ନୂଆଦିଲ୍ଲୀ : ଆଗାମୀ ଜାନୁଆରୀ 26 ଅର୍ଥାତ୍ ଗଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହେବେ ବୋରିସ୍ ଜନସନ୍ । ଭାରତ ପକ୍ଷରୁ କରାଯାଇଥିବା ଆମନ୍ତ୍ରଣକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ସ୍ୱୀକାର କରିବା ସହିତ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବୋଲି ଜଣାପଡିଛି । ୟୁକେର ବୈଦେଶିକ ବିଭାଗ ଏହାକୁ ସ୍ପଷ୍ଟ କରିଛି ।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଜନସନଙ୍କୁ ଆମନ୍ତ୍ରଣ ପ୍ରଦାନ କରାଯାଇଥିଲା । ଏହା ସହିତ ଦୀର୍ଘ 27 ବର୍ଷ ପରେ ଜଣେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ପରେଡ କାର୍ୟ୍ୟକ୍ରମରେ ଯୋଗ ଦେବେ । ଶେଷ ଥର ପାଇଁ 1993 ମସିହାରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଜନ ମେୟର ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ନଭେମ୍ବର 27ରେ ଟେଲିଫୋନ୍ ଯୋଗେ ମୋଦି ଜନସନ୍ଙ୍କୁ ଗଣତନ୍ତ୍ର ଦିବସର ଅତିଥି ଭାବେ ନିମନ୍ତ୍ରଣ ଜଣାଇଥିଲେ ।