୧ ତା ୦୪.୦୩.୨୦୧୬ ଯୋଗେ ଉକ୍ତ ସ୍ଥଗିତାଦେଶ କୁ ଉଠାଇ ଦିଆ ଯାଇ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ଦଶ ବର୍ଷ ଅଭିଜ୍ଞତା ଥିଲେ ସେମାନଙ୍କ ମଧ୍ୟରୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବା କୁ ନିର୍ଦ୍ଦେଶ ଦିଆ ଯାଇଛି। ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ…
ଭୁବନେଶ୍ବର: ଆଜି ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀର କଲ୍ୟାଣ ଓ କୃଷିର ବିକାଶ ମୋ ପାଇଁ ସବୁବେଳେ ପ୍ରାଥମିକତା ହୋଇ ରହି ଆସିଛି। ମୁଁ ପ୍ରତିଦିନ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳର ଚାଷୀ ଭାଇଭଉଣୀମାନଙ୍କୁ ଭେଟୁଛି ବୋଲି ପ୍ରକାଶ କରି ସେ କହିଥିଲେ ଚାଷୀଙ୍କ ପାଇଁ ଆମର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ଖୁବ୍ ଭଲ କାମ କରୁଛି। ସେ କହିଥିଲେ ଯେ ଗତ କିଛି ଦିନ ଧରି ଓଡିଶାର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଅନେକ ଜଳସେଚନ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ନୂତନ ଏସପି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ବି. ଯୁଗଳ କିଶୋର। ସେ ଏହା ପୁର୍ବରୁ କେନ୍ଦ୍ରାପଡା ଏସପି ଭାବେ କାର୍ଯ୍ୟରତ ଥିଲେ। ୨୦୧୧ ବ୍ୟାଚ ଓଡିଶା କ୍ୟାଡରର ଏହି ବରିଷ୍ଠ ଅଧିକାରୀ ଏକାଧିକ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିସାରିଛନ୍ତି। ଗତ ଡିସେମ୍ବରରେ ରାଜ୍ୟ ସରକାର ତାଙ୍କୁ ଏସଏସପି ଭାବେ ପଦୋନ୍ନତି ଦେଇଥିଲେ। ତେବେ ରାଜନୈତିକ ଦୃଷ୍ଟିକୋଣରୁ ଖୋର୍ଦ୍ଧା ଏକ ସମ୍ବେଦନଶିଳ ଜିଲ୍ଲା ହୋଇଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ଜିଲ୍ଲାରେ ଅନୁଷ୍ଠିତ ହେବ ତାହା ନୂତନ ଏସପିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ଅନୁରୂପ ଭାବେ ଜିଲ୍ଲାରେ ଅପରାଧିକ ଗତିବିଧିକୁ ଲଗାମ ଲଗାଇବା ସହ, ନିଶା ବେପାର, ଗୋ ଚାଲାଣ, ଲୁଟ, ଚୋରି ଆଦି ଅପରାଧକୁ କିପରି ଦମନ କରାଯିବ ତାହା ମଧ୍ୟ ନୂତନ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ସନ୍ଧ୍ୟାରେ ନୂତନ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବର୍ତ୍ତମାନ ଦିଲ୍ଲୀର ସାତୋଟି ଲୋକସଭା ଆସନ ମଧ୍ୟରୁ ପାଞ୍ଚଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମନୋଜ ତିୱାରୀଙ୍କୁ ଉତ୍ତର ଦିଲ୍ଲୀରୁ ଟିକେଟ ଦିଆଯାଇଛି। ଦିଲ୍ଲୀରେ ଚାନ୍ଦନୀ ଚୌକ, ପୂର୍ବ ଦିଲ୍ଲୀ, ଉତ୍ତର ପୂର୍ବ ଦିଲ୍ଲୀ, ଉତ୍ତର ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଉତ୍ତର ଦିଲ୍ଲୀ- ମନୋଜ ତିୱାରୀ ଚାନ୍ଦନୀ ଚୌକ- ପ୍ରବୀଣ ଖଣ୍ଡେଲୱାଲ ନୂଆଦିଲ୍ଲୀ- ବାଂସୁରୀ ସ୍ୱରାଜ ପଶ୍ଚିମ ଦିଲ୍ଲୀ- କମଲଜିତ୍ ଶେହରୱାତ ଦକ୍ଷିଣ ଦିଲ୍ଲୀ- ରାମବୀର ସିଂ ବିଧୁଡି
ରେଢାଖୋଲ/ସମ୍ବଲପୁର: (କନ୍ଦର୍ପ ବେହେରା): ମୁଁ ଯେତେବେଳେ ରାଷ୍ଟ୍ରପତି ଭାବେ ଶପଥ ନେଉଥିଲି ସେଇ ସମୟରେ ସନ୍ଥକବିଙ୍କ ବାଣୀଙ୍କୁ ମୁଁ ପାଠ କରିବାର ସୌଭାଗ୍ୟ ପାଇଥିଲି। ଆଜି ଦିନଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ। ସନ୍ଥ କବିଙ୍କ ବାଣୀ ଓ ଆଦର୍ଶ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ମାନବ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ଏହି କବିତାର ମର୍ମ ଥିଲା। ସନ୍ଥକବି ଭୀମଭୋଇଙ୍କର କେବଳ ମାନବ ସମାଜ ପ୍ରତି ନୁହେଁ ସମଗ୍ର ଜୀବ ଜଗତ ପ୍ରତି ସମ୍ବେଦନତାର ଅଭିବ୍ୟକ୍ତି। ଏହା ମଧ୍ୟ ଓଡିଆ ସାହିତ୍ୟର ଉତ୍କର୍ଷର ପରିଚାୟକ। ମହିମାଧର୍ମ ବିଚାର ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ ହେବା ଉଚିତ୍ ବୋଲି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ରେଢାଖୋଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ନାଗରିକ ସମ୍ବର୍ଦ୍ଧନା ସଭାରେ ବକ୍ତବ୍ୟ ରଖିଛନ୍ତି। ଭୀମଭୋଇଙ୍କ ଜୀବନୀ ସଂପର୍କରେ ମହାମହିମ ରାଷ୍ଟ୍ରପତି ଆଲୋକପାତ କରିଥିଲେ। ଶିକ୍ଷା, ଦୀକ୍ଷା ଅଭାବ ସତ୍ୱେ ସେ…
ଖୋର୍ଦ୍ଧା/କୁହୁଡି: କୁହୁଡି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଆଜି ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ବ୍ୟକ୍ତିଙ୍କ ବୟସ ଆନୁମାନିକ ୩୫ ବର୍ଷ ହୋଇଥିବା ବେଳେ ସେ ଗଞ୍ଜି ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ତେବେ କୌଣସି ଗାଡ଼ିରୁ ଖସି କିମ୍ବା ଟ୍ରାକ ଅତିକ୍ରମ କରୁଥିବା ବେଳେ ବ୍ୟକ୍ତି ଜଣକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରୁଛି ଜିଆରପି। ଏ ନେଇ ନିରାକାରପୁର ଜିଆରପି ଏଏସଆଇ ପରୀକ୍ଷିତ ନାୟକ କେସ ନମ୍ବର ୧୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
ନୂଆଦିଲ୍ଲୀ: ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଜୟନ୍ତ ସିହ୍ନା ସୋସିଆଲ ମିଡିଆ ସାଇଟ୍ X ରେ ଏହି ସୂଚନା ଦେଇଛନ୍ତି। ବିଜେପି ପ୍ରାର୍ଥୀଙ୍କ ତାଲିକା ଆସିବା ପୂର୍ବରୁ ନିର୍ବାଚନ ଲଢିବାକୁ ମନା କରିଥିବା ଦ୍ୱିତୀୟ ବିଜେପି ସାଂସଦ ହେଲେ ଜୟନ୍ତ। ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ମଧ୍ୟ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ହୋଇଥିଲେ। ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଗୌତମ ଗମ୍ଭୀର ମଧ୍ୟ ଆଜି କହିଛନ୍ତି ଯେ, ତାଙ୍କୁ ରାଜନୈତିକ ଦାୟିତ୍ଵ ମୁକ୍ତ କରିବାକୁ ସେ ଦଳର ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି, ଯାହା ଦ୍ଵାରା ସେ ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବେ।
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପୂର୍ବରୁ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଅନେକ ପରିବର୍ତ୍ତନ କରିଛି। ନିକଟରେ ଫ୍ରାଞ୍ଚାଇଜ୍ ନିକୋଲାସ୍ ପୁରାନ୍ ଙ୍କୁ ଦଳର ଉପ-ଅଧିନାୟକ କରିଥିଲା। ବର୍ତ୍ତମାନ ସପୋର୍ଟ ଷ୍ଟାଫ୍ ରେ ମଧ୍ୟ ପରିବର୍ତ୍ତନ ଆସିଛି। ଲକ୍ଷ୍ନୌ ଲାନ୍ସ କ୍ଲୁଜନରଙ୍କୁ ସହକାରୀ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ୧୯୯୯ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ କ୍ଲୁଜନର ଏକ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ୯ ଟି ମ୍ୟାଚରେ ୨୮୧ ରନ୍ ସ୍କୋର କରିବା ସହିତ ସେ ୧୭ ଟି ୱିକେଟ୍ ନେଇଥିଲେ। ଏହି ସିଜନରେ ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ ମଧ୍ୟ ପଡ଼ିଆରେ ନଜର ଆସିପାରନ୍ତି। ବାସ୍ତବରେ, ଲକ୍ଷ୍ନୌ କ୍ଲୁଜନରଙ୍କୁ ସହକାରୀ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି। ତାଙ୍କର କ୍ରିକେଟ୍ କ୍ୟାରିୟର ବହୁତ ଭଲ ହୋଇଛି। ଏହା ସହିତ ତାଙ୍କର କୋଚିଂ କ୍ଷେତ୍ରରେ ମଧ୍ୟ ଭଲ ଅଭିଜ୍ଞତା ଅଛି। ସେ ଆଫଗାନିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି। ଏହା…
ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ଅଞ୍ଚଳରେ ୬ ଘଣ୍ଟା ପାଇଁ ବିଦ୍ୟୁତକାଟ ହେବ ବୋଲି ଜଣାପଡିଛି। ଏ ନେଇ ଟିପିସିଓଡ଼ିଏଲ ଏସଡ଼ିଓ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ତେବେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ଉଭୟ ଅଞ୍ଚଳରେ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ଟ୍ରାନ୍ସଫର୍ମର ଅପଗ୍ରେଡେସନ ହେବା ନିମନ୍ତେ ଉକ୍ତ ବିଦ୍ୟୁତକାଟ ହେବ ବୋଲି କହିଛନ୍ତି ଶ୍ରୀ ଦଳାଇ। ଆସନ୍ତକାଲି ବାଣପୁର ଏନଏସି ସମେତ ବାଣପୁର ଓ ଚିଲିକା ବ୍ଲକର ନନ୍ଦପୁର, ବିଷ୍ଣୁଡିହ, ନିମିକ୍ଷେତା, ବଡ଼କୁଳ, ଭବାନୀପୁର, ଦାମିଆ ବରବରା, କୁମାରାଙ୍ଗ ଓ ତୁମୁରାପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ସକାଳ ୯ ରୁ ଅପରାହ୍ନ ୩ ଘଟିକା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଜଣାପଡିଛି।
ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ଗୋପାଳପୁର ସର୍କଲରେ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୂଜ୍ୟ ପୂଜା ନମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସମ୍ମାନିତ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ସଂଯୋଜକ ତଥା ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଭାପତି ଜ୍ୟୋତି ରଞ୍ଜନ ଦାଶ, ଜିଲ୍ଲା ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଗଠନର କୋଷାଧକ୍ଷ ହେମନ୍ତ କୁମାର ମିଶ୍ର, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ଗୋପାଳପୁର ସର୍କଲ ସଭାପତି ନୀଳମଣି ବେହେରା, ସମ୍ପାଦକ ମହେନ୍ଦ୍ର କୁମାର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା…
ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ), ଏସିଆନ୍ ଟେଲିକମ୍ ପୁରସ୍କାର ୨୦୨୪ ରେ ‘ଟେଲିକମ୍ କମ୍ପାନୀ ଅଫ୍ ଦି ଇୟର’ ଆଖ୍ୟା ହାସଲ କରିଛି। ଜିଓ ପ୍ଲାଟଫର୍ମସ ଲିମିଟେଡ୍ ର ଅଭିନବ ନବସୃଜନ ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ। ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସ ଏକ୍ସପୋ ଓ କନଭେନସନ୍ ସେଣ୍ଟରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱର ସର୍ବବୃହତ ୫ଜି ଷ୍ଟାଣ୍ଡ-ଏଲୋନ (ଏସଏ) କୋର ନେଟୱାର୍କ ସ୍ଥାପନ କରିଥିବା ପଦକ୍ଷେପ ପାଇଁ ଜିଓ ପ୍ଲାଟଫର୍ମସ ଲିମିଟେଡ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ସ୍ୱଦେଶୀ ଭାବରେ ବିକଶିତ ଅଭିନବ ସମାଧାନ ଜରିଆରେ ବିଶ୍ୱରେ ଟେଲି ଯୋଗାଯୋଗ ଓ ସଂଚାର କ୍ଷେତ୍ରକୁ ଆଗକୁ ବଢାଇବାର ବୈଷୟିକ ଶକ୍ତି ଏବଂ ପ୍ରତିବଦ୍ଧତାର ପରିଚାୟକ। ଏହା ଜିଓ ପ୍ଲାଟଫର୍ମସ ଲିମିଟେଡର ରଣନୀତିକ ଦୂରଦୃଷ୍ଟି, ଇଞ୍ଜିନିୟରିଂ କ୍ଷମତା ଏବଂ ଡିଜିଟାଲ୍ ଦୃଶ୍ୟପଟ୍ଟର ରୂପାନ୍ତରଣ ତଥା ଟେଲିକମ ଶିଳ୍ପ ପାଇଁ ଉତ୍କର୍ଷର ନୂତନ ମାନକ ସୃଷ୍ଟି କରିବାରେ ନେତୃତ୍ୱ…
ବାସ୍ତୁଶାସ୍ତ୍ର: ହିନ୍ଦୁ ଧର୍ମରେ ସ୍ଵସ୍ତିକର ଗୁରୁତ୍ୱ ରହିଛି। ଏହା ଦୁଇଟି ଶବ୍ଦକୁ ନେଇ ଗଠିତ ଯେଉଁଥିରେ ‘ସୁ’ ଅର୍ଥ ଶୁଭ ଏବଂ ‘ଅସ୍ତି’ ର ଅର୍ଥ ତାତ୍ପର୍ଯ୍ୟ ହେବା। ତାହା ହେଉଛି ଶୁଭ ହେଉ, କଲ୍ୟାଣ ହେଉ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ସ୍ଵସ୍ତିକା ନିଶ୍ଚିତ ଭାବରେ ବ୍ୟବହୃତ ହୁଏ। ଏହା ଗଣପତିଙ୍କ ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ଲୋକମାନେ ସ୍ଵସ୍ତିକକୁ ସମ୍ପୂର୍ଣ୍ଣ ବିଶ୍ଵାସ ଏବଂ ସମ୍ମାନର ସହିତ ନିଜ ଘରର ମୁଖ୍ୟ ଫାଟକରେ ରଖନ୍ତି। ସ୍ଵସ୍ତିକକୁ ସତ୍ୟ ବୋଲି ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ, ସଠିକ୍ ସମୟରେ ସଠିକ୍ ସ୍ଥାନରେ ନିର୍ମିତ ଏକ ସ୍ଵସ୍ତିକ ଅତ୍ୟନ୍ତ ଶୁଭ ଅଟେ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଘରର ମୁଖ୍ୟ ପ୍ରବେଶ ପଥରେ ସ୍ଵସ୍ତିକ ତିଆରି କରିବା ଭଲ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା, ମୁଖ୍ୟ ଫାଟକରେ ସ୍ଵସ୍ତିକ ତିଆରି କରିବାବେଳେ କ’ଣ ମନେ ରଖିବାକୁ ହେବ। – ସର୍ବଦା ମୁଖ୍ୟ ଦ୍ୱାରରେ…
ନୂଆଦିଲ୍ଲୀ: ଦେଶର ସମସ୍ତ ଦଳ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଭାରତୀୟ ଜନତା ପାର୍ଟି ଏଥର ୩୭୦ ଟି ଆସନ ଜିତିବାକୁ ଦାବି କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ହୁଗୁଲି ଜିଲ୍ଲାର ଅରାମବାଗ ଅଞ୍ଚଳରୁ ୭,୨୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ଚମତ୍କାର ପ୍ରଦର୍ଶନ କରି ୧୮ ଟି ଆସନ ଜିତିଥିଲା। ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ: ଏହି ସମୟରେ ପଶ୍ଚିମବଙ୍ଗକୁ ନେଇ ଇଣ୍ଡିଆ ଟିଭି-ସିଏନଏକ୍ସ ଦ୍ୱାରା ଏକ ମତାମତ ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ, ଯଦି ଲୋକସଭା ନିର୍ବାଚନ ବର୍ତ୍ତମାନ ଅନୁଷ୍ଠିତ ହୁଏ, ତେବେ ପଶ୍ଚିମବଙ୍ଗର ୪୨ ଟି ଆସନ ମଧ୍ୟରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ୨୧ ଟି ଆସନ ଜିତିବ। ଯେଉଁଠାରେ ବିଜେପି ୨୦ ଟି ସିଟରେ ବିଜୟ ପଞ୍ଜିକରଣ…
ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ବଢ଼ି ଚାଲିଛି। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଓଡ଼ିଶାର ଯୁବପିଢ଼ି ତାଲିମ ନେଇ କିପରି ନିଜର ଦକ୍ଷତା ବୃଦ୍ଧି କରିପାରିବେ ସେଥିପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କେନ୍ଦ୍ର ସ୍ଥାପନ କରାଯିବ। ଏନେଇ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍) ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଏଥିରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ତଥା ବିଭାଗୀୟ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର…
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ଗୁରୁଦାସପୁରରୁ ଲୋକସଭା ନିର୍ବାଚନରେ ପୂର୍ବତନ କ୍ରିକେଟର ଯୁବରାଜ ସିଂ ଲଢିବେ ବୋଲି କଳ୍ପନାଜଳ୍ପନା ଜାରି ରହିଛି। ତେବେ ଏହାକୁ ନେଇ ଯୁବରାଜ ସିଂ ସ୍ପଷ୍ଟ କରିଛନ୍ତି। ସେ ଏହି କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରି ଗୁରୁଦାସପୁରରୁ ନିର୍ବାଚନ ଲଢୁ ନାହାଁନ୍ତି ବୋଲି କହିଛନ୍ତି। ସେ ଟ୍ୱିଟ୍ କରି ଏଭଳି ମିଡିଆ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ଯୁବରାଜ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ମୋର ଉତ୍ସାହ ହେଉଛି ମୋର ସାମର୍ଥ୍ୟ ଅନୁଯାୟୀ ଲୋକଙ୍କୁ ସମର୍ଥନ ଏବଂ ସାହାଯ୍ୟ କରିବା ଏବଂ ମୁଁ ମୋର ଫାଉଣ୍ଡେସନ୍ @YOUWECAN ମାଧ୍ୟମରେ ଏହା ଜାରି ରଖିବି। ଏହା ସହ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। https://twitter.com/YUVSTRONG12/status/1763608848009420962
ନୂଆଦିଲ୍ଲୀ: ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଉଛନ୍ତି, ଯାହାକୁ ପ୍ରାୟ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। ଏବେ ସେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀହେବାକୁ ମୈଦାନକୁ ଓହ୍ଲାଇଥିବାବେଳେ ତାଙ୍କ ସାମ୍ନାରେ ଏକ ଟାର୍ଗେଟ ରହିଛି ଯାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ବ୍ୟତୀତ କ୍ରମାଗତ ତୃତୀୟ ଥର ପାଇଁ କେହି ଜିତି ନାହାନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମବିଶ୍ୱାସ ଏତେ ଦୃଢ଼ ଏବଂ ରାଜନୈତିକ ବାତାବରଣ ତାଙ୍କ ପାଇଁ ଏତେ ସକାରାତ୍ମକ ଯେ ଏହି ମାଇଲଖୁଣ୍ଟ ବର୍ତ୍ତମାନ ବେଶୀ ଦୂରରେ ନାହିଁ। ଏହାବ୍ୟତୀତ ଏଥର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ୧୯୮୪ରେ କଂଗ୍ରେସ ଜିତିଥିବା ୪୧୫ ଆସନର ରେକର୍ଡକୁ ମଧ୍ୟ ଅତିକ୍ରମ କରିବାକୁ ଚେଷ୍ଟା କରିପାରେ। ସେତେବେଳେ କଂଗ୍ରେସ ୪୮.୫ ପ୍ରତିଶତ ଭୋଟ ପାଇଥିବାବେଳେ ଏଥର ବିଜେପି ଏହାକୁ ପଛରେ ପକାଇବାକୁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ତୃତୀୟ…
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କ ପ୍ରତି ବିଶ୍ୱାସ କରନ୍ତି। ସେଥିପାଇଁ ଯେତେବେଳେ ବି ଆମେ କୌଣସି ଅସୁବିଧାରେ ପଡ଼ୁ, ସର୍ବପ୍ରଥମେ ଆମେ ଭଗବାନଙ୍କୁ ସ୍ମରଣ କରୁ। ପ୍ରତ୍ୟେକ ହିନ୍ଦୁ ପରିବାରରେ ପ୍ରତିଦିନ ଦେବତା ଏବଂ ଦେବୀଙ୍କୁ ପୂଜା କରାଯାଏ। କିନ୍ତୁ ଘରେ ପୂଜା କରିବା ସହିତ ଜଣେ ମଧ୍ୟ ମନ୍ଦିରକୁ ଯିବା ଉଚିତ୍। ପୂଜାପାଠ ପାଇଁ ପ୍ରତିଦିନ ମନ୍ଦିରକୁ ଯିବାର ଗୋଟିଏ କିମ୍ବା ଦୁଇଟି ନୁହେଁ, ୩୬ ଟି ଲାଭ ଅଛି ଏବଂ ବୈଜ୍ଞାନିକ ଭିତ୍ତିରେ ତଥା ଶାସ୍ତ୍ରରେ ମଧ୍ୟ ଏହି ଲାଭ ଉପକାରୀ ବୋଲି ବିବେଚନା କରାଯାଇଛି। ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମନ୍ଦିରକୁ ଯିବାର ଲାଭ: – ମନ୍ଦିରକୁ ଯିବାକୁ ହେଲେ ବ୍ରହ୍ମ ମୂହୁର୍ତ୍ତରେ ସକାଳୁ ଉଠିବା ଏକ ନିୟମ ଅଟେ। ସକାଳେ ଉଠିବା ଦ୍ୱାରା ଆମେ ଆମର ଦୈନନ୍ଦିନ କାର୍ଯ୍ୟକଳାପରୁ ପାନୀୟ ଜଳ, ମଳିନତା, ଦାନ୍ତ ଘଷିବା, ଗାଧୋଇବା ଇତ୍ୟାଦିରୁ ଅବସର ନେଇଥାଉ। – ଆମ ଘର ନିକଟସ୍ଥ…
ମେଷ- ଆପଣଙ୍କର କିଛି ସମସ୍ୟାର ସମାଧାନ ହୋଇପାରେ । ଛାତ୍ରମାନେ ଜୀବନରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇବେ । ସେମାନେ ଏହି ସୁଯୋଗଗୁଡିକର ଭଲ ବ୍ୟବହାର କରିବା ଉଚିତ୍ । ଯୋଜନା ପ୍ରସ୍ତୁତ କରିବା ସମୟରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ । ତୁମେ ଯାହା ଚେଷ୍ଟା କର, ସଚ୍ଚୋଟ ଭାବରେ କର । ଆଜି ଏକ ମିଶ୍ରିତ ଦିନ ହେବ । ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ତୁମେ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅ, ଯାହାଫଳରେ ଆପଣ ସତେଜ ଅନୁଭବ କରିପାରିବ । ଆମେ ଆମର ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବୁ । ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ । ଜୀବନସାଥୀ ସହିତ ସମୟ ବିତାଇବେ । ବୃଷ- ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି…

