ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୬୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୫୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ବିଗତ ୫ ମାସ ମଧ୍ୟରେ କରୋନା ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୯ ଲକ୍ଷ ୬ ହଜାର ୧୬୫ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୩ ହଜାର ୭୦୯ରେ ପହଞ୍ଚିଛି ।
ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୩ ଲକ୍ଷ ୩୯ ହଜାର ୮୨୦ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୪ ଲକ୍ଷ ୨୨ ହଜାର ୬୩୬ ଜଣ ଲୋକ ସୁସ୍ଥ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରୁ ୨୭୦୭ ଏବଂ ଛତିଶଗଡରୁରୁ ୧୬୧୫ ଜଣନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ୬୦ ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି। ୪୩ ମୃତ୍ୟୁ ସହିତ ପଶ୍ଚିମବଙ୍ଗ ତୃତୀୟ ସ୍ଥାନରେ ରହିଛି ।
ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୨୮ ଲକ୍ଷ ୪୭ ହଜାର ୧ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୧୨ ଲକ୍ଷ ୫୭ ହଜାର ୫୮ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୬୯ ହଜାର ୯୯ରେ ପହଞ୍ଚିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ୨୦ ହଜାର ୮୪୪ରେ ପହଞ୍ଚିଛି।