ଏଫ୍‌-୨ ରିମେକ୍‌ ପାଇଁ ଏକାଠି ବୋନି କପୁର ଓ ଅନିଶ ବାଜ୍‌ମୀ

Published: Mar 30, 2019, 11:23 am IST
boney kapoor to make f23 remake

ପ୍ରଯୋଜକ ବୋନି କପୁର ଏକ ବ୍ଲକ୍‌ବଷ୍ଟର ତେଲୁଗୁ ଫିଲ୍ମର ରିମେକ୍‌ କରିବାକୁ ଯାଉଛନ୍ତି। ‘ଏଫ୍-୨ ଫନ୍‌ ଆଣ୍ଡ ଫ୍ରଷ୍ଟ୍ରେସନ୍‌’ ଦୁଇ ମାସ ତଳେ ରିଲିଜ୍‌ ହୋଇଥିଲା ଏବଂ ଫିଲ୍ମଟି ୧୦୦ କୋଟିରୁ ଅଧିକ ବ୍ୟବସାୟ କରିବା ସହିତ ବ୍ଲକ୍‌ବଷ୍ଟର ମାନ୍ୟତା ହାସଲ କରିଥିଲେ। ଜାନୁୟାରୀ ୨୦୧୯ରେ ରିଲିଜ୍‌ ହୋଇଥିବା ଏହି ଚଳଚିତ୍ରରେ ଭେଙ୍କଟେଶ, ତମନ୍ନା ଭାଟିଆ, ବରୁଣ ତେଜ ଏବଂ ମେହରିନ୍‌ ପିରଜାଦା ନଜର ଆସିଥିଲେ। ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଅନୀଲ ରବିପୁଡି ଦେଇଥିଲେ। ହିନ୍ଦୀ ରିମେକ୍‌ ନିମନ୍ତେ ବୋନି ଅନୀଶ ବାଜ୍‌ମୀଙ୍କୁ ଚୟନ କରିଥିବା ବେଳେ ଜନ୍‌ ଆବ୍ରାହାମ ପ୍ରମୁଖ ଭୂମିକାରେ ନଜର ଆସିବେ।ଏହି ଚଳଚିତ୍ର ପାଇଁ ବୋନି କପୁର ଏଫ୍‌-୨ର ପ୍ରଯୋଜକ ଦିଲ୍‌ ରାଜୁଙ୍କ ସହ ଆଲୋଚନାରତ ଅଛନ୍ତି। ପୂର୍ବରୁ ଶ୍ରୀଦେବୀ ହିନ୍ଦୀ ଫିଲ୍ମ ‘ପିଙ୍କ’ର ତାମିଲ ରିମେକ କରିବାକୁ ଚାହୁଁଥିଲା ବେଳେ ସେହି ପ୍ରକଳ୍ପ ଉପରେ କାମ ଚାଲୁ ରହିଥିବା ପ୍ରକାଶ କରିଛନ୍ତି ବୋନି କପୁର।

Related posts