Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟନ ମାନଚିତ୍ରରେ ନାକଟିଦେଉଳ ଭୀମମଣ୍ଡଳି ସ୍ଥାନ ପାଇବ କେବେ ?
ଆଜିର ଖବର

ପର୍ଯ୍ୟଟନ ମାନଚିତ୍ରରେ ନାକଟିଦେଉଳ ଭୀମମଣ୍ଡଳି ସ୍ଥାନ ପାଇବ କେବେ ?

December 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ସବ୍‌ଡିଭିଜନର ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳ ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମମଣ୍ଡଳିକୁ ଐତିହାସିକମାନଙ୍କର ଆଗମନ ଏକ ଶୁଭ ସଂକେତ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି।
ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଡ. ଉମାକାନ୍ତ ମିଶ୍ର ଓ ଡ. ଅତୁଲ କୁମାର ପ୍ରଧାନ ଭୀମମଣ୍ଡଳୀକୁ ଆସି ଏଠାରେ ପ୍ରସ୍ତର କାନ୍ଥରେ ଥିବା ଶୀଳାଲେଖକୁ ବୁଲି ଦେଖିଥିଲେ ଓ ଏହା ଉପରେ ଆହୁରି ଗବେଷଣାର ଅବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ।

ଏହି ପୀଠ ଉପରେ ଆହୁରି ଗବେଷଣା ପାଇଁ ଭବିଷ୍ୟତରେ ଛାତ୍ରଛତ୍ରୀମାନେ ଏଠାକୁ ଆସିବେ। ୨୦ହଜାର ବର୍ଷ ଆଗରୁ ଏଇ ଶୀଳାଲେଖ ଥିବା ଅନୁମାନ କରାଯାଉଛି ବୋଲି ଗବେଷକ ମାନେ ପ୍ରକାଶ କରିଛନ୍ତି। ଏଠାରୁ ବହୁତ ତଥ୍ୟ ମିଳିପାରୁଛି। ରାଜ୍ୟର ଖଣ୍ଡଗିରି ପରି ଏହି ପର୍ଯ୍ୟଟନ ପୀଠ ୧ ନମ୍ବର ହୋଇ ରହିବ ଭବିଷ୍ୟତରେ। ଗବେଷକ ମାନେ ଭୀମମଣ୍ଡଳୀର ପାହାଡ ,ଆମ୍ବଝୋଳ. ଭୀମମଣ୍ଡଳୀ ଗୁମ୍ଫା ଆଦି ସ୍ଥାନ ବୁଲି ଦେଖିଥିଲେ।

ପ୍ରାକ୍ ଐତିହାସିକ ଯୁଗର ପ୍ରସ୍ତର ଲିପି ସବୁ ପଥରକାନ୍ଥରେ ଥିବାର ଗବେଷକ ମାନେ ଦେଖିବାର ସୁଯୋଗ ପାଇଥିଲେ। ସେମାନଙ୍କ ମତରେ ଏହି ପୀଠ ପୂର୍ବ ଭାରତର ଏକ ପ୍ରାଚୀନ ଗୁମ୍ଫା ଭାବରେ ଗଣାଯାଇପାରେ।ଗବେଷକ ମାନଙ୍କର ଏହି ଯାତ୍ରା ଭୀମମଣ୍ଡଳି ପର୍ଯ୍ୟଟନ ପୀଠକୁ ସାରା ରାଜ୍ୟରେ ପରିଚିତ କରାଇବ ବୋଲି ଆଶା ପ୍ରକଟ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଗତ ୫ ଡିସେମ୍ବର ୨୦୨୦ ରେ ଏହି ପୀଠକୁ ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ଓଡିଶା ମଣ୍ଡଳ ଅଧିକ୍ଷକ ଅରୁଣ କୁମାର ମଲ୍ଲୀକଙ୍କ ନେତୃତ୍ୱରେ ଏକ ଟିମ୍ ଆସି ଦିନ ତମାମ୍ ଏହି ପୀଠରେ ଥିବା ଶିଳା ଲେଖ ଉପରେ ଗବେଷଣା କରିଥିଲେ। ଏହି ଟିମ୍‌ରେ ସହ ଅଧିକାରୀ ଭାଗିରଥି ଗଡତ୍ୟା ମଧ୍ୟ ସାମିଲ୍ ହେବା ସହ ରେଢାଖୋଲ ଭୀମଭୋଇ କଲେଜର ଓଡିଆ ବିଭାଗର ମାନଭଞନ କଅଁର , ନାକଟିଦେଉଳ ସ୍ନାତକ କଲେଜର ଇତିହାସ ବିଭାଗର ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ। ପ୍ରାକ୍ ଐତିହାସିକ ଯୁଗର ଏଇ ଶିଳାଲେଖ ସବୁ ରହିଛି ବୋଲି ସେମାନେ ମତାମତ ଦେଇଥିଲେ। ଏପରିକି ୧୦ ହଜାର ବର୍ଷ ତଳେ ଆଦିମ ଅଧିବାସୀ ଏଠାରେ ବାସ କରୁଥିବା ଅନୁମାନ କରାଯାଉଛି ବୋଲି ମତାମତ ଦେବା ସହ ସେମାନେ ବିଭିନ୍ନ ପଶୁ ପକ୍ଷୀଙ୍କର ଚିତ୍ର ମଧ୍ୟ ପଥର କାନ୍ଥରେ ଆଙ୍କୁଥିଲେ ବୋଲି ଐତିହାସିକ ମାନେ ମତବ୍ୟକ୍ତ କରିଛନ୍ତି।

ଏହି ସର୍ଭେ ରିପୋର୍ଟ ସରକାରଙ୍କ ଠାରେ ଉପସ୍ଥାପିତ କରାଯିବ ବୋଲି ସେମାନେ କହିଥିଲେ। ୧୯୯୪ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଡଃ ସଦାଶିବ ପ୍ରଧାନ ଏଠାକୁ ଆସି ଶିଳାଲେଖ ଚିହ୍ନଟ ମଧ୍ୟ କରିଥିଲେ। ସେ ମଧ୍ୟ ଏଠାରେ ଗବେଷଣା କଲେ ବହୁ ଐତିହାସିକ ତଥ୍ୟ ମିଳିପାରିବ ବୋଲି ପ୍ରକାଶ କରିଥିଲେ। ଭବିଷ୍ୟତରେ ଐତିହାସିକ ମାନେ ଏଠାରେ ରହି ଭୀମମଣ୍ଡଳି ଉପରେ ଗବେଷଣା କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026

ଭାରତରେ ଦୈନିକ କେତେ ଏଲପିଜି ବ୍ୟବହୃତ ହୁଏ?: ଜାଣନ୍ତୁ ଉତ୍ତର

March 18, 2026

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026
Latest News

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026

ଭାରତରେ ଦୈନିକ କେତେ ଏଲପିଜି ବ୍ୟବହୃତ ହୁଏ?: ଜାଣନ୍ତୁ ଉତ୍ତର

March 18, 2026

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.