Categories
ଆଞ୍ଚଳିକ

ନାଉଗାଁ ଏକତା ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ରମେଶ ମହାନ୍ତି
ଜଗତସିଂହପୁର: ଏକତା ସ୍ପୋର୍ଟିଂ କ୍ଳବ କାର୍ଯ୍ୟାଳୟ, ଚାରିଛକ ତିରୁଣା ଠାରେ ଏକ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହେଇଯାଇଛି। ତିରୁଣା ପଞ୍ଚାୟତର ନାଏବ ସରପଞ୍ଚ ଦିଜବର ପରିଡା ଏବଂ ବିଜୁ ଜନତା ଦଳ ନାଉଗାଁର ଯୁବ ସଭାପତି ପ୍ରତ୍ୟୁଷ ପରିଡାଙ୍କ ଦ୍ୱାରା ଏହି ଶିବିରର ଉଦଘାଟନ ହୋଇଥିଲା।

ଏହି ଶିବିରରେ ୩୫ ଜଣ ରୋଗୀ ପହଞ୍ଚି ଚକ୍ଷୁ ବିଶେଷଜ୍ଞ ଡ଼. ବି.କେ ମହାନ୍ତି ଏବଂ ତାଙ୍କ ସହଯୋଗୀ ମାନଙ୍କ ଉପସ୍ଥିତିରେ ନିଜ ନିଜର ଚକ୍ଷୁର ଚିକତ୍ସା ନିମନ୍ତେ ଉପଚାର ଜଣାଇଥିଲେ। ସେଥି ମଧ୍ୟରୁ ୬ ଜଣଙ୍କୁ ଭୂମିକା ଚକ୍ଷୁ ଚିକତ୍ସାଳୟ, ଜାରକା ଠାରେ ସେମାନଙ୍କ ଚକ୍ଷୁର ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା।

ଏହି ଶିବିରକୁ କ୍ଳବର ବରିଷ୍ଠ ଉପଦେଷ୍ଟା ଆଦିତ୍ୟ ପରିଡା ଏବଂ ଭରତ ସାହାଣୀ ଆୟୋଜନ କରିବା ସହିତ କ୍ଳବର ସଭାପତି ଜ୍ଞାନରଞ୍ଜନ ପରିଡା ଏବଂ ବିଶ୍ୱରଂଜନ ପରିଡା, ନାରାୟଣ ପରିଡା, ଲଲାଟ କୁମାର ପରିଡା, କ୍ଷେତ୍ରମୋହନ ସ୍ୱାଇଁଙ୍କ ସମେତ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କରୋନାର ସମସ୍ତ ନିୟମାବଳୀ ଅନୁଯାୟୀ ଶିବିରକୁ ସୁରୁଖୁରୁରେ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦୁଇଜଣ ନେତା

ଭୁବନେଶ୍ବର, ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଜଣ ଦଳୀୟ ନେତାଙ୍କୁ ନିଲମ୍ବିତ କରିଛନ୍ତି। ସେହି ଦୁଇଜଣ ହେଲେ ସୁନ୍ଦରଗଡ ଜିଲ୍ଲା ବିଜେଡିର କର୍ମକର୍ତ୍ତା। ଏହି ଦୁଇଜଣ ହେଲେ ଅମରେଶ ପଣ୍ଡା ଏବଂ ବିନୟ ପଣ୍ଡା। ଏହି ଦୁଇଜଣ ଦଳ ବିରୋଧୀ କାର୍ଯ୍ୟ କରୁଥିବାର ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଢିଲା କଟକଣା

ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ନୂଆ କଟକଣା ଲାଗୁ କରାଯାଇଛି। ଏବେ ଶନିବାର ଏବଂ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର କେବଳ ରବିବାର ଦିନ ବନ୍ଦ ରହୁଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ।

ଏହାସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରର ବାହାର କାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି। ଛତିଶା ନିଯୋଗ କମିଟି ଦ୍ଵାରା ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ “ମୋ ସ୍କୁଲ୍” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ ଉତ୍ସବ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ “ମୋ ସ୍କୁଲ୍” ଯୋଜନା ଅଧିନରେ ପୁରାତନ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟକୁ ଦାନ କରିଥିବା ପୁରାତନ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ବଣ୍ଟନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ଉଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଯେଉଁମାନେ ଅର୍ଥଦାନ କରି ବିଦ୍ୟାଳୟ ରୂପରେଖ ବଦଳାଇବାକୁ ପ୍ରଚେଷ୍ଟା କରିଛନ୍ତି ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।

ମୁଖ୍ୟ ବକ୍ତାଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ ସରୋଜକାନ୍ତ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସମଗ୍ରଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ବିଗ୍ୟାନ ପରିଦର୍ଶକ ସୁଭାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ମୋ ସ୍କୁଲ୍ ଅଭିଯାନ କମିଟିର ସଭାପତି ଓ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଆଭିମୁଖ୍ୟ ପ୍ରକାଶ କରିଥିଲେ।

ଏଥିସହିତ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଗତସିଂହପୁର ବ୍ଲକ ଶିକ୍ଷାଧିକାରୀ ଗଣେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୨ଟି ପ୍ରମୁଖ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟତ୍ରୀ, ପରିଚାଳନା କମିଟି ସଭାପତି, ମୋ ସ୍କୁଲ୍ ଅଭିଯାନର ସଭାପତି ମାନେ ଯୋଗଦେଇଥିଲେ। ଶେଷରେ ମୋ ସ୍କୁଲ୍ ଅଭିଯାନର ଧନ୍ୟବାଦ ପତ୍ର ଜିଲ୍ଲାପାଳ ସମସ୍ତଙ୍କୁ ବଣ୍ଟନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ମଦଦୋକାନ ଖୋଲିବା ନେଇ ପ୍ରସ୍ତାବିତ ସ୍ଥାନ

ରମେଶ ମହାନ୍ତି
ଜଗତସିଂହପୁର: ଓଡିଶା ସରକାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନୀୟ କ୍ଷେତ୍ର ଅଞ୍ଚଳରେ ସ୍ୱଦେଶୀ ତିଆରି ଠିପିବନ୍ଦ ବିଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଞ୍ଜୁରି କରିବା ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ଏହି ଅଞ୍ଚଳ ଗୁଡ଼ିକ ମଧ୍ୟରେ କୁଜଙ୍ଗ ୧ ପାଇଁ କୁଜଙ୍ଗ ଗ୍ରାମପଞ୍ଚାୟତ ସେକ୍ଟର ୨୧ ,ୱାର୍ଡ଼ ନଂ -୧, ପାରାଦ୍ଵୀପ ମେରାଇନ୍ ଥାନା ପାଇଁ ପାରାଦ୍ବୀପ ପୌରପରିଷଦର ୱାର୍ଡ଼ ନଂ-୧, ପାରାଦ୍ଵୀପ ଲକ୍ ଥାନାର ଉଦୟବଟ ପାଇଁ ଉଦୟବଟ ଗ୍ରାମପଞ୍ଚାୟତ, ପାରାଦ୍ଵୀପ ଥାନାର ପାରାଦ୍ବୀପ ନଂ-୧ ପାଇଁ ବିଜୟା ମାର୍କେଟ, ବଡପଡିଆ ୱାର୍ଡ଼ ନଂ-୧୧, ଜଗତସିଂହପୁର ନଂ-୨ ପାଇଁ ଆଳିପିଙ୍ଗଳ ପଞ୍ଚାୟତ, ଜଗତସିଂହପୁର ନଂ-୩ ପାଇଁ କାଦୁଅପଡା ଗ୍ରାମ ପଞ୍ଚାୟତ, ନାଉଗାଁ ପାଇଁ ନାଉଗାଁ ଗ୍ରାମପଞ୍ଚାୟତରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରହିଛି।

ସେହିପରି ଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାରାଦ୍ବୀପ ଥାନା ଷଣ୍ଢକୁଦ ଅଞ୍ଚଳର ଷଣ୍ଢକୁଦ ପାଇଁ ୱାର୍ଡ଼ ନଂ-୧୮, ଅଠରବାଙ୍କି ପାଇଁ ୱାର୍ଡ଼ ନଂ-୬ ଅଠରବାଙ୍କି ଠାରେ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଯଦି ଏହି ପ୍ରସ୍ତାବ ଉପରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା କୌଣସି ଜନସାଧାରଣଙ୍କର କୌଣସି ଅଭିଯୋଗ ଥାଏ, ତାହାଲେ ସେମାନେ ଏପ୍ରିଲ୍ ୨୩ତାରିଖ ୨୦୨୧ ସୁଦ୍ଧା ଜିଲ୍ଲାପାଳ ଜଗତସିଂହପୁରଙ୍କୁ ଅଭିଯୋଗ କରିପାରିବେ।

ଏହି ଅଭିଯୋଗ ପତ୍ର ଜଗତସିଂହପୁର ଜିଲ୍ଲାପାଳଙ୍କ ଠିକଣାରେ ଚଳିତ ମାସ ଏପ୍ରିଲ୍ ୨୩ତାରିଖ ସୁଦ୍ଧା ପହଞ୍ଚାଇବା ଆବଶ୍ୟକ ଅଟେ। ଉକ୍ତ ସମୟସୀମା ପରେ କୌଣସି ଅଭିଯୋଗ ପତ୍ର ପ୍ରାପ୍ତ ହେଲେ ତାହା ବିଚାରକୁ ନିଆଯିବ ନାହିଁ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ସ୍ବାସ୍ଥ୍ୟ

ସେଲର ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲ୍ ହେଲା କୋଭିଡ୍ କେୟାର ହସ୍ପିଟାଲ୍

ନୂଆଦିଲ୍ଲୀ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ରାଉରକେଲା ସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ରୂପେ ଉପଯୋଗ ନିମନ୍ତେ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭରତ ସରକାରଙ୍କ ଇସ୍ପାତ ଏବଂ ପିଏନଜି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସ୍ଥିତ ସେଲ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ବିରୁଦ୍ଧରେ ଦେଶର ସଂଗ୍ରାମରେ ସେଲ ସହଭାଗିତା କରିବା ସହ ଯତପରୋନାସ୍ତି ଯୋଗଦାନ ଦେଉଛି ।

କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସୁପର ସ୍ପେଶାଲିଟି ହସ୍ପିଟାଲର ଆଇସିୟୁ ସୁବିଧା ବ୍ୟବହାର ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁରୋଧ କରିଥିଲେ। ସେଲ ଆରଏସପିର ସୁପର ସ୍ପେଶାଲିଟି ହସ୍ପିଟାଲରେ ଉପଲବ୍ଧ ୬୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସୁବିଧା କୋଭିଡ-୧୯ ଚିକିତ୍ସା ସେବା ପାଇଁ ବ୍ୟବହୃତ ହେବ । ଏହି ଡାକ୍ତରଖାନା ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ସୁବିଧାକୁ ଅଧିକ ସୁଦୃଢ କରିବ ।

ଗତ ବର୍ଷ କୋଭିଡ ମହାମାରୀର ପ୍ରକୋପ ଆରମ୍ଭ ହେବାଠାରୁ ସେଲ କାନ୍ଧରେ କାନ୍ଧ ମିଳାଇ ଏହାର ମୁକାବିଲା କରିଆସୁଛି । କମ୍ପାନୀ ପିଏମ କେୟାର୍ସ ପାଣ୍ଠିରେ ୩୦ କୋଟି ଟଙ୍କା ଯୋଗଦାନ କରିବା ସହିତ କର୍ମଚାରୀମାନେ ମଧ୍ୟ ଏହି ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିଥିଲେ । ସେଲ ଦ୍ୱାରା ଗ୍ରହଣ କରାଯାଇଥିବା ବିବିଧ ପ୍ରୟାସ ମାଧ୍ୟମରେ କରୋନା ବିରୁଦ୍ଧରେ ଲଢେଇକୁ ଅଧିକ ବ୍ୟାପକ କରିବା ସହିତ ଏହାର ବିଭିନ୍ନ ପ୍ଲାଣ୍ଟ ଏବଂ ୟୁନିଟ୍ ଗୁଡିକ ସ୍ଥାନୀୟ ପ୍ରଶାସନ ସହିତ ସହଭାଗିତା କରିଆସୁଛନ୍ତି ।

ଏହି କ୍ରମରେ କମ୍ପାନୀର ହସ୍ପିଟାଲଗୁଡିକରେ ସ୍ଵାସ୍ଥ୍ୟସେବା ସୁବିଧାଗୁଡିକୁ ଅଧିକ ବିସ୍ତୃତ କରାଯାଇଥିଲା । ସେଲ ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଏକ କୋଭିଡ-୧୯ ପରୀକ୍ଷା କେନ୍ଦ୍ର ସ୍ଥାପନା କରାଯାଇଥିଲା ଯାହା ନିରନ୍ତର କାର‌୍ୟ୍ୟ କରୁଛି ଏବଂ ମହାମାରୀ ବିରୋଧରେ ଓଡିଶାର ସଂଗ୍ରାମରେ ସହଯୋଗ କରୁଛି । ଅନ୍ନଦାନ ଯୋଜନା ଅଧୀନରେ ସେଲ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ ଶୁଖିଲା ରାସନ ଏବଂ ଖାଦ୍ୟ ବଣ୍ଟନ କରିଛି ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ: ଆଜି ଚେନ୍ନାଇ ସୁପରକିଙ୍ଗ୍ସ ବନାମ ପଞ୍ଜାବ କିଙ୍ଗ୍ସ, ଜାଣନ୍ତୁ କଣ ରହିଛି ପୂର୍ବ ରେକର୍ଡ

ମୁମ୍ବାଇ: ଆଜି ଆଇପିଏଲ-୧୪ ସଂସ୍କରଣର ଅଷ୍ଟମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ସନ୍ଧ୍ୟା ୭ ଟା ୩୦ ମିନିଟରେ ଖେଳାଯିବ। ଚେନ୍ନାଇ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୭ ୱିକେଟରେ ପରାଜିତ ହୋଇଥିବା ବେଳେ ପଞ୍ଜାବ ଦଳ ରାଜସ୍ଥାନ ରୟାଲ୍ସ ଠାରୁ ୪ ରନରେ ବିଜୟ ହାସଲ କରିଥିଲା।

ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ କଣ ରହିଛି ପୂର୍ବ ରେକର୍ଡ:

ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଆଇପିଏଲରେ ଏପର୍ଯ୍ଯନ୍ତ ୨୩ ଟି ମ୍ୟାଚ ଖେଲାଯାଇଛି। ମୋଟ ୨୩ ଟି ମଧ୍ୟରୁ ଚେନ୍ନାଇ ୧୪ ଟି ମ୍ୟାଚ ଜିତି ଥିବା ବେଳେ ପଞ୍ଜାବ ୯ ଟି ମ୍ୟାଚରେ ବିଜୟ ହାସଲ କରିଛି। ଗତ ୫ ଟି ମ୍ୟାଚରେ ଚେନ୍ନାଇର ରେକର୍ଡ ଭଲ ରହିଛି। ଚେନ୍ନାଇ ୫ ଟି ମ୍ୟାଚରୁ ୪ ଟି ମ୍ୟାଚରେ ପଞ୍ଜାବକୁ ପରାଜିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟକୁ ଆସିବ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା

ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା ଆସିବ। ଗତକାଲି ୧୦୫୦ଟି  କେନ୍ଦ୍ରରେ ଟୀକା ଦାନ ଚାଲିଥିବା ବେଳେ ଆଜି ୭ ଶହଟି କେନ୍ଦ୍ରରେ ଟୀକାକରଣ ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଲୋକ ଟୀକା ଗ୍ରହଣ କରିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଡା ସୁରକ୍ଷା ଭିତରେ ହାଇଦ୍ରାବାଦରୁ ଆସିଲା ହାଇଦର

ଭୁବନେଶ୍ବର, ଆଜି କମିଶନରେଟ ପୋଲିସ କଡା ସୁରକ୍ଷା ଭିତରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଆଣିଛି। ଗତକାଲି ରାତିରେ ଓଡିଶା ପୋଲିସ ହାଇଦ୍ରାବାଦ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିଛି। ହାଇଦର ଏକ ମୋଟରସାଇକଲ ପଛରେ ବସି ଯିବା ବେଳେ ପୋଲିସ ତାକୁ କାବୁ କରିଛି। ଆଜି ସକାଳ 9ଟାରେ କମିଶନରେଟ ପୋଲିସର କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଥିଲା। ସେଠାରେ ତାହାର କୋଭିଡ ଟେଷ୍ଟ କରିବା ପରେ କଟକ ନିଆଯାଇଛି।

ଗତ ପାଞ୍ଚଦିନ ତଳେ ହାଇଦର କଟକ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଫେରାର ହୋଇଯାଇଥିଲା। ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସକୁ ଖାଦ୍ୟରେ ନିଶା ଦେଇ ହାଇଦର ଫେରାର ହୋଇଯାଇଥିଲା। ସେହିଦିନଠାରୁ ପୋଲିସ ତାକୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ଯାହା ଆଜି ସଫଳ ହୋଇଛି।

Categories
ଆଞ୍ଚଳିକ

ବାଣପୁରକୁ ଫେରିଲା କରୋନାର ଦ୍ଵିତୀୟ ଲହର: ଜଣେ ପଜିଟିଭ ଚି଼ହ୍ନଟ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ କୋଭିଡର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଓଡ଼ିଶାରେ ହୁ ହୁ ହୋଇ ବଢୁଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି।

ସେହିଭଳି ଆଜି ବାଣପୁରରୁ ଜଣେ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାର ସୂଚନା ରହିଛି। ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି।

ତେବେ ଏହି ଆକ୍ରାନ୍ତ ଜଣଙ୍କ ମଧ୍ୟରେ କୌଣସି ଲକ୍ଷଣ ନାହିଁ। କିନ୍ତୁ ସେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ଏହା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୧୬ ହଜାର ୮୫୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୬ ହଜାର ୮୫୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୧୮୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪୨ ଲକ୍ଷ ୮୭ ହଜାର ୭୪୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୪ ହଜାର ୩୦୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୫ ଲକ୍ଷ ୬୩ ହଜାର ୫୮୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ପ୍ରାଣ ହରାଇଲେ ୩ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୩୮କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ତେବେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୨ ହଜାର ୫୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୮୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୩ ହଜାର ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୮୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୨ ହଜାର ୫୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୮୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୫ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୩୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୨୩ ଜଣ, ଅନୁଗୁଳ ୪୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୫୧ ଜଣ, ବରଗଡ ଜିଲ୍ଲାରୁ ୧୩୨ ଜଣ, ଭଦ୍ରକ ଜିଲ୍ଲାରୁ ୫୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୩୩ ଜଣ, ବୌଦ୍ଧ ଜିଲ୍ଲାରୁ ୯ ଜଣ, କଟକ ୧୬୩ ଜଣ, ଦେବଗଡ ଜିଲ୍ଲାରୁ ୧୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୫୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯ ଜଣ, ଯାଜପୁର ଜିଲ୍ଲାରୁ ୭୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୮୯ ଜଣ, କଳାହାଣ୍ଡିରୁ ୫୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୦ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୨ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୫ ଜଣ, କୋରାପୁଟ ଜିଲ୍ଲାରୁ ୨୩ ଜଣ, ମାଲକାନାଗିରି ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭୧ ଜଣ, ନବରଂଗପୁର ଜିଲ୍ଲାରୁ ୧୫୬ ଜଣ, ନୟାଗଡ ଜିଲ୍ଲାରୁ ୧୫ ଜଣ, ନୂଆପଡା ଜିଲ୍ଲାରୁ ୧୪୦ ଜଣ, ପୁରୀ ଜିଲ୍ଲାରୁ ୧୧୪ ଜଣ, ରାୟଗଡା ଜିଲ୍ଲାରୁ ୩୮ ଜଣ, ସମ୍ବଲପୁର ଜିଲ୍ଲାରୁ ୧୫୩ ଜଣ, ସୋନପୁର ଜିଲ୍ଲାରୁ ୪୨ ଜଣ ଏବଂ ଷ୍ଟେଟ ପୁଲରୁ ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେଳ ମନ୍ତ୍ରଣାଳୟ ନୂଆ ନିଷ୍ପତି, ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର, ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ନିଷ୍ପତି ଅନୁସାରେ ଏହିପରି ଭାବେ ଟ୍ରେନ ଚଳାଚଳ କରିବ।

୦୮୬୪୬ ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ ୧୬.୦୪.୨୦୨୧ ରୁ ୩୦.୦୪.୨୦୨୧ ମଧ୍ୟରେ ପ୍ରତ୍ୟହ ସକାଳ ୮ ଘଟିକାରେ ଛାଡି ହାଓଡ଼ା ଠାରେ ତା’ ପରଦିନ ଅପରାହ୍ନ ୨ଘ.୪୦ମି.ରେ ପହଞ୍ଚିବ।

ସେହିଭଳି, ଫେରିବା ମାର୍ଗରେ ୦୮୬୪୫ ହାଓଡ଼ା-ହାଇଦ୍ରାବାଦ ବିଶେଷ ଟ୍ରେନ ୧୮.୦୪.୨୦୨୧ ରୁ ୦୨.୦୫.୨୦୨୧ ପର‌୍ୟ୍ୟନ୍ତ ହାଓଡ଼ା ଠାରୁ ପ୍ରତ୍ୟକ ଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡି ହାଇଦ୍ରାବାଦରେ ତା’ପରଦିନ ସନ୍ଧ୍ୟା ୫ଘ.୩୦ମି.ରେ ପହଞ୍ଚିବ।

ଏହି ଟ୍ରେନ୍ ହାଇଦ୍ରାବାଦ ଏବଂ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-୨ ଟାୟାର୍, ତିନିଟି ଏସି -୩ ଟାୟାର୍, ୧୨ ଟି ସ୍ଲିପର୍ କ୍ଲାସ୍, ତିନିଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଏବଂ ଗୋଟିଏ ପାର୍ସଲ୍ ଭ୍ୟାନ ଉପଲବ୍ଧ ଅଛି ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭୟଙ୍କର ହୋଇଛି କରୋନା 2.0, ଗୋଟିଏ ମିନଟ୍ ସଂକ୍ରମିତଙ୍କ ସହ କଥା ହେଲେ ଡେଉଁଛି ଭାଇରସ

ନୂଆଦିଲ୍ଲୀ: କରୋନା 2.0 ବଡ ଭୟଙ୍କର ବୋଲି ପ୍ରମାଣିତ ହୋଇଛି। ନୂଆଦିଲ୍ଲୀର ଗବେଷକଙ୍କ ଅନୁସାରେ ପ୍ରଥମ ଲହରଠାରୁ ଦ୍ବିତୀୟ ଲହର ବେଶ ଶକ୍ତିଶାଳୀ। ଯଦି ସଂକ୍ରାମିତଙ୍କ ସହିତ ଗୋଟିଏ ମିନଟ କଥା ହେଲେ ଭାଇରସ ବ୍ୟାପିଯାଉଛି। ଫଳରେ ସାରା ଭାରତରେ ଏହି ସଂକ୍ରାମଣ ତୀବ୍ର ହେଉଛି ବୋଲି ଗବେଷଣାରୁ ଜଣାପଡିଛି।

ଦ୍ବିତୀୟ ଲହର କଣ ପାଇଁ ଶିଘ୍ର ବ୍ୟାପୁଛି ବୋଲି ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ଏହି ଦଳ ଅନୁସନ୍ଧାନ କରି ଜାଣିପାରିଛନ୍ତି ଯେ କରୋନା ଦ୍ବିତୀୟ ଲହର ବେଶ ଶକ୍ତିଶାଳୀ। ଏଥିସହିତ ଏହି ଭାଇରସ ଯୁବକଙ୍କୁ ବେଶୀ ପରିମାଣରେ ଗ୍ରାସ କରୁଛି ବୋଲି ଜଣାପଡିଛି। ମୁଖ୍ୟତଃ 35 ବର୍ଷରୁ କମ ବୟସ୍କ ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରିଛି।

କରୋନା 1.0 ର ସ୍ଥିତି ଯାହା ଥିଲା ବର୍ତ୍ତମାନ କରୋନା 2.0ର ସ୍ଥିତି ଗମ୍ଭିର ହେଉଛି। ପ୍ରଥମେ କରୋନାର ସଂକ୍ରାମଣ ପ୍ରସାର ଧୀରେଧୀରେ ଥିଲା। ଏହାଦ୍ବାରା ସରକାରଙ୍କୁ କରୋନା ପରିଚାଳନା କରିବାରେ ସୁବିିଧା ହୋଇପାରୁ ଥିଲା। ହେଲେ 2.0ର ବର୍ତ୍ତମାନ ଯେପରି ଛଲାଙ୍ଗ ମାରୁଛି ବର୍ତ୍ତମାନ ସରକାରଙ୍କୁ ନିୟନ୍ତ୍ରଣ କରିବାରେ କଷ୍ଟକର ବ୍ୟାପାର ହୋଇଯିବ।

ତେବେ ଏହି କରୋନା 2.0 କୁ ନେଇ ଆଉ ଏକ ଚମକ ପ୍ରଦ ତଥ୍ୟ ମଧ୍ୟ ପଦାକୁ ଆସିଛି। କେତେକ ଶିଶୁ ବିଶେଷଜ୍ଞ ଗବେଷଣା କରି ଜାଣିପାରିଛନ୍ତି ଯେ, ଶିଶୁମାନଙ୍କୁ ମଧ୍ୟ କରୋନା2.0 ସଂକ୍ରାମିତ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ବର୍ଷରୁ କମ ବୟସର ଶିଶୁଙ୍କୁ ମଧ୍ୟ କରୋନା ମାଇଲ୍ଡ ସଂକ୍ରାମଣ ହେଉଛି। ଫଳରେ ଶିଶୁମାନଙ୍କୁ ଥଣ୍ଡା,କାସ, ଜ୍ବର ହେବା ପ୍ରଭୃତି ପରିଲକ୍ଷିତ ହେଉଛି।

ସେଥିପାଇଁ ବର୍ତ୍ତମାନ କରୋନା 2.0 କୁ ସାବଧାନର ସହିତ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ମୁଖ୍ୟତଃ ମାସ୍କ ପିନ୍ଧିବା ଏବଂ ସାଇନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ବ ଦେଇଛନ୍ତି।

Categories
ଆଜିର ଖବର

ଆଜି ଏପ୍ରିଲ 16 ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ପାଇବେ ଶାରୀରିକ କଷ୍ଟ

ମେଷ : ଆପଣଙ୍କ ଖର୍ଚ୍ଚ ବ୍ୟତୀତ କ୍ରୋଧ ଏବଂ ଜିଭକୁ ସଂଯମ କରନ୍ତୁ। କାହା ସହିତ ଝଗଡା ହେବାର ସମ୍ଭାବନା ଅଛି। ଆର୍ଥିକ ବିଷୟ କିମ୍ବା କାରବାରରେ ସାବଧାନ ରୁହନ୍ତୁ। ନକାରାତ୍ମକ ଚିନ୍ତାଧାରା ମନରେ ପ୍ରାଧାନ୍ୟ ବିସ୍ତାର କରିବ। ଖାଇବା ପିଇବାରେ ଅସାବଧାନତା ସ୍ୱାସ୍ଥ୍ୟର ଖରାପ ହେବାର ସମ୍ଭାବନା ଅଛି।

ବୃଷ: ଆଜି ଆପଣଙ୍କର ମନ ଅତ୍ୟନ୍ତ ଆରାମ ପାଇବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହକୁ ବଢାଇବ। ପଡ଼ୋଶୀ ଏବଂ ଭାଇଭଉଣୀଙ୍କ ସହ ଅଧିକ ସମନ୍ୱୟ ରହିବ । ଘରେ ବନ୍ଧୁ ଏବଂ ପ୍ରିୟଜନଙ୍କ ଆଗମନ ଆନନ୍ଦଦାୟକ ହେବ। ସ୍ଥାନାନ୍ତରଣର ଏକ ସମ୍ଭାବନା ଅଛି।

ମିଥୁନ: ଆଜି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଚେତାବନୀ ଦିଆଯାଇଛି। ପାରିବାରିକ ସମସ୍ୟା ଆପଣଙ୍କ ମନକୁ ବିଚଳିତ କରିବ। ମାତାର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାଧାରଣ ଜୀବନରେ ଅଜ୍ଞତା କିମ୍ବା ଅସାଧୁତା ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ। ପର୍ଯ୍ୟାପ୍ତ ବିଶ୍ରାମ ନ ପାଇବା ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହେବ। ସତେଜତା ଏବଂ ଆନନ୍ଦ ଅଭାବ ହେବ।

କର୍କଟ: ଆଜି ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ। କାର୍ଯ୍ୟ ବିଫଳତା ହତାଶା ସୃଷ୍ଟି କରିବ ଏବଂ ଆପଣଙ୍କୁ କ୍ରୋଧିତ କରିବ। କିନ୍ତୁ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିଲେ କୌଣସି ଖରାପ କରିବ ନାହିଁ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। ବିତର୍କ କିମ୍ବା ଆଲୋଚନା ହେତୁ ସମସ୍ୟା ଉପୁଜିବ। ପିଲାମାନଙ୍କ କ୍ଷେତ୍ରରେ ଚିନ୍ତା ସୃଷ୍ଟି ହେବ, କିନ୍ତୁ ପ୍ରେମୀଯୁଗଳ ଏବଂ ଧନ ପାଇଁ ଏକ ଅନୁକୂଳ ଦିନ ଅଛି।

ସିଂହ: ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ ସହିତ ଘରେ ସମୟ ବିତାଇବେ । ଶାରୀରିକ ଏବଂ ମାନସିକ ସୁଖ କାମ କରିବାରେ ଉତ୍ସାହ ଯୋଗାଇବ। ଅଫିସରେ କର୍ମଚାରୀଙ୍କ ସାହାଯ୍ୟରେ, ଆପଣ ଅନେକ କାର୍ଯ୍ୟ ସମାପ୍ତ କରିପାରିବେ। ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସମାପ୍ତ ହେବ। ଲକ୍ଷ୍ମୀ ଦେବୀଙ୍କ କୃପାରୁ ଆପଣଙ୍କର ଉପଯୁକ୍ତ ଖର୍ଚ୍ଚ ହେବ। ଚିନ୍ତାରୁ ମୁକ୍ତି ପାଇବେ।

କନ୍ୟା: ଆଜି ପ୍ରେମ, ରୋମାନ୍ସ, ମନୋରଞ୍ଜନ ଏବଂ ମଜାଦାର ପରିପୂର୍ଣ୍ଣ ଦିନ। ଆପଣ ସାଧାରଣ ଜୀବନରେ ଗୁରୁତ୍ୱ ହାସଲ କରିବେ। ଯଶ ଏବଂ ଖ୍ୟାତି ବୃଦ୍ଧି ପାଇବ। ଅଂଶୀଦାରମାନଙ୍କ ସହିତ ଲାଭ ବିଷୟରେ ଆଲୋଚନା ହେବ। ସୁନ୍ଦର ପୋଷାକ କିମ୍ବା ପୋଷାକ ପାଇଁ ସପିଂ କରିବେ। ଆପଣ ଉତ୍କୃଷ୍ଟ ବିବାହ ଏବଂ ଯାନର ସୁଖ ପାଇବ।ଫି ଟନେସ୍ ଏବଂ ମାନସିକ ସ୍ୱାସ୍ଥ୍ୟ ଠିକ ରହିବ। ସାଙ୍ଗମାନଙ୍କ ସହିତ ଭ୍ରମଣ ହେବ। ଗଣେଶଙ୍କ ଆଶୀର୍ବାଦ ଆପଣଙ୍କ ସହିତ ଅଛି।

ତୂଳା: ଆଜି ନୂତନ କାର୍ଯ୍ୟ ଗ୍ରହଣ କରିବା ଲାଭଦାୟକ ନୁହେଁ। ବିଦେଶୀ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟକୁ ଖରାପ କରିବାର ସମ୍ଭାବନା ରହିଛି। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ନୀରବତାର ଅସ୍ତ୍ର ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବ। ଟଙ୍କା ଖର୍ଚ୍ଚ ଅଧିକ ହେବ। ଗୃହଶତ୍ରୁ ଆପଣଙ୍କର କ୍ଷତି କରିପାରନ୍ତି ସାବଧାନ ରୁହନ୍ତୁ। ନିଆଁ ଏବଂ ପାଣିରୁ ଦୂରେଇ ରୁହନ୍ତୁ। ସରକାର ବିରୋଧୀ କିମ୍ବା ଅନୈତିକ ଧାରା ସୃଷ୍ଟି ନ କରିବାକୁ ଧ୍ୟାନ ଦିଅନ୍ତୁ।

ବିଛା: ଆଜି ପ୍ରକୃତିର କ୍ରୋଧ ହେତୁ ଆପଣ କାମ କରିବାକୁ ମନ ଦେବ ନାହିଁ । ବିତର୍କରେ ଏହାର ଗୁରୁତ୍ୱ ହେତୁ ଅନ୍ୟମାନଙ୍କର ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିବ। ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଶିଘ୍ର ନିଷ୍ପତ୍ତି ଗ୍ରହଣ କିମ୍ବା ପଦକ୍ଷେପ ନେଲେ କ୍ଷତି ହେବାର ସମ୍ଭାବନା ଅଛି। ଚାକିରୀ ବ୍ୟବସାୟ କ୍ଷେତ୍ରରେ ଅବରୋଧ ହେତୁ ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ। ଧାର୍ମିକ ଯାତ୍ରା ହେବାର ସମ୍ଭାବନା ରହିଛି।

ଧନୁ: ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦେବେ। ନୂତନ ଘରୋଇ ଜିନିଷ କିଣିବାର ସମ୍ଭାବନା ଅଛି। ବ୍ୟବସାୟୀ ଏବଂ ଚାକିରୀଆମାନେ ଲାଭ ଏବଂ ପଦୋନ୍ନତି ଆଶା କରିପାରନ୍ତି। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ସରକାରୀ ସୁବିଧା ଉପଲବ୍ଧ ହେବ।  ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ଆଜି ସମସ୍ତ କାର୍ଯ୍ୟ ଏକ ସୁସ୍ଥ ଏବଂ ସହଜ ଢଙ୍ଗରେ ସମାପ୍ତ ହେବ।

ମକର: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ । ଚାକିରୀରେ ଆପଣ ଲାଭର ଖବର ପାଇବେ। ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ବିବାହ ଯୋଗ ଦେଖାଦେଇଛି। ମହିଳା ବନ୍ଧୁମାନଙ୍କଠାରୁ ବିଶେଷ ଲାଭ ହେବ। ଆୟ ବୃଦ୍ଧି ହେବାର ସମ୍ଭାବନା ଦେଖାଦେଇଛି। ବିବାହିତ ଜୀବନରେ ସୁଖ ଉପଭୋଗ କରିବେ। ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରିବେ।

କୁମ୍ଭ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ । କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ।

ମୀନ: ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶୁକ୍ରବାରରେ କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ, ଅସୁବିଧାରେ ପଡିପାରନ୍ତି

କର୍କଟ:  କାର୍ଯ୍ୟ ବିଫଳତା ହତାଶା ସୃଷ୍ଟି କରିବ ଏବଂ ଆପଣଙ୍କୁ କ୍ରୋଧିତ କରିବ। କିନ୍ତୁ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିଲେ କୌଣସି ଖରାପ କରିବ ନାହିଁ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। ବିତର୍କ କିମ୍ବା ଆଲୋଚନା ହେତୁ ସମସ୍ୟା ଉପୁଜିବ।

ସିଂହ: ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ ସହିତ ଘରେ ସମୟ ବିତାଇବେ । ଶାରୀରିକ ଏବଂ ମାନସିକ ସୁଖ କାମ କରିବାରେ ଉତ୍ସାହ ଯୋଗାଇବ। ଅଫିସରେ କର୍ମଚାରୀଙ୍କ ସାହାଯ୍ୟରେ, ଆପଣ ଅନେକ କାର୍ଯ୍ୟ ସମାପ୍ତ କରିପାରିବେ।

ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ଶୁକ୍ରବାରରେ ନକାରତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ

ମେଷ : ଆପଣଙ୍କ ଖର୍ଚ୍ଚ ବ୍ୟତୀତ କ୍ରୋଧ ଏବଂ ଜିଭକୁ ସଂଯମ କରନ୍ତୁ। କାହା ସହିତ ଝଗଡା ହେବାର ସମ୍ଭାବନା ଅଛି। ଆର୍ଥିକ ବିଷୟ କିମ୍ବା କାରବାରରେ ସାବଧାନ ରୁହନ୍ତୁ। ନକାରାତ୍ମକ ଚିନ୍ତାଧାରା ମନରେ ପ୍ରାଧାନ୍ୟ ବିସ୍ତାର କରିବ।

ବୃଷ: ଆଜି ଆପଣଙ୍କର ମନ ଅତ୍ୟନ୍ତ ଆରାମ ପାଇବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହକୁ ବଢାଇବ। ପଡ଼ୋଶୀ ଏବଂ ଭାଇଭଉଣୀଙ୍କ ସହ ଅଧିକ ସମନ୍ୱୟ ରହିବ । ଘରେ ବନ୍ଧୁ ଏବଂ ପ୍ରିୟଜନଙ୍କ ଆଗମନ ଆନନ୍ଦଦାୟକ ହେବ।

ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶୁକ୍ରବାରରେ ପାରିବାରିକ ସମସ୍ୟା ନେଇ ହେବେ ଚିନ୍ତିତ

ମୀନ: ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ।

ମିଥୁନ: ଆଜି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଚେତାବନୀ ଦିଆଯାଇଛି। ପାରିବାରିକ ସମସ୍ୟା ଆପଣଙ୍କ ମନକୁ ବିଚଳିତ କରିବ। ମାତାର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାଧାରଣ ଜୀବନରେ ଅଜ୍ଞତା କିମ୍ବା ଅସାଧୁତା ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ।

ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Categories
ଆଜିର ଖବର ଧର୍ମ

ଶୁକ୍ରାବରରେ ଏହି ରାଶିର ବ୍ୟକ୍ତିମାନଙ୍କର ବୃଦ୍ଧି ପାଇବ ଖ୍ୟାତି

କନ୍ୟା: ଆଜି ପ୍ରେମ, ରୋମାନ୍ସ, ମନୋରଞ୍ଜନ ଏବଂ ମଜାଦାର ପରିପୂର୍ଣ୍ଣ ଦିନ। ଆପଣ ସାଧାରଣ ଜୀବନରେ ଗୁରୁତ୍ୱ ହାସଲ କରିବେ। ଯଶ ଏବଂ ଖ୍ୟାତି ବୃଦ୍ଧି ପାଇବ। ଅଂଶୀଦାରମାନଙ୍କ ସହିତ ଲାଭ ବିଷୟରେ ଆଲୋଚନା ହେବ। ସୁନ୍ଦର ପୋଷାକ କିମ୍ବା ପୋଷାକ ପାଇଁ ସପିଂ କରିବେ।

ଧନୁ: ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦେବେ। ନୂତନ ଘରୋଇ ଜିନିଷ କିଣିବାର ସମ୍ଭାବନା ଅଛି। ବ୍ୟବସାୟୀ ଏବଂ ଚାକିରୀଆମାନେ ଲାଭ ଏବଂ ପଦୋନ୍ନତି ଆଶା କରିପାରନ୍ତି। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ସରକାରୀ ସୁବିଧା ଉପଲବ୍ଧ ହେବ।

ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ କୌଣସି ଶିଘ୍ର ନିଷ୍ପତି ନେଲେ ହୋଇପାରେ କ୍ଷତି

ତୂଳା: ଆଜି ନୂତନ କାର୍ଯ୍ୟ ଗ୍ରହଣ କରିବା ଲାଭଦାୟକ ନୁହେଁ। ବିଦେଶୀ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟକୁ ଖରାପ କରିବାର ସମ୍ଭାବନା ରହିଛି। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ନୀରବତାର ଅସ୍ତ୍ର ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବ। ଟଙ୍କା ଖର୍ଚ୍ଚ ଅଧିକ ହେବ।

ବିଛା: ଆଜି ପ୍ରକୃତିର କ୍ରୋଧ ହେତୁ ଆପଣ କାମ କରିବାକୁ ମନ ଦେବ ନାହିଁ । ବିତର୍କରେ ଏହାର ଗୁରୁତ୍ୱ ହେତୁ ଅନ୍ୟମାନଙ୍କର ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିବ। ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଶିଘ୍ର ନିଷ୍ପତ୍ତି ଗ୍ରହଣ କିମ୍ବା ପଦକ୍ଷେପ ନେଲେ କ୍ଷତି ହେବାର ସମ୍ଭାବନା ଅଛି।

ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ