ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରେ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ମିଳିଥିବା ଘଟଣାରେ ଜଣେ ମହିଳା ଗିରଫ ହୋଇଛନ୍ତି। ଉକ୍ତ ମହିଳା ଜଣଙ୍କ ତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି କାଲିଠୁ ଥାନାରେ ଆଟକ ଥିଲେ। ଆଜି ପଡୋଶୀ ମହିଳାଙ୍କୁ ପୁଲିସ ଗିରଫ କରିଛି । ଗିରଫ ମହିଳା ଶିଶୁକୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଛନ୍ତି। ପଡୋଶୀ ମହିଳା ଜଣଙ୍କ ଶିଶୁପୁତ୍ରକୁ ଶ୍ବାସରୁଦ୍ଧ କରି କୂଅରେ ଫିଙ୍ଗି ଦେଇଥିବା ସୂଚନା। ପାରିବାରିକ ଶତ୍ରୁତାରୁ ମହିଳା ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି ।