ଭୁବନେଶ୍ବର : ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟରେ ମୃତ୍ୟୁ ତଦନ୍ତର ରିପୋର୍ଟ ଦାଖଲ ହୋଇଛି। କ୍ରାଇମବ୍ରଞ୍ଚର ଏସ୍ଆଇଟି ଟିମ୍ ଏହି ରିପୋର୍ଟ ଦାଖଲ କରିଛି । ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିବା ରିପୋର୍ଟ ସୂଚନା ରହିଛି । ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ସୂଚନା ରହିଛି । ପରୀର ପୋଷାକରୁ ଦୁଷ୍କର୍ମ ପ୍ରମାଣ ମିଳିଥିବା ସୂଚନା ରହିଛି । ତଦନ୍ତର ଅଗ୍ରଗତି ନେଇ ମୁଦା ଲଫାପାରେ ରିପୋର୍ଟ ଦେଇଛି ଏସ୍ଆଇଟି । ନାବାଳିକାର ଫ୍ରକ୍ରୁ ସିମେନ୍ର ଚିହ୍ନ ମିଳିଥିବା ଜଣାପଡିଛି। ଆସନ୍ତା 24 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ତେବେ ଏହି ଘଟଣାର ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ସୂଚନା ରହିଛି। ଅଭିଯୁକ୍ତଜଣକ ଯଦୁପୁର ଗ୍ରାମର ହୋଇଥିବାର ସୂଚନା ରହିଛି ।
ସୂଚନାଯୋଗ୍ୟ, ନୟାଗଡ ଯଦୁପୁରରୁ ପରୀର ମୃତଦେହ ମିଳିଥିଲା । ଏହାପରେ ପରୀର ନ୍ୟାୟ ଦାବିରେ ତାଙ୍କ ପିତାମାତା ବିଧାନସଭା ସମ୍ମୁଖରେ ଆତ୍ମହୂତି କରିବାକୁ ଉଦ୍ୟମ କରିଥିଲେ । ଏହାପରେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିଲା।