Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ଡାକ୍ତର: ମୃତ୍ୟୁର ୩୬ ଘଣ୍ଟା ପୂର୍ବରୁ ଲେଖିଥିଲେ ଏଭଳି ମେସେଜ

ମୁମ୍ବାଇ: ସମଗ୍ର ଦେଶରେ କରୋନାର ସ୍ଥିତି ଚିନ୍ତାଜନକ। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। କରୋନା ସଂକ୍ରମଣରେ ଦେଶରେ ଅନେକ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଆଉ ଜଣେ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। ସାମାଜିକ ଗଣମାଧ୍ୟମରେ ଏକ ଭାବ ବିହ୍ଵଳ ମେସେଜ ଲେଖିବାର ୩୬ ଘଣ୍ଟା ପରେ ମୁମ୍ବାଇର ଏହି ଡାକ୍ତରଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସେବରୀ ଟିବି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୀଷା ଯାଦବ (୫୧)  କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତ୍ୟୁର ୩୬ ଘଣ୍ଟା ପୂର୍ବରୁ ଡା. ମନୀଷା ଫେସବୁକରେ ଏକ ଭାବବିହ୍ଵଳ ମେସେଜ ଲେଖିଥିଲ।

ସେ ରବିବାର ଦିନ ଫେସବୁକରେ ପୋଷ୍ଟ କରିଥିଲେ ଯେ, “ଏହା ଅନ୍ତିମ ଗୁଡ ମର୍ଣ୍ଣିଂ ମେସେଜ ହୋଇପାରେ, ଏହି ପ୍ଲାଟଫର୍ମରେ ମୋର ଆଉ ଆପଣମାନଙ୍କ ସହ ସାକ୍ଷାତ ହୋଇନପାରେ। ସମସ୍ତେ ନିଜର ଯତ୍ନ ନିଅନ୍ତୁ। ଶରୀର ମୃତ୍ୟୁ ହୁଏ, କିନ୍ତୁ ଆତ୍ମାର ମୃତ୍ୟୁ ନାହିଁ। ଆତ୍ମା ସବୁବେଳେ ଆମର ରୁହେ।”

ତେବେ ଏହି ମେସେଜର ଠିକ ୩୬ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଫେସବୁକରେ ଏହି ମେସେଜ ପଢି ଲୋକ ଏବେ ବହୁତ ପ୍ରତିକ୍ରିୟା ରଖୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ଦର ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ: ଜାଣନ୍ତୁ କେତେ ଟଙ୍କାରେ ମିଳିବ କୋଭିସିଲ୍ଡ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟୀକାର ଦର ଧାର୍ଯ୍ୟ କରାଯାଇଛି। ଖୋଲା ବଜାରରେ ଟୀକା ବିକ୍ରି ପାଇଁ ସେରମ ଇନଷ୍ଟିଚ୍ୟୁଟ ଦର ଧାର୍ଯ୍ୟ କରିଛି। ତେବେ ରାଜ୍ୟ ସରକାରଙ୍କ ପାଇଁ ଏହି ଟୀକାର ମୂଲ୍ୟ ୪ ଶହ ଟଙ୍କା ରଖାଯାଇଥିବା ବେଳେ ଘରୋଇ ହସ୍ପିଟାଲ ପାଇଁ ୬ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସରକାର ପକ୍ଷରୁ ଟୀକା ପାଇଁ ଏକ ନୂଆ ନିୟମ ଜାରି କରାଯାଇଥିଲା। ଏହି ନିୟମ ଅନୁଯାୟୀ, ଆସନ୍ତା ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ମିଳିବା ପାଇଁ କେନ୍ଦ୍ର ଘୋଷଣା କରିଥିଲା। ଖୋଲା ବଜାରରେ ଟୀକା ମିଳିବା ସହ ଟୀକା ଉତ୍ପାଦକ ମାନେ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲକୁ ୫୦ ପ୍ରତିଶତ ପ୍ରଦାନ କରିବେ ବୋଲି କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୫୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ନୂଆପଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ କଟକ ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଏବଂ ସୁଦରଗଡ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଆଜି ନୂଆପଡା ଜିଲ୍ଲାର ୨ ଜଣ ମୃତକଙ୍କ ମଧ୍ୟରୁ  ଜଣେ ୬୬ ବର୍ଷିୟା ମହିଳାଙ୍କ ମୃତ୍ୟୁ ହିଥିବା ବେଳେ ଅନ୍ୟ ଜଣେ ୫୫ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିଭଳି କଟକ ଜିଲ୍ଲାରୁ ଜଣେ ୭୩ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ୫୫ ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ୪୦ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୯ ହଜାର ୩୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୯୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସ୍ବାସ୍ଥ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଂଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି।

ବିଗତ ଦୁଇ ଦିନ ଧରି ଦୈନିକ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଡାମନ୍ ଆଣ୍ଡ୍ ଡିଉ ଓ ଦାଦ୍ରା ଆଣ୍ଡ୍ ନଗର ହାଭେଲି କେନ୍ଦ୍ର ଶାସିତ ଅଂଚଳକୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ୭୦୦ ଟନ୍ ଅକ୍ସିଜେନ୍‌କୁ ସ୍ୱତନ୍ତ୍ର ଟ୍ୟାଙ୍କର୍ ଜରିଆରେ ବିନା ମୂଲ୍ୟରେ ପରିବହନ କରାଯାଉଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅତିକମ୍‌ରେ ୭୦,୦୦୦ ଅତି ଗୁରୁତର କୋଭିଡ୍‌-୧୯ ରୋଗୀଙ୍କ ଦୈନିକ ଆବଶ୍ୟକତା ପୂରଣ କରିବାକୁ ଏହି ଅକ୍ସିଜେନ୍ ଯଥେଷ୍ଟ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସିଏସ୍‌ଆର୍ ଅଭିଯାନ ଅଂଶସ୍ୱରୂପ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ବିଯୁକ୍ତ ୧୮୩ ଡିଗ୍ରି ସେଲ୍‌ସିଅସ୍‌ରେ ବିନା ମୂଲ୍ୟରେ ସ୍ୱତନ୍ତ୍ର ଟ୍ୟାଙ୍କର ଜରିଆରେ ଅକ୍ସିଜେନ୍ ପରିବହନ କରାଯାଉଛି। ପୂର୍ବରୁ ଜାମନଗର ରିଫାଇନାରିରେ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ ହେଉନଥିଲା ଏବଂ ଶିଳ୍ପ ଗ୍ରେଡ୍‌ର ଅକ୍ସିଜେନ୍ ଅଶୋଧିତ ତୈଳରୁ ପେଟ୍ରୋଲ୍‌, ଡିଜେଲ୍ ଓ ଜେଟ୍ ଇନ୍ଧନ ଆଦି ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲା। ମାତ୍ର ଦେଶରେ କୋଭିଡ୍‌-୧୯ ମାମଲରେ ଘଟିଥିବା ବୃଦ୍ଧି ଯୋଗୁଁ ଅକ୍ସିଜେନ୍ ଚାହିଦା ବୃଦ୍ଧି ପାଇବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଶିଳ୍ପ ପାଇଁ ବ୍ୟବହାର ହେବାକୁ ଥିବା ଅକ୍ସିଜେନ୍‌କୁ ନେଇ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ କରିବା ଲାଗି ଉପକରଣ ସ୍ଥାପନ କରାଯିବା ସହ ବ୍ୟବସ୍ଥା ବିକଶିତ କରାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକରୁ ଚାହିଦା ଆସିଲେ କଂପାନି ସେମାନଙ୍କୁ ମଧ୍ୟ ମେଡିକାଲ୍ ମାନର ଅକ୍ସିଜେନ୍ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି। କମ୍ପାନୀ ଏହାର ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କ୍ଷମତାକୁ ଦୈନିକ ୧୦୦୦ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା ରଖିଥିବା ଜଣାପଡିଛି।

ଦେଶରେ କୋଭିଡ୍ ମୁକାବିଲାରେ ସହଯୋଗର ହାତ ବଢାଇଥିବା ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଏହା ପୂର୍ବରୁ ଦେଶର ପ୍ରଥମ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍‌କୁ ବ୍ରିହାନମୁମ୍ବାଇ ମୁନିସପାଲ୍ କର୍ପୋରେସନ (ବିଏମ୍‌ସି) ସହଯୋଗରେ ମୁମ୍ବାଇ ଠାରେ ସ୍ଥାପନ କରାଯାଇଥିଲା। ଏହା ପରେ ମହାରାଷ୍ଟ୍ରର ଲୋଧିଭାଲି ଠାରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥ ଥିବା ଆଇସୋଲେସନ ୱାର୍ଡ ସ୍ଥାପନ କରାଯାଇଥିବା ବେଳେ ମୁମ୍ବାଇର ସ୍ପନ୍ଦନ ହୋଲିଷ୍ଟିକ୍ ମଦର ଆଣ୍ଡ୍ ଚାଇଲଡ୍ କେୟାର ହସ୍ପିଟାଲ୍‌ରେ କ୍ୱାରାଂଟାଇନ୍ ୱାର୍ଡର ବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ ରୋଗୀଙ୍କ ପ୍ଲାଜମା ଥେରାପି ଲାଗି ଶ୍ରୀ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍‌କୁ ଆଇସିଏମ୍‌ଆର୍ ପକ୍ଷରୁ ଚିହ୍ନଟ କରାଯାଇଥିଲା।

ସେହଭଳି ଭାରତର କୋଭିଡ୍ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଁ ରିଲାଏନ୍ସ ଲାଇଫ୍ ସାଇନ୍ସେସ୍ ପରୀକ୍ଷଣ କିଟ୍ ଉପଲବ୍ଧ କରାଉଥିବା ବେଳେ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ରିଲାଏନ୍ସ ଦୈନିକ ଏକ ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ଏବଂ ମାସ୍କ ଉତ୍ପାଦନ କରୁଛି। କମ୍ପାନୀ ପକ୍ଷରୁ ଓଡିଶା ସମେତ ଦେଶର ୨୧ ଟି ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଂଚଳରେ ମିଶନ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମରେ ୬୭ ଲକ୍ଷରୁ ଅଧିକ ମାସ୍କ ବଂଟନ କରାଯାଇଛି। ଗତବର୍ଷ ଲକ୍‌ଡାଉନ୍ ସମୟରେ ଜରୁରୀକାଳୀନ ସେବା ଅବ୍ୟାହତ ରଖିବା ପାଇଁ ଦେଶର ୧୮ ଟି ରାଜ୍ୟର ୨୪୯ ଜିଲ୍ଲାରେ ୧୪୦୦୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସକୁ ରିଲାଏନ୍ସ ପକ୍ଷରୁ ୫.୫ ଲକ୍ଷ ଲିଟର ମାଗଣା ଇନ୍ଧନ ଯୋଗାଇ ଦିଆଯାଇଥିଲା। ଏଥିସହିତ ମିଶନ ଅନ୍ନସେବା ଜରିଆରେ ୫.୫ କୋଟି ଭୋଜନ ଦେଶର ୮୦ ଟି ଜିଲ୍ଲାରେ ପ୍ରଦାନ କରାଯାଇଥିଲା। ପିଏମ୍ କେୟାର ପାଣ୍ଠି ସମେତ ବିଭିନ୍ନ ରିଲିଫ୍ ପାଣ୍ଠିକୁ ରିଲାଏନ୍ସ ପକ୍ଷରୁ ୫୫୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାତିଲ ହେଲା ଦଶମ ପରୀକ୍ଷା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣକୁ ଦେଖି ଆଜି ରାଜ୍ୟ ସରକାର ଦଶମ ପରୀକ୍ଷାକୁ ବାତିଲ କରିଛନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଥିଲା। କିନ୍ତୁ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ହେଲେ ଆଜି ଏହାକୁ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବାତିଲ କରିଛନ୍ତି। ତତସହିତ ମଦ୍ରେସା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ବୋର୍ଡ ନିର୍ଦ୍ଧାରଣ କରିବ। ଯଦି ଏହି ଫଳାଫଳରେ କୌଣସି ଛାତ୍ରଛାତ୍ରୀ ଅସହମତି ପ୍ରକାଶ କରନ୍ତି, ତେବେ ସେମାନେ ଆଗାମୀ ଦିନରେ ପରୀକ୍ଷା ଦେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୪ ହଜାର ୮୫୧ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୮୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୦୩୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୯ ହଜାର ୩୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୯୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୦୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୧୬ ଜଣ, ଅନୁଗୁଳ ୧୧୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୫୨ ଜଣ, ବରଗଡ ଜିଲ୍ଲାରୁ ୩୧୮ ଜଣ, ଭଦ୍ରକ ଜିଲ୍ଲାରୁ ୭୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨୨୭ ଜଣ, ବୌଦ୍ଧ ଜିଲ୍ଲାରୁ ୨୨ ଜଣ, କଟକ ୩୦୪ ଜଣ, ଦେବଗଡ ଜିଲ୍ଲାରୁ ୩୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୧ ଜଣ, ଗଜପତି ଜିଲ୍ଲାରୁ ୩୫ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୯ ଜଣ, ଯାଜପୁର ଜିଲ୍ଲାରୁ ୬୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୯୦ ଜଣ, କଳାହାଣ୍ଡିରୁ ୭୯ ଜଣ, କନ୍ଧମାଳ ଜିଲ୍ଲାରୁ ୨୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୮ ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୬ ଜଣ, କୋରାପୁଟ ଜିଲ୍ଲାରୁ ୬୨ ଜଣ, ମାଲକାନାଗିରି ଜିଲ୍ଲାରୁ ୩୧ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭୮ ଜଣ, ନବରଂଗପୁର ଜିଲ୍ଲାରୁ ୧୯୪ ଜଣ, ନୟାଗଡ ଜିଲ୍ଲାରୁ ୬୬ ଜଣ, ନୂଆପଡା ଜିଲ୍ଲାରୁ ୪୮୬ ଜଣ, ପୁରୀ ଜିଲ୍ଲାରୁ ୨୨୩ ଜଣ, ରାୟଗଡା ଜିଲ୍ଲାରୁ ୮୫ ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୧ ଜଣ, ସୋନପୁର ଜିଲ୍ଲାରୁ ୯ ଜଣ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୯୫ ହଜାର ୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫୬ ଲକ୍ଷ ୧୬ ହଜାର ୧୩୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ୭୬ ହଜାର ୩୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୧ ଲକ୍ଷ ୫୭ ହଜାର ୫୩୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା: ବନ୍ଦ ରହିବ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ। ଅଞ୍ଚଳର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ୱାର ଆଦି ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଧର୍ମାନୁଷ୍ଠାନ ଭିତରେ କେବଳ ରୀତିନୀତି ଅନୁଯାୟୀ ସୀମିତ ପୂଜକ ମାନେ ପୂଜା କରିପାରିବେ। ସମସ୍ତ ପୂଜକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରକ୍ଷାକରିବେ ଏବଂ ବାରମ୍ବାର ହାତ ସାନିଟାଇଜ କରିବେ। ସମସ୍ତ ଧର୍ମାନୁଷ୍ଠାନର କମିଟିମାନଙ୍କ ଦ୍ୱାରା ଧର୍ମାନୁଷ୍ଠାନ ଗୁଡିକରେ ପୂଜକମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ ଏବଂ ପ୍ରବେଶ ପଥରେ ହାତ ସାନିଟାଇଜ କରିବା ବ୍ୟବସ୍ଥା ଉପଲବ୍ଧ କରେଇବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ଯଦି କୌଣସି ବ୍ୟକ୍ତି ଉକ୍ତ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଦଫା ୫୧ ଏବଂ ୬୦ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଅଛି।

ସୂଚନାଥାଉକି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଭୁବନେଶ୍ୱର ମହାନଗର ନିଗମ ସହରର ସମସ୍ତ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଘୋଷଣା କରିଥିଲେ।

Categories
ଧର୍ମ ବିଶେଷ ଖବର

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି ଜାଣନ୍ତୁ

ଭୁବନେଶ୍ବର, ଚୈତ୍ର ଶୁକ୍ଲ ନବମୀ ତିଥିକୁ ସାଧାରଣତଃ ରାମ ନବମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ହିନ୍ଦୁ ପୂଜା ପଦ୍ଧତିରେ ରାମ ନବମୀ ଏକ ପବିତ୍ର ତଥା ଗୁରତ୍ବ ଦିବସ ଭାବେ ପାଳନ କରାଯାଏ। ଏଙି ଦିନ ରାମ ଭକ୍ତମାନେ ସାରା ଦିନ ଉପବାସ ପାଳନ କରିଥାନ୍ତି। ତେବେ ଏହି ପୂଜା କିପରି କରାଯିବ, କେମିତି କରିବେ ସେ ନେଇ କିଛି ତଥ୍ୟ ଉପସ୍ଥାପନ କରୁଛୁ।

* ସର୍ବପ୍ରଥମେ, ସ୍ନାନ କର ଏବଂ ପବିତ୍ର ହୁଅ ଏବଂ ପୂଜାପାଠ ସାମଗ୍ରୀ ସହିତ ପୂଜା ସ୍ଥାନରେ ବସ ।

* ପୂଜାରେ ତୁଳସୀ ପତ୍ର ଏବଂ ପଦ୍ମ ଫୁଲ ରହିବା ଜରୁରୀ ।

* ଶୋଦଶୋପଚରର ସମସ୍ତ ଉପାଦାନ ସହିତ ଶ୍ରୀ ରାମ ନବମୀଙ୍କୁ ପୂଜା କରନ୍ତୁ ।

* ଶ୍ରୀ ରାମଙ୍କର ପ୍ରିୟ ପଦାର୍ଥର ଖିର ଏବଂ ଫଳ-ମୂଳକୁ ପ୍ରସାଦ ଭାବରେ ପ୍ରସ୍ତୁତ କରନ୍ତୁ ।

* ପୂଜା ପରେ, ଘରର କନିଷ୍ଠ ମହିଳା କିମ୍ବା ଝିଅ ଘରର ସମସ୍ତ ଲୋକଙ୍କ କପାଳରେ ତିଲକ ଲଗାଇବା ଉଚିତ୍ ।

ଏଠାରେ ପୂଜା ପଦ୍ଧତି ବିଷୟରେ ବିସ୍ତୃତ ଭାବରେ ଶିଖନ୍ତୁ

ସକାଳୁ ଉଠି ନିୟମିତ କାମ କର, ସ୍ନାନ କର । ପରିଷ୍କାର ପୋଷାକ ପିନ୍ଧି ପୂଜା ଘରକୁ ସଫା କର । ସମସ୍ତ ସାମଗ୍ରୀ ସଂଗ୍ରହ କରି ପିଢା କିମ୍ବା ଆସନ ଉପରେ ବସ । କାଠ ପଟା ବା ପିଢା ଉପରେ ଏକ ନାଲି କପଡା ରଖନ୍ତୁ । ଏହା ଉପରେ ଶ୍ରୀ ରାମଙ୍କର ପ୍ରତିମା ସ୍ଥାପନ କରନ୍ତୁ । ଶ୍ରୀରାମ ପରିବାର ଚିତ୍ରକୁ ମଧ୍ୟ ରଖିପାରିବେ। ଶ୍ରୀ ରାମଙ୍କର ପୁରା ପରିବାର, ଯେଉଁଥିରେ ହନୁମାନ ଚାରି ଭାଇଙ୍କ ସହିତ ସୀତା ମଧ୍ୟ ଦୃଶ୍ୟମାନ ହେଉଥିବେ।

ପୂଜା ପଦ୍ଧତି

ପ୍ରଥମେ ନିମନ୍ତ୍ରଣ: –

ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କୁ ମନେ ମନେ ଡାକନ୍ତୁ: – ଜୟଶ୍ରୀରାମ କହିପାରିବେ

ହାତରେ ଫୁଲ ଏବଂ ଚନ୍ଦନ ସହିତ ଭଗବାନ ରାମଙ୍କୁ ଭକ୍ତିରେ ଉତ୍ସର୍ଗ କରନ୍ତୁ ।

ଫୁଲରୁ ପାଣି ନେଇ ଶ୍ରୀ ରାମଙ୍କ ପାଦ ଧୋଇବା ପାଇଁ ପାଣି ଉତ୍ସର୍ଗ କରନ୍ତୁ ।

ଫୁଲରୁ ପାଣି ନେଇ ଶ୍ରୀ ରାମଙ୍କୁ ପବିତ୍ରତା ପାଇଁ ଜଳ ଅର୍ପଣ କରନ୍ତୁ।

ଏକ ଚାମଚରେ କ୍ଷୀର ଏବଂ ମହୁ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ।

ଫୁଲ ସହିତ ଗାଧୋଇବା ପାଇଁ ଶ୍ରୀ ରାମଙ୍କୁ ଜଳ ଉତ୍ସର୍ଗ କରନ୍ତୁ ।

ପଞ୍ଚାମୃତ ସ୍ନାନ: –

ଦୁଗ୍ଧ ସ୍ନାନ- ଫୁଲ ସହିତ କ୍ଷୀର ସ୍ନାନ ପାଇଁ, ଶ୍ରୀ ରାମ ଜୀଙ୍କୁ କ୍ଷୀର ଉତ୍ସର୍ଗ କରନ୍ତୁ, ଏବଂ ପରେ ଶୁଦ୍ଧ ପାଣି ଦିଅନ୍ତୁ ।

ଦହି ସ୍ନାନ- ଫୁଲ ସହିତ ଦହି ସ୍ନାନ ପାଇଁ ଶ୍ରୀରାଙ୍କୁ ଦହି ଉତ୍ସର୍ଗ କରନ୍ତୁ; ଏହା ପରେ, ଶୁଦ୍ଧ ଜଳ ଉତ୍ସର୍ଗ କରନ୍ତୁ ।

ଘୃତ ସ୍ନାନ- ଫୁଲ ସହିତ ଘିଅ ସ୍ନାନ ପାଇଁ ଶ୍ରୀରାମଙ୍କୁ ଘିକୁ ଉତ୍ସର୍ଗ କରନ୍ତୁ; ଏହା ପରେ, ଶୁଦ୍ଧ ଜଳ ଉତ୍ସର୍ଗ କରନ୍ତୁ ।

ମଧୁ ସ୍ନାନ- ଫୁଲ ସହିତ ମହୁ ସ୍ନାନ ପାଇଁ ଶ୍ରୀ ରାମଜୀଙ୍କ ମହୁ ଉତ୍ସର୍ଗ କରନ୍ତୁ; ଏହା ପରେ, ଶୁଦ୍ଧ ଜଳ ଉତ୍ସର୍ଗ କରନ୍ତୁ ।

ଶର୍କରା ସ୍ନାନ – ଫୁଲ ସହିତ ଶର୍କରା ସ୍ନାନ ପାଇଁ ଶ୍ରୀରାମଙ୍କୁ ଶର୍କରା ଉତ୍ସର୍ଗ କରନ୍ତୁ ।

ଶୁଦ୍ଧୋଦକ ସ୍ନାନ- ଫୁଲରୁ ଶୁଦ୍ଧ ପାଣି ନିଅ ଏବଂ ଶୁଦ୍ଧୋଦକ ସ୍ନାନ କରିବା ପାଇଁ ଶ୍ରୀ ରାମଙ୍କୁ ଜଳ ଉତ୍ସର୍ଗ କରନ୍ତୁ ।

ବସ୍ତ୍ର ପରିଧାନ: – ହାତରେ ହଳଦିଆ କପଡା ଧରି ଶ୍ରୀରାମଙ୍କୁ ପୋଷାକ ସମର୍ପଣ କରନ୍ତୁ ।

ସୁବାସ ଅର୍ପଣ: – ହାତରେ ଅତର ଧରି ମନ୍ତ୍ର ଜପ କରି ଶ୍ରୀରାମଙ୍କୁ ଉତ୍ସର୍ଗ କରନ୍ତୁ । ଗଂନ୍ଧ ସର୍ମପାୟାମି

ଫୁଲ: – ହାତରେ ଫୁଲ ଏବଂ ତୁଳସୀ ପତ୍ର ଧରି ଫୁଲ ଏବଂ ତୁଳସୀ ପତ୍ରକୁ ଶ୍ରୀ ରାମଙ୍କୁ ଉତ୍ସର୍ଗ କରନ୍ତୁ ।

ଅଙ୍ଗ ପୂଜା: – ଶ୍ରୀ ରାମ ଜୀଙ୍କର ବିଭିନ୍ନ ଅଂଶ ପାଇଁ ଅକ୍ଷତ ଏବଂ ଫୁଲ ସହିତ ବାମ ହାତରେ ମନ୍ତ୍ର ଜପ କରି, ଅକ୍ଷତଙ୍କୁ ଟିକେ ଦିଅନ୍ତୁ

ଏସବୁ ପରେ ଭୋଗ ପୂଜା କରି ସମସ୍ତଙ୍କୁ ପ୍ରସାଦ ବାଣ୍ଟି ଦିଅନ୍ତୁ। ଯଦି ରାମଚରିତ ମାନସ ପଠନ କରିବାକୁ ଚାହାଁନ୍ତି ତେବେ ଏହି ଦିନ କରିବା ସବୁଠାରୁ ବେଶ ଉପାଦେୟ ଅଟେ।

Categories
ଧର୍ମ ବିଶେଷ ଖବର

ଆଜି ଏପ୍ରିଲ 21 ତାରିଖ ବୁଧବାର ରାମ ନବମୀରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ ।

ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ।

ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଅଧସ୍ତନମାନଙ୍କ ସହାୟତା ପାଇବେ। ଟଙ୍କା ପାଇବା ସହଜ ହେବ। ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ବ୍ୟସ୍ତ ରହିବେ। ଜୀବନ ଖୁସି ହେବ।

କର୍କଟ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା ଚିତ୍ତାକର୍ଷକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ରୋଜଗାର ବୃଦ୍ଧି ପାଇବ। ଚାକିରିର ପଦୋନ୍ନତି ସମ୍ଭବ। ଟଙ୍କା ପାଇବା ସହଜ ହେବ। ଉତ୍ସାହର ସହିତ କାମ କରିବାକୁ ସମର୍ଥ ହେବେ। ଭଲ ଖବର ଗ୍ରହଣ କରାଯିବ।

ସିଂହ- ଅତିଥିମାନେ ଆଜି ଘରେ ପହଞ୍ଚିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ରହିବ । ରିସ୍କ ନେବାକୁ ସାହସ କରିବେ। ଅନାବଶ୍ୟକ ଖର୍ଚ୍ଚ ହେବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ରହିବ। ନୂତନ ବନ୍ଧୁ ସୃଷ୍ଟି ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବିପଦ ଆସିପାରେ। 

କନ୍ୟା- ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ଆଶା। ଅଂଶୀଦାରମାନଙ୍କ ସହଯୋଗ ମିଳିବ। ବ୍ୟବସାୟ ପାଇଁ ଏକ ବଡ ଡିଲ୍ କରିପାରିବେ। ପ୍ରଗତିର ରାସ୍ତା ପକ୍କା ହେବ। ରୋଜଗାର ବୃଦ୍ଧି ପାଇବ। ବାଣିଜ୍ୟ-ବ୍ୟବସାୟରେ ଅନୁକୂଳ ଆଗ୍ରହ ରହିବ। ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କ ସହିତ ଆସିବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ତତ୍ପରତା ହୁଅନ୍ତୁ ନାହିଁ ।

ତୂଳା- ଆଘାତ ଏବଂ ଦୁର୍ଘଟଣା କ୍ଷତି ହୋଇପାରେ, ଯନ୍ତ୍ରଣା ଦେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବିବାଦକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ, ଦୁଃଖ ଆସିପାରେ। ଅଂଶୀଦାରମାନଙ୍କ ସହିତ ମତ ପାର୍ଥକ୍ୟ ହୋଇପାରେ। ଶାରୀରିକ ଆରାମ ମିଳିବ। ଆୟରେ ନିଶ୍ଚିତତା ରହିବ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ ।

ବିଛା- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟି ଏବଂ ପିକନିକ୍ ଆୟୋଜନ କରାଯାଇ ପାରିବ। ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ଜୀବନ ଖୁସି ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ବକ୍ତବ୍ୟରେ ନିୟନ୍ତ୍ରଣ ଆବଶ୍ୟକ। ମନଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ। ଚାକିରିରେ କୈଣସି ନୂତନ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଲଜ୍ଜିତ ହୁଅନ୍ତୁ ନାହିଁ। ଶତ୍ରୁମାନେ ପରାସ୍ତ ହେବେ।

ଧନୁ- ଖରାପ ଖବର ଗ୍ରହଣ କରାଯାଇପାରେ। ଉତ୍ସାହର ଅଭାବ ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଦୈଡ଼ ଅଧିକ ହେବ। ଘର-ପାରିବାରିକ ଚିନ୍ତାଧାରା ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆୟରେ ନିଶ୍ଚିତତା ରହିବ।

ମକର- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ । ପରିବାରର ସହାୟତା ପାଇବାରେ ସୁଖ, ଉତ୍ସାହ ଏବଂ ସନ୍ତୁଷ୍ଟତା ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ। ଆଇନଗତ ପ୍ରତିବନ୍ଧକ ହଟାଯିବ।

କୁମ୍ଭ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଉତ୍ସାହ ବୃଦ୍ଧି ପାଇବ। ଆୟର ନୂତନ ମାଧ୍ୟମ ମିଳିବ। ରୋଜଗାର ସହଜ ହେବ। ଘର ବାହାରେ ସୁଖ ମିଳିବ ।

ମୀନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ। ଆପଣଙ୍କର ନିଜସ୍ବ ବୁଦ୍ଧି ବ୍ୟବହାର କରନ୍ତୁ। ଚାକିରୀର କ୍ଷେତ୍ରରେ ପ୍ରଭାବ ବୃଦ୍ଧି ଘଟିବ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ବନ୍ଦ କାର୍ଯ୍ୟ ଆରମ୍ଭ ହେବ

ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ।

ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ରାମ ନବମୀରେ ମିଳିବ ଲାଭ ସୁଯୋଗ

ସିଂହ- ଅତିଥିମାନେ ଆଜି ଘରେ ପହଞ୍ଚିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ରହିବ । ରିସ୍କ ନେବାକୁ ସାହସ କରିବେ। ଅନାବଶ୍ୟକ ଖର୍ଚ୍ଚ ହେବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ।

ମକର- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ । ପରିବାରର ସହାୟତା ପାଇବାରେ ସୁଖ, ଉତ୍ସାହ ଏବଂ ସନ୍ତୁଷ୍ଟତା ରହିବ।

Categories
ଆଜିର ଖବର ଧର୍ମ

ରାମ ନବମୀରେ ଏହି ରାଶିର ବ୍ୟକ୍ତିଙ୍କ ପୁଂଜି ନିବେଶ ଶୁଭ ହେବ

କୁମ୍ଭ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।

ମୀନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ବୁଧବାରରେ ନିଜ ବକ୍ତବ୍ୟରେ ରଖନ୍ତୁ ନିୟନ୍ତ୍ରଣ

ବିଛା- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟି ଏବଂ ପିକନିକ୍ ଆୟୋଜନ କରାଯାଇ ପାରିବ। ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ଜୀବନ ଖୁସି ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ବକ୍ତବ୍ୟରେ ନିୟନ୍ତ୍ରଣ ଆବଶ୍ୟକ।

ଧନୁ- ଖରାପ ଖବର ଗ୍ରହଣ କରାଯାଇପାରେ। ଉତ୍ସାହର ଅଭାବ ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଦୈଡ଼ ଅଧିକ ହେବ। ଘର-ପାରିବାରିକ ଚିନ୍ତାଧାରା ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ପ୍ରଗତିର ରାସ୍ତା ହେବ ପକ୍କା

କନ୍ୟା- ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ଆଶା। ଅଂଶୀଦାରମାନଙ୍କ ସହଯୋଗ ମିଳିବ। ବ୍ୟବସାୟ ପାଇଁ ଏକ ବଡ ଡିଲ୍ କରିପାରିବେ। ପ୍ରଗତିର ରାସ୍ତା ପକ୍କା ହେବ। ରୋଜଗାର ବୃଦ୍ଧି ପାଇବ। ବାଣିଜ୍ୟ-ବ୍ୟବସାୟରେ ଅନୁକୂଳ ଆଗ୍ରହ ରହିବ।

ତୂଳା- ଆଘାତ ଏବଂ ଦୁର୍ଘଟଣା କ୍ଷତି ହୋଇପାରେ, ଯନ୍ତ୍ରଣା ଦେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବିବାଦକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ, ଦୁଃଖ ଆସିପାରେ।

Categories
ଆଜିର ଖବର ଧର୍ମ

ରାମ ନବମୀରେ ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ଅନୁକୂଳ ହେବ

ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଅଧସ୍ତନମାନଙ୍କ ସହାୟତା ପାଇବେ। ଟଙ୍କା ପାଇବା ସହଜ ହେବ।

କର୍କଟ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା ଚିତ୍ତାକର୍ଷକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ରୋଜଗାର ବୃଦ୍ଧି ପାଇବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସଫଳତା ଓ ପେଶାଦାର ମନୋଭାବକୁ ବେଶ ପ୍ରଶଂସା କରିଛନ୍ତି । ସାମର୍ଥ୍ୟ, ସଂସାଧନ ଓ ସେବା ଭାବ ଆମ ଟିକା ଉଦ୍ୟୋଗର ସବୁଠାରୁ ବଡ ଶକ୍ତି । ଏହା ସେମାନଙ୍କୁ ବିଶ୍ୱରେ ଭ୍ୟାକ୍ସିନ ଲିଡର ବନାଇଛି ।

ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ଦକ୍ଷତା ଉପରେ ଭରସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସରକାର ମଇ ୧ରୁ ସମସ୍ତ ସାବାଳକଙ୍କ ଟିକାକରଣ କାର‌୍ୟ୍ୟକ୍ରମକୁ ଅନୁମତି ଦେଇଛନ୍ତି । ଏହି ଟିକାକରଣ ପାଇଁ କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଉତ୍ପାଦନ କ୍ଷମତା ବଢାଇବାକୁ ସେ ଅନୁରୋଧ କରିଛନ୍ତି । ନୂଆ ଟିକା ବିକଶିତ କରିବା ପାଇଁ ବୈଜ୍ଞାନିକମାନେ ଜାରି ରଖିଥିବା ଗବେଷଣା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ । ଖୁବ କମ ସମୟ ମଧ୍ୟରେ ଟିକା ବିକାଶ ଓ ଉତ୍ପାଦନ କରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଦେଇଛନ୍ତି ।

ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନ ସବୁଠାରୁ ଶସ୍ତା ବୋଲି କହିବା ସହ ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଟିକା ବିକାଶ ଓ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ ଦେଶ ଲଗାତର ମିଶନ କୋଭିଡ ସୁରକ୍ଷା ଅନୁଯାୟୀ ସରକାରୀ- ଘରୋଇ ଭାଗିଦାରୀ ପାଇଁ ଉଦ୍ୟମ କରୁଥିଲା ଓ ଆରମ୍ଭରୁ ଶେଷ ଯାଏଁ ଟିକା ବିକାଶର ଇକୋସିଷ୍ଟମ ବଜାୟ ରଖିଥିଲା ।

ସରକାର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ଲଜିଷ୍ଟିକ ସହାୟତା ସୁନିଶ୍ଚିତ କରିବା ସହ ଟିକା ଅନୁମତି ପ୍ରକ୍ରିୟାକୁ ସଅଳ ଓ ବିଜ୍ଞାନସମ୍ମତ କରିବାକୁ ପଦକ୍ଷେପ ନେଇଥିଲେ । ଏବେ ଟ୍ରାଏଲ ପର‌୍ୟ୍ୟାୟରେ ଥିବା ଟିକାଗୁଡିକର ସରଳ ଅନୁମତି ପ୍ରକ୍ରିୟା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର କୋଭିଡ- ୧୯ ବିରୋଧୀ ଲଢେଇରେ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ଆଗାମୀ ଦିନରେ ଟିକାକରଣ ଅଭିଯାନରେ ବେସରକାରୀ କ୍ଷେତ୍ର ଆହୁରି ସକ୍ରିୟ ଭୂମିକା ଆପଣାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ଡାକ୍ତରଖାନା ଓ କାରଖାନା ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣକୁ ଅନୁମତି ପ୍ରଦାନ ପାଇଁ ସରକାରଙ୍କ ନିଷ୍ପତ୍ତି ଓ ଅଧିକ ପ୍ରୋତ୍ସାହନ ତଥା ନମନୀୟତା ପ୍ରଦାନ ପାଇଁ ନେଇଥିବା ପଦକ୍ଷେପ ପାଇଁ ଟିକା ପ୍ରସ୍ତୁତକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଟିକାର ବିକାଶ ଓ ଉତ୍ପାଦନ ପାଇଁ ଭାରତ ସରକାରଙ୍କ ଠାରୁ ମିଳିଥିବା ସମର୍ଥନ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ଉତ୍ପାଦନ ବୃଦ୍ଧି, ଆସିବାକୁ ଥିବା ଟିକା ଓ ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ମହାମାରୀ ଉପରେ ଦେଶକୁ ସମ୍ବୋଧିତ କରି କଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମ୍ବୋଧନରେ ଯାହା କହିଲେ ତାହା ହେଲା..

ମୋର ପ୍ରିୟ ଦେଶବାସୀ, ନମସ୍କାର!

ଆଜି ଦେଶ କରୋନା ବିରୋଧରେ ବହୁତ ବଡ ଯୁଦ୍ଧ କରୁଛି। କିଛି ସପ୍ତାହ ପୂର୍ବରୁ, ଅବସ୍ଥା ସ୍ଥିର ହୋଇଯାଇଥିଲା ଏବଂ ପରେ ଏହା କରୋନାର ଦ୍ୱିତୀୟ ତରଙ୍ଗ ସୃଷ୍ଟି ହେଲା। ଆପଣମାନେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି, ମୁଁ ମଧ୍ୟ ସେହି ଯନ୍ତ୍ରଣାକୁ ଅନୁଭବ କରୁଛି । ଯେଉଁମାନେ ଅତୀତରେ ପ୍ରାଣ ହରାଇଛନ୍ତି, ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ମୋର ସମବେଦନା ଜଣାଉଛି। ପରିବାର ସଦସ୍ୟ ଭାବରେ, ମୁଁ ମଧ୍ୟ ଆପଣଙ୍କ ଦୁଃଖରେ ଜଡିତ ।

ସାଥୀ

ମୁଁ ସମସ୍ତ ଡାକ୍ତର, ଡାକ୍ତରୀ କର୍ମଚାରୀ, ପାରାମେଡିକାଲ୍ କର୍ମଚାରୀ, ଆମର ସମସ୍ତ ସ୍ୱଚ୍ଛତା ଭାଇଭଉଣୀ, ଆମ ଆମ୍ବୁଲାନ୍ସର ଡ୍ରାଇଭର, ଆମର ସୁରକ୍ଷା-ପୋଲିସ୍ କୁ ପ୍ରଶଂସା କରିବାକୁ ଚାହେଁ । କରୋନାର ପ୍ରଥମ ତରଙ୍ଗରେ ଆପଣମାନେ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ବଞ୍ଚାଇଛ । ଆଜି ଆପଣ ପୁନର୍ବାର ଏହି ସଙ୍କଟରେ ଦିନରାତି ବ୍ୟସ୍ତ ଅଛନ୍ତି, ଆପଣଙ୍କ ପରିବାର, ଆପଣଙ୍କ ଖୁସି, ଚିନ୍ତା ଏବଂ ଅନ୍ୟମାନଙ୍କ ଜୀବନ ରକ୍ଷା କରୁଛନ୍ତି ।

ସାଥୀ

ଏଥର କରୋନା ମାମଲା ବଢିବା ସହିତ ଦେଶର ଫାର୍ମା ସେକ୍ଟର ଔଷଧ ଉତ୍ପାଦନକୁ ବୃଦ୍ଧି କରିଛି।  ଆମେ ଭାଗ୍ୟବାନ ଯେ ଆମ ଦେଶରେ ଏପରି ଏକ ଶକ୍ତିଶାଳୀ ଫାର୍ମା ସେକ୍ଟର ଅଛି, ଯାହା ବହୁତ ଭଲ ଏବଂ ଦ୍ରୁତ ଔଷଧ ତିଆରି କରେ । ଏହା ସହିତ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି । କେତେକ ସହରରେ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଏବଂ ବଡ଼ କୋଭିଡ ଡାକ୍ତରଖାନା ନିର୍ମାଣ କରାଯାଉଛି।

ପୂର୍ବରୁ କରୋନାର ନିର୍ଦ୍ଦିଷ୍ଟ କିଛି ମେଡିକାଲ୍ ଭିତ୍ତିଭୂମି ନଥିଲା । ମନେରଖ, ଦେଶର ଅବସ୍ଥା କ’ଣ ଥିଲା? କରୋନା ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ଲ୍ୟାବ ନଥିଲା, PPE ର ଉତ୍ପାଦନ ନଥିଲା । ଏହି ରୋଗର ଚିକିତ୍ସା ପାଇଁ ଆମର କୈଣସି ନିର୍ଦ୍ଦିଷ୍ଟ ସୂଚନା ମଧ୍ୟ ନଥିଲା । କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏହି ଜିନିଷଗୁଡ଼ିକର ଉନ୍ନତି କରିଛୁ । ଆଜି ଆମର ଡାକ୍ତରମାନେ କରୋନା ଚିକିତ୍ସାର ବହୁତ ଭଲ ଚିକିତ୍ସା ହାସଲ କରିଛନ୍ତି, ସେମାନେ ଅଧିକରୁ ଅଧିକ ଜୀବନ ରକ୍ଷା କରୁଛନ୍ତି । ଆଜି ଆମ ପାଖରେ ପ୍ରଚୁର ପରିମାଣର PPE କିଟ୍, ଲ୍ୟାବ୍ର ଏକ ବୃହତ ନେଟୱାର୍କ ଅଛି ଏବଂ ଆମେ ନିରନ୍ତର ପରୀକ୍ଷା ସୁବିଧା ବୃଦ୍ଧି କରୁଛୁ ।

ସାଥୀ

ସମାଜର ପ୍ରୟାସ ଏବଂ ସେବାର ସଂକଳ୍ପ ସହିତ ଆମେ ଏହି ଯୁଦ୍ଧରେ ଜିତିବାକୁ ସମର୍ଥ ହେବା । ମୁଁ ମୋର ଯୁବ ସହକର୍ମୀମାନଙ୍କୁ ଅନୁରୋଧ କରୁଛି ଯେ ନିଜ ପଡ଼ୋଶୀ ଏବଂ ଆପାର୍ଟମେଣ୍ଟରେ ଛୋଟ କମିଟି ଗଠନ କରି ସେମାନଙ୍କୁ  କୋଭିଡ୍ ଅନୁଶାସନ ପାଳନ କରିବାରେ ସାହାଯ୍ୟ କରନ୍ତୁ । ଯଦି ଆମେ ଏହା କରିବା ତେବେ ସରକାରଙ୍କୁ ଏକ କଣ୍ଟେନମେଣ୍ଟ ଜୋନ୍ ତିଆରି କରିବାକୁ ପଡ଼ିବ ନାହିଁ କିମ୍ବା କର୍ଫ୍ୟୁ ଲାଗୁ ହେବ ନାହିଁ ଏବଂ ଲକଡାଉନ କରିବାର ମଧ୍ୟ ପ୍ରଶ୍ନ ଉଠୁନାହିଁ ।

ଆଜି ମୁଁ ମୋ ପିଲା ସାଙ୍ଗମାନଙ୍କୁ ବିଶେଷ ଭାବରେ ଗୋଟିଏ କଥା କହିବାକୁ ଚାହେଁ । ମୋ ପିଲା ବନ୍ଧୁ, ଘରେ ଏପରି ପରିବେଶ ସୃଷ୍ଟି କର ଯେ ବିନା କାମରେ, ବିନା କାରଣରେ ଲୋକମାନେ ଘରୁ ବାହାରକୁ ଦିଅ ନାହିଁ । ତୁମର ଜିଦ ବଡ଼ ଫଳାଫଳ ଆଣିପାରେ ।

ସାଥୀ

ଆଜିର ପରିସ୍ଥିତିରେ ଆମ ଦେଶକୁ ଲକଡାଉନ କରିବାକୁ ପଡିବ। ଶେଷ ବିକଳ୍ପ ଭାବରେ ଲକଡାଉନ୍ ବ୍ୟବହାର କରିବାକୁ ମୁଁ ମଧ୍ୟ ରାଜ୍ୟମାନଙ୍କୁ ଅନୁରୋଧ କରିଛି । ଲକଡାଉନ୍ ଏଡାଇବାକୁ କଠିନ ଚେଷ୍ଟା କରିବାକୁ ପଡିବ । ମାଇକ୍ରୋ କଣ୍ଟେନର ଜୋନ୍ ଉପରେ ଧ୍ୟାନ ଦିଆଯାଇଛି । ଆମେ ମଧ୍ୟ ଆମର ଅର୍ଥନୀତିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଆମ ଦେଶବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ।

ସାଥୀ

ଆଜି ନବରାତ୍ରୀଙ୍କର ଶେଷ ଦିନ । ଆସନ୍ତାକାଲି ରାମ ନବମୀ। ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ବାର୍ତ୍ତା ହେଉଛି ଯେ ଆମେ ଆଦର୍ଶ ପାଳନ କରିବା ଉଚିତ୍ । କରୋନାଙ୍କର ଏହି ସଙ୍କଟରେ, ଦୟାକରି କରୋନା କଟକଣାକୁ ଅନୁସରଣ କରନ୍ତୁ । ଆଜି ମଧ୍ୟ ପବିତ୍ର ରମଜାନ ମାସର ସପ୍ତମ ଦିନ । ରମଜାନ୍ ଆମକୁ ଧର୍ଯ୍ୟ, ଆତ୍ମ ନିୟନ୍ତ୍ରଣ ଏବଂ ଅନୁଶାସନ ଶିଖାଏ । କରୋନା ବିରୁଦ୍ଧରେ ଯୁଦ୍ଧ ଜିତିବା ପାଇଁ ଅନୁଶାସନ ମଧ୍ୟ ଆବଶ୍ୟକ ।

ଯେତେବେଳେ ଆବଶ୍ୟକ ହୁଏ ବାହାରକୁ ଯାଅ, କୋଭିଡ ଅନୁଶାସନକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରଷ ମୁଁ ପୁନର୍ବାର ଆପଣଙ୍କୁ ଏହି ଆଶ୍ୱାସନା ଦେଉଛି ଯେ ଆପଣଙ୍କର ସାହସ, ଧର୍ଯ୍ୟ ଏବଂ ଶୃଙ୍ଖଳା ସହିତ ଆଜିର ପରିସ୍ଥିତିକୁ ମୁକାବିଲା କରିବାକୁ ପଡିବ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର ସୁସ୍ଥ ରୁହନ୍ତୁ ଏବଂ ମୁଁ ଏହି ଇଚ୍ଛା ସହିତ ମୋର ବାର୍ତ୍ତା ଶେଷ କରୁଛି । ବହୁତ ଧନ୍ୟବାଦ !

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ତାଳଚେର ସାର କାରଖାନାକୁ ନେଇ କେନ୍ଦ୍ର କ୍ୟାବିନେଟରେ ନିଆଗଲା ବଡ ନିଷ୍ପତି

ନୂଆଦିଲ୍ଲୀ, ତାଳଚେର ସାରକାରଖାନା (ଟିଏଫଏଲ) ଦ୍ୱାରା କୋଇଲା ବାଷ୍ପୀକରଣ (କୋଲ ଗ୍ୟାସିଫିକେସନ) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି ।

ଉଦ୍ଦେଶ୍ୟ: ଦେଶରେ ରଣ କୌଶଳାତ୍ମକ ଊର୍ଜ୍ଜା ନିରାପତ୍ତା ନୀତି, ୟୁରିଆ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଓ ଦେଶରେ ଗଚ୍ଛିତ ଥିବା ବିପୁଳ କୋଇଲା ସମ୍ପଦକୁ ବିଚାରକୁ ନେଇ କେନ୍ଦ୍ର ସରକାର କୋଲ ଗ୍ୟାସିଫିକେସନ ବ୍ୟବସ୍ଥାରେ ୟୁରିଆ ଉତ୍ପାଦନ କରିବାକୁ ତାଳଚେର କାରଖାନାକୁ ଅନୁମତି ଦେବାକୁ ନୀତିଗତଭାବେ ନିଷ୍ପତି ନେଇଥିଲେ ।

ଏହାଦ୍ୱାରା ଦେଶର ଚାଷୀଙ୍କ ୟୁରିଆ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ । ଏଥିସହିତ ଦେଶର ପୂର୍ବାଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ପୂର୍ବ ଭାରତକୁ ପଠାଯାଉଥିବା ସାର ପରିବହନ ବାବଦ ସବ୍‌ସିଡି ଯଥେଷ୍ଟ ହ୍ରାସ ପାଇବ । ଏହା ଫଳରେ ସରକାରଙ୍କର ବିପୁଳ ଅର୍ଥ ସଞ୍ଚୟ ହେବ । ଆହୁରି ମଧ୍ୟ ୟୁରିଆ ଆମଦାନୀ ପରିମାଣ ବାର୍ଷିକ ୧୨.୭ଲକ୍ଷ ମେଟ୍ରିକଟନ୍ ହ୍ରାସ ପାଇବ । ୟୁରିଆ ଆମଦାନୀ କମିବା ଦ୍ୱାରା ସରକାର ବିପୁଳ ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରିପାରିବେ ।

ତାଳଚେର ସାର ପ୍ରକଳ୍ପ ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ଓ ଆତ୍ମନିର୍ଭର ଭାରତ କାର‌୍ୟ୍ୟକ୍ରମକୁ ପ୍ରୋତ୍ସହିତ କରିବ । ଏହାଦ୍ୱାରା ପୂର୍ବ ଭାରତର ସଡକ, ରେଳପଥ, ଜଳଯୋଗାଣ ବ୍ୟବସ୍ଥା ଭଳି ଭିତ୍ତିଭୂମି କ୍ଷେତ୍ର ଲାଭବାନ ହେବ ଏବଂ ଅନେକ ଅନୁସାରୀ ଶିଳ୍ପ ସଂସ୍ଥା ଗଢି ଉଠିବ । ଏହି ପ୍ରକଳ୍ପ ମଧ୍ୟ ତାଳଚେରର ପାଶ୍ୱର୍ବର୍ତୀ ଅଂଚଳରେ ନୂଆ ଉଦ୍ୟୋଗ ଓ ବ୍ୟାପାର ବଣିଜକୁ ପ୍ରୋତ୍ସାହିତ କରିବ ।

କୋଲ ଗ୍ୟାସିଫିକେସନ ପ୍ଳାଣ୍ଟଗୁଡିକ ବ୍ୟବସାୟ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କୋଇଲା ମୂଲ୍ୟ ପ୍ରାୟତଃ ସ୍ଥିର ରହୁଥିବାରୁ ଏବଂ ଏହା ଦେଶରେ ପ୍ରଚୁର ପରିମାଣରେ ମିଳୁଥିବାରୁ ଏହାର ସଦ୍‌ବିନିଯୋଗ ଲୋଡା । ତାଳଚେର ପ୍ଳାଣ୍ଟ ୟୁରିଆ ଉତ୍ପାଦନ ପାଇଁ ଆବଶ୍ୟକ ପଡୁଥିବା ପ୍ରାକୃତିକ ଗ୍ୟାସ ଆମଦାନୀକୁ ଯଥେଷ୍ଟ କମାଇବ । ଏଠାରୁ ଉତ୍ପାଦିତ କୋଲ ଗ୍ୟାସ ସେ ଆବଶ୍ୟକତା ଅନେକାଂଶରେ ପୂରଣ କରିବ ।

ଏହା ଫଳରେ ଭାରତର ଏଲଏନ୍‌ଜି (ପ୍ରାକୃତିକ ଗ୍ୟାସ) ଆମଦାନୀଜନିତ ବ୍ୟୟ ଯଥେଷ୍ଟ କମିବ । ତାଳଚେର ସାର କାରଖାନାରେ ଯେଉଁ କୋଇଲା ବାଷ୍ପୀକରଣ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ତାହା ସ୍ପଳ୍ପ ଓ ପ୍ରଦୂଷଣ ମୁକ୍ତ ।ଏଥିରେ ଯେଉଁ ଦୂଷିତ ଏମ୍‌ଓଏକ୍ସ, ଏନ୍‌ଓଏକ୍ସ ଏବଂ ଅନ୍ୟାନ୍ୟ କଣିକା ନିର୍ଗତ ହେଉଚି ତାହାର ପରିମାଣ ନଗନ୍ୟ । ପୁରୁଣା କୋଇଲା ଦହନ ପ୍ରକ୍ରିୟାରେ ପ୍ରଦୂଷଣ ଅଧକ ହେଉଥିଲା ।

ପୃଷ୍ଠଭୂମି- ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର, ଗେଲ ଇଣ୍ଡିଆ ଲିମିଟେଡ, କୋଲ ଇଣ୍ଡିଆ ଲିମିଟେଡ ଓ ଭାରତୀୟ ସାର ନିଗମ ଆଦି ଚାରିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମିଳିତ ସହଯୋଗରେ ତାଳଚେର ଫର୍ଟିଲାଇଜର ଲିମିଟେଡ ଗଠିତ । ୨୦୧୫ ନଭେମ୍ବର ୧୩ରେ ଏହି ଯୌଥ ଉଦ୍ୟୋଗଟି ଗଠିତ ହୋଇଥିଲା ।

ପୂର୍ବରୁ ତାଳଚେର ସାର କାରଖାନା ଭାରତୀୟ ସାର ନିଗମ ଅଧୀନରେ କାର‌୍ୟ୍ୟ କରୁଥିଲା । ସେହି ପୁରୁଣା ୟୁନିଟ୍ ବଦଳରେ ତାଳଚେରରେ ଏକ ନୂଆ କୋଲ ଗ୍ୟାସିଫିକେସନ ୟୁରିଆ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହି କାରଖାନାରେ ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ମେଟ୍ରିକ ଟନ୍ । ଏହି ୟୁରିଆ ପ୍ରକଳ୍ପର ମୋଟ ନିର୍ମାଣ ଖର୍ଚ୍ଚ ୧୩୨୭୭.୨୧କୋଟି ଟଙ୍କା ରଖାଯାଇଛି । ଏଥିରେ ଅନୁମାନିକ କମ୍ ବେଶୀ ଖର୍ଚ୍ଚ ପରିମାଣ ୧୦% ଧାର୍ଯ୍ୟ ହୋଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଏଟିଏମ୍ ଚୋରି ଘଟଣା: ସଦର ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦୁର୍ଗା ବଜାର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ୍ କୁ ତାଡ଼ି ଚୋରି ଉଦ୍ୟମ କରିଥିବା ୨ ଜଣ ଚୋରକୁ ଜଗତସିଂହପୁର ପୋଲିସ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ପ୍ରିୟରଞ୍ଜନ ଶତପଥୀ କହିଛନ୍ତି ଯେ, ଗତ ୧୭ ତାରିଖ ରାତିରେ ଏଟିଏମକୁ ଚୋର ମାନେ ତାଡ଼ି ଟଙ୍କା ଲୁଟ କରିବା ଉଦ୍ୟମରେ ବିଫଳ ହୋଇଥିଲେ। ତେବେ ଏଟିଏମ ଲୁଟ ନେଇ ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ନିଳିମା ଶତପଥୀ ଜଗତସିଂହପୁର ଥାନାରେ ଗତ ୧୮ ତାରିଖରେ ଅଭିଯୋଗ କରିଥିଲେ।ଜଗତସିଂହପୁର ଥାନା ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳକୁ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଏବଂ ସଦର ପୋଲିସ ସଦଳବଳେ ଯାଇ ବ୍ୟାଙ୍କର ସିଡ଼ିଆର ଓ ଆଖପାଖର ସିସିଟିଭି ଫୁଟେଜକୁ ଆଧାର କରି ଏହାର ତଦନ୍ତ କରିବା ପରେ ବାଲିକୁଦା ଥାନା ଅଧିନସ୍ଥ ବାଖରାବାଦ ଗ୍ରାମର ଗଦାଧର ନାୟକଙ୍କ ପୁଅ ରାକେଶ ନାୟକ ଓ ବାଲିକୁଦା ବାଲିସାହି ଗ୍ରାମର ସାହିଦ ଖାଁ କୁ ପୋଲିସ ଗିରଫ କରିବା ସହିତ ଏଟିଏମ ତାଡିବାରେ ବ୍ୟବହୃତ ଏକ ଷ୍ଟିଲ ପାଇପ ଏବଂ ଏକ ବକ୍ସର ବାଇକକୁ ଜବତ କରିଛି।

ତେବେ ରାକେଶ ଓ ସାହିଦକୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ପ୍ରିୟରଞ୍ଜନ ଶତପଥୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ: କରୋନା କଟକଣାକୁ ମାନିବା ଲାଗି ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି। କରୋନା ବିପକ୍ଷରେ ଦେଶ ବଡ ଲଢେଇ ଲଢୁଛି। ଏହି ମହାମାରୀରେ ଯେଉଁମାନଙ୍କ ପ୍ରଣାହାନି ଘଟିଛି, ସେମାନଙ୍କ ପ୍ରତି ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶଂସନୀୟ। ପୂର୍ବରୁ ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢିଥିଲେ। କରୋନା ବାତ୍ୟା ଭଳି ମାଡି ଚାଲିଥିଲେ ମଧ୍ୟ ଆମେ ଧର୍ଯ୍ୟ ହରାଇବା ନାହିଁ ବୋଲି ମୋଦୀ କହିଛନ୍ତି।

ଗତକାଲି ଟୀକା ଉପରେ ଏକ ବଡ ନିଷ୍ପତ୍ତି ନିଯାଇଆଛି। ମେ’ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯାଉଛି। ବୈଜ୍ଞାନିକମାନେ କମ ସମୟରେ ଦୁଇଟି ଟୀକା ବିକଶିତ କରିଛନ୍ତି। କମ ମୂଲ୍ୟରେ ଦେଶରେ ଟୀକା ଉପଲବ୍ଧ ହେଉଥିବା ବେଳେ ବର୍ତ୍ତମାନ ବିଶ୍ଵର ସବୁଠାରୁ ବଡ ଟୀକାକରଣ ଜାରି ରହିଛି।

ଯଦି ଆମେ କରୋନା କଟକଣାକୁ ସଠିକ ଭାବେ ମାନିବା, ତେବେ ଦେଶରେ କୌଣସି କର୍ଫ୍ୟୁ କିମ୍ବା ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମୋଦୀ କହିଛନ୍ତି।