କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଟିକିରି ଥାନା କାଳିଆପଡ଼ା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଓଲଟିଥିବା ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଦୁଇ ଜଣଙ୍କକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ 2 ଜଣ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ଶ୍ରମିକଙ୍କୁ ଅନ୍ୟ 2 ଶ୍ରମିକ ଉଦ୍ଧାର କରିବା ସମୟରେ ଆଉ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ 2 ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, କଳାହାଣ୍ଡିରୁ କାମ ସାରି ଆନ୍ଧ୍ରର ଶ୍ରୀକାକୁଲମ 4 ଜଣ ଶ୍ରମିକ ଫେରୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।