ଭୁବନେଶ୍ବର : ଠକେଇ କରିବା ଅଭିଯୋଗରେ ସର୍ବେଶ୍ବର ରାଓ ଗିରଫ ହୋଇଛନ୍ତି।ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ କ୍ରାଇମ୍ବ୍ରାଞ୍ଚ ଏସ୍ଆଇଟି ଗିରଫ କରିଛି। ଚାକିରି କରାଇଦେବା ପାଇଁ ଟଙ୍କା ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ସର୍ବେଶ୍ବର । ଏ ନେଇ ଗତକାଲି ସର୍ବେଶ୍ୱର ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମୁହାଁ ମୁହିଁ ଜେରା କରିଥିଲା କ୍ରାଇମବ୍ରାଞ୍ଚ।
ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଆକାଶ କୋଟି କୋଟି ଟଙ୍କା ଠକିଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରୁଥିଲେ ଆକାଶ ପାଠକ। ଆଜି ଆକାଶଙ୍କୁ ରିମାଣ୍ଡରେ ନିଆଯାଇଛି । ଅପରପକ୍ଷରେ ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ରିମାଣ୍ଡ ସରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କରାଯାଇଥିଲା ।