ପଞ୍ଜାବ : ନୂତନ କୃଷି ବିଲ୍ ବିପକ୍ଷରେ ସାରା ଭାରତରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜିକୁ 18 ଦିନ ଧରି କୃଷକମାନେ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ଦେଶ ତଥା ଦେଶ ବାହାରୁ ମଧ୍ୟ ସମର୍ଥନ ମିଳୁଛି । ଏହି ଦଳକୁ ବହୁ ରାଜନୈତିକ ଦଳ ମାନେ ସମର୍ଥନ ଦେଇଥିବାବେଳେ ଅନେକ ସିନେମା କଳାକାର ଓ କ୍ରୀଡାବିତ୍ ମାନେ ମଧ୍ୟ ସମର୍ଥନ କରିଛନ୍ତି । କୃଷକ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବ ପୋଲିସ୍ ଡିଆଇଜି ଇସ୍ତଫା ପତ୍ର ଦେଇଛନ୍ତି । ସୂଚନା ମୁତାବକ ପଞ୍ଜାବର ଜେଲ ଡିଆଇଜି ଲଖବିନ୍ଦର ସିଂ ଜାଖର କୃଷକ ଆନ୍ଦୋଳନକୁ ସମର୍ଥନ କରି ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି ।
କୃଷକ ବିଲ୍କୁ ବିରୋଧ କରି ତଥା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ୍ ପଦ୍ମବିଭୂଷଣ ସମ୍ମାନ ଫେରାଇଛନ୍ତି ।(ଏଜେନ୍ସି)