ଅହମଦାବାଦ: ସାନ ସିନା ଦାନ ତା’ ମହାନ୍ କଥାଟିକୁ ପ୍ରମାଣ କରିଛନ୍ତି ଗୁଜୁରାଟର ଅଢେଇ ବର୍ଷର ଶିଶୁ ୟଶ୍ ଓଝା । ନିଜ ଜୀବନ ବଦଳରେ 7ଟି ଜୀବନକୁ ବଞ୍ଚାଇଛନ୍ତି ୟଶ୍ । ଅଢେଇ ବର୍ଷର ଶିଶୁ ପୁତ୍ର ୟଶ୍ ଦ୍ବିତୀୟ ମହଲାର ବାଲ୍କୋନୀର ଖସି ପଡିଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ବ୍ରେନ୍ ଡେଡ୍ ହୋଇଥିଲା । ୟଶ୍ଙ୍କର ଅଙ୍ଗଦାନ କରିଛନ୍ତି ତାଙ୍କ ବାପ-ମା’ । ୟଶଙ୍କର ହୃତପିଣ୍ଡ, ଲିଭର, ଫୁସଫୁସ୍, କିଡନୀ ଓ ଆଖି ଦାନ କରାଯାଇଛି। ଏହାଫଳରେ ସାତ ଜଣ ଶିଶୁ ନୂଆ ଜୀବନ ପାଇଛନ୍ତି ।
ସର୍ବକନିଷ୍ଠ ଶିଶୁ ଭାବେ ୟଶ୍ ଅଙ୍ଗଦାନ କରିଛି । ୟଶର ହୃତ୍ପିଣ୍ଡ ଓ ଫୁସ୍ଫୁସ୍ ବିମାନରେ ଚେନ୍ନାଇ ପଠାଯାଇଥିଲା । ଋଷର ଜଣେ ଚାରି ବର୍ଷର ଶିଶୁ ଶରୀରରେ ୟଶ୍ର ହୃତ୍ପିଣ୍ଡ ପ୍ରତିରୋପଣ କରାଯାଇଥିଲା ।ସେହିପରି ୟୁକ୍ରେନ୍ର ଜଣେ ଚାରି ବର୍ଷର ଶିଶୁ ଶରୀରରେ ୟଶ୍ର ଫୁସ୍ଫୁସ୍ ପ୍ରତିରୋପଣ କରାଯାଇଛି । ଏହି 2ଟିଯାକ ପ୍ରତିରୋପଣ ଚେନ୍ନାଇର ଏମଜିଏମ୍ ହସ୍ପିଟାଲରେ କରାଯାଇଛି। ସେହିପରି ୟଶ୍ର ଦୁଇଟିଯାକ କିଡ୍ନୀ ଜଣେ 13 ବଷର ଝିଅ ଓ ଆଉ ଜଣେ 17 ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି। ଆଉ ଜଣେ ଦୁଇ ବର୍ଷର ଝିଅଠାରେ ୟଶ୍ର ଲିଭର୍ ପ୍ରତ୍ୟାରୋପଣ କରାଯାଇଛି ।