ଭୁବନେଶ୍ବର : ଜାନୁଆରୀ 3ରୁ ଖୋଲିପାରିବ ଅନ୍ୟ ମନ୍ଦିର, ଧାର୍ମିକ ଅନୁଷ୍ଠାନ । ପ୍ରେସ୍ମିଟ୍ରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ଜାନୁଆରୀ 3 ତାରିଖରୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରେଟକିଂ ଦେବେ । ସମ୍ପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି ଅଣ୍ଡେଟକିଂ ଦେବେ । କୋଭିଡ୍ ଗାଇଡଲାଇନ୍ ପାଳନ ନେଇ ଅଣ୍ଡେଟକିଂ ଦେବ କମିଟି । ପରିସରରେ ସ୍ଥାନ ଦେଖି କେତେ ଲୋକ ରହିପାରିବେ ଲେଖିକି ଦେବେ ।
ସେହିପରି ଆସନ୍ତା ଡିସେମ୍ବର 25 ବା ବଡଦିନ ଉପଲକ୍ଷେ ଚର୍ଚ୍ଚକୁ ସ୍ବତନ୍ତ୍ର ଅନୁମତି ମିଳିବା ନେଇ ସୂଚନା ରହିଛି । ସ୍ବତନ୍ତ୍ର ଅନୁମତି ପୂର୍ବରୁ ଆବେଦନ କରିବାକୁ ପଡିବ। ଚର୍ଚ୍ଚରେ କେତେ ସଂଖ୍ୟାରେ ଅତିଥି ଏକାଠି ହେବେ, ଦର୍ଶାଇଲେ ଅନୁମତି ମିଳିବ। ଚର୍ଚ୍ଚର ପରିସୀମା କେତେ ଏହା ସମ୍ପର୍କରେ ସୂଚନା ଦେବାକୁ ପଡିବ । ଜିରୋ ନାଇଟ୍ ସେଲିବ୍ରେସନ୍କୁ ବାରଣ କରାଯାଇଛି । ବର୍ତ୍ତମାନର ଗାଇଡଲାଇନ୍ ଅନୁସାରେ 31 ରାତି ଉତ୍ସବ ମନା କରାଯାଇଛି । ନୂଆବର୍ଷ ପାଳନ ନେଇ 31 ରାତିରେ ଉତ୍ସବ ଆୟୋଜନ ମନା କରାଯାଇଛି ।