ଭୁବନେଶ୍ବର : ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି । ନିଦ ବଟିକା ଖାଇ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବାର ଉଦ୍ୟମ କରିଥିବାର ସୂଚନା ରହିଛି । ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି । ଫେସ୍ବୁକ୍ରେ ଲାଇଭ୍ କରି ନିଦ ବଟିକା ଖାଇଥିଲେ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦୋଷାରୋପ କରାଯାଉଥିବାରୁ ସେ ଏପରି ପଦକ୍ଷେପ ନେଇଥିବାର ସୂଚନା ରହିଛି। ମାନସିକ ଚାପଗ୍ରସ୍ତ କରାଯାଇଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବାର କହିଛନ୍ତି ବିଦ୍ୟାଶ୍ରୀ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ 7 ତାରିଖରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ରେଳଲାଇନ୍ରୁ ମିଳିଥିଲା । ଏହାପରେ ଏହି ମାମଲା କ୍ରାଇମ୍ବ୍ରାଞ୍ଚ ହାତକୁ ଯାଇଥିଲା ।