କଟକ : ଚାଲିଛି ବାହାଘର ସିଜିନ୍ । ବାହାଘରର ଶେଷ ଲଗ୍ନରେ ଏବେ ଚାରିଆଡେ ବିବାହ ଚାଲିଛି । ତେବେ ଆଜି କଟକର ଏକ ବିବାହ ମଣ୍ଡପରୁ ବରକୁ ପୋଲିସ୍ ଉଠାଇ ନେଇଛି । ମଧୁପାଟଣା ଥାନା ସାର୍ତ୍ତୋଳ ମନ୍ଦିରରୁ ବରକୁ ଉଠାଇନେଇଛି ପୋଲିସ୍ । ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରୁଥିବାରୁ ପୋଲିସ୍ ବରକୁ ଉଠାଇନେଇଛି । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ମଧୁପାଟଣା ପୋଲିସ୍ ପହଞ୍ଚି ବାହାଘର ବନ୍ଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣକରିଛି ।