Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ‘ଯାଦୁ ଗିନି କା’ ଭ୍ୟାନକୁ ଉଦଘାଟନ କଲେ ସାଂସଦ ଅପରାଜିତା

ଭୁବନେଶ୍ବର, ଆଜି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ PMGDISHA ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପାଇଁ ଭ୍ରାମ୍ୟମାଣ ସାଧାରଣ ସେବା କେନ୍ଦ୍ର ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି। ଯାହା ଆଗାମୀ ଦିନରେ ଜନସାଧାରଣଙ୍କୁ ସମସ୍ତ ସାଧାରଣ ସେବା ଯୋଗାଇବାରେ ସହାୟକ ହେବ। ଏହି ଅବସରରେ ସାଂସଦ ୱେବିନାର ମାଧ୍ୟମରେ ସମ୍ବୋଧନ କରିବା ସହ, ସମସ୍ତ ସହଯୋଗୀ ଅନୁଷ୍ଠାନର ପ୍ରତିନିଧିମାନେ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ।

ଏହି ଭ୍ୟାନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ସେଠାକାର ଲୋକଙ୍କୁ ଡିଜିଟାଲ ସହିତ ଅର୍ଥିକ ସାକ୍ଷରତା ସଂପର୍କରେ ସଚେତନତା କରାଯିବ। ଏହି ଭ୍ୟାନରେ ବିଭିନ୍ନ ଡିଜିଟାଲ ସଂରଜାମ ରଖାଯାଇଛି। ଫଳରେ ଯୁବକମାନେ ଏହାର ଫାଇଦା ନେଇପାରିବେ। ଜିଲ୍ଲାରେ ପ୍ରାୟ 30 ହଜାର ଲୋକଙ୍କୁ ଏହି ସଚେତନତାରେ ସାମିଲ କରାଯିବାର ଲକ୍ଷ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜଣେ କର୍ମଚାରୀ କୋଭିଡ଼ ପଜିଟିଭ ଚିହ୍ନଟ ହେବାରୁ ୨୪ ଘଣ୍ଟା ପାଇଁ ବନ୍ଦ ହେଲା ବାଣପୁର ଷ୍ଟେଟ ବ୍ୟାଙ୍କ

ସୀତାରାମ ଅଗ୍ରୱାଲ 

ବାଣପୁର, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଷ୍ଟେଟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ କୋଭିଡ ପଜିଟିଭ ବାହାରିବାରୁ ବ୍ୟାଙ୍କକୁ ଆଜି ବନ୍ଦ ରଖାଯାଇଅଛି। ସୂଚନା ମୁତାବକ ଗତ ଦୁଇ ଦିନ ତଳେ ସମ୍ପୃକ୍ତ କର୍ମଚାରୀ ଅସୁସ୍ଥତା ଅନୁଭବ କରିବାରୁ କୋଭିଡ଼ ଆଣ୍ଟିଜେନ ଟେଷ୍ଟ କରାଇଥିଲେ। ତେବେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏ ବିଷୟ ନେଇ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଭୁବନେଶ୍ୱରସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର‌୍ୟ୍ୟାଳୟକୁ ଜଣାଇଥିଲେ।

ସେମାନଙ୍କ ପରାମର୍ଶ ଅନୁଯାୟୀ ଆଜି ବ୍ୟାଙ୍କକୁ ସର୍ବସାଧାରଣ ନିମନ୍ତେ ବନ୍ଦ ରଖାଯାଇଛି। ଏନଏସି ଦ୍ୱାରା ଆଜି ବ୍ୟାଙ୍କକୁ ସାନିଟାଇଜ କରାଯାଇଛି। ତେବେ ଆଜି ବାଣପୁର ଷ୍ଟେଟ ବ୍ୟାଙ୍କର ପ୍ରବନ୍ଧକଙ୍କ ସହ ସମୁଦାୟ ୧୨ ଜଣ କର୍ମଚାରୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ଦେଇଥିବାର ସୂଚନା ଦେଇଛନ୍ତି ବ୍ୟାଙ୍କ ପ୍ରବନ୍ଧକ ବିନୋଦ ବିଷୋୟୀ। ତେବେ ବ୍ୟାଙ୍କ ଆସନ୍ତା ସୋମବାର ଦିନ ଖୋଲିବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଷ୍ଟେସନ ଜାଣିନପାରିବା ହେଲା କାଳ, ଚଳନ୍ତା ଟ୍ରେନରୁ ଖସି ଛାତ୍ରୀ ଗୁରୁତର

ସୀତାରାମ ଅଗ୍ରୱାଲ

କାଳୁପଡ଼ା ଘାଟ: ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନ ଠାରେ ବ୍ରହ୍ମପୁର ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ି ରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ।ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ଗୋବିନ୍ଦପୁର ସାହି ଅନ୍ତର୍ଗତ ନିରଞ୍ଜନ ପ୍ରଧାନ ଙ୍କର ଝିଅ ସୁପ୍ରିୟା ପ୍ରଧାନ ବ୍ରହ୍ମପୁର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ହଠାତ କାଳୁପଡ଼ା ଘାଟ ରେଳଷ୍ଟେସନ ରେ ଖସି ପଡ଼ିଥିଲେ।

ସୂଚନାଯୋଗ୍ୟ ଯେ ଷ୍ଟେସନ ପରିସର ରେ ଏକ ନମ୍ବର ପ୍ଲାଟଫର୍ମରେ ଦୀର୍ଘ ସାତ ଦିନ ହେବ ଏକ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି।ଯାହା ଫଳରେ ଯାତ୍ରୀମାନେ ଷ୍ଟେସନ ବୋର୍ଡ଼ ଦେଖିପାରୁନାହାନ୍ତି। ଅପରପକ୍ଷରେ ଚାରି ନମ୍ବର ପ୍ଲାଟଫୋର୍ମ ଟି ଖାଲି ଥିଲେବି ସେଠାରେ ଗାଡି କୁ ନରଖି ଏକ ନମ୍ବର ପ୍ଲାଟଫୋର୍ମ ରେ ରଖିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ବୟସ୍କ ଯାତ୍ରୀ ମାନେ ପ୍ଲାଟଫୋର୍ମ ଓଭରର୍ବ୍ରିଜ ଦେଇ ଯାତାୟାତ କରିବା କଷ୍ଟକର ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀମାନେ ଗାଡି ଅଟକି ରହିବା ଯୋଗୁଁ ଷ୍ଟେସନ ଜାଣିପାରୁନାହାନ୍ତି।

ଗୁରୁତର ଆଘାତ ସୁପ୍ରିୟା ବର୍ତ୍ତମାନ ରେଳବାଇ କର୍ମଚାରୀ ଙ୍କର ସହାୟତା ରେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି।ସୁପ୍ରିୟା ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି।ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ତୁରନ୍ତ ରେଳବିଭାଗ ଏକ ନମ୍ବର ପ୍ଲାଟଫୋର୍ମ ରୁ ଗାଡି ହଟାଯାଉ।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ମୋହନସୁନ୍ଦର ଦେବ ଗୋସ୍ବାମୀଙ୍କ ନାତି ତଥା ନାଟ୍ୟକାର ବଟରାଜ ଦେବ ଗୋସ୍ବାମୀଙ୍କ ପରଲୋକ

ଭୁବନେଶ୍ବର, ନାଟ୍ୟକାର, ଅଭିନେତା ବଟରାଜ ଦେବ ଗୋସ୍ବାମୀଙ୍କ ଆଜି କୋଭିଡରେ ପରଲୋକ ହୋଇଯାଇଛି। କୋଲକତାରେ ଥିବା ତାଙ୍କ ଝିଅ ପାଖକୁ ଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇପଡିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଲକାତାର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଚେଷ୍ଠା ସତ୍ବେ ସେ ଆଜି ସକାଳେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ 72 ବର୍ଷ ବୟସ ହୋଇଥିଲା। ତାଙ୍କ ଧର୍ମପତ୍ନୀ ମଧ୍ୟ କରୋନା ଆକ୍ରାନ୍ତରେ ଗୁରୁତର ହୋଇ ହସପିଟାଲରେ ଚିକିତ୍ସିତ ହେଇଛନ୍ତି।

ସେ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ସହାୟତାର ହାତ ବଢାଇଥିଲେ। ତାଙ୍କ ପାଇଁ ଆବଶ୍ୟକ ପଡୁଥିବା ଏକ ଇଂଜେକ୍ସନ ନ ମିଳିବାରୁ ସୁଦର୍ଶନ ତାଙ୍କ ଟୁଇଟରେ ସାହାର୍ଯ୍ୟ ପାଇଁ ଲେଖିଥିଲେ। ଏହା ଜାଣିବା ପରେ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର ତାହା ଯୋଗାଡ କରି ସାହାର୍ଯ୍ୟ କରିଥିଲେ। ହେଲେ ଏତେସବୁ ଚେଷ୍ଠା ସତ୍ବେ ତାଙ୍କର ବଞ୍ଚିବା ସମ୍ଭବ ନ ଥିଲା।

ବଟରାଜ ହେଉଛନ୍ତି ପ୍ରଥମ ଓଡିଆ ଚଳଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମୋହନସୁନ୍ଦର ଦେବ ଗୋସ୍ବମୀଙ୍କ ନାତି। ସେ ଜଣେ ଓଡିଆ ନାଟ୍ୟକାର ଭାବେ ବେଶ୍ ପରିଚିତ। ତାଙ୍କ ଦ୍ବାରା ଲିଖିତ ନାଟକ ବେଶ ପ୍ରଶଂସନୀୟ ହୋଇପାରିଛି। ବଟରାଜ ଓଡିଶୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅତି ନିକଟତର ଥିଲେ। ସେ କେତେକ ପୁରୁଣା ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

1936 ମସିହାରେ ମୋହନସୁନ୍ଦରଙ୍କ ପ୍ରଯୋଜନା ଏବଂ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ପ୍ରଥମ ଓଡିଆ ଚଳଚିତ୍ର ସୀତା ବିବାହ। ତେବେ ସେତେବେଳେ ଏହି ଚଳଚିତ୍ରର ସଂରକ୍ଷଣ କରିବାର ବ୍ୟବସ୍ଥା ନ ଥିବାରୁ ତାହା ବହୁଦିନ ଧରି ରଖାଯାଇ ପାରି ନ ଥିଲା। ବର୍ତ୍ତମାନ ଏହାର କୌଣସି କ୍ଲିପସ ଉପଲବ୍ଧ ନାହିଁ। ତେବେ ଏହାର ପ୍ରମାଣ ସ୍ବରୂପ ମହୋନସୁନ୍ଦରଙ୍କ ପୁରୀ ବାସଭବନରେ ଚଳଚିତ୍ରର ହାତଲେଖା ସ୍କ୍ରିପଟ ଥିଲା। ତାହାକୁ ସଂରକ୍ଷଣ କରିବା ପାଇଁ ସିନେ କ୍ରିଟିକ ଆସୋସସିଏସନର ସଂପାଦକ ଦିଲ୍ଲୀପ ହାଲି ତାଙ୍କୁ ଅନୁରୋଧ କରିଥିଲେ।

2017 ମସିହାରେ ବଟରାଜ ଏହି ଚଳଚିତ୍ରର ମାନୁସ୍କ୍ରିପଟ ସିନେ କ୍ରିଟିକ ଆସୋସିଏସନକୁ ପ୍ରଦାନ କରିଥିଲେ। ସୀତାବିବାହ ଚଳଚିତ୍ରର କୌଣସି ଦୃଶ୍ୟ ମିଳୁ ନ ଥିବା ବେଳେ କେବେଳ ଏହି ସ୍କ୍ରିପଟ ବର୍ତ୍ତମାନ ପ୍ରମାଣ ସ୍ବରୂପ ରହିଛି। ଏଥିପାଇଁ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ପରଲୋକରେ ଓଡିଆ ଚଳଚିତ୍ର ତଥା ନାଟ୍ୟ ଜଗତରେ ଏକ ଶୋକର ଛାୟା ଖେଳିଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡରେ ସର୍ବାଧିକ, ଦ୍ବିତୀୟରେ ଖୋର୍ଦ୍ଧା

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରୁ 3144 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 1 ହଜାର 823 ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ହେଉଛି 1 ହଜାର 321 ଜଣ।

ତେବେ ସୁନ୍ଦରଗଡ ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ 523 ଜଣ ନୂଆ ପଜେଟିଭ ମାମଲା ଆସିଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ 497 ଜଣ ଚିହ୍ନଟ ହୋଇ ଦ୍ବିତୀୟରେ ରହିଛି। ନୂଆପଡା ଜିଲ୍ଲାରେ ମଧ୍ୟ 395 ଜଣ ନୂଆ ପଜେଟିଭି ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟର ତୃତୀୟ ସର୍ବାଧିକ କରୋନା ଜିଲ୍ଲା ହୋଇଛି।

ଆଜିର ତଥ୍ୟ ଅନୁସାରେ ବିଭିନ୍ନ ଜିଲ୍ଲାର ନୂଆ କରୋନା ସଂଖ୍ୟା ହେଲା

1. Angul: 49

2. Balasore: 28

3. Bargarh: 156

4. Bhadrak: 51

5. Balangir: 92

6. Boudh: 7

7. Cuttack: 140

8. Deogarh: 21

9. Dhenkanal: 1

10. Gajapati: 67

11. Ganjam: 44

12. Jagatsinghpur: 18

13. Jajpur: 76

14. Jharsuguda: 119

15. Kalahandi: 53

16. Kandhamal: 13

17. Kendrapada: 15

18. Keonjhar: 128

19. Khurda: 497

20. Koraput: 18

21. Malkangiri: 4

22. Mayurbhanj: 68

23. Nawarangpur: 96

24. Nayagarh: 29

25. Nuapada: 395

26. Puri: 129

27. Rayagada: 44

28. Sambalpur: 149

29. Sonepur: 4

30. Sundargarh: 523

31. State Pool: 110

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ 3 ହଜାର144 କରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରଣ୍ଟାଇନରୁ 1 ହଜାର 823 ଜଣ

ଭୁବନେଶ୍ବର, ରାଜ୍ୟରେ ବର୍ତ୍ତମାନ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରନ୍ତାଙ୍କ ସଂଖ୍ୟା। ଆଜିର ତାଜା ସୂଚନା ଅନୁସାରେ ଗତକାଲି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି 3 ହଜାର 144 ଜଣ ନୂଆ କରୋନା ଆକ୍ରାନ୍ତ।ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 1 ହଜାର 823 ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ହେଉଛି 1 ହଜାର 321 ଜଣ।

ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ 523 ଜଣ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରାମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସେମାନଙ୍କୁ ଚିହ୍ନଟ କରି ତୁରନ୍ତ କ୍ବାରଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କୋଭିଡ ଟିକା ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । କାରଣ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନେ ଟିକା କିଣିବାକୁ ଚାହିଁବେ ସେମାନେ ଖୋଲା ବଜାରରୁ ଟିକା କିଣି ପାରିବେ । ଏହାଦ୍ବାରା ସରକାରୀ ଟିକା ପ୍ରଦାନ କେନ୍ଦ୍ରରେ ଗରିବ ଲୋକମାନେ ଉପକୃତ ହୋଇପାରିବେ।

ଏହି ଚିଠିରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି । ସେଗୁଡିକ ହେଲା

1- ସରକାରୀ ବ୍ୟବସ୍ଥା ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଫଳରେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତଙ୍କ ଭିଡ ସରକାରୀ ସଂସ୍ଥାରୁ ହଟିଯିବ, ଗରିବ ଲୋକେ ଉପକୃତ ହେବେ।

2-ଏହାସହ ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ପର୍ଯ୍ୟାପ୍ତ ପରିମାଣର ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ।

3- ଭାରତ ବର୍ତ୍ତମାନ ଟିକା ଉତ୍ପାଦନରେ ପ୍ରମୁଖ ଦେଶ ହୋଇଛି। ସେଥିପାଇଁ ବିଭିନ୍ନ ରାଜ୍ୟରେ ମଧ୍ୟ ଟିକା ଉତ୍ପାଦନ କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ।

4- ବର୍ତ୍ତମାନ ବହୁ ସହରରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ସେଥିପାଇଁ ସେହି ସହରରେ ଟିକା ପ୍ରଦାନ ପାଇଁ ଥିବା ବୟସ ସୀମାକୁ କୋହଳ କରାଯାଉଛି। ଏହାଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ ନାହିଁ।

Categories
ଆଜିର ଖବର ଧର୍ମ

ଜାଣନ୍ତୁ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କେଉଁ କାର୍ଯ୍ୟ ପାଇଁ କେତେ ଜଣର ଆବଶ୍ୟକ ରହିଛି

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ କାମ କେତେ ଲୋକଙ୍କୁ ନେଇ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ ଏକାକୀ କରନ୍ତୁ। ଆପଣ ଯଦି ବିଦ୍ୟା ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଜଣ ମିଶି କରନ୍ତୁ।କାରଣ କାହାର ଅବୁଝା ରହିଲେ ଅନ୍ୟକୁ ପଚାରି ପାରିବ।

ହେଲେ ଯଦି ଆପଣ ସଂଗୀତ ସାଧାନ କରିବାକୁ ଚାହୁଁଛନ୍ତି ତେବେ ତିନିଜଣ ଭଲ। କାରଣ ଜଣେ ଗାୟକ, ଜଣେ ବାୟକ ଆଉ ଜଣେ ପାଳିଆର ଆବଶ୍ୟକତା ଥାଏ। ସେହିପରି ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହୃୁଁଛନ୍ତି ତେବେ ଚାରି ଜଣିଆ ହୋଇ ଯାଆନ୍ତୁ। କିନ୍ତୁ କୃଷି କର୍ମରେ ପାଞ୍ଚଜଣଙ୍କର ଆବଶ୍ୟକତା ରହିଛି। ହେଲେ ଯୁଦ୍ଧ ପାଇଁ ଅସଂଖ୍ୟ ଲୋକଙ୍କର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ-୧୯ର ମୁକାବିଲା ନିମନ୍ତେ ସରକାରୀ ଉଦ୍ୟୋଗର ହସ୍ପିଟାଲକୁ ଉପଯୋଗ ପାଇଁ ନିଷ୍ପତି

ନୂଆଦିଲ୍ଲୀ, କୋଭିଡ-୧୯ ସଂକ୍ରମଣ ତଥା ତଦଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଗତ କିଛି ସପ୍ତାହ ମଧ୍ୟରେ ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରିଲକ୍ଷିତ ହୋଇଛି । ରାଜ୍ୟଗୁଡିକ ସହ ସହଯୋଗ ରକ୍ଷା କରି କେନ୍ଦ୍ର ସରକାର କୋଭିଡ-୧୯ର ମୁକାବିଲା କରୁଛନ୍ତି । ଏଥିରେ ସମର୍ଥନ ପୂର୍ବକ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟ, କ୍ଷମତାପ୍ରାପ୍ତ ସଂସ୍ଥା ଓ କେନ୍ଦ୍ରୀୟ ସଚିବମାନେ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକ ସହାୟତା ଯୋଗାଇବା ନେଇ ଲାଗିପଡ଼ିଛନ୍ତି ।

ଦେଶବ୍ୟାପୀ ଗୁରୁତର କୋଭିଡ-୧୯ ରୋଗୀମାନଙ୍କ ଆନୁଷ୍ଠାନିକ ଚିକିତ୍ସା ନିମନ୍ତେ ହସ୍ପିଟାଲ ଭିତ୍ତିଭୂମି ବୃଦ୍ଧି ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟାନ୍ୟ ମନ୍ତ୍ରଣାଳୟ ଗୁଡିକୁ ସେମାନଙ୍କ ଅଧୀନ ତଥା ନିୟନ୍ତ୍ରଣରେ ଥିବା ହସ୍ପିଟାଲ ଓ ବ୍ଲକ ଗୁଡିକୁ ଚିକିତ୍ସା ପାଇଁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେବାପାଇଁ ପରାମର୍ଶ ଦେଇଛି ।

ଏହା ବ୍ୟତୀତ ଏହି ଉତ୍ସର୍ଗୀକୃତ ହସ୍ପିଟାଲ ଓ ବ୍ଳକ ଗୁଡିକରେ ସମସ୍ତ ଆନୁସଙ୍ଗିକ ସୁବିଧା ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେଗୁଡିକ ମଧ୍ୟରେ ଅମ୍ଳଜାନ ସୁବିଧାଯୁକ୍ତ ଶଯ୍ୟା, ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର, ସ୍ୱତନ୍ତ୍ର ସାଂଘାତିକ ଯତ୍ନ ୟୁନିଟ୍ (ଯେଉଁଠି ସମ୍ଭବ), ପରୀକ୍ଷା ସୁବିଧା, ଇମେଜିଂ ସେବା, ରୋଷେଇ ଘର, ଲଣ୍ଡ୍ରୀ ସହ ସ୍ୱାସ୍ୱ୍ୟ ସେବା ଦଳ ଇତ୍ୟାଦି ଅନ୍ତର୍ଭୁକ୍ତ।

କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡିକୁ ଲେଖାଯାଇଥିବା ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲେଖିଛନ୍ତି ଯେ ଯେପରି କୋଭିଡ ମାମଲା ଦେଶବ୍ୟାପୀ ବୃଦ୍ଧି ପାଇଛି ତାହାକୁ ଆଖି ଆଗରେ ରଖି ଗତ ବର୍ଷ ଭଳି ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଓ ସେମାନଙ୍କ ଅଧୀନରେ ଥିବା ସରକାରୀ ଉଦ୍ୟୋଗ ଓ ହସ୍ପିଟାଲ ଗୁଡିକରୁ ସହଯୋଗ ଆଶା କରାଯାଉଛି ।

ଏହିସବୁ ହସ୍ପିଟାଲ କିମ୍ବା ବ୍ଲକରୁ ଚିକିତ୍ସା ସୁବିଧା ପାଇବା ନିମନ୍ତେ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡିକୁ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ହସ୍ପିଟାଲ ଗୁଡିକର ଅବସ୍ଥିତି ଅନୁସାରେ ବିଭିନ୍ନ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ବା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହ ଆବଶ୍ୟକ ସହଯୋଗ ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି । ମନ୍ତ୍ରଣାଳୟ ବା ବିଭାଗ ପକ୍ଷରୁ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ସହ ସମନ୍ୱୟ ରକ୍ଷା ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ କରିବାକୁ ମଧ୍ୟ କୁହାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମରା ନଦୀରେ ହେବ ୧୧୦ କୋଟି ଟଙ୍କାର ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ,୬ ଘଣ୍ଟାର ଯାତ୍ରା ୧ ଘଣ୍ଟାକୁ ହ୍ରାସ

ନୂଆଦିଲ୍ଲୀ, ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ (ରୋଲ-ଅନ୍ ଏବଂ ରୋଲ୍ ଅଫ ଯାତ୍ରୀବାହୀ) ଜେଟି ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦ କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି।

ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୫୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ ପାଇଁ ମୋଟ ୧୧୦.୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। କାଣୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତାଶ୍ରୟ, ପାର୍କିଂ ଅଞ୍ଚଳ ବିକାଶ, ନୌବହନ ସହାୟତା ଓ ଖନନ ଭଳି ଉପଯୋଗିତା ଭିତ୍ତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ।

ଏହି ଜଳ ମାର୍ଗ ହେବା ଫଳରେ ପୂର୍ବରୁ ଯେଉଁ ଦୂରତା ଅତିକ୍ରମ କରିବା ଲାଗି ୬ ଘଣ୍ଟା ଲାଗୁଥିଲା ତାହା ମାତ୍ର ୧ ଘଣ୍ଟାରେ ଅତିକ୍ରମ କରିହେବ। ବର୍ତ୍ତମାନର ଘାଟରେ ସବୁଦିନିଆ ଆରଓ-ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଞ୍ଚ ଓ ଅନ୍ୟ ଡଙ୍ଗା ଯାତାୟାତ ପାଇଁ ସୁବିଧା ହେବ। ସେହିପରି ଏକ ସମୟରେ ଦଶଟି ହାଲକା ମୋଟର ଯାନ, ୨୦ଟି ଦୁଇ ଚକିଆ ଓ ୬୦ ଜଣ ଯାତ୍ରୀଙ୍କୁ ପରିବହନ କରିପାରୁଥିବା ବଡ଼ ଯାନ୍ତ୍ରିକ ପୋତ ଚଳାଚଳ ପାଇଁ ଭିତ୍ତିଭୂମି ନିର୍ମିତ ହୋଇପାରିବ। ଏଥିରେ ଯାତ୍ରୀ ଓ ବାହନର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ।

ଏହି ପ୍ରକଳ୍ପ ଧାମରା ନଦୀ ଚତୁଃପାର୍ଶ୍ବରେ ଥିବା ଲୋକମାନଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ତାଳଚୁଆରୁ ଧାମରା ପର‌୍ୟ୍ୟନ୍ତ ୨୦୦ କିମି ରାସ୍ତାର ଦୂରତାକୁ ହ୍ରାସ କରିବ। ଭଦ୍ରକ ଜିଲ୍ଲାର କାଣୀନାଳି ଓ କେନ୍ଦ୍ରାପଡ଼ାର ତାଳଚୁଆ ଯଥାକ୍ରମେ ଧାମରା ବନ୍ଦରର ଉତ୍ତର ଏବଂ ଦକ୍ଷିଣ ତଟରେ ଅବସ୍ଥିତ। ତାଳଚୁଆ ଏବଂ ଏହାର ଆଖପାଖ ଗ୍ରାମର ଲୋକମାନେ ସେମାନଙ୍କର ଜୀବିକା ପାଇଁ ଧାମରା ବନ୍ଦର ଉପରେ ନିର୍ଭର କରିଥାନ୍ତି, ଯାହାକି କାଣିନାଳୀ ଘାଟ ଠାରୁ ୪ କିମି ଦୂରରେ ଅବସ୍ଥିତ। ସଡ଼କ ପଥରେ କୌଣସି ଯୋଗାଯୋଗ ବ୍ୟବସ୍ଥା ନଥିବା କାରଣରୁ ଲୋକମାନଙ୍କୁ କାଣୀନାଳି ଏବଂ ତାଳଚୁଆ ଘାଟରୁ ନଦୀରେ ପାଖାପାଖି ସାତ କିମି ରାସ୍ତା ଡଙ୍ଗାରେ ବସି ପାର ହେବାକୁ ପଡ଼ିଥାଏ।

ବର୍ତ୍ତମାନ ଯାତ୍ରୀମାନେ ଘରୋଇ ଡଙ୍ଗାରେ ଅସୁରକ୍ଷିତ ଭାବେ ଯାତ୍ରା କରୁଛନ୍ତି। ଦୈନିକ ଲଞ୍ଚରେ ଗାଡ଼ି ନେଇ ଚଢ଼ିବା ଓ ଓହ୍ଲାଇବା ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅତ୍ୟାଧୁନିକ ଉପଯୋଗ ଭିତ୍ତିଭୂମି ସହିତ ଏହି ପ୍ରକଳ୍ପ ଯାତ୍ରୀ ଓ ବାହନଗୁଡ଼ିକ ସୁରକ୍ଷାକୁ ବୃଦ୍ଧି କରିବ। ଏହି ଯୋଗାଯୋଗ ବ୍ୟବସ୍ଥା ଫଳରେ ବାଣିଜ୍ୟିକ ଓ ବ୍ୟବସାୟିକ କାର‌୍ୟ୍ୟକଳାପ ବୃଦ୍ଧି ପାଇବ ଏବଂ ଏହା ଆଖପାଖ ଅଞ୍ଚଳରେ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସହାୟକ ହେବ।

Categories
ଧର୍ମ ବିଶେଷ ଖବର

ଆଜି ଏପ୍ରିଲ 17 ତାରିଖ ଶନିବାର ଦିନ ଏହି ଆଠଟି ରାଶି ପାଇଁ ରହିଛି ଶୁଭ ଖବର

ମେଷ:ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। 

ବୃଷ:ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। 

ମିଥୁନ:ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ଚିନ୍ତା ଏବଂ ଟେନସନ ରହିବ । ଚାକିରିରେ ମିଳିବ। ବ୍ୟବସାୟ ଭଲ କରିବ। 

କର୍କଟ : ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କ ସହିତ ରହିବ । ବିରୋଧୀମାନେ ସକ୍ରିୟ ରହିବେ । ଉପହାର ଗ୍ରହଣ କରିବା ସମ୍ଭବ ଅଟେ । ଖୁସି ହେବ।

ସିଂହ :ଦୂରରୁ ଭଲ ଖବର ଗ୍ରହଣ କରାଯିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ । ପରିବାରରେ ଯେ କୈଣସି ଚାହିଦା କାମ ସମ୍ଭବ । ଅସ୍ଥିରତା ହୋଇପାରେ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଜଣେ ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ । 

କନ୍ୟା: – ଶତ୍ରୁତା ରହିବ । ପୂଜାରେ ନିୟୋଜିତ ହେବେ। ବ୍ୟବସାୟରୁ ଲାଭ ବୃଦ୍ଧି ହେବ। କୋର୍ଟ ଇତ୍ୟାଦିରେ ପରିସ୍ଥିତି ଅନୁକୂଳ ହେବ। ଏକ ବିବାଦରେ ବିଜୟ ହାସଲ କରାଯାଇପାରେ । ବ୍ୟବସାୟରେ ନୂତନ ସୁଯୋଗ ମିଳିପାରିବ । ଚିନ୍ତିତ ହେବେ । ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ ।

ତୂଳା :ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ଚିନ୍ତା ଏବଂ ଟେନସନ ରହିବ । ବ୍ୟବସାୟ ଭଲ କରିବ । 

ବିଛା: ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ। ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। କିଛି ବଡ କରିବାର ଇଚ୍ଛା ହେବ। ବ୍ୟବସାୟ ଭଲ କରିବ। ଟଙ୍କା ମିଳିବା ସହଜ ହେବ। 

ଧନୁ:କାରବାରରେ ସାବଧାନ ରୁହ। ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟ ବୃଦ୍ଧି ପାଇବ। ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ବଦନାମ ହୋଇପାରନ୍ତି, ସାବଧାନ ରୁହନ୍ତୁ । 

ମକର : – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି । ଯାନ ଏବଂ ଯନ୍ତ୍ରପାତି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ ଯନ୍ତ୍ରଣା ଦ୍ୱାରା କରାଯାଇଥିବା କାର୍ଯ୍ୟରେ ବ୍ୟାଘାତ ହୋଇପାରେ। ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ବ୍ୟବସାୟ ଭଲ କରିବ । ଆୟରେ ନିଶ୍ଚିତତା ରହିବ । ଚିନ୍ତିତ ହେବେ ।

କୁମ୍ଭ:ସୁଖ ବୃଦ୍ଧି ପାଇବ। ଏକ ଚିତ୍ତାକର୍ଷକ ମାର୍ଗ ପ୍ରସ୍ତୁତ କରାଯାଇପାରିବ । ଛାତ୍ରମାନେ ସେମାନଙ୍କର କାର୍ଯ୍ୟକୁ ସଫଳତାର ସହିତ କରିବାକୁ ସମର୍ଥ ହେବେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ। ଆପଣ ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ପ୍ରେମ ସମ୍ପର୍କ ପାଇଁ ଏକ ପ୍ରସ୍ତାବ ମିଳିପାରିବ । 

ମୀନ: ମାନସିକ ଅସ୍ଥିରତା ଦେଖାଯିବ। ବନ୍ଦ କାର୍ଯ୍ୟଗୁଡିକ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଗତି କରିବ। ବିବାଦର ସମାଧାନ ହୋଇପାରିବ । ଜୀବନସାଥୀ ଉପହାର ଦେବାର ସୁଯୋଗ ପାଇବେ। ଖୁସି ହେବେ। ପାରିବାରିକ ସହାୟତା ଜାରି ରହିବ। ଆୟ ବୃଦ୍ଧି ପାଇବ ।

Categories
ଆଜିର ଖବର ଧର୍ମ

ସାବଧାନ, ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନଙ୍କର ଅଯଥା ଟଙ୍କା ଖର୍ଚ୍ଚ ହେବ

ମକର : – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି । ଯାନ ଏବଂ ଯନ୍ତ୍ରପାତି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ ଯନ୍ତ୍ରଣା ଦ୍ୱାରା କରାଯାଇଥିବା କାର୍ଯ୍ୟରେ ବ୍ୟାଘାତ ହୋଇପାରେ। ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ବ୍ୟବସାୟ ଭଲ କରିବ । ଆୟରେ ନିଶ୍ଚିତତା ରହିବ । ଚିନ୍ତିତ ହେବେ ।

କୁମ୍ଭ:ସୁଖ ବୃଦ୍ଧି ପାଇବ। ଏକ ଚିତ୍ତାକର୍ଷକ ମାର୍ଗ ପ୍ରସ୍ତୁତ କରାଯାଇପାରିବ । ଛାତ୍ରମାନେ ସେମାନଙ୍କର କାର୍ଯ୍ୟକୁ ସଫଳତାର ସହିତ କରିବାକୁ ସମର୍ଥ ହେବେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ। ଆପଣ ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ପ୍ରେମ ସମ୍ପର୍କ ପାଇଁ ଏକ ପ୍ରସ୍ତାବ ମିଳିପାରିବ ।

Categories
ଆଜିର ଖବର ଧର୍ମ

ପ୍ରସ୍ତୁତ ହୁଅନ୍ତୁ, ଏହି ରାଶିର ବ୍ୟକ୍ତିମାନେ ଶନିବାର ଦିନ ଦୂର ସ୍ଥାନରୁ ପାଇବେ ଶୁଭ ଖବର

ସିଂହ :ଦୂରରୁ ଭଲ ଖବର ଗ୍ରହଣ କରାଯିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ । ପରିବାରରେ ଯେ କୈଣସି ଚାହିଦା କାମ ସମ୍ଭବ । ଅସ୍ଥିରତା ହୋଇପାରେ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।

ତୂଳା :ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ଚିନ୍ତା ଏବଂ ଟେନସନ ରହିବ । ବ୍ୟବସାୟ ଭଲ କରିବ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ ପାଇବେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ମାର୍ଗଦର୍ଶନ

ମେଷ:ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। 

କର୍କଟ : ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କ ସହିତ ରହିବ । ବିରୋଧୀମାନେ ସକ୍ରିୟ ରହିବେ । ଉପହାର ଗ୍ରହଣ କରିବା ସମ୍ଭବ ଅଟେ । ଖୁସି ହେବ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ ବଦନାମ ହୋଇପାରନ୍ତି, ସାବଧାନ

ଧନୁ:କାରବାରରେ ସାବଧାନ ରୁହ। ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟ ବୃଦ୍ଧି ପାଇବ। ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ବଦନାମ ହୋଇପାରନ୍ତି, ସାବଧାନ ରୁହନ୍ତୁ ।

ମୀନ: ମାନସିକ ଅସ୍ଥିରତା ଦେଖାଯିବ। ବନ୍ଦ କାର୍ଯ୍ୟଗୁଡିକ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଗତି କରିବ। ବିବାଦର ସମାଧାନ ହୋଇପାରିବ । ଜୀବନସାଥୀ ଉପହାର ଦେବାର ସୁଯୋଗ ପାଇବେ। ଖୁସି ହେବେ। ପାରିବାରିକ ସହାୟତା ଜାରି ରହିବ। ଆୟ ବୃଦ୍ଧି ପାଇବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ଶନିବାରରେ ଶାରୀରିକ ଯନ୍ତ୍ରଣା ଭୋଗିବାର ଅଛି

ମିଥୁନ:ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ଚିନ୍ତା ଏବଂ ଟେନସନ ରହିବ । ଚାକିରିରେ ମିଳିବ। ବ୍ୟବସାୟ ଭଲ କରିବ।

ବିଛା: ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ। ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। କିଛି ବଡ କରିବାର ଇଚ୍ଛା ହେବ। ବ୍ୟବସାୟ ଭଲ କରିବ। ଟଙ୍କା ମିଳିବା ସହଜ ହେବ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ ଦୁଷ୍ଟ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ

ବୃଷ:ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ।

କନ୍ୟା: – ଶତ୍ରୁତା ରହିବ । ପୂଜାରେ ନିୟୋଜିତ ହେବେ। ବ୍ୟବସାୟରୁ ଲାଭ ବୃଦ୍ଧି ହେବ। କୋର୍ଟ ଇତ୍ୟାଦିରେ ପରିସ୍ଥିତି ଅନୁକୂଳ ହେବ। ଏକ ବିବାଦରେ ବିଜୟ ହାସଲ କରାଯାଇପାରେ । ବ୍ୟବସାୟରେ ନୂତନ ସୁଯୋଗ ମିଳିପାରିବ । ଚିନ୍ତିତ ହେବେ । ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ ।

Categories
ବିଶେଷ ଖବର ରାଜ୍ୟ ଖବର

କଟକ ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ଦୁଇ ଇଞ୍ଜିନିୟରଙ୍କ ବଦଳି, ଜେଇ ନିଲମ୍ବିତ

ଭୁବନେଶ୍ୱର, ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି ।

ତଦନୁଯାୟୀ ଘଟଣା ର ଆଜି ତଦନ୍ତ କରାଯାଇ PHEO ର Executive Engineer ତଥା WATCO GM ସୁଶାନ୍ତ ଘଡେଇ, SDO and GM WATCO ସୁବାସ ରାଉତ ଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି।  ଏଥି ସହିତ ଜୁନିୟର ଇଞ୍ଜିନିୟର ସାହୁ ଏବଂ service provider ଦୀପକ ନାୟକଙ୍କ ବିରୁଦ୍ଧରେ ସିଏମସି ପଷରୁ ଥାନାରେ ମାମଲା ଋଜୁ କରାଯାଇଛି।

ଏହି ଦୁର୍ଘଟଣା ରେ ମୃତକଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ନିକଟତମ ଆଡ୍ମୀୟଙ୍କ ପାଇଁ ଦଶ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି ଶିବା ଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୫୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡ଼ାରୁ ୧୭୬, ସୁନ୍ଦରଗଡରୁ ୧୪୭, ଖୋର୍ଦ୍ଧାରୁ ୧୨୦, ବରଗଡରୁ ୪୮, କଟକରୁ ୪୬, ପୁରୀରୁ ୪୬, ସମ୍ବଲପୁରରୁ ୪୪, କଳାହାଣ୍ଡିରୁ ୩୮, ଅନୁଗୁଳରୁ ୩୦, ମୟୂରଭଞ୍ଜରୁ ୨୯, ଝାରସୁଗୁଡାରୁ ୨୮, ବଲାଙ୍ଗିରୀରୁ ୨୭, କେନ୍ଦୁଝରରୁ ୨୩, ନବରଙ୍ଗପୁରରୁ ୨୦, ଗଞ୍ଜାମରୁ ୧୫, ଯାଜପୁରରୁ ୧୫, ରାୟଗଡ଼ାରୁ ୧୫, ଭଦ୍ରକରୁ ୧୦, କୋରାପୁଟରୁ ୮, ନୟାଗଡରୁ ୮, ସୋନପୁରରୁ ୮, ବାଲେଶ୍ବରରୁ ୬, ଢେଙ୍କାନାଳରୁ ୪, କନ୍ଧମାଳରୁ ୪, ବୌଦ୍ଧରୁ ୩, ଦେବଗଡରୁ ୩, ଜଗତସିଂହପୁରାରୁ ୨ ଏବଂ କେନ୍ଦ୍ରାପଡାରୁ ୨ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୩ ହଜାର ୫୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦ କୁ ବୃଦ୍ଧି ହୋଇଛି। ତେବେ ୧୫ ହଜାର ୯୩୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୩୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: କଲେ କୋଭିଡ଼ ସମୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଚାନକ ଭାବେ ବାଣପୁର ଗସ୍ତ କରିଥିଲେ। ଜିଲ୍ଲାପାଳ ସ୍ୱଳ୍ପ ସମୟ ରହଣି ମଧ୍ୟରେ ବାଣପୁରର ବିଭିନ୍ନ ପ୍ରଶାସନିକ ବିଭାଗଗୁଡିକ ପରିଦର୍ଶନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ସବ ଜେଲ ଗସ୍ତ କରି  କୋଭିଡ ଗାଇଡଲାଇନ ଅନୁଧ୍ୟାନ କରିବା ସହ କଏଦୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ଏହାପରେ ଜିଲ୍ଲାପାଳ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ନୂଆକରି ମେଡିକାଲ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଅଂଶୁଘାତ ପ୍ରକୋଷ୍ଠ କେନ୍ଦ୍ରକୁ ବୁଲି ଦେଖିବା ସହ ଏହାର ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିଥିଲେ। ମେଡିକାଲରେ ନିରାମୟ ଯୋଜନା ଅନ୍ତର୍ଗତ ଔଷଧ ସବୁ ଠିକ ଭାବେ ରୋଗୀଙ୍କୁ ମିଳୁଛି କି ନାହିଁ ତଦାରଖ କରିବା ସହ କିଛି ରୋଗୀଙ୍କ ସହ ସିଧାସଳଖ ଭାବେ କଥା ହୋଇଥିଲେ ଜିଲ୍ଲାପାଳ।

ପରିଶେଷରେ ଜିଲ୍ଲପାଳ ବାଣପୁର ଏନଏସି କାର୍ଯ୍ୟାଳୟ ପରିଦର୍ଶନକୁ ଯାଇ ଏକ ଛୋଟ ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ବାଣପୁର ଏନଏସି ଏବଂ ବାଣପୁର ବ୍ଲକରେ ଗୋଟାଏ ଲେଖାଏଁ ଟିଏମସି କେନ୍ଦ୍ର ଖୋଲିବାକୁ ଉଭୟ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବାଣପୁରକୁ ଯେଉଁ ପ୍ରବାସୀମାନେ ଆସୁଛନ୍ତି ପୂର୍ବରୁ ସେମାନେ ନିଜ ଗୃହରେ ସଂଗରୋଧ ଭାବେ ରହୁଥୁବା ବେଳେ ବର୍ତ୍ତମାନ ଉକ୍ତ ଟିଏମସିରେ ସଙ୍ଗରୋଧରେ ରହିବେ। ତତ ସହିତ ପ୍ରବାସୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ଗସ୍ତ ସୂଚୀର ସମସ୍ତ ତଥ୍ୟ ବିବରଣୀ ରଖିବାକୁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଭାବେ ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏନ୍ଫୋର୍ସମେଣ୍ଟକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।  ଖାସକରି ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ ଦେଇଥିଲେ।

ତେବେ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିବାରୁ ଏନ୍ଫୋର୍ସମେଣ୍ଟ କିପରି ଭାବେ କଡ଼ାକଡ଼ି ହେବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏବିଷୟରେ ଅବଗତ ଥିବା କହିବା ସହ ଏସପିଙ୍କ ସହ ମଧ୍ୟ ଏବାବଦରେ କଥା ହୋଇଥିବାର ସୂଚନା ଦେଇଛନ୍ତି। ସ୍ଥାନୀୟ ତହସିଲଦାର ଯେତେବେଳେ ଆବଶ୍ୟକ କରିବେ ସେତେବେଳେ ଏସପି ସଙ୍ଗେସଙ୍ଗେ ଅତରିକ୍ତ ଫୋର୍ସ ଯୋଗାଇଦେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବ୍ଲକ ଅତିରିକ୍ତ ବିଡ଼ିଓ ସୀମାଦ୍ରୀ ପାତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର, ସବଜେଲ ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳବେହେରା ଏବଂ ବାଣପୁର ପୋଲିସ ଏସଆଇ ବିଜୟ ମଲ୍ଲିକ ଓ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୧: ସୁସ୍ଥ ହେଲେ ୧୨୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୬୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୯୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।