ପାରାଳାଖେମୁଣ୍ଡି: କାଶୀନଗର ଏନ୍ଏସି ଅଞ୍ଚଳରୁ 6 ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । କୁମୁଟିସାହିରୁ ଗତକାଲି ସନ୍ଧ୍ୟାରୁ ଶିଶୁପୁତ୍ର ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ନିଖୋଜ ନେଇ ପରିବାର ପକ୍ଷରୁ କାଶୀନଗର ଥାନାରେ ଅଭିଯୋଗ କରାଯାଇଥିଲା । ଘର ସାମ୍ନାରେ ଖେଳୁଥିବାବେଳେ ଦୁଇଜଣ ନେଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ଲୋକେ ଏ ନେଇ କାଶୀନଗର ଥାନାରେ ମାମଲା ରୁଜୁ କରିଛିନ୍ତି । ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଶିଶୁ ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।