ନୟାଗଡ଼: ପାଞ୍ଚଦିନ ପରେ ମିଳିଲା ନିଖୋଜ ସ୍ବାତୀର ମୃତଦେହ । ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ଗାଁର ଆଦିବାସୀ ସାହିରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ଗତ ଶୁକ୍ରବାର ଠାରୁ ତିନି ବର୍ଷର ଝିଅ ସ୍ୱାତୀ ନିଖୋଜ ଥିଲା। ଗାଁ ଦାଣ୍ଡରେ ଖେଳୁଥିବାବେଳେ ସ୍ୱାତୀ ହଠାତ ନିଖୋଜ ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଖୋଜାଖୋଜି ଚାଲିଥିଲା।ପୁଲିସ ଓ ଅଗ୍ନିଶମ କର୍ମଚାରୀ ସ୍ୱାତୀକୁ ଖୋଜାଖୋଜି ଜାରି ରଖିଥିବାବେଳେ ଆଜି ଘର ନିକଟରେ ଏକ ପୋଖରୀ କୂଳରୁ ମୃତଦେହ ଉଦ୍ଧାର କରାଯାଇଛି ।