କେନ୍ଦୁଝର : ସଦର ଥାନା କାଠବାଡି ଗ୍ରାମରେ ବିଳମ୍ବିତ ରାତ୍ରିରେ ଦୁଃଖଦ ଘଟଣା ଘଟିଛି । ଶ୍ବାସ ରୁଦ୍ଧ ହୋଇ 2ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ଜେନେରେଟର ଅନ୍ କରି ଘରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି। ବିଳମ୍ବିତ ରାତ୍ରିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 2 ଜଣଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳ ଅନ୍ୟ ଜଣେ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।