ରଘୁନାଥପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, କଟକ-ପାରାଦୀପ ରାଜ୍ୟ ରାଜପଥର ରଘୁନାଥପୁର ବଜାର ନିକଟରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍ ଓ ବାଇକ୍ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।