
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୭୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୩୫ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୨୭ ହଜାର ୭୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ୮୪ ହଜାର ୧୦୦ରେ ପହଞ୍ଚିଛି। ୩୩୫ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୩୫୫ ରେ ପହଞ୍ଚିଛି।
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୬୯୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୩ ଲକ୍ଷ ୮୮ ହଜାର ୧୫୯ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟି ୩ ଲକ୍ଷ ୫୨ ହଜାର ୫୮୬ରେ ପହଞ୍ଚିଛି।
Tags: india, କରୋନା ଅପଡେଟ