ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଶିଖରପଦର ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ଖବର ମୁତାବକ ଆଜି ସକାଳେ ଶିଖରପଦର ଗ୍ରାମର ରଘୁନାଥ ପଲେଇ (୪୩) ବେଙ୍ଗଳା ପକାଇବା ପାଇଁ ନିଜ ଧାନ କ୍ଷେତକୁ ଯାଇଥିଲେ। ଧାନ ବେଙ୍ଗଳା ମେସିନରେ ଗୋଟିଏ କ୍ଷେତରୁ ଧାନ ଅମଳ ସାରି ସେହି ଗାଡ଼ିରେ ଅନ୍ୟ କ୍ଷେତକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବିଲ ମଧ୍ୟରେ ଗାଡିଟି ଓଲଟି ପଡିଥିଲା। ଯାହାଫଳରେ ଉକ୍ତ ମେସିନ ତଳେ ରଘୁନାଥ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲୁଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ…
Author: SM Network
ଭୁବନେଶ୍ୱର: ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ଭି.କେ. ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ ଜନଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍ଗ୍ରାସ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନଭେମ୍ବର ଶେଷ ସୁଦ୍ଧା ୪୪,୭୩୦ କୁଇଣ୍ଟାଲ ମକା ଏଫ.ପି.ଓ ଦ୍ୱାରା ସଂଗ୍ରହ କରାଯାଇଛି। ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫ.ପି.ଓ ଗଠନ ସହିତ ସେମାନଙ୍କ ଜରିଆରେ ସଂଗ୍ରହ ଜାରି ରଖିବା ପାଇଁ…
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ନୀତୀଶ କୁମାରଙ୍କ ଅସନ୍ତୋଷ ମଧ୍ୟରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବ ଆଜି କହିଛନ୍ତି ଯେ, ଡିସେମ୍ବର ୧୭ ତାରିଖରେ ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏହି ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାର ଥିଲା। କଂଗ୍ରେସ ଦ୍ଵାରା ଏହି ସଭା ଆୟୋଜନ କରାଯାଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବହୁ ନେତା ଏହି ବୈଠକରେ ଯୋଗଦେବାକୁ ରାଜି ହୋଇନଥିଲେ, ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ବାତ୍ୟା ଯୋଗୁଁ ଷ୍ଟାଲିନ ଏହି ସଭାରେ ଯୋଗ ଦେବାକୁ ମନା କରିଦେଇଥିଲେ: ସୂଚନାନୁସାରେ, ତାମିଲନାଡୁର ସାଇକ୍ଲୋନିକ୍ ଷ୍ଟର୍ମ ମିଚୋଙ୍ଗ କାରଣରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ। ଏଥିସହିତ ନୀତୀଶ କୁମାରଙ୍କ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସ୍ଥାନୀୟ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନର୍ଲା ଭୁପିନ୍ଦର ସିଂ ଯୋଗଦେଇ ଥିଲେ। ସଭା ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ଵଳନ ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ଵେଶର ସାହୁ ଏହି ଦିବସର ମହତ୍ତ୍ଵ ତଥା କୃଷି ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ଉପରେ ଆଲୋକପାତ କରିଥିଲେ। ସଭାରେ ବିଧାୟକ ଭବାନୀପାଟଣାଙ୍କର ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ବ୍ଲକ ଆତ୍ମା ଅଧ୍ୟକ୍ଷ, ଉଦ୍ୟାନ ଉପ ନିର୍ଦ୍ଦେଶକ କିଶୋର ମହାଲିଂ, କୃଷି ବିଜ୍ଞାନ କେନ୍ଦ୍ରର ତଥା ଆଞ୍ଚଳିକ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଗଣ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କୃଷି ବିଭାଗ ତରଫରୁ ଅନୁଷ୍ଠିତ ପୋଷ୍ଟର ପ୍ରତିଯୋଗିତା ରେ ସଫଳ ହୋଇଥିବା ଗଣନାଥପୁର ଉନ୍ନୀତ ସରକାରୀ…
ନୂଆଦିଲ୍ଲୀ: ତିନିଟି ରାଜ୍ୟରେ ବିପୁଳ ବିଜୟ ପରେ ବିଜେପି ଲୋକସଭା ନିର୍ବାଚନ ପାଇଁ ସ୍ଲୋଗାନ ସୃଷ୍ଟି କରିଛି ଏବଂ ପରବର୍ତ୍ତୀ ସମୟରେ ୪୦୦ ଅତିକ୍ରମ କରିଛି। ବିଜେପି ନେତାମାନେ ଆଶା କରୁଛନ୍ତି ଯେ ବିରୋଧୀ ମେଣ୍ଟ ଭାରତର ନିର୍ବାଚନୀ ପ୍ରସଙ୍ଗ ତିନୋଟି ରାଜ୍ୟରେ ଯେପରି ଦେଖିବାକୁ ମିଳିଛି, ଏହା ଅନ୍ୟ ହିନ୍ଦୀ ଭାଷୀ ରାଜ୍ୟରେ ଲାଭବାନ ହୋଇପାରିବ। ଲୋକସଭା ନିର୍ବାଚନକୁ ଆଉ ପାଖାପାଖି ୫ ମାସ ବାକି ରହିଛି। ଯେଉଁ ତିନିଟି ରାଜ୍ୟରେ ବିଜେପି ୬୫ଟି ଲୋକସଭା ଆସନରେ ଥିବା ବିଧାନସଭା ଆସନରେ ବିଜୟୀ ହୋଇଛି ସେଥିମଧ୍ୟରୁ ଏବେ ବିଜେପିର ୬୧ଟି ଆସନ ରହିଛି। ହିନ୍ଦୀ ଭାଷୀ ରାଜ୍ୟ ବିହାର, ୟୁପି, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୯୩ଟି ଆସନ ରହିଛି। ଏହିସବୁ ରାଜ୍ୟରେ ବିଜେପିର ୧୭୭ ଟି ଆସନ ରହିଛି। ଭାରତୀୟ ଜନତା ପାର୍ଟି ପାଇଁ ଚ୍ୟାଲେଞ୍ଜ ହେଉଛି କେବଳ ଏହି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଆମ୍ବ ମାର୍କେଟ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ଧକ୍କାରେ ଗୁରୁତର ଆହତ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମର ସରୋଜ କୁମାର ଦାସ ବୋଲି ଜଣାପଡିଛି। ସେ ବ୍ରହ୍ମପୁର ସହରରେ ଦିନ ମଜୁରିଆ ଭାବେ କାମ ସାରି ନିଜ ଗାଁ କୁ ଫେରୁଥିବା ବେଳେ ନିକଟସ୍ଥ ଏକ ଆପାର୍ଟମେଣ୍ଟ ନିକଟରେ ପିକ୍ ଅପ୍ ଭ୍ୟାନ ଧକ୍କା ଦେଇ ଘଟଣାସ୍ଥଳରୁ ଭ୍ୟାନ ଚାଳକ ଫେରାର୍ ହୋଇ ଯାଇଥିଲେ। ଖବର ପାଇ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ସରୋଜଙ୍କ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଜୟପୁରରେ ଆକ୍ରମଣକାରୀମାନେ ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣି ସେନାର ଜାତୀୟ ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ହତ୍ୟାକାରୀମାନେ ସିସିଟିଭି ଫୁଟେଜରେ ଗୁଳି ଚଳାଉଥିବା ବେଳେ ସିସିଟିଭି ଫୁଟେଜରେ କଏଦ ହୋଇଛି। ଆକ୍ରମଣକାରୀମାନେ ତାଙ୍କ ଉପରେ ଆକ୍ରମଣ କରୁଥିବାବେଳେ ସୁଖଦେବ ସିଂ ଗୋଗାମେଡି ବସିଥିଲେ। ଏହି ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜୟପୁର ପୋଲିସ କମିଶନର କହିଛନ୍ତି ଯେ, ବାହାରୁ ତିନି ଜଣ ଲୋକ ଆସିଥିଲେ। ତାଙ୍କୁ ଭେଟିବା ପାଇଁ କହିଥିଲେ। ୧୦ ମିନିଟ୍ କଥାବାର୍ତ୍ତା ପରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ସୁଖଦେବ ସିଂଙ୍କ ଅଙ୍ଗରକ୍ଷୀ ମଧ୍ୟ ଆହତ ହୋଇଛନ୍ତି। ନବୀନ ସିଂ ଶେଖୱାତ ନାମକ ଆକ୍ରମଣକାରୀଙ୍କ କ୍ରସ ଫାୟରିଂରେ ମୃତ୍ୟୁ ଘଟିଛି।

