ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1798କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବରଗଡ, ଭୁବନେଶ୍ବର, ମୟୂରଭଞ୍ଜ ଓ ମାଲ୍କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ବରଗଡରୁ 35 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 73ବର୍ଷୀୟ ବ୍ୟକ୍ତି, ମୟୂରଭଞ୍ଜରୁ 70 ବର୍ଷୀୟ ପୁରୁଷ, ମାଲ୍କାନଗିରିରୁ 70 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ଘଟିଛି ।