ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣାସ୍ଥଳରେ ଧାରଣାରେ ବସିଥିବା ଜଣେ ଏଏନଏମ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଏଏନଏମଙ୍କୁ ଉଦ୍ଧାର କରାଯାଇଛି । ଧାରଣା ଦେଉଥିବା ଅନ୍ୟ ସହଯୋଗୀ ସମ୍ପୃକ୍ତ ଏଏନଏମଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ଜଣାଯାଇଛି ।
ଛଟେଇ ପ୍ରତିବାଦ କରି ଶତାଧିକ ଏଏନଏମମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣାସ୍ଥଳରେ ଧାରଣାରେ ବସିଛନ୍ତି। ଧାରଣା ସହ ଗଲା ସାତ ଦିନ ହେଲା ସେମାନେ ଅନଶନରେ ବସିଛନ୍ତି। କୋଭିଡ କେୟାର ହସ୍ପିଟାଲରେ ସମ୍ପୃକ୍ତ ଏଏନଏମମାନେ କାର୍ଯ୍ୟ କରିଥିଲେ।