ଭୁବନେଶ୍ବର: ରାଜଧାନୀରେ ଏଣିକି ଟ୍ରାଫିକ୍ ନିୟମ ଆହୁରି କଡାକଡି ହେବ । ଦୁଇ ଚକିଆ ଯାନ ପାଇଁ ଡବଲ୍ ହେଲମେଟ୍କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଏକ୍ସଟ୍ରା ହେଲମେଟ୍ ନଥିଲେ ଲିଫ୍ଟ୍ ମାଗୁଥିବା ଲୋକଙ୍କୁ ଲିଫ୍ଟ୍ ଦିଆଯିବନି । ଏଭଳି କ୍ଷେତ୍ରରେ ଗାଡି ଚାଳକର ଲାଇସେନ୍ସ ବାତିଲ୍ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହେବ ବୋଲି ସୂଚନା ରହିଛି । । ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟି ନିଆଯାଉଥିବା କୁହାଯାଉଛି । ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ତେବେ ଜାନୁଆରୀ ମହିଲାରୁ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ ।