Author: thesamikhsya

ଭୁବନେଶ୍ୱର: ମାଣ୍ଡିଆ ତଥା ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନେଇ ଦେଶର ବିଭିନ୍ନ ରାଜ୍ୟର ଲୋକକଥା ଓ ଲୋକସଂସ୍କୃତି ଉପଦାନ ସମ୍ବଳିତ ଗୀତନାଚରେ ଝୁମିଥିଲେ ଦର୍ଶକ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଗୋଟିଏ ଅଣ-ବୈଷିୟିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକମାନେ ପରିବେଷଣ କରିଥିଲେ ସୁମଧୁର ସଂଗୀତ। ସବୁବେଳେ ଏପରି ଲୋକସଂଗୀତ ପୁଷ୍ଟିଶସ୍ୟ ଚାଷ ସହତ ସୁରକ୍ଷା ଦିଗରେ ସହାୟକ ହୋଇଆସିଛି। ଆଜିର କାର୍ଯ୍ୟକ୍ରମରେ ମାଣ୍ଡିଆ ଦିବସ ଅବସରରେ ମେଘାଳୟ, କର୍ଣ୍ଣାଟକ, ଗୁଜୁରାଟ ଓ ଓଡ଼ିଶାର କୃଷକ ଦଳ ସମବେତ ହୋଇ ପୁଷ୍ଟିଶସ୍ୟ ସଂଗୀତ ପରିବେଷଣ କରିଥିଲେ। କଣ୍ଠରେ ଥିଲା ପୁଷ୍ଟିଶସ୍ୟର ଜୟଗାନ, ପରିଚ୍ଛଦ ଥିଲା ପାରମ୍ପରିକ। ବିଭାଗୀୟ ସହକାରୀ ନିର୍ଦ୍ଦେଶକ ପ୍ରିୟଙ୍କା ପି୍ରୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବାବେଳେ କାର୍ଯ୍ୟକ୍ରମର ସଂଚାଳକ ଅନୁଷ୍ଠାନ ‘ରିଭିଟାଲାଇଜିଂ ରେନ୍‌ଫେଡ୍‌ ଏରିଆ (ଆର୍‌ଆର୍‌ଏ)’ର ଜାତୀୟ ନିର୍ଦ୍ଦେଶକ ଡ. ସବ୍ୟସାଚୀ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଗୀତିକାର ଓ ସମାଜକର୍ମୀ…

Read More

ଭୁବନେଶ୍ବର: ଆଉ ଦିନକ ପରେ ହେବ ଦୀପାବଳି। ଏହିଦିନ ସମସ୍ତେ ବାଣ ଫୁଟାଇ ଏହି ଉତ୍ସବକୁ ପାଳନ କରିଥାନ୍ତି। ହେଲେ ଏହି ଆଲୋକର ଉତ୍ସବରେ ଅନେକ ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ଓଡିଶା ଅଗ୍ନିସେବା ତରଫରୁ ବାଣ ଦୋକାନୀଙ୍କ ପାଇଁ ଜାରୀ କରାଯାଇଛି ନିୟମ। ସେଗୁଡିକ ହେଲା ଅସ୍ଥାୟୀ ବାଣ ଦୋକାନ:- ବିକ୍ରି ପାଇଁ ଉଦ୍ଦିଷ୍ଟ ବାଣ ଗୁଡ଼ିକୁ ଉପଯୁକ୍ତ ଓ ସୁରକ୍ଷିତ ଭାବରେ ରଖାଯିବା ଏବଂ ପ୍ରଦର୍ଶନ କରିବା ଆବଶ୍ୟକ । ଅନଧିକୃତ ବ୍ୟକ୍ତିମାନେ ସେଠାକୁ ପ୍ରବେଶ କରିପାରିବେ ନାହିଁ । ଏହାର ଚତୁଃପାର୍ଶ୍ୱରେ ପଲିଥିନ୍ ଏବଂ ଦହନଶୀଳ ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରାଯିବ ଉଚିତ୍ । ବାଣ ବିକ୍ରୟ ପାଇଁ ବ୍ୟବହୃତ ଅସ୍ଥାୟୀ ଦୋକାନ ଗୁଡିକ ପରସ୍ପରଠାରୁ ଅତି କମ୍ ରେ ୧୦ ଫୁଟ୍ ଏବଂ କୌଣସି ସୁରକ୍ଷିତ କାର୍ଯ୍ୟସ୍ଥଳ ଠାରୁ ଅତିକମ୍ ରେ ୧୫୦ଫୁଟ୍ ଦୂରତାରେ ରହିବ ।ଦୋକାନ ଗୁଡ଼ିକ ସାମ୍ନାସାମ୍ନି ହୋଇ ରହିବେ…

Read More

ଭୁବନେଶ୍ବର: ନବୀନ ନିବାସରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳ ଭାବେ ସେ ନବୀନ ନିବାସ ଯିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟପାଳ ତାଙ୍କର ପ୍ରୋଟକଲ ଭାଙ୍ଗିଛନ୍ତି। ସେ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରୁ ଫେରିବା ପରେ ସିଧା ନବୀନ ନିବାସ ଯିବା ତାଙ୍କର ପ୍ରୋଟକଲ ବାହାରେ। କାରଣ ସେ ରାଜ୍ୟପାଳ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍ ବାସଭବନକୁ ବା ରାଜଭବନକୁ ଡାକିପାରିଥାଆନ୍ତେ। ହେଲେ ତାହା ନ କରି ସେ ନିଜେ କିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଗଲେ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Read More

ଭୁବନେଶ୍ୱର: ଅନେକ ବିଭିନ୍ନତା ମଧ୍ୟରେ ଆମ ମୂଳ ପରିଚୟ ହେଉଛି, ଆମେ ସମସ୍ତେ ଭାରତୀୟ। ଏହି ପରିଚୟକୁ ଆହୁରି ସଶକ୍ତ ଓ ପ୍ରତିଷ୍ଠିତ କରିବାକୁ ପ୍ରତ୍ୟେକ ନିଜ ନିଜ ସ୍ତରରେ ପ୍ରୟାସ କରିବା ହିଁ “ଏକ ଭାରତ – ଶ୍ରେଷ୍ଠ ଭାରତ’ର ଆଧାର ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ରାଜଭବନରେ ଆୟୋଜିତ ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ଯେ, ଆମର ଭାଷା ଅନେକ, କିନ୍ତୁ ଭାବ ଏକ। ଏହି ଭାବ ଓ ଭାବନା ଆମକୁ ଏକତାର ରଜ୍ଜୁରେ ବାନ୍ଧି ରଖିଛି। ଉତ୍ତରାଖଣ୍ଡ ଦେବ ଭୂମି ଭାବରେ ଖ୍ୟାତ। ଆମର ସାଂସ୍କୃତିକ ଓ ଭାବଗତ ପରିଚିତିକୁ ପରିପୁଷ୍ଟ କରିଛି ଉତ୍ତରାଖଣ୍ଡ। ଭାରତୀୟତାର ଅନୁଚିନ୍ତା ଓ ଆଦର୍ଶକୁ ଅନୁପାଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଏହି ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସ୍ୱାଗତ ଭାଷଣ ଦେବା…

Read More

ଭୁବନେଶ୍ବର: ମିଲେଟସର ପ୍ରସାର ପ୍ରଚାର ଦିଗରେ ବିଭିନ୍ନ କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହ ଏହାର ନିରାକରଣ କରି ବିଶ୍ୱ ପ୍ରେକ୍ଷାପଟରେ ଆଗାମୀ ୧୦ ବର୍ଷ ପାଇଁ ଓଡ଼ିଶା ମିଲେଟସ ମିଶନର ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଏବଂ ନୀତି ଆୟୋଗ ତରଫରୁ ପରିଚାଳିତ ଏକ ରାଉଣ୍ଡ ଟେବୁଲ ବୈଠକରେ ମିଲେଟସ୍‌ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ବିିଭିନ୍ନ ଅଂଶୀଦାର, କୃଷକ ସଂଗଠନ, ଚାଷୀ ଏବଂ କୃଷକ ଉତ୍ପାଦକ ଗୋଷ୍ଠୀମାନଙ୍କଠାରୁ ମତାମତ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅଧିବେଶନ ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଭାରତରେ ମିଲେଟସର ଅଗ୍ରଗତି ସଂପର୍କରେ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସନ୍ଦର୍ଭରେ ଡ. ପାଢ଼ୀ କୃଷକ, କୃଷକ ଉତ୍ପାଦକ ଗୋଷ୍ଠୀ,…

Read More

ଭୁବନେଶ୍ବର: ଦୀପାବଳି ହେଉଛି ଆଲୋକର ପର୍ବ। ଏହା ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ। ଏହି ଆଲୋକର ପର୍ବ ପାଞ୍ଚ ଦିନ ଧରି ଚାଲିଥାଏ, ଯାହା ଧନତରସରୁ ଆରମ୍ଭ ହୋଇଥାଏ। ଛୋଟ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଧମତରାସର ପର୍ବ ପାଳନ କରାଯାଏ। କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତାରିଖରେ ଧନତରସ ପର୍ବ ପାଳନ କରାଯାଏ। ଏହି ଦିନ ଧନ୍ବନ୍ତରୀ ଦେବ, ମା ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ପୂଜା କରାଯାଏ। ଆହୁରି ମଧ୍ୟ, ଏହି ଦିନଟି କୈଣସି ଜିନିଷ କିଣିବା ପାଇଁ ସର୍ବୋତ୍ତମ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଧନତରାସ ଦିନରେ କିଣାଯାଇଥିବା ଜିନିଷ ବା ଅସ୍ଥାବର ସମ୍ପତ୍ତି ତେର ଗୁଣ ବୃଦ୍ଧି ପାଇଥାଏ। ବାସନ କିଣିବା ବ୍ୟତୀତ ଲୋକମାନେ ଏହି ଦିନ ସୁନା ଓ ରୂପା ଜିନିଷ କିଣନ୍ତି। ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା ଚଳିତ ବର୍ଷ ଧନ୍ତରସରେ କିଣାକିଣି ଏବଂ ପୂଜା…

Read More

ନୂଆଦିଲ୍ଲୀ: ଗତ ୩ ଦିନ ହେବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେବଳ ବିହାର ନୁହେଁ, ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ ଏହି ଶୀର୍ଷକଗୁଡ଼ିକ ନକାରାତ୍ମକ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନର ୪ ଦିନିଆ କାର୍ଯ୍ୟରେ ନୀତୀଶ କୁମାର ଦୁଇଥର ଏଭଳି ବୟାନ ଦେଇଛନ୍ତି, ଯାହା ବିଜେପି ଓ ଏନଡିଏକୁ ଏହି ପ୍ରସଙ୍ଗ ଦେଇଛି। ସେପଟେ ବିଜେପି ମଧ୍ୟ ସୁଯୋଗ ନ ହରାଇ ସମ୍ପୂର୍ଣ୍ଣଭାବେ ନିଜ ସପକ୍ଷରେ କରିବାକୁ ଚେଷ୍ଟା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବୟାନରେ ଡେଇଁ ପଡ଼ିଛନ୍ତି। ମଧ୍ୟପ୍ରଦେଶର ନିର୍ବାଚନୀ ସଭାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ଜବାବ ରଖିଛନ୍ତି। ବିହାର ବିଜେପି ଲୋକମାନେ ଅନୁମାନ କରୁଛନ୍ତି ଯେ ନୀତିଶ କୁମାର ଗତ ତିନିଦିନ ମଧ୍ୟରେ ବିହାର ବିଧାନସଭାରେ ଏଭଳି ଦୁଇଟି ବୟାନ ଦେଇଛନ୍ତି, ଯାହା ତାଙ୍କ ଦଳ ଏବଂ ତାଙ୍କ ମେଣ୍ଟକୁ ଗୋଟିଏ ଝଟକାରେ ପ୍ରାୟ ୬ କୋଟି…

Read More

ଭୁବନେଶ୍ବର: ସନାତନ ଧର୍ମରେ କିଣାକିଣି ପର୍ବ ଧନତରାସରୁ ଆରମ୍ଭ ହୁଏ। ଏହି ଦିନ ମା ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ଏହି ଦିନ ଲୋକମାନେ ସୁଖ, ସମୃଦ୍ଧତା ଏବଂ ଧନ ପାଇଁ ପ୍ରାର୍ଥନା କରନ୍ତି। ଏହା ସହିତ ଧନତରାସରେ ସୁନା ଓ ରୂପା କିଣିବା ଅତ୍ୟନ୍ତ ଶୁଭଦାୟକ ବୋଲି ବିଚାର କରାଯାଏ। ଏଥର ୧୦ ନଭେମ୍ବର ୨୦୨୩ ରେ ଧନତରାସ ପାଳନ କରାଯିବ। ବାସ୍ତବରେ ଏହି ଦିନ ନୂଆ ଜିନିଷ କିଣିବା ଅତ୍ୟନ୍ତ ଶୁଭଦାୟକ ବୋଲି ବିଶ୍ବାସ ରହିଛି। ଏହି ଦିନ ହଠାତ କେତେକ ପ୍ରାଣୀ ଦେଖିଲେ ଶୁଭଦାୟକ ବୋଲି ବିବେଚନା କରାଯାଏ। କିଛି ପ୍ରାଣୀ କିମ୍ବା ଲୋକଙ୍କର ହଠାତ୍ ଦୃଶ୍ୟ ଅତ୍ୟନ୍ତ ଶୁଭ ଅଟେ। ଏହା ଦେବୀ ଲକ୍ଷ୍ମୀଙ୍କ ଆଗମନ ଏବଂ କୁବେରଙ୍କ ଘରେ ଧନ ପରିପୂର୍ଣ୍ଣକୁ ସୂଚାଇଥାଏ। ଏହା ସୂଚିତ କରେ ଯେ ଏଥର ଆପଣ ମା ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ପାଇବ। ସମସ୍ତ…

Read More

ଡା ତ୍ରୈଲୋକ୍ୟନାଥ ମହାରଣା ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଜନଜାତି ବର୍ଗର ଅଂଚଳରେ ମାଣ୍ଡିଆ ଏକ ପ୍ରମୁଖ ଖାଦ୍ୟ ଭାବରେ ବିବେଚନା ହୋଇ ଆସିଛି। ଅଧିକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାକୁ ଲୋକପ୍ରିୟ କରାଇବାରେ ଆମ ଓଡ଼ିଶାର ମିଲେଟ କାର୍ଯ୍ୟକ୍ରମ କୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି। ବାସ୍ତବରେ ମାଣ୍ଡିଆ ରେ ବହୁତ ଔଷଧୀୟ ଗୁଣ ରହିଛି।ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ମାଂଗାନିଜ, ଭିଟାମିନ ଡ଼ି ରହିଛି। ଏଥିରେ ତ୍ରିପୋଟୋଫାୟାଡ଼ ଆମିନୋ ଏସିଡ୍ ରହିଛି ଯାହାକି ଭୋକକୁ ନିୟନ୍ତ୍ରିତ କରିଥାଏ। ଅଧିକ ଫାଇବର ଥିବାରୁ ଭୋକ ଲାଗି ନ ଥାଏଅସ୍ଥି କ୍ଷୟ ରୋଗ ବା ଅଷ୍ଟ୍ରୀୟପୋରସିସ ରୋଗ ହୋଇ ନ ଥାଏ। ସର୍ବଦା ମାଣ୍ଡିଆ ଖାଉଥିବା ବ୍ୟକ୍ତିକୁ ମଧୁମେହ ରୋଗ ହୋଇନଥାଏ। ରକ୍ତରେ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ। ମାଣ୍ଡିଆ ରେ ଆମିନୋ ଏସିଡ୍ ଭରପୁର ଥିବାରୁ ଲିଭର ରେ ଚର୍ବୀ ଜମିବାକୁ ଦେଇ ନ ଥାଏ।ତେଣୁ ଲିଭର ବା ଯକୃତ…

Read More

ଭୁବନେଶ୍ବର: ଓଡିଶାର ରାଜ୍ୟପାଳ ହେବା ପରେ ଗତକାଲି ରଘୁବର ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇବା ସହିତ କିଛି ସମୟ ଧରି ଉଭୟ ଆଲୋଚନା ମଧ୍ୟ କରିଛନ୍ତି। ରାଜ୍ୟପାଳ ନବୀନ ନିବାସ ଭିତରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦୁଆର ମୁହଁରୁ ପାଛୋଟି ନେଇଥିଲେ। ଏହାପରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ କିଛି ସମୟ ଧରି ଆଲୋଚନା କରିଥିଲେ। ତେବେ ଏଥିରେ ଓଡିଶା ବିକାଶ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।

Read More

ଡା ତ୍ରୈଲୋକ୍ୟନାଥ ମହାରଣା ସୃଷ୍ଟି ସର୍ଜନା ପରେ ମନୁଷ୍ୟ ଓ ପ୍ରାଣୀ ସମାଜ ର ଦୀର୍ଘାୟୁ ଓ କଲ୍ୟାଣ ନିମନ୍ତେ ଆୟୁର୍ବେଦ ଚିକିତ୍ସା କୁ ପ୍ରତିପାଦନ କରାଯାଇଛି। ଭଗବାନ ଧନ୍ଵନ୍ତରୀ ଏହି ଶାଶ୍ୱତ ଭାରତୀୟ ଚିକିତ୍ସା ବିଜ୍ଞାନ ର ଆଦି ପ୍ରବର୍ତକ। ଏକ ଲକ୍ଷ ଶ୍ଳୋକ ବିଶିଷ୍ଟ ହଜାର ଅଧ୍ୟାୟ ର ଆୟୁର୍ବେଦ କୁ ମନୁଷ୍ୟ ର ଆୟୁ କୁ ବିବେଚନା କରି ଭଗବାନ ଧନ୍ଵନ୍ତରୀ ଏହାକୁ ଆଠ ଭାଗରେ ବିଭକ୍ତ କରିଥିଲେ।ଯଥା ୧.ଶଲ୍ୟ ତନ୍ତ୍, ୨.ଶାଲକ୍ୟ ତନ୍ତ୍ର(ENT),  ୩.କାୟ ଚିକିତ୍ସା( ଔଷଧ), ୪.ଭୂତ ତନ୍ତ୍ର ବା ମାନସ ରୋଗ ତନ୍ତ୍ର(ସାଇକିଆ ଟ୍ରିକ), ୫.ଅଗଦ ତନ୍ତ୍ର(ଟୋକ୍ସକୋଲୋଜି), ୬.ରସାୟନ ତନ୍ତ୍ର, ୭.ବାଜୀ କରଣ ତନ୍ତ, ୮.କୁମାର ତନ୍ତ୍ର ବା କୌମାର ତନ୍ତ୍ର(ଡିଜିଜ ଅଫ ଚିଲଡ୍ରେନ)। ଆୟୁର୍ବେଦ କୁ ଶଲ୍ୟ ପ୍ରଧାନ ଚିକିତ୍ସା ଗ୍ରନ୍ଥ ର ମାନ୍ୟତା ମିଳେ।ଏଥିରେ ଶରୀର ର ରଚନା, ଶରୀର କ୍ରିୟା, ଶରୀର ମଧ୍ୟରେ ଦୃଶ୍ୟମାନ ଜୀବାଣୁ, ଭୂତାଣୁ, ରକ୍ତ…

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଚତୁର୍ଦ୍ଧାମୁରତୀଙ୍କ ସମ୍ମୁଖରେ “ସଂକୀର୍ତନ ସତ୍ୟାଗ୍ରହ” ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳ୍ୱନ କରି ପ୍ରଭୁ ବଳଭଦ୍ର, ମା ଶୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ସଂକୀର୍ତନ ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନୀରେ ସାରା ଅଂଚଳ ପ୍ରକମ୍ପିତ ହେଉଥିଲା। ସମଗ୍ର ବାତାବରଣ ଏକ ଭକ୍ତି ଭାବପୂର୍ଣ୍ଣ ଆବେଗରେ ପରିଣତ ହୋଇଥିଲା। ପ୍ରକାଶ ଥାଉକି ଅକ୍ଟୋବର ମାସ ୧୬ ତାରିଖ ଦିନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ ନେତୃବର୍ଗ ୬ଦଫା…

Read More

ଭୁବନେଶ୍ବର: ଆଜି ସକାଳେ ଭିଜିଲାନ୍ସ ଅଧିକାରୀମାନେ ଜଣେ ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଥିଲେ। ସେ ହେଉଛନ୍ତି ବଲାଙ୍ଗୀର ଆୟୁର୍ବେଦ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା। ଏକ କାଳିନ ତାଙ୍କର ଛଅଟି ସ୍ଥାନରେ ଏହି ଚଢାଉ ଚାଲିଥିଲା। ତାଙ୍କର ଆୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଏହି ଚଢାଉ କରାଯାଇଥିଲା। ଶ୍ରୀ ବେହେରାଙ୍କ ସାକ୍ଷୀଗୋପାଳ ନିକଟସ୍ଥ ଜୟପୁର ଗ୍ରାମରେ ଥିବା ବାସଭବନ, ସତ୍ୟବାଦୀର ନହଳାଠାରେ ଥିବା ତାଙ୍କ ଆଉ ଏକ ବାସଭବନ, ପୁରୀ ସଦରରେ ଥିବା ତାଙ୍କର ଘର, ସମ୍ବଲପୁରର ସିଆରପିଏଫ କ୍ୟାମ୍ପସ ଭିତରେ ଥିବା କ୍ବାଟର, ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରିଶପଡାରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଏବଂ ବଲାଙ୍ଗୀର ଆୟୁର୍ବେଦ କଲେଜର ତାଙ୍କ ଅଫିସରେ ଏହି ଚଢାଉ କରାଯାଇଥିଲା। ତେବେ ସେତେବେଳେ ତାଙ୍କର ସଂପତ୍ତି ବାବଦରେ ସବିଶେଷ ତଥ୍ୟ ଆସିପାରି ନ ଥିଲା। ଏବେ ତାଙ୍କର କେତେ ସଂପତ୍ତି ତାହାର…

Read More

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ ପ୍ରଥମ ଦିବସରେ ଆଜି ରାଜ୍ୟସ୍ତରୀୟ ମିଲେଟ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସମବେତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହି ଦୁଇଟି ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ ପାଳନ ହେଉଥିବା ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିଯୋଗିତା ଦୁଇଟିର ପ୍ରସଙ୍ଗ ଥିଲା ‘ମିଲେଟ: ଆଧୁନିକ ଆହ୍ୱାନ ପାଇଁ ପୁରାତନ ଶସ୍ୟ’।ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା)ଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତା ଦୁଇଟିରେ ପୂର୍ବରୁ ଅନୁଷ୍ଠିତ ‘ଜିଲ୍ଲାସ୍ତରୀୟ ସୁରଭି’ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରଫେସର ଅମରେଶ ଖୁଣ୍ଟିଆ (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ), ଡ. ସୁସ୍ମିତା ବେହେରା (ଆସୋସିଏଟ୍‌ ପ୍ରଫେସର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ) ଓ ଶ୍ରୀ ବିଷ୍ଣୁଚରଣ ସୁତାର (ଯୁଗ୍ମ ନିର୍ଦ୍ଦେଶକ, ଓସେପା) ବିଚାରକ ମଣ୍ଡଳୀର ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଛାତ୍ରଛାତ୍ରୀଙ୍କ…

Read More

ଭୁବନେଶ୍ୱର:  ଆଜି ଭୁବନେଶ୍ବରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଠଶସ୍ୟ ବା ମିଲେଟ ସମ୍ମିଳନୀ ଆରମ୍ଭ ହୋଇଛି। ଜନତା ମଇଦାନରେ ଚାଲିଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିସହିତ କୃଷି ଓ କୃଷକ ଶସକ୍ତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇଥିଲେ। ସେହିପରି ଭାରତ ସରକାରଙ୍କ କୃଷି ସଚିବ ମନୋଜ ଆହୁଜା ମଧ୍ୟ ଯୋଗଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ପୃଷ୍ଟିଶସ୍ୟ ବର୍ତ୍ତମାନ ଆଦିବାସୀଙ୍କର ଜୀବିକା ଭାବେ ଉଭା ହୋଇଛି। ଓଡିଶା ସରକାର ଏହା ଉପରେ ବେଶ ଗୁରୁତ୍ବ ଦେଇ ଏହି ଶସ୍ୟକୁ ପ୍ରଚାରପ୍ରସାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛି। ସେ କହିଥିଲେ ଯେ ମିଲେଟ ହେଉଛି ପୃଷ୍ଟିସାରର କେନ୍ଦ୍ରବିନ୍ଦୁ, ପ୍ରାକୃତିକ ଶସ୍ୟ ଏବଂ ପ୍ରାକୃତିକ ପରିବେଷରେ ବଢିଥାଏ। ଓଡିଶାର ହେଉଛି ପ୍ରଥମ ରାଜ୍ୟ ଯେ କି ଏପରି ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିପାରିଛି। ଦୁଇଦିନିଆ ମିଲେଟ୍‌ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ଆଜି…

Read More

ନୂଆଦିଲ୍ଲୀ: ସାଂସଦ-ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ହାଇକୋର୍ଟକୁ ବିଚାରକୁ ନେଇ ମାମଲା ରୁଜୁ କରି ସ୍ୱତନ୍ତ୍ର ସାଂସଦ-ବିଧାୟକ ଅଦାଲତରେ ଚାଲିଥିବା ମାମଲାର ତଦାରଖ କରିବାକୁ ସୁପ୍ରିମକୋର୍ଟ ଅଧସ୍ତନ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଗୁଡ଼ିକର ସମାଧାନ ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତି ଜିଲ୍ଲା ଜଜଙ୍କଠାରୁ ସମୟ ସମୟରେ ରିପୋର୍ଟ ନେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସାଂସଦ-ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାର ବିବରଣୀ ଏହି ୱେବସାଇଟରେ କ୍ରମାଗତ ଭାବରେ ରଖାଯିବା ଉଚିତ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏମ୍ ପି-ଏମ୍ ଏଲ୍ କୋର୍ଟ ଗଠନ କରାଯାଇଥିଲା ସାଂସଦ ଓ ବିଧାୟକଙ୍କ ବିରୋଧରେ ବଢ଼ୁଥିବା ଅପରାଧିକ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମସ୍ତ ରାଜ୍ୟରେ ସ୍ୱତନ୍ତ୍ର ସାଂସଦ-ବିଧାୟକ ଅଦାଲତ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଠାରେ ଏହି ଜନପ୍ରତିନିଧିମାନଙ୍କ ବିରୋଧରେ ସମୁଦାୟ ୬୫ରୁ ଅଧିକ ମାମଲା ବିଚାରାଧୀନ ଥିଲା।…

Read More

ଭୁବନେଶ୍ବର: ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ଜଣେ ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ବଲାଙ୍ଗୀର ଆୟୁର୍ବେଦ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା। ଏକ କାଳିନ ତାଙ୍କର ଛଅଟି ସ୍ଥାନରେ ଏହି ଚଢାଉ ଚାଲିଛି। ତାଙ୍କର ଆୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି। ଶ୍ରୀ ବେହେରାଙ୍କ ସାକ୍ଷୀଗୋପାଳ ନିକଟସ୍ଥ ଜୟପୁର ଗ୍ରାମରେ ଥିବା ବାସଭବନ, ସତ୍ୟବାଦୀର ନହଳାଠାରେ ଥିବା ତାଙ୍କ ଆଉ ଏକ ବାସଭବନ, ପୁରୀ ସଦରରେ ଥିବା ତାଙ୍କର ଘର, ସମ୍ବଲପୁରର ସିଆରପିଏଫ କ୍ୟାମ୍ପସ ଭିତରେ ଥିବା କ୍ବାଟର, ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରିଶପଡାରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଏବଂ ବଲାଙ୍ଗୀର ଆୟୁର୍ବେଦ କଲେଜର ତାଙ୍କ ଅଫିସରେ ଏହି ଚଢାଉ ଚାଲିଛି। ଚଢାଉ ଜାରୀ ରହିଥିବାରୁ ଏ ପର୍ଯ୍ୟନ୍ତ ତାଙ୍କର ଆୟବର୍ହିଭୂତ ସଂପତି ଆକଳନ କରାଯାଇ ନାହିଁ।

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ସେ ମା ସମଲେଇଙ୍କ ପୂଜା ଅର୍ଚ୍ଚନା କରି ଭୋର୍ ୪ ଟା ରୁ ୬ ଟା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମର ଅଗ୍ରଗତି ସମୀକ୍ଷା କରିଥିଲେ। ସମୀକ୍ଷା ରେ ଭକ୍ତ ମାନଙ୍କ ପାଇଁ ସବୁ ସୁବିଧାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଯାତ୍ରୀ ମାନେ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ତାକୁ ଆଖିରେ ରଖି ସବୁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାର୍ଥମିକ ଚିକିତ୍ସା ଓ ଅନ୍ୟ ମେଡିକାଲ ସେବାର ସୁବିଧା ରଖିବାକୁ ମଧ୍ୟ ସେ କହିଥିଲେ।…

Read More

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ବର ଠାରେ ନିଜ ୱାର୍ଡ ବନର୍ଦୁଗା ମଣ୍ଡଳ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୬ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀ ସହ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ପାଇଁ ବଳିଷ୍ଠ ଅବଦାନ ଥିବା ବ୍ୟକ୍ତିବେଶଷ ପୂର୍ବତନ ଯବାନ ହରପ୍ରସାଦ ଡୋରା, ବରିଷ୍ଠ ସମାଜସେବୀ ପ୍ରକାଶ ଚନ୍ଦ୍ର କାନୁନଗୋ, ସ୍ବଚ୍ଛ ଭାରତ ପ୍ରମୁଖ ସରସ୍ବତି ମୁଖି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୁ ଚରଣ ସ୍ବାଇଁ ଏବଂ ସଂଘ ପରିବାରର ବରିଷ୍ଠ ସଦସ୍ୟ ଗୁରୁ ଚରଣ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ଉପସଭାପତି ରାଜେନ୍ଦ୍ର ଦାସ, ମଣ୍ଡଳ ସଭାପତି ସ୍ବୟମ୍ଭୁ ପଟ୍ଟନାୟକ, ୧୯ ନମ୍ବର ୱାର୍ଡର ପ୍ରମୁଖ ପ୍ରଶାନ୍ତ ମହାନ୍ତି, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚିସ୍ମିତା ପାତ୍ର,…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଘଟିଥିବା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ପ୍ରକାଶ କରିଛନ୍ତି। ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ସେ ଏହି ଦୁର୍ଘଟଣାରେ ଆହତମାନଙ୍କର ଶିଘ୍ର ଆରୋଗ୍ୟ କାମନ ମଧ୍ୟ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ଓଟିଡ଼ିସି ଅଧ୍ୟକ୍ଷ ଡା ଲେନିନ ମହାନ୍ତି। ଶ୍ରୀ ମହାନ୍ତି ଆଜି ମଧ୍ୟାହ୍ନରେ ସପରିବାର ସହ ବାଣପୁର ଆସି ମା’ ଭଗବତୀ ମନ୍ଦିର ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ। ସେ ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ। ମା’ ଭଗବତୀ ମନ୍ଦିର ଓଡ଼ିଶାର ଏକ ପ୍ରମୁଖ ଶକ୍ତିପିଠ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମନ୍ଦିରକୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବାର କହିଥିଲେ ଶ୍ରୀ ମହାନ୍ତି। ଏହି ଅବସରରେ ବାଣପୁର-ବାଲୁଗାଁ ବାଇପାସଠାରେ ଓଟିଡ଼ିସି ପକ୍ଷରୁ ମା’ ଭଗବତୀ ମନ୍ଦିରର ବିରାଟ ସାଇନବୋର୍ଡ ସ୍ଥାପନ କରିବାକୁ ସେବାୟତ ମାନେ ଶ୍ରୀ ମହାନ୍ତିଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଅନୁରୋଧକୁ ରକ୍ଷାକରି ଖୁବଶୀଘ୍ର ଏହି କାର୍ଯ୍ୟ ପୂରଣ ହେବ ବୋଲି ସେବାୟତଙ୍କୁ ସେ…

Read More